୨୫ ବର୍ଷ ପରେ ହାଇକୋର୍ଟରୁ ମିଳିଲା ନ୍ୟାୟ; ସଫଳ ଆଖୁ ଚାଷୀ ଭାବେ ପ୍ରଥମ ପୁରସ୍କାର ପ୍ରଦାନ ପାଇଁ ନିର୍ଦ୍ଦେଶ...

Deviprasad Mohanty Picture
Published On

କଟକ: ଦୁଇ ଦଶନ୍ଧି ପୂର୍ବରୁ ଭଲ ଆଖୁ ଅମଳ ପାଇଁ ପ୍ରଥମ ପୁରସ୍କାର ପାଇବା ପାଇଁ ଯୋଗ୍ୟବିବେଚିତ ହୋଇଥିବା ଜଣେ ଚାଷୀଙ୍କୁ  ବେଆଇନ ଭାବେ ପୁରସ୍କାରରୁ ବଞ୍ଚିତ କରାଯିବା ପ୍ରସଙ୍ଗରେ ଦାୟର ମାମଲାରେ ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି। ଦୀର୍ଘ ୨୫ ବର୍ଷ ପରେ ଆବେଦନକାରୀ ସମ୍ପୃକ୍ତ ସଫଳ କୃଷକଙ୍କୁ ହାଇକୋର୍ଟରୁ ନ୍ୟାୟ ମିଳିଥିବା ବେଳେ ୧୯୯୯-୨୦୦୦ ବର୍ଷ ପାଇଁ ପ୍ରଥମ ପୁରସ୍କାର ସ୍ୱରୂପ ୩୦ହଜାର ଟଙ୍କା ଆସନ୍ତା ଦୁଇ ମାସ ମଧ୍ୟରେ ଆବେଦନକାରୀଙ୍କୁ ପ୍ରଦାନ କରିବାକୁ ସରକାରଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ନରେନ୍ଦ୍ର କୁମାର ମିଶ୍ରଙ୍କ ଆବେଦନର ଶୁଣାଣି କରି ଜଷ୍ଟିସ ଶଶିକାନ୍ତ ମିଶ୍ର ଏପରି ନିର୍ଦ୍ଦେଶ ପ୍ରଦାନ କରିଛନ୍ତି। ଆବେଦନକାରୀଙ୍କ ପ୍ରଥମ ପୁରସ୍କାର ଦାବିକୁ ଅଗ୍ରାହ୍ୟ କରାଯିବା ଆଇନ ଅନୁସାରେ ଗ୍ରହଣୀୟ ନୁହେଁ ବୋଲି ହାଇକୋର୍ଟ କହିଛନ୍ତି।

ଆହୁରି ପଢ଼ନ୍ତୁ: ଇ-କମର୍ସ ପାର୍ସଲ ଜରିଆରେ କରୁଥିଲେ ଗଞ୍ଜେଇ କାରବାର, ଆନ୍ତଃରାଜ୍ୟ ଡ୍ରଗ୍ସ ରାକେଟ୍ ଠାବ

ମାମଲାରୁ ପ୍ରକାଶ ଯେ ଆଖୁ ଚାଷୀଙ୍କୁ ଅମଳ ଭିତ୍ତିରେ ପ୍ରୋତ୍ସାହନ ରାଶି ପୂର୍ବକ ପ୍ରଥମ ପୁରସ୍କାର ୩୦ ହଜାର, ଦ୍ୱିତୀୟ ପୁରସ୍କାର ୨୫ ହଜାର ଓ ତୃତୀୟ ପୁରସ୍କାର ୨୦ ହଜାର ଟଙ୍କା ପ୍ରଦାନ କରାଯିବ ବୋଲି ସରକାର ଘୋଷଣା କରିଥିଲେ। ଢେଙ୍କାନାଳ ସଦର ବ୍ଲକ ଅନ୍ତର୍ଗତ ବନ୍ଧନୂଆଗାଁ ବ୍ଲକରେ ଥିବା ପ୍ରାୟ ଦେଢ଼ଏକର ଜମିରେ ଆବେଦନକାରୀ ଆଖୁଚାଷ କରି ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ। ୨୦୦୦, ଫ୍ରେବୁଆରି ୩ରେ ସରକାରୀ ଅଧିକାରୀଙ୍କ ଉପସ୍ଥିତିରେ ତାଙ୍କ ଜମିରୁ ଆଖୁ କଟାଯାଇଥିଲା ବେଳେ ଏଥିରେ ସେ ପ୍ରଥମ ହୋଇଥିଲେ ମଧ୍ୟ ଏହି ପୁରସ୍କାର ତାଙ୍କୁ ମିଳିନଥିଲା। ଆଖୁ ଫସଲ ହୋଇଥିବା ପ୍ଲଟ୍‌ ଆବେଦନକାରୀ, ତାଙ୍କ ବାପା ଓ ଭାଇଙ୍କ ନାଁରେ ମିଳିତ ଭାବେ ରେକର୍ଡଭୁକ୍ତ ଥିବା ଓ ୧୯୯୭-୯୮ରେ ତାଙ୍କ ବାପା ଏହି କ୍ଷେତ୍ରରେ ତୃତୀୟ ପୁରସ୍କାର ପାଇଥିବା କାରଣରୁ ଏହି ପୁରସ୍କାର ଦିଆଯାଇ ନଥିଲା। ପ୍ରତିଯୋଗିତାରେ ଅଂଶଗ୍ରହଣ ପୂର୍ବରୁ ଜମିର ସବୁ ତଥ୍ୟ ଦାଖଲ କରିବା ପରେ ଆବେଦନକାରୀଙ୍କୁ ଅନୁମତି ମିଳିଥିଲା। ଏଥିସହ ଗୋଟିଏ ପରିବାରର ଜଣେ ସଦସ୍ୟ ପୂର୍ବରୁ ପୁରସ୍କାର ପାଇଥିଲେ ଅନ୍ୟ ଜଣେ ସଦସ୍ୟ ପ୍ରତିଯୋଗିତାରୁ ବାଦ୍‌ ପଡ଼ିବେ ବୋଲି ନିୟମାବଳୀରେ ଉଲ୍ଲେଖ ନଥିବା ବେଳେ ବେଆଇନ ଭାବେ ପୁରସ୍କାରରୁ ବଞ୍ଚିତ କରାଯିବା ବେଆଇନ ଦର୍ଶାଇ ଆବେଦନକାରୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।

ଆହୁରି ପଢ଼ନ୍ତୁ: ରାଜ୍ୟରେ ୯ ଜଣ ଯୁବ ଆଇଏଏସ୍ ଅଫିସରଙ୍କୁ ଉପ-ଜିଲ୍ଲାପାଳ ଭାବେ ନିଯୁକ୍ତି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର