ଢେଙ୍କାନାଳରେ ୩ ସୋମବାର ଜଳଲାଗି କରିବେ କାଉଡିଆ, ଜାରି ହେଲା ଗାଇଡଲାଇନ୍
ଢେଙ୍କାନାଳ: ଢେଙ୍କାନାଳ କପିଳାସ ପ୍ରଭୁ ଚନ୍ଦ୍ରଶେଖରଙ୍କ ପୀଠରେ ଶ୍ରାବଣ ମାସରେ ଜଳଲାଗି ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ଗାଇଡ ଲାଇନ୍ ଜାରି କରାଯାଇଛି। ଚଳିତ ବର୍ଷ ଶ୍ରାବଣ ମାସରେ ୩ଟି ସୋମବାରରେ ହେବ ଜଳାଭିଷେକ । ଜୁଲାଇ ମାସ ୧୦ ତାରିଖ, ଅଗଷ୍ଟ ମାସ ୨୧ ଓ ୨୮ ତାରିଖ ରେ ହେବ ଜଳଲାଗି। । ଅନ୍ୟ ସୋମବାର ଗୁଡିକରେ ମନ୍ଦିରରେ ଜଳଲାଗି ପାଇଁ ନିଷିଦ୍ଧ କରାଯାଇଛି । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ କାଉଡି […]
ଢେଙ୍କାନାଳ: ଢେଙ୍କାନାଳ କପିଳାସ ପ୍ରଭୁ ଚନ୍ଦ୍ରଶେଖରଙ୍କ ପୀଠରେ ଶ୍ରାବଣ ମାସରେ ଜଳଲାଗି ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ଗାଇଡ ଲାଇନ୍ ଜାରି କରାଯାଇଛି। ଚଳିତ ବର୍ଷ ଶ୍ରାବଣ ମାସରେ ୩ଟି ସୋମବାରରେ ହେବ ଜଳାଭିଷେକ । ଜୁଲାଇ ମାସ ୧୦ ତାରିଖ, ଅଗଷ୍ଟ ମାସ ୨୧ ଓ ୨୮ ତାରିଖ ରେ ହେବ ଜଳଲାଗି। । ଅନ୍ୟ ସୋମବାର ଗୁଡିକରେ ମନ୍ଦିରରେ ଜଳଲାଗି ପାଇଁ ନିଷିଦ୍ଧ କରାଯାଇଛି । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ କାଉଡି ଯାତ୍ରା ଓ ଜଳାଭିଷେକ ପାଇଁ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକରେ ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କ ସମେତ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ ।
ଚଳିତ ବର୍ଷ ମଳ ମାସ ପଡ଼ୁଥିବାରୁ କପିଳାସ ସମେତ ଅନ୍ୟ ଶୈବପୀଠରେ ୧୦ ଜୁଲାଇ, ୨୧ ଓ ୨୮ ଅଗଷ୍ଟରେ ପଡ଼ୁଥିବା ମୋଟ୍ ୩ଟି ସୋମବାରରେ କାଉଡିଆମାନେ ଜଳଲାଗି କରିପାରିବେ ବୋଲି ନିଷ୍ପତ୍ତି ହୋଇଛି । ମଳମାସ ଯୋଗୁଁ ଶ୍ରାବଣ ମାସର ଅନ୍ୟ ସୋମବାର ଗୁଡିକ ଅସୁଦ୍ଧି ହେତୁ ରାଜପୁରୋଧା ପଞ୍ଚାନନ ମିଶ୍ରଙ୍କ ପରାମର୍ଶ କ୍ରମେ ଜିଲ୍ଲାପାଳ ଏହି ଘୋଷଣା କରିଛନ୍ତି । ଲକ୍ଷାଧିକ କାଉଡିଆଙ୍କ ଆଗମନକୁ ନେଇ ବ୍ୟାପକ ପୁଲିସ ମୁତୟନ ସହିତ ଆଲୋକୀକରଣ ପାନୀୟ ଜଳ ସୁବିଧା କରାଯିବ । ଚଳିତବର୍ଷ କାଉଡିଆ ପ୍ରବେଶକୁ ମାଗଣା କରାଯାଇଥିବା ବେଳେ ଢେଙ୍କାନାଳରୁ କପିଳାସ ଗାଡି ଭଡ଼ା ୫୦ ଟଙ୍କା କରାଯାଇଛି । ତେବେ ପଲିଥିନ ଓ ଡିଜେ ବାଜାକୁ ସମ୍ପୂର୍ଣ୍ଣ ନିଷେଧ କରାଯାଇଥିବା ବେଳେ ଆମାନିଆଙ୍କ ବିରୁଦ୍ଧରେ ଦୃଢ଼ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲା ପୁଲିସ ପ୍ରଶାସନ ପକ୍ଷରୁ ଚେତାବନୀ ଦିଆଯାଇଛି ।