ପୁଲିସ କବଜାରେ ୪ ଧଳା ଜହର ବେପାରୀ, ଜବତ ହେଲା ୫ଶହ ପ୍ୟାକେଟ ବ୍ରାଉନସୁଗର

The Sakala Picture
Published On

ଧର୍ମଶାଳା: ଯାଜପୁର  ଫ୍ଲାଇଙ୍ଗ ସ୍କ୍ୱାର୍ଡ ପୁଲିସ ହାତରେ ଏବେ ୪ ଧଳା ଜହର ବେପାରୀ। ସେମାନଙ୍କୁ ଧର୍ମଶାଳା ପୁଲିସର ଜିମା ଦିଆଯାଇଛି। ତଦନ୍ତରେ ବାଧା ଦୃଷ୍ଟିରୁ ସୂଚନାକୁ ଗୋପନୀୟ ରଖାଯାଇଛି। ତେବେ ବିଶେଷ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ଧରାପଡିଥିବା ଅଭିଯୁକ୍ତ ବେପାରୀକୁ ଗତ କିଛି ଦିନ ହେଲା ଫ୍ଲାଇଙ୍ଗ ସ୍କ୍ୱାର୍ଡ ପୁଲିସ ତାର ଗତିବିଧିକୁ ନଜର କରି ଆସୁଥିଲା। ମୋବାଇଲ  ଫୋନକୁ ମଧ୍ୟ ଟ୍ରାକ କରୁଥିଲା। ଏନେଇ ଗତ କାଲି ପୁଲିସ ଅଭିଯୁକ୍ତକୁ ଧର୍ମଶାଳା ଥାନା […]

ଧର୍ମଶାଳା: ଯାଜପୁର  ଫ୍ଲାଇଙ୍ଗ ସ୍କ୍ୱାର୍ଡ ପୁଲିସ ହାତରେ ଏବେ ୪ ଧଳା ଜହର ବେପାରୀ। ସେମାନଙ୍କୁ ଧର୍ମଶାଳା ପୁଲିସର ଜିମା ଦିଆଯାଇଛି। ତଦନ୍ତରେ ବାଧା ଦୃଷ୍ଟିରୁ ସୂଚନାକୁ ଗୋପନୀୟ ରଖାଯାଇଛି। ତେବେ ବିଶେଷ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ଧରାପଡିଥିବା ଅଭିଯୁକ୍ତ ବେପାରୀକୁ ଗତ କିଛି ଦିନ ହେଲା ଫ୍ଲାଇଙ୍ଗ ସ୍କ୍ୱାର୍ଡ ପୁଲିସ ତାର ଗତିବିଧିକୁ ନଜର କରି ଆସୁଥିଲା। ମୋବାଇଲ  ଫୋନକୁ ମଧ୍ୟ ଟ୍ରାକ କରୁଥିଲା। ଏନେଇ ଗତ କାଲି ପୁଲିସ ଅଭିଯୁକ୍ତକୁ ଧର୍ମଶାଳା ଥାନା ଠାରୁ କେଇ ମିଟର ଦୂରତାରେ ଥିବା ତା ଘର ପାଖରେ ତାକୁ ମାଡ଼ି ବସିଥିଲା। ଅଭିଯୁକ୍ତ ନିକଟରୁ କିଛି ପ୍ୟାକେଟ ଧଳାଜହର ମଧ୍ୟ ଜବତ କରାଯାଇଥିଲା।  ଏହା ପରେ ଅଭିଯୁକ୍ତକୁ ଧର୍ମଶାଳା ପୁଲିସର ଜିମା ଦିଆଯାଇଥିଲା। ଉକ୍ତ ଅଭିଯୁକ୍ତ ଠାରୁ  ଅନ୍ୟ ୩ ଜଣ ବେପାରୀଙ୍କ ସମ୍ପର୍କରେ ସୂଚନା ପାଇ ଧଳା ଜହର ଆଣିବା ପାଇଁ ତାଙ୍କୁ ଡକା ଯାଇଥିଲା। ପୂର୍ବ ପ୍ରସ୍ତୁତ ଅନୁଯାଇ ସେମାନଙ୍କୁ କାବୁ କରାଯାଇ ସେମାନଙ୍କୁ ମଧ୍ୟ ଥାନାରେ ଅଟକ ରଖାଯାଇଛି। ସେମାନଙ୍କ ଘର ଭଦ୍ରକ ଜିଲ୍ଲାରେ ବୋଲି ଜଣାଯାଇଛି।  ପାଖାପାଖି ୫ଶହ ପ୍ୟାକେଟ ଜବତ ହୋଇଥିବା ସୂଚନା ମିଳିଛି।  ତେବେ ଧର୍ମଶାଳା ଥାନା ଆଗରେ ବେପାରୀ ରହୁଥିବା ବେଳେ ସ୍ଥାନୀୟ ପୁଲିସ କିପରି ଜାଣି ପାରୁ ନ ଥିଲା ତାକୁ ନେଇ ସାଧାରଣରେ ଚର୍ଚ୍ଚା ହେଉଛି।

ଆହୁରି ପଢ଼ନ୍ତୁ: ଆଜି ମହାନ ଜନନାୟକ, ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୧୦ତମ ଜୟନ୍ତୀ, ଭୂମିପୁତ୍ରଙ୍କୁ ମନେ ପକାଉଛି ସାରା ରାଜ୍ୟ

20 Oct 2022 By The Sakala

ପୁଲିସ କବଜାରେ ୪ ଧଳା ଜହର ବେପାରୀ, ଜବତ ହେଲା ୫ଶହ ପ୍ୟାକେଟ ବ୍ରାଉନସୁଗର

ଧର୍ମଶାଳା: ଯାଜପୁର  ଫ୍ଲାଇଙ୍ଗ ସ୍କ୍ୱାର୍ଡ ପୁଲିସ ହାତରେ ଏବେ ୪ ଧଳା ଜହର ବେପାରୀ। ସେମାନଙ୍କୁ ଧର୍ମଶାଳା ପୁଲିସର ଜିମା ଦିଆଯାଇଛି। ତଦନ୍ତରେ ବାଧା ଦୃଷ୍ଟିରୁ ସୂଚନାକୁ ଗୋପନୀୟ ରଖାଯାଇଛି। ତେବେ ବିଶେଷ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ଧରାପଡିଥିବା ଅଭିଯୁକ୍ତ ବେପାରୀକୁ ଗତ କିଛି ଦିନ ହେଲା ଫ୍ଲାଇଙ୍ଗ ସ୍କ୍ୱାର୍ଡ ପୁଲିସ ତାର ଗତିବିଧିକୁ ନଜର କରି ଆସୁଥିଲା। ମୋବାଇଲ  ଫୋନକୁ ମଧ୍ୟ ଟ୍ରାକ କରୁଥିଲା। ଏନେଇ ଗତ କାଲି ପୁଲିସ ଅଭିଯୁକ୍ତକୁ ଧର୍ମଶାଳା ଥାନା ଠାରୁ କେଇ ମିଟର ଦୂରତାରେ ଥିବା ତା ଘର ପାଖରେ ତାକୁ ମାଡ଼ି ବସିଥିଲା। ଅଭିଯୁକ୍ତ ନିକଟରୁ କିଛି ପ୍ୟାକେଟ ଧଳାଜହର ମଧ୍ୟ ଜବତ କରାଯାଇଥିଲା।  ଏହା ପରେ ଅଭିଯୁକ୍ତକୁ ଧର୍ମଶାଳା ପୁଲିସର ଜିମା ଦିଆଯାଇଥିଲା। ଉକ୍ତ ଅଭିଯୁକ୍ତ ଠାରୁ  ଅନ୍ୟ ୩ ଜଣ ବେପାରୀଙ୍କ ସମ୍ପର୍କରେ ସୂଚନା ପାଇ ଧଳା ଜହର ଆଣିବା ପାଇଁ ତାଙ୍କୁ ଡକା ଯାଇଥିଲା। ପୂର୍ବ ପ୍ରସ୍ତୁତ ଅନୁଯାଇ ସେମାନଙ୍କୁ କାବୁ କରାଯାଇ ସେମାନଙ୍କୁ ମଧ୍ୟ ଥାନାରେ ଅଟକ ରଖାଯାଇଛି। ସେମାନଙ୍କ ଘର ଭଦ୍ରକ ଜିଲ୍ଲାରେ ବୋଲି ଜଣାଯାଇଛି।  ପାଖାପାଖି ୫ଶହ ପ୍ୟାକେଟ ଜବତ ହୋଇଥିବା ସୂଚନା ମିଳିଛି।  ତେବେ ଧର୍ମଶାଳା ଥାନା ଆଗରେ ବେପାରୀ ରହୁଥିବା ବେଳେ ସ୍ଥାନୀୟ ପୁଲିସ କିପରି ଜାଣି ପାରୁ ନ ଥିଲା ତାକୁ ନେଇ ସାଧାରଣରେ ଚର୍ଚ୍ଚା ହେଉଛି।

https://www.thesakala.in/latest-odisha-news/jajpur/police-arrested-4-brown-sugar-dealers-seized-500-packets-of-brown-sugar/article-15904
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର