ଜାତି, ଧର୍ମ ଭୁଲି ଏକାଠି କାମ କରୁଛନ୍ତି ହିନ୍ଦୁ-ମୁସଲିମ

The Sakala Picture
Published On

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲାରେ ମିଶନ ଶକ୍ତି ମହିଳାଙ୍କ ମୁହଁରେ ହସ ଫୁଟାଇଛି ‘ତ୍ରିରଙ୍ଗା’। ଜାତୀୟ ପତାକା ତିଆରି ମହିଳାମାନଙ୍କ ପାଇଁ ସମାୟିକ ରୋଜଗାରର ବାଟ ହୋଇଥିଲେ ମଧ୍ୟ ଏହା ଗ୍ରାମୀଣ ମହିଳାଙ୍କୁ ଯଥେଷ୍ଟ ରୋଜଗାର ଦେବା ସହିତ ସେମାନଙ୍କୁ ସ୍ୱାବଲମ୍ବୀ କରିଛି। ଅନ୍ୟପକ୍ଷରେ ଜିଲ୍ଲାର ଗୌରୀଦେବୀ ଉତ୍ପାଦକା ମହାସଂଘର ହିନ୍ଦୁ-ମୁସଲିମ ମହିଳା ମିଳିମିଶି ଗୋଟିଏ ଛାତ ତଳେ ପତାକା ତିଆରି କରିବା ଅନ୍ୟମାନଙ୍କ ପାଇଁ ଭାଇଚାରାର ଉଦାହରଣ ସୃଷ୍ଟି କରିଛି। ଜିଲ୍ଲାରେ ‘ହର୍‌‌ ଘର୍‌‌ ତ୍ରିରଙ୍ଗା’ ଓ […]

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲାରେ ମିଶନ ଶକ୍ତି ମହିଳାଙ୍କ ମୁହଁରେ ହସ ଫୁଟାଇଛି ‘ତ୍ରିରଙ୍ଗା’। ଜାତୀୟ ପତାକା ତିଆରି ମହିଳାମାନଙ୍କ ପାଇଁ ସମାୟିକ ରୋଜଗାରର ବାଟ ହୋଇଥିଲେ ମଧ୍ୟ ଏହା ଗ୍ରାମୀଣ ମହିଳାଙ୍କୁ ଯଥେଷ୍ଟ ରୋଜଗାର ଦେବା ସହିତ ସେମାନଙ୍କୁ ସ୍ୱାବଲମ୍ବୀ କରିଛି। ଅନ୍ୟପକ୍ଷରେ ଜିଲ୍ଲାର ଗୌରୀଦେବୀ ଉତ୍ପାଦକା ମହାସଂଘର ହିନ୍ଦୁ-ମୁସଲିମ ମହିଳା ମିଳିମିଶି ଗୋଟିଏ ଛାତ ତଳେ ପତାକା ତିଆରି କରିବା ଅନ୍ୟମାନଙ୍କ ପାଇଁ ଭାଇଚାରାର ଉଦାହରଣ ସୃଷ୍ଟି କରିଛି।

ଆହୁରି ପଢ଼ନ୍ତୁ: ବିରିୟାନୀ ଖରାପ ବୋଲି କହିବାରୁ ଗ୍ରାହକଙ୍କୁ ନିର୍ଦ୍ଧୁମ ମାଡ଼, ମୁଣ୍ଡ ଫଟାଇ ରାସ୍ତାରେ ଫିଙ୍ଗିଦେଲେ ହୋଟେଲ କର୍ମଚାରୀ

ଜିଲ୍ଲାରେ ‘ହର୍‌‌ ଘର୍‌‌ ତ୍ରିରଙ୍ଗା’ ଓ ଆଜାଦି କା ଅମୃତ ମହୋତ୍ସବ ପାଳନ ନିମନ୍ତେ ଅଗଷ୍ଟ ୧୩, ୧୪ ଓ ୧୫ ତାରିଖରେ ପ୍ରତି ଘରେ ତ୍ରିରଙ୍ଗା ପତାକା ଲଗାଯିବା ପାଇଁ ବ୍ୟବସ୍ଥା ହୋଇଛି। ଏହି ଅବସରରେ ଜଗତସିଂହପୁର ଜିଲ୍ଲାର ବିରିଡି ବ୍ଲକ ଗୌରୀ ଦେବୀ ଉତ୍ପାଦକା ମହାସଂଘର ମହିଳା କାରିଗରମାନଙ୍କ ପକ୍ଷରୁ ଏ ପର୍ଯ୍ୟନ୍ତ ୧୦ ହଜାର ୫ଶହ ଜାତୀୟ ପତାକା ପ୍ରସ୍ତୁତ କରାଯାଇ ବ୍ଲକ ପ୍ରଶାସନକୁ ହସ୍ତାନ୍ତର କରାଯାଇଛି। ବିରିଡି ବ୍ଲକ କୂଳକାଇଜଙ୍ଗାର ଗୌରୀ ଦେବୀ ଉତ୍ପାଦିକା ମହାସଂଘରେ ୮୦ ଜଣ ମହିଳା ସଦସ୍ୟ ରହିଛନ୍ତି। ମହାସଂଘର ସଭାପତି ସ୍ୱର୍ଣ୍ଣଲତା ସେଠି ଓ ସମ୍ପାଦିକ ସୁହାନା ଆଫ୍ରୋଜଙ୍କ ନେତୃତ୍ୱରେ ୮୦ ଜଣ ଗ୍ରାମୀଣ ମହିଳା ମିଳିମିଶି କାମ କରୁଛନ୍ତି। ସେମାନଙ୍କ ନିକଟରେ ୫୦ଟି ସଲେଇ ମେସିନ ସହିତ କପଡ଼ା କାଟିବା ଓ ପ୍ରେସ୍‌‌ ପାଇଁ ମେସିନ ସହିତ ଅନ୍ୟାନ୍ୟ ଆବଶ୍ୟକ ଉପକରଣ ରହିଛି। ଚଳିତ ବର୍ଷ ବ୍ଲକରେ ଆଉ ୪ଟି ମହାସଂଘ ଏହି ପତାକା ପ୍ରସ୍ତୁତି ପାଇଁ ଆଗ୍ରହ ଦେଖାଇବାରୁ ଏହି ମହିଳା ମହାସଂଘକୁ ପ୍ରଶାସନ ପକ୍ଷରୁ ୧୧ ହଜାର ପତାକା ପ୍ରସ୍ତୁତି ପାଇଁ ବରାଦି ମିଳିଛି। ତେବେ ବେସରକାରୀ ଭାବେ ବାହାରେ ବିକ୍ରି କରିବାକୁ ସେମାନେ ଆଉ ୬/୭ ହଜାର ପତାକା ପ୍ରସ୍ତୁତ କରିବାକୁ ଲକ୍ଷ୍ୟ ରଖିଥିବା କହିଛନ୍ତି। ଶୃଙ୍ଖଳାର ସହିତ ଉଭୟ ହିନ୍ଦୁ ଓ ମୁସ୍‌‌ଲମାନ ମହିଳାମାନେ ଗୋଟିଏ ଛାତ ତଳେ କାମ କରୁଥିବା ସମୟରେ ଜାତି ବା ଧର୍ମକୁ ନେଇ ସେମାନଙ୍କ ମଧ୍ୟରେ କୌଣସି ସଂକୀର୍ଣ୍ଣତା ବା ଭେଦଭାବ ନ ଥିବା ସୁହାନା ଆଫ୍ରୋଜ ପ୍ରକାଶ କରିଛନ୍ତି।

14 Aug 2023 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର