ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଦ୍ୱିତୀୟ ପଞ୍ଜିକା ସମୀକରଣ ବୈଠକ ଶେଷ, ନିର୍ଭୁଲ ତଥ୍ୟ ପ୍ରକାଶ କରିବାକୁ ୫ ପ୍ରକାଶକଙ୍କୁ ନିର୍ଦ୍ଦେଶ

Madhusudan Das Picture
Published On

ପୁରୀ: ପୁରୀ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଦ୍ୱିତୀୟ ପଞ୍ଜିକା ସମୀକରଣ ବୈଠକ ଶେଷ ହୋଇଛି । ବୈଠକରେ ୫ ପ୍ରକାଶକଙ୍କୁ ନିର୍ଭୁଲ ତଥ୍ୟ ପ୍ରକାଶ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ୨୦୨୬-୨୭ ପାଞ୍ଜି ଏବଂ କ୍ୟାଲେଣ୍ଡରରେ ସମସ୍ତ ତଥ୍ୟ ନିର୍ଭୁଲ ରହିବ। ଶ୍ରୀମନ୍ଦିରରେ ପାଳନ ହେବାକୁ ଥିବା ସମସ୍ତ ପର୍ବପର୍ବାଣି ସଠିକ୍ ଏବଂ ନିର୍ଭୁଲ ପାଇଁ ଆଲୋଚନା ହୋଇଛି। ପାଞ୍ଚଜଣ ପ୍ରକାଶକ ନିର୍ଭୁଲ ତଥ୍ୟ ପଞ୍ଜିକାରେ ପ୍ରକାଶନ କରିବେ। ମହାବିଷୁବ ସଂକ୍ରାନ୍ତି ଠାରୁ ସମସ୍ତ ଯାନିଯାତ୍ରା ଆରମ୍ଭ ହୋଇଥାଏ। ୨୦୨୭ ମସିହା ବାଡ଼ି ନୃସିଂହ ବିଜେ ପର୍ଯ୍ୟନ୍ତ ଯାନିଯାତ୍ରା ଓ ପର୍ବପର୍ବାଣି ପ୍ରସ୍ତୁତ ହୋଇଛି। ନିର୍ଭୁଲ ତଥ୍ୟ ପଞ୍ଜିକାରେ ପ୍ରଦାନ ପାଇଁ ସମସ୍ତଙ୍କୁ ଅନୁରୋଧ କରାଯାଇଛି। କୋହିନୂର, ରାଧାରମଣ, ଭାଗ୍ୟଦୀପ, ଅରୁଣୋଦୟ, ଜିଏନ୍ ତ୍ରିପାଠୀକୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଅନୁମତି ମିଳିଛି।

ଆହୁରି ପଢ଼ନ୍ତୁ: ଗୁରୁ ଦିବସରେ ଶିକ୍ଷକଙ୍କୁ ମିଳିବନି ସମ୍ମାନ; ଅନିର୍ଦ୍ଦିଷ୍ଟ କାଳ ଘୁଞ୍ଚିଲା ‘ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର’ ସମାରୋହ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର