ବିର୍ସା ମୁଣ୍ଡା ଷ୍ଟାଡିୟମରୁ ବିଜୟ ସହ ବିଶ୍ବକପ୍‌ ଅଭିଯାନ ଆରମ୍ଭ କଲା ଟିମ୍‌ ଇଣ୍ଡିଆ, ୨-୦ରେ ହାରିଲା ସ୍ପେନ୍‌

The Sakala Picture
Published On

ରାଉରକେଲା : ଓଡ଼ିଶାରେ ଆଜିଠୁ ଆରମ୍ଭ ହୋଇଥିବା ପୁରୁଷ ହକି ବିଶ୍ବକପ୍‌ ୨୦୨୩ରେ ବିଜୟ ସହ ବିଶ୍ବକପ୍‌ ଅଭିଯାନ ଆରମ୍ଭ କରିଛି ଟିମ୍‌ ଇଣ୍ଡିଆ। ପ୍ରଥମ ଦିନର ଚତୁର୍ଥ ମ୍ୟାଚରେ ଆୟୋଜକ ଭାରତ ୨-୦ରେ ସ୍ପେନ୍‌କୁ ପରାସ୍ତ କରିଛି। ରାଉରକେଲାରେ ନବନିର୍ମିତ ବିର୍ସା ମୁଣ୍ଡା ଷ୍ଟାଡିୟମ୍‌ରେ ଭାରତୀୟ ଟିମ୍‌ରେ ଖେଳାଳିମାନେ ଆରମ୍ଭରୁ ସ୍ପେନ୍‌ ଉପରେ ଆଧିପତ୍ୟ ଜାରି ରଖି‌ଥିଲେ। ରାଉରକେଲାରେ ହଜାର ହଜାର ଅଧିକ ଦର୍ଶକଙ୍କ ମଧ୍ୟରେ ଅନୁଷ୍ଠିତ ଏହି ମ୍ୟାଚ ବେଶ ଦମ୍‌ଦାର ମଧ୍ୟ ହୋଇଛି। […]

ରାଉରକେଲା : ଓଡ଼ିଶାରେ ଆଜିଠୁ ଆରମ୍ଭ ହୋଇଥିବା ପୁରୁଷ ହକି ବିଶ୍ବକପ୍‌ ୨୦୨୩ରେ ବିଜୟ ସହ ବିଶ୍ବକପ୍‌ ଅଭିଯାନ ଆରମ୍ଭ କରିଛି ଟିମ୍‌ ଇଣ୍ଡିଆ। ପ୍ରଥମ ଦିନର ଚତୁର୍ଥ ମ୍ୟାଚରେ ଆୟୋଜକ ଭାରତ ୨-୦ରେ ସ୍ପେନ୍‌କୁ ପରାସ୍ତ କରିଛି। ରାଉରକେଲାରେ ନବନିର୍ମିତ ବିର୍ସା ମୁଣ୍ଡା ଷ୍ଟାଡିୟମ୍‌ରେ ଭାରତୀୟ ଟିମ୍‌ରେ ଖେଳାଳିମାନେ ଆରମ୍ଭରୁ ସ୍ପେନ୍‌ ଉପରେ ଆଧିପତ୍ୟ ଜାରି ରଖି‌ଥିଲେ। ରାଉରକେଲାରେ ହଜାର ହଜାର ଅଧିକ ଦର୍ଶକଙ୍କ ମଧ୍ୟରେ ଅନୁଷ୍ଠିତ ଏହି ମ୍ୟାଚ ବେଶ ଦମ୍‌ଦାର ମଧ୍ୟ ହୋଇଛି।

ଆହୁରି ପଢ଼ନ୍ତୁ: ଆଜି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜନ୍ମ ଜୟନ୍ତୀ, ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କଲେ ନବୀନ

ଆଜି ପ୍ରଥମରୁ ହିଁ ସ୍ପେନ ବିରୋଧରେ ଆକ୍ରମଣ ଜାରି ରଖିଥିଲା ଟିମ୍ ଇଣ୍ଡିଆ । ଓଡିଶା ମାଟିରେ ଓଡିଆ ପୁଅ ଅମିତ ରୋହିଦାସ ପ୍ରଥମ ଗୋଲ୍‌ ଦେଇ ଭାରତକୁ ଅଗ୍ରଣୀ କରାଇଥିଲେ। ଉପଅଧିନାୟକ ରୋହିଦାସ ଖେଳର ୧୨ ମିନିଟରେ ଅମିତ ଏକ ପେନାଲ୍ଟି ଗୋଲ୍‌ ଦେଇଥିଲେ। ୨୬ ମିନିଟରେ ହାର୍ଦ୍ଦିକ ସିଂହ ଅନ୍ୟ ଏକ ଗୋଲ୍‌ ଦେଇଥିଲେ। ତେଣୁ ଦ୍ୱିତୀୟ କ୍ୱାର୍ଟର ସୁଦ୍ଧା ଟିମ୍ ଇଣ୍ଡିଆ ୨-୦ରେ ଆଗୁଆ ରହିଥିଲା । ହେଲେ ତୃତୀୟ ଓ ଚତୁର୍ଥ କ୍ୱାର୍ଟରରେ କୌଣସି ଦଳ ଗୋଲ କରିନଥିଲେ । ତେଣୁ ଶେଷକୁ ଟିମ୍ ଇଣ୍ଡିଆ ୨-୦ରେ ମ୍ୟାଚକୁ ଜିତିନେଇଥିଲା । ଭାରତ ପକ୍ଷରୁ ଓଡିଆ ପୁଅ ଅମିତ ରୋହିଦାସ ପ୍ରଥମ ଗୋଲ କରିଥିବାବେଳେ, ହାର୍ଦ୍ଦିକ ସିଂହ ଦ୍ୱିତୀୟ ଗୋଲ କରିଥିଲେ ।

ଅନ୍ୟପଟେ ରାଉରକେଲାରେ ନବନିର୍ମିତ ବିର୍ସା ମୁଣ୍ଡା ଷ୍ଟାଡିୟମ୍‌ରେ ଭାରତ-ସ୍ପେନ୍‌ ମୁକାବିଲାକୁ ଉପଭୋଗ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ହଜାର ହଜାର ଦର୍ଶକଙ୍କ ମଧ୍ୟରେ ଭାରତର ଏହି ମ୍ୟାଚକୁ ଆସାମ ମୁଖ୍ୟମନ୍ତ୍ରୀ, ଓଡ଼ିଶା ମୁଖ୍ୟମନ୍ତ୍ରୀ, ଏଫ୍‌ଆଇଏଚ୍‌ ଅଧ୍ୟକ୍ଷ, ହକି ଇଣ୍ଡିଆର ସଭାପତି ଦିଲୀପ ତିର୍କୀ, ୫ଟି ସଚିବ ଭିକେ ପାଣ୍ଡିଆନଙ୍କ ସମେତ ପ୍ରଶାସନିକ ଅଧିକାରୀ ଦେଖିଥିଲେ।

ଆଜି ବିଶ୍ବକପର ପ୍ରଥମ ଦିନରେ ମୋଟ୍‌ ୪ଟି ମ୍ୟାଚ ଖେଳାଯାଇଛି। କଳିଙ୍ଗ ଷ୍ଟାଡିୟମରେ ଖେଳାଯାଇଥିବା ପ୍ରଥମ ମ୍ୟାଚରେ ଆର୍ଜେଣ୍ଟିନା ବିଜୟୀ ହୋଇଛି। ପୁଲ ଏ ମ୍ୟାଚରେ ଆର୍ଜେଣ୍ଟିନା ଦକ୍ଷିଣ ଆଫ୍ରିକାକୁ ଏକମାତ୍ର ଗୋଲରେ ହରାଇ ଅଭିଯାନ ଆରମ୍ଭ କରିଛି । ଆର୍ଜେଣ୍ଟିନା ମ୍ୟାଚରେ ପ୍ରାଧାନ୍ୟ ବିସ୍ତାର କରି ଖେଳିଥିଲେ ମଧ୍ୟ ଦକ୍ଷିଣ ଆଫ୍ରିକା କଡ଼ା ଟକ୍କର ଦେଇଥିଲା । ଦକ୍ଷିଣ ଆଫ୍ରିକାର ରକ୍ଷଣପନ୍ଥୀ ଚମତ୍କାର ପ୍ରଦର୍ଶନ କରିଥିଲେ । ମ୍ୟାଚର ତୃତୀୟ କ୍ୱାର୍ଟରରେ ହିଁ ଆର୍ଜେଣ୍ଟିନା ଗୋଲ କରିବାରେ ସଫଳ ହୋଇଥିଲା । ମାଇକୋ କାସେଲା ୪୨ତମ ମିନିଟରେ ଆର୍ଜେଣ୍ଟିନା ପକ୍ଷରୁ ଏକମାତ୍ର ଗୋଲ କରିଥିଲେ। ଏହା ହିଁ ଦଳ ପାଇଁ ବିଜୟସୂଚକ ଗୋଲ ସାବ୍ୟସ୍ତ ହୋଇଥିଲା ।

ଏହା ପରେ କଳିଙ୍ଗ ଷ୍ଟାଡିୟମରେ ଖେଳାଯାଇଥିବା ଦ୍ବିତୀୟ ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ଫ୍ରାନ୍ସକୁ ୮ଟି ‌ଗୋଲ୍‌ରେ ପରାସ୍ତ କରି ଅଷ୍ଟ୍ରେଲିଆ ଚଳିତ ବିଶ୍ବକପରେ ବିଜୟ ଅଭିଯାନ ଆରମ୍ଭ କରିଛି। ବିଶ୍ୱକପ ଇତିହାସରେ ୩ ଥର ଚାମ୍ପିଅନ ହୋଇସାରିଥିବା ଅଷ୍ଟ୍ରେଲିଆ ଦଳ ଆଜି ଫ୍ରାନ୍ସ ବିପକ୍ଷରେ ଏକତରଫା ବିଜୟ ହାସଲ କରିଛି। ଏଥି ସହିତ ରାଉରକେଲାରେ ନବନିର୍ମିତ ବିର୍ସା ମୁଣ୍ଡା ଷ୍ଟାଡିୟମ୍‌ରେ ଖେଳାଯାଇଥିବା ପ୍ରଥମ ମ୍ୟାଚ ତଥା ବିଶ୍ବକପ୍‌ର ତୃତୀୟ ମ୍ୟାଚରେ ୱେଲ୍‌ସକୁ ୫-୦ ଗୋଲ୍‌ରେ ମାତ୍‌ ଦେଇଛି ଇଂଲଣ୍ଡ।

ପୁରୁଷ ହକି ବିଶ୍ବକପ୍‌-୨୦୨୩ରେ ତୃତୀୟ ମ୍ୟାଚରେ ୱେଲ୍‌ସ ବିପକ୍ଷରେ ଇଂଲଣ୍ଡର ଖେଳାଳିମାନେ ଆରମ୍ଭରୁ ହିଁ ଲଢୁଆ ମନୋଭାବ ନେଇ ଖେଳିଥିଲେ। ଗୋଟିଏ ମିନିଟ୍‌ ପୂର୍ବରୁ ପାର୍କ ନିକୋଲାସ ଫିଲ୍ଡ ଗୋଲ୍‌ ଦେଇଥିଲେ। ନସେଲ ଲିଆମ୍‌ ୨୭ ଓ ୩୭ ମିନିଟରେ ପେନାଲ୍ଟି ଗୋଲ ଗୋଲ ଦେଇଥିଲେ। ସେହିପରି ୪୧ ମିନିଟରେ ରୋପେର ଫିଲ ଫିଲ୍ଡ ଗୋଲ ଦେଇଥିଲେ। ଶେଷ ମୁହୂର୍ତ୍ତରେ ଇଂଲଣ୍ଡର ବନ୍ଦୁରକ ନିକୋଲାସ ୫୭ ମିନିଟରେ ଏକ ଫିଲ୍ଡ ଗୋଲ୍‌ ଦେଇଥିଲେ।

13 Jan 2023 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର