ମାଂସ କିଣିବାକୁ ଟଙ୍କା ନଦେବାରୁ ସ୍ତ୍ରୀକୁ ପିଟି ପିଟି ହତ୍ୟା କଲା ନୃଶଂସ ସ୍ୱାମୀ

Madhusudan Das Picture
Published On

ବାରିପଦା: ସାମାନ୍ୟ କେତେଟା ଟଙ୍କା ପାଇଁ ନୃଶଂସ ହେଲା ସ୍ବାମୀ। ସାତ ଜନମର ସାଙ୍ଗ ହୋଇ ରହିବାର ପ୍ରତିଶୃତି ହୋଇଗଲା ପାଣିର ଗାର। ଅମାନବୀୟ ହୋଇ ବାଡ଼ିରେ ପିଟି ପିଟି ନିଜ ସ୍ତ୍ରୀକୁ ହତ୍ୟା କରିଛି ସ୍ବାମୀ। ମୟୁରଭଞ୍ଜ ଜିଲ୍ଲାର ବାଙ୍ଗିରିପୋଷି ଥାନା ସିମିଲା ଛକ ନିକଟରେ ଘଟିଛି ଅଭାବନୀୟ ଘଟଣା। ମୃତକ ମହିଳା ହେଲେ ନିନି ମୁଣ୍ଢା, ଅଭିଯୁକ୍ତ ସ୍ଵାମୀ ହେଲେ ଦେବେନ୍ଦ୍ର ସିଂ। ଗତକାଲି ରାତିରେ ମାଂସ ଆଣିବାକୁ ଟଙ୍କା ମାଗିଥିଲା ଅଭିଯୁକ୍ତ। କିନ୍ତୁ ରାଗ ହେଲା ଚଣ୍ଡାଳ। ଟଙ୍କା ନଦେବାରୁ ରାଗରେ ବାଡ଼ିରେ ନିଜ ସ୍ତ୍ରୀକୁ ପିଟି ଥିଲା। ସକାଳୁ ଉଠି ଦେଖିଲା ବେଳକୁ ମହିଳାଙ୍କର ଚେତା ନଥିଲା। ଘଟଣା ସମ୍ପର୍କରେ ବାଙ୍ଗିରିପୋଷି ପୋଲିସକୁ ଖବର ଦେବା ପରେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଥବା ବେଳେ ହତ୍ୟା ଅଭିଯୋଗରେ ସ୍ୱାମୀକୁ ଅଟକ ରଖିଛି ପୋଲିସ ।

ଆହୁରି ପଢ଼ନ୍ତୁ: ଡିଏପି ଏବଂ ୟୁରିଆ ବଦଳରେ କମ୍ପ୍ଲେକ୍ସ ସାର ଓ ଆମୋନିୟମ ସଲଫେଟ୍ ବ୍ୟବହାର ଉପରେ ରାଜ୍ୟ ସରକାରଙ୍କ ଗୁରୁତ୍ୱ

26 Dec 2025 By Madhusudan Das

ମାଂସ କିଣିବାକୁ ଟଙ୍କା ନଦେବାରୁ ସ୍ତ୍ରୀକୁ ପିଟି ପିଟି ହତ୍ୟା କଲା ନୃଶଂସ ସ୍ୱାମୀ

ବାରିପଦା: ସାମାନ୍ୟ କେତେଟା ଟଙ୍କା ପାଇଁ ନୃଶଂସ ହେଲା ସ୍ବାମୀ। ସାତ ଜନମର ସାଙ୍ଗ ହୋଇ ରହିବାର ପ୍ରତିଶୃତି ହୋଇଗଲା ପାଣିର ଗାର। ଅମାନବୀୟ ହୋଇ ବାଡ଼ିରେ ପିଟି ପିଟି ନିଜ ସ୍ତ୍ରୀକୁ ହତ୍ୟା କରିଛି ସ୍ବାମୀ। ମୟୁରଭଞ୍ଜ ଜିଲ୍ଲାର ବାଙ୍ଗିରିପୋଷି ଥାନା ସିମିଲା ଛକ ନିକଟରେ ଘଟିଛି ଅଭାବନୀୟ ଘଟଣା। ମୃତକ ମହିଳା ହେଲେ ନିନି ମୁଣ୍ଢା, ଅଭିଯୁକ୍ତ ସ୍ଵାମୀ ହେଲେ ଦେବେନ୍ଦ୍ର ସିଂ। ଗତକାଲି ରାତିରେ ମାଂସ ଆଣିବାକୁ ଟଙ୍କା ମାଗିଥିଲା ଅଭିଯୁକ୍ତ। କିନ୍ତୁ ରାଗ ହେଲା ଚଣ୍ଡାଳ। ଟଙ୍କା ନଦେବାରୁ ରାଗରେ ବାଡ଼ିରେ ନିଜ ସ୍ତ୍ରୀକୁ ପିଟି ଥିଲା। ସକାଳୁ ଉଠି ଦେଖିଲା ବେଳକୁ ମହିଳାଙ୍କର ଚେତା ନଥିଲା। ଘଟଣା ସମ୍ପର୍କରେ ବାଙ୍ଗିରିପୋଷି ପୋଲିସକୁ ଖବର ଦେବା ପରେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଥବା ବେଳେ ହତ୍ୟା ଅଭିଯୋଗରେ ସ୍ୱାମୀକୁ ଅଟକ ରଖିଛି ପୋଲିସ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର