ବେଆଇନ ଲିଙ୍ଗ ନିରୂପଣ ଓ ଗର୍ଭପାତ କାରବାର ଘଟଣା, ଗିରଫ ହେଲେ ହସ୍ପିଟାଲ ମାଲିକ ଓ ତାଙ୍କ ସ୍ତ୍ରୀ

The Sakala Picture
Published On

କଟକ: କଟକ ଦୋଳମୁଣ୍ଡାଇ ଓ ଅରୁଣଦାୟ ନଗର ଅଞ୍ଚଳରେ ବେଆଇନ ଲିଙ୍ଗ ନିରୂପଣ ଓ ଗର୍ଭପାତ କାରବାର ଘଟଣାରେ ହସ୍ପିଟାଲ ମାଲିକ ନିଜିତ ମହାପାତ୍ର ଓ ତାଙ୍କ ପତ୍ନୀ ମାମିନା ମହାପାତ୍ରଙ୍କୁ ଗିରଫ କରିଛି ବାଦାମବାଡ଼ି ପୋଲିସ। ଅନ୍ୟତମ ଅଭିଯୁକ୍ତ ରାମଚନ୍ଦ୍ର ଓରଫ ଭିକାରି ପରିଡା ଫେରାର ଅଛି। ଏମାନେଙ୍କ ନିକଟରୁ ଗତକାଲି ୨ଟି ପୋର୍ଟେବୁଲ ଅଲଟ୍ରାସାଉଣ୍ଡ ମେସିନ ସହିତ ଗର୍ଭପାତ ମେଡ଼ିସିନ ଜବତ ହୋଇଥିଲା। ଏନେଇ ସ୍ୱାସ୍ଥ ବିଭାଗ ଓ ଡ୍ରଗ ବିଭାଗ ପକ୍ଷରୁ ବାଦାମବାଡ଼ି […]

କଟକ: କଟକ ଦୋଳମୁଣ୍ଡାଇ ଓ ଅରୁଣଦାୟ ନଗର ଅଞ୍ଚଳରେ ବେଆଇନ ଲିଙ୍ଗ ନିରୂପଣ ଓ ଗର୍ଭପାତ କାରବାର ଘଟଣାରେ ହସ୍ପିଟାଲ ମାଲିକ ନିଜିତ ମହାପାତ୍ର ଓ ତାଙ୍କ ପତ୍ନୀ ମାମିନା ମହାପାତ୍ରଙ୍କୁ ଗିରଫ କରିଛି ବାଦାମବାଡ଼ି ପୋଲିସ। ଅନ୍ୟତମ ଅଭିଯୁକ୍ତ ରାମଚନ୍ଦ୍ର ଓରଫ ଭିକାରି ପରିଡା ଫେରାର ଅଛି। ଏମାନେଙ୍କ ନିକଟରୁ ଗତକାଲି ୨ଟି ପୋର୍ଟେବୁଲ ଅଲଟ୍ରାସାଉଣ୍ଡ ମେସିନ ସହିତ ଗର୍ଭପାତ ମେଡ଼ିସିନ ଜବତ ହୋଇଥିଲା। ଏନେଇ ସ୍ୱାସ୍ଥ ବିଭାଗ ଓ ଡ୍ରଗ ବିଭାଗ ପକ୍ଷରୁ ବାଦାମବାଡ଼ି ଥାନାରେ ଏତଲା ଦିଆଯାଇଥିଲା। ପୁଲିସ ହସ୍ପିଟାଲରେ ଅଲଟ୍ରାସାଉଣ୍ଡ କରାଯାଉଥିବାର ସିସି ଟିଭି ଫୁଟେଜକୁ ଜବତ କରିଛି। ଏହି କାରବାରରେ ନିଜିତଙ୍କ ପୁଅ କିଛି ଡାକ୍ତର ଓ କର୍ମଚାରୀ ସମ୍ପୃକ୍ତ ଥିବା ସନ୍ଦେହ କରାଯାଉଛି। ଜିଲ୍ଲା ସ୍ୱାସ୍ଥ ବିଭାଗ ପକ୍ଷରୁ ହେଲଥ ହୋମ ହସ୍ପିଟାଲର ରିନୁଆଲ ଲାଇସେନ୍ସକୁ ବାତିଲ କରିଦେବା ସହିତ ଓଟିକୁ ସିଲ କରିଦିଆଯାଇଛି ବୋଲି ଅତିରିକ୍ତ ସ୍ବସ୍ଥ୍ୟ ଅଧିକାରୀ ଡାକ୍ତର ବଟ କୃଷ୍ଣ ମହଲା ସୂଚନା ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ମଣ୍ଡିର ଗୋଲକ ଧନ୍ଦାରେ ଛନ୍ଦି ହେଲେଣି ଚାଷୀ; ଯୋଗ୍ୟ ଚାଷୀଙ୍କ ଅପେକ୍ଷା ଅଯୋଗ୍ୟ ହାତେଇଛନ୍ତି ଅଧିକ ଟାର୍ଗେଟ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp