ରାଜ୍ୟ ନିର୍ବାଚନ ଇତିହାସରେ ନୂଆପଡ଼ା ଉପନିର୍ବାଚନ ଏକ କଳଙ୍କମୟ ଅଧ୍ୟାୟ: ବିଜେଡ଼ି

ସରକାରୀ କଳର ଅପବ୍ୟବହାର ସତ୍ତ୍ୱେ, ବିଜେଡି ବିଜୟ ହେବ: ବିଜେଡି

Deviprasad Mohanty Picture
Published On

ଭୁବନେଶ୍ୱର: ନୂଆପଡା ଉପନିର୍ବାଚନରେ ବିଜେପି ସରକାରୀ କଳର ଅପବ୍ୟବହାର କରି, ଓ ଆଦର୍ଶ ଆଚରଣ ବିଧିର ଖୋଲା ଉଲ୍ଲଂଘନ କରି ନିର୍ବାଚନ ବୈତରଣୀ ପାର ହେବା ପାଇଁ ଅପଚେଷ୍ଟା କରିଛି ବୋଲି ଆଜି ବିଜୁ ଜନତା ଦଳ ଅଭିଯୋଗ କରିଛି । ଏହାସତ୍ତ୍ୱେ, ବିଜୁ ଜନତା ଦଳର ପ୍ରାର୍ଥୀନୀ  ସ୍ନେହାଙ୍ଗିନୀ ଛୁରିଆ ବିଜୟୀ ହେବେ ବୋଲି ଦୃଢୋକ୍ତି କରିଛି ବିଜେଡି ।  

ଆହୁରି ପଢ଼ନ୍ତୁ: ୨୫ ବର୍ଷ ପରେ ସମୁଦ୍ର ଗର୍ଭରୁ ବାହାରିଲା ଗଙ୍ଗା ଦେବୀ ମନ୍ଦିର ! ବାଲି ଭିତରୁ ହଠାତ୍ ଦୃଶ୍ୟମାନ ହେଲା ମନ୍ଦିରର ଚୂଡା

ଶଙ୍ଖ ଭବନରେ ବୁଧବାର ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ଦଳର ବରିଷ୍ଠ ନେତ୍ରୀ ତଥା ଦଳର ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ, ପୂର୍ବତନ ମନ୍ତ୍ରୀ ତଥା ପିଏସି ସଦସ୍ୟ ଟୁକୁନି ସାହୁ ଓ ବିଜୁ ଛାତ୍ର ଜନତା ଦଳର ସଭାପତି ଇପ୍ସିତା ସାହୁ, ନୂଆପଡା ଉପନିର୍ବାଚନରେ ହୋଇଥିବା ବିଭିନ୍ନ ଅନିୟମିତତା ଓ ସରକାରୀ କଳର ଅପବ୍ୟବହାରର ବିସ୍ତୃତ ତାଲିକା ପ୍ରଦାନ କରିବା ସହିତ ଏହା ଗଣତନ୍ତ୍ରର କଣ୍ଠରୋଧ ବୋଲି କହିଥିଲେ ।  

ଆହୁରି ପଢ଼ନ୍ତୁ: ଇ-କମର୍ସ ପାର୍ସଲ ଜରିଆରେ କରୁଥିଲେ ଗଞ୍ଜେଇ କାରବାର, ଆନ୍ତଃରାଜ୍ୟ ଡ୍ରଗ୍ସ ରାକେଟ୍ ଠାବ

ଶ୍ରୀମତୀ ପ୍ରମିଳା ମଲ୍ଲିକ କହିଥିଲେ, ବିଜେପି ଦ୍ୱାରା କରାଯାଇଥିବା ବିଭିନ୍ନ ଆଚରଣ ବିଧି ଉଲ୍ଲଂଘନ ଗୁଡିକୁ ଆମେ ରାଜ୍ୟର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲୁ, ଯାହାକୁ ଆପଣ ମାନେ ଗଣମାଧ୍ୟମରେ ପ୍ରକାଶ କରିଥିଲେ । ନିର୍ବାଚନ ପ୍ରଚାର ସମୟରେ ବିଜେପି ତରଫରୁ ଶାଢ଼ୀ ଓ ଟଙ୍କା ବଣ୍ଟନ କରାଗଲା ଯାହାର ପ୍ରାମାଣିକ ତଥ୍ୟ ସହିତ ଆମେ ନିର୍ବାଚନ ଅଧିକାରୀଙ୍କୁ ପ୍ରଦାନ କରିଥିଲୁ । ସେହିପରି, ପୂର୍ବତନ ମନ୍ତ୍ରୀ ପ୍ରୀତି ରଞ୍ଜନ ଘଡ଼ାଇଙ୍କ ବାସସ୍ଥଳୀ ଉପରେ ବିନା ସର୍ଚ୍ଚ ୱାରେଣ୍ଟରେ ଚଢ଼ାଉ କରାଯାଇଥିଲା ଓ ବିଜେଡିର ସ୍ଥାନୀୟ ନେତା ମନୋଜ ମିଶ୍ରଙ୍କ ଘରେ ଆଇଟି ରେଡ କରାଯାଇଥିଲା । ନବୀନ ପଟ୍ଟନାୟକଙ୍କ ହେଲିକେପ୍ଟରକୁ ତିନି ଘଣ୍ଟା କାଳ ବିଳମ୍ୱ କରାଯାଇଥିଲା । ସାଇଲେଣ୍ଟ ପିରିଅଡରେ ବିରୋଧୀ ଦଳର ନେତା ମାନେ ନିର୍ବାଚନ ମଣ୍ଡଳୀ ଅଞ୍ଚଳ ଛାଡି ଦେଇଥିବା ବେଳେ ବିଜେପିର ନେତା ମାନେ ସେଠାରେ ଉପସ୍ଥିତ ରହି ଟଙ୍କା ବଣ୍ଟା କାର୍ଯ୍ୟ ଜାରି ରଖିଥିଲେ । ନିର୍ବାଚନ ଚାଲିଥିବା ବେଳେ ବିଜେପି ତରଫରୁ ବୁଥ ଭିତରେ କ୍ୟାମ୍ପେନିଂ କରାଯାଉଥିଲା । ନିର୍ବାଚନ ଅଧିକାରୀଙ୍କ ପାଖରେ ଏହି ଉଲ୍ଲଂଘନ କାର୍ଯ୍ୟର ପ୍ରମାଣ ସହିତ ଅଭିଯୋଗ କରାଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳି ନଥିଲା । ବିଜେପିର ସମସ୍ତ ଆଇନ ଉଲ୍ଲଂଘନ ଉଦ୍ୟମ ସତ୍ତ୍ୱେ, ନୂଆପଡା ବାସୀ ବିଜେଡିକୁ ଅକୁଣ୍ଠ ସମର୍ଥନ ଜଣାଇଛନ୍ତି । ତେଣୁ, ଚଉଦ ତାରିଖ ଦିନ ଫଳାଫଳ ଘୋଷଣା ହେବା ବେଳେ ବିଜେଡି ପ୍ରାର୍ଥୀନୀ ଶ୍ରୀମତୀ ସ୍ନେହାଙ୍ଗିନୀ ଛୁରିଆ ବିଜୟୀ ହେବେ ବୋଲି ଶ୍ରୀମତୀ ମଲ୍ଲିକ ଦୃଢୋକ୍ତି କରିଥିଲେ । 

ଆହୁରି ପଢ଼ନ୍ତୁ: ଦୁଗ୍ଧ ଚାଷୀଙ୍କୁ ଲିଟର ପିଛା ୨ ଟଙ୍କା ଅଧିକ ଦେବାକୁ ଓମ୍‌ଫେଡ୍ ପକ୍ଷରୁ ନିଷ୍ପତ୍ତି, ସେପ୍ଟେମ୍ବର ୧୧ରୁ ଲାଗୁ

ଟୁକୁନି ସାହୁ କହିଥିଲେ, ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ କ୍ଷେତ୍ରରେ ଏବଂ ସରକାରୀ କଳର ଅପବ୍ୟବହାର କରି ନିର୍ବାଚନକୁ ପ୍ରଭାବିତ କରିବାରେ, ବିଜେପି ସମସ୍ତ ସୀମା ଉଲ୍ଲଂଘନ କରିଛି, ଯାହା ଗଣତନ୍ତ୍ରକୁ ହତ୍ୟା କରାଯାଇଛି ବୋଲି କହିଲେ ଅତୁ୍ୟକ୍ତି ହେବ ନାହିଁ । ନିର୍ବାଚନ କାର୍ଯ୍ୟରେ ନିୟୋଜିତ ସରକାରୀ କର୍ମଚାରୀ ମାନେ ବିଜେପିର ଏଜେଣ୍ଟ ଭଳି ବ୍ୟବହାର କରୁଥିଲେ । ୨୫୦ ନମ୍ୱର ବୁଥରେ ଇଭିଏମରେ ଭୋଟିଂ ବେଳେ ଯେ କୌଣସି ବଟନ ଚିପିଲେ ପଦ୍ମଫୁଲକୁ ଭୋଟ ଯାଉଛି ବୋଲି ଅଭିଯୋଗ ଆସି ସେଠାରେ ଉତ୍ତେଜନା ଦେଖା ଦେଇଥିଲା । କିନ୍ତୁ ତାକୁ ମଧ୍ୟ ଚାପି ଦିଆ ଯାଇଥିଲା । ଏଇ ସବୁକୁ ଅନୁଶୀଳନ କଲେ, ନୂଆପଡା ଉପନିର୍ବାଚନରେ ମୁକ୍ତ ଓ ଅବାଧ ନିର୍ବାଚନ ହେବା ଉକ୍ତି ଏକ ପ୍ରହସନରେ ପରିଣତ ହୋଇଥିଲା ।

ଇପ୍ସିତା ସାହୁ କହିଥିଲେ, ସମଗ୍ର ଉପନିର୍ବାଚନ ସମୟରେ ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନର ଭୂମିକା ଯେଉଁଭଳି ସରକାରୀ ଦଳକୁ ଜିତାଇବାକୁ ଖୋଲା ଖୋଲି କାର୍ଯ୍ୟ କରୁଥିଲେ, ତାହା ରାଜ୍ୟର ନିର୍ବାଚନ ଇତିହାସରେ ଏକ କଳଙ୍କମୟ ଅଧ୍ୟାୟ ହୋଇ ରହିବ । ଯେଉଁଭଳି ଭାବେ କାର୍ଯ୍ୟରତ ଡିଆଇଜିଙ୍କୁ ଛୁଟିରେ ପଠାଯାଇ ତାଙ୍କ ସ୍ଥାନରେ ଆଇଜି ହିମାଂଶୁ ଲାଲଙ୍କୁ ଦାୟିତ୍ୱ ଦିଆଯାଇଥିଲା, ତାହା ନିର୍ବାଚନ ଫଳାଫଳକୁ ପ୍ରଭାବିତ କରିବାକୁ ଏକ ସୁଚିନ୍ତିତ ଯୋଜନା ଥିଲା । ଆଶ୍ଚର୍ଯ୍ୟଜନକ ଭାବେ, ହିମାଂଶୁ ଲାଲଙ୍କ ନେତୃତ୍ୱରେ ସମଗ୍ର ପୋଲିସ ପ୍ରଶାସନ ବିଜେପି ପାଇଁ କାର୍ଯ୍ୟ କରୁଥିଲେ । ସାଇଲେଣ୍ଟ ପିରିଅଡରେ, ପୋଲିସ ପ୍ରୋଟେକସନରେ ବିଜେପି କର୍ମୀ ମାନେ ଟଙ୍କାବଣ୍ଟା କାର୍ଯ୍ୟ ସମ୍ପର୍ଣ୍ଣ କରିଥିଲେ । ବିଜେଡି କର୍ମୀ ଏହାର ଅଭିଯୋଗ ଆଣିବା ପରେ, ପୋଲିସ ଟଙ୍କା ବାଣ୍ଟୁଥିବା ଲୋକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପରିବର୍ତ୍ତେ, ଅଭିଯୋଗ ଆଣିଥିବା ବିଜେଡି କର୍ମୀଙ୍କୁ ଅଟକ ରଖିଥିଲେ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର