ନବୀନ ପଟ୍ଟନାୟକଙ୍କୁ ଭେଟିଲେ ହିଞ୍ଜିଳି ମ୍ୟୁନିସିପାଲିଟିର ବିଜେଡି ନେତା ଓ କର୍ମୀ

ବିକାଶ କାମରେ ସରକାରଙ୍କ ବୈମାତୃକ ମନୋଭାବ ଓ ଆଇନ ଶୃଙ୍ଖଳାରେ ପକ୍ଷପାତିତା ନେଇ ଆଣିଲେ ଅଭିଯୋଗ

Deviprasad Mohanty Picture
Published On

ଭୁବନେଶ୍ୱର: ଗତକାଲି ଶେରଗଡ଼ ବ୍ଲକର ବିଜେଡି କର୍ମୀ ଓ ନେତା ମାନେ ସେମାନଙ୍କ ବିଧାୟକ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ଭେଟି ସରକାରୀ ଉଦାସୀନତା ବିରୁଦ୍ଧରେ ଅଭିଯୋଗ ଆଣିଥିଲେ। ଆଜି  ହିଞ୍ଜିଳି ମ୍ୟୁନିସିପାଲଟି ବିଜୁ ଜନତା ଦଳର ନେତା  ଏବଂ କର୍ମୀମାନେ ନବୀନ ନିବାସରେ ବିଜେଡି ସଭାପତି ତଥା ବିରୋଧୀଦଳ ନେତା ନବୀନ ପଟ୍ଟନାୟକଙ୍କୁ ଭେଟି ସମାନ ଅଭିଯୋଗ କରିଛନ୍ତି।

ଆହୁରି ପଢ଼ନ୍ତୁ: ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଓଡ଼ିଶାର ୨ ଯୁବ ଆଥଲେଟଙ୍କ ମୃତ୍ୟୁ

h

ଆହୁରି ପଢ଼ନ୍ତୁ: OUSSSC ପକ୍ଷରୁ ୭୨୬୮ କନେଷ୍ଟବଳ ଏବଂ ଅଗ୍ନିଶମ କର୍ମଚାରୀ ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ

ସରକାରୀ ଅବହେଳା ଯୋଗୁଁ ହିଞ୍ଜିଳି ମ୍ୟୁନିସିପାଲଟି ଅଞ୍ଚଳରେ ବିକାଶ କାମ ସ୍ଥାଣୁ ହୋଇ ଯାଇଥିବା ଓ ଆଇନ ଶୃଙ୍ଖଳା ଅଧୋଗତି ନେଇ ବିଜେଡି ନେତା ଓ କର୍ମୀ ମାନେ ନବୀନ ପଟ୍ଟନାୟକଙ୍କୁ ଅବଗତ କରିଥିଲେ। ହିଞ୍ଜିଳି ଉପଖଣ୍ଡ ଡାକ୍ତରଖାନାରେ ଉନ୍ନତ ଭିତ୍ତିଭୂମି ଥିଲେ ମଧ୍ୟ ସରକାରଙ୍କ ଉଦାସୀନତା ଯୋଗୁଁ ଡାକ୍ତର ଓ ଷ୍ଟାଫ ଅଭାବ ଯୋଗୁଁ ଲୋକ ଉପଯୁକ୍ତ ସ୍ୱାସ୍ଥ୍ୟ ସେବା ପାଉନାହାନ୍ତି। ମ୍ୟୁନିସିପାଲିଟିରେ କର୍ମଚାରୀ ଅଭାବ ଓ ଅନ୍ୟାନ୍ୟ ସମସ୍ୟା ପ୍ରତି ସରକାର ସମ୍ପୂର୍ଣ୍ଣ ଉଦାସୀନ.ଯୋଗ୍ୟ ବ୍ୟକ୍ତିଙ୍କ ରାସନ କାର୍ଡ଼ ଓ ଭତ୍ତା ମନମୁଖୀ ଭାବରେ କାଟି ଦିଆଯାଉଛି।

ଆହୁରି ପଢ଼ନ୍ତୁ: ରେଳଧାରଣାରୁ ପୋଲିସ ASIଙ୍କ ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ

i

ଅଭିଯୁକ୍ତ  ନିର୍ଭୟରେ ବୁଲୁଥିବା ବେଳେ  ଅଭିଯୋଗ  କରୁଥିବା  ଲୋକ ନାମରେ କେସ୍ କରାଯାଉଛି। ଦଳୀୟ ମନୋଭାବ ନେଇ ପୁଲିସ ପ୍ରଶାସନର କାମ ଯୋଗୁଁ ସାଧାରଣ ଲୋକ ଥାନାକୁ ଯିବାକୁ ଭୟ କରୁଛନ୍ତି। ଏଭଳି ଅନେକ ଅଭିଯୋଗ ସମ୍ପର୍କ ରେ ବିଜେଡି ନେତା କର୍ମୀମାନେ ନବୀନ ପଟ୍ଟନାୟକଙ୍କୁ ଅବଗତ କରିବା ସହ ତାଙ୍କର ହସ୍ତକ୍ଷେପ ଲୋଡ଼ିଥିଲେ। ଶ୍ରୀ ପଟ୍ଟନାୟକ ଏ ସବୁ ଅଭିଯୋଗ ବିଷୟରେ ଜିଲ୍ଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରିବେ ବୋଲି କହିଥିଲେ ଏବଂ ହିଞ୍ଜିଳି ନିର୍ବାଚନ ମଣ୍ଡଳୀର ବିକାଶ ଓ ଲୋକଙ୍କ ଅଭାବ ଅସୁବିଧା ଦୂର କରିବା ଦିଗରେ କାମ ଜାରି ରଖିବାକୁ ପରାମର୍ଶ ଦେଇଥିଲେ।

j

ଏହି ଆଲୋଚନା ସମୟରେ ବିରୋଧୀ ଦଳ ନେତାଙ୍କ ହିଞ୍ଜିଳି ପ୍ରତିନିଧି ଦେବାନନ୍ଦ ମହାପାତ୍ରଙ୍କ ସମେତ ହିଞ୍ଜିଳି ମୁନିସିପାଲିଟିର ଚେୟାରମ୍ୟାନ୍ ସୁବାସ ପଲେଇ ରୋଗୀକଲ୍ୟାଣ ସମିତି ସଭାପତି ନୀଳମଣି ପଟ୍ଟନାୟକ, ହୃଦାନନ୍ଦ ମହାପାତ୍ର ,ମନୋଜ  ପଲେଇ ଶୋଭା ମହାରଣା  ଉପସ୍ଥିତ ଥିଲେ। ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ସିମାଞ୍ଚଳ ମହାରଣା ବିରୋଧୀ ଦଳ ନେତାଙ୍କ ଉପସ୍ଥିତିରେ ବିଜେଡିରେ ଯୋଗ ଦେଇଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର