‘ମୋ ସାଇକଲ’ ରୁ ‘ହେକ୍ସି’ ଆଉଟ୍‍

The Sakala Picture
Published On

ଭୁବନେଶ୍ୱର : ‘ମୋ ସାଇକଲ୍‍’ରୁ ‘ହେକ୍ସି’ କୁ ବିଦା କରିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। କମ୍ପାନୀ କର୍ତ୍ତୃପକ୍ଷଙ୍କ ମନମୁଖି କାର୍ଯ୍ୟ ଯୋଗୁଁ ବିଏମ୍‍ସି ଏହି କାର୍ଯ୍ୟାନୁଷ୍ଠାନ ନେଇଛି ବୋଲି ବିଭାଗୀୟ ଅଧିକାରୀ କହିଛନ୍ତି। ସହରରେ ୟାନା, ୟୁଲୁ ଓ ହେକ୍ସି ୩ କମ୍ପାନୀଟି କମ୍ପାନୀର ୨ ହଜାର ସାଇକଲ୍‍ ଚାଲିଛି। କିନ୍ତୁ ହେକ୍ସି କର୍ତ୍ତୃପକ୍ଷଙ୍କ କାର୍ଯ୍ୟରେ ଅବହେଳା ଯୋଗୁଁ ‘ମୋ ସାଇକଲ୍‍’ ବାରମ୍ବାର ସମାଲୋଚିତ ହେଉଥିବା ଅଭିଯୋଗ ହୋଇ ଆସୁଥିଲା। କାରଣ ହେକ୍ସିର ସର୍ବାଧିକ ୧ ହଜାର […]

ଭୁବନେଶ୍ୱର : ‘ମୋ ସାଇକଲ୍‍’ରୁ ‘ହେକ୍ସି’ କୁ ବିଦା କରିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। କମ୍ପାନୀ କର୍ତ୍ତୃପକ୍ଷଙ୍କ ମନମୁଖି କାର୍ଯ୍ୟ ଯୋଗୁଁ ବିଏମ୍‍ସି ଏହି କାର୍ଯ୍ୟାନୁଷ୍ଠାନ ନେଇଛି ବୋଲି ବିଭାଗୀୟ ଅଧିକାରୀ କହିଛନ୍ତି। ସହରରେ ୟାନା, ୟୁଲୁ ଓ ହେକ୍ସି ୩ କମ୍ପାନୀଟି କମ୍ପାନୀର ୨ ହଜାର ସାଇକଲ୍‍ ଚାଲିଛି। କିନ୍ତୁ ହେକ୍ସି କର୍ତ୍ତୃପକ୍ଷଙ୍କ କାର୍ଯ୍ୟରେ ଅବହେଳା ଯୋଗୁଁ ‘ମୋ ସାଇକଲ୍‍’ ବାରମ୍ବାର ସମାଲୋଚିତ ହେଉଥିବା ଅଭିଯୋଗ ହୋଇ ଆସୁଥିଲା। କାରଣ ହେକ୍ସିର ସର୍ବାଧିକ ୧ ହଜାର ସାଇକଲ୍‍ ଥିବା ବେଳେ ଚୁକ୍ତି ଅନୁଯାୟୀ କମ୍ପାନୀ ସାଇକଲ୍‍ଗୁଡ଼ିକର ଯତ୍ନ ନେଉ ନ ଥିଲା। ବିଶେଷକରି କରୋନା ପରେ କମ୍ପାନୀ କର୍ତ୍ତୃପକ୍ଷଙ୍କୁ ନିଜ ସାଇକଲ୍‍ ମରାମତି ସହିତ ଅନ୍ୟାନ୍ୟ ଆନୁଷଙ୍ଗିକ ବ୍ୟବସ୍ଥା ଠିକ୍‍ କରିବା ପାଇଁ ମୋ ସାଇକଲ୍‍ ପରିଚାଳନା ସଂସ୍ଥା ବିଏମ୍‍ସି ପକ୍ଷରୁ କୁହାଯାଇଥିଲା। କିନ୍ତୁ କମ୍ପାନୀ କର୍ତ୍ତୃପକ୍ଷ ଏଥିପ୍ରତି ଗୁରୁତ୍ୱ ଦେଇ ନ ଥିଲେ। ଫଳରେ ଚୁକ୍ତି ଖିଲାପ ହୋଇଥିବା ଦର୍ଶାଯାଇ ବିଏମ୍‍ସି ପକ୍ଷରୁ କମ୍ପାନୀକୁ କାରଣ ଦର୍ଶାଅ ନୋଟିସ୍‍ କରାଯାଇଥିଲା। ଏଥିରେ ସେମାନେ କୌଣସି ଉତ୍ତର ଦେଇ ନାହାନ୍ତି। ଫଳରେ ବିଏମ୍‍ସି ଏହି କମ୍ପାନି ସହିତ ଚୁକ୍ତି ବାତିଲ୍‍ କରିବା ସହ କମ୍ପାନୀକୁ କଳାତାଲିକା ଭୁକ୍ତ କରିବା ପାଇଁ ପ୍ରକ୍ରିୟା ଆରମ୍ଭ କରିଛି।

ଆହୁରି ପଢ଼ନ୍ତୁ: ଘର କବାଟ ଭାଙ୍ଗି ଆଲମିରାରୁ ୮ ଭରି ସୁନା ସମେତ ନଗଦ ୩ ଲକ୍ଷ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

ବିଏମ୍‍ସିର ଜଣେ ବରିଷ୍ଠ ଅଧିକାରୀଙ୍କ କହିବା ଅନୁଯାୟୀ ଯେତେବେଳେ ମୋ ସାଇକଲ୍‍ ପରିଚାଳନା ଭାର କ୍ରୁଟ୍‍ ଉପରେ ଥିଲା, ସେହି ସମୟରେ ହେକ୍ସିର ଅବହେଳା ଓ ମନମୁଖି କାର୍ଯ୍ୟପାଇଁ କ୍ରୁଟ୍‍ ଉକ୍ତ ସଂସ୍ଥାକୁ ବାରମ୍ବାର ତାଗିଦ କରୁଥିଲା। ଏହା ପରେ ବି କମ୍ପାନୀ କର୍ତ୍ତୃପକ୍ଷେ ଏଥିପ୍ରତି ଧ୍ୟାନ ଦେଇ ନ ଥିବାରୁ ହେକ୍ସିକୁ ୯୫ ଲକ୍ଷ ଟଙ୍କା ଜରିମାନା କରାଯାଇଥିଲା। ଇତି ମଧ୍ୟରେ ‘ମୋ ସାଇକଲ୍‍’ର ପରିଚାଳନା ଭାର କ୍ରୁଟ୍‍ ଠାରୁ ବିଏମ୍‍ସି ହାତକୁ ଆସିଛି। ତେବେ ଏହି ଜରିମାନା ଅର୍ଥ ଆଦାୟ କରିବା ପାଇଁ ବିଏମ୍‍ସି ପ୍ରକ୍ରିୟା ଆରମ୍ଭ କରିବା ପରେ ହେକ୍ସି ମନମୁଖି କାର୍ଯ୍ୟ ଆରମ୍ଭ କରଥିଲା। ଜରିମାନା ଅର୍ଥ ନ ଦେବା ପାଇଁ କମ୍ପାନୀ ଚାହୁଁଥିବା ବେଳେ ନିଜର ଚୁକ୍ତି ମଧ୍ୟ ଅନୁପାଳନ କରୁନାହିଁ।

ଆହୁରି ପଢ଼ନ୍ତୁ: ବିଧାନସଭାର ସ୍ୱତନ୍ତ୍ର ଅଧିବେଶନରେ ମହିଳା ସଂରକ୍ଷଣ ନେଇ ବିଜେପି ଉପରେ ବର୍ଷିଲେ ନବୀନ

ଯାହାକୁ ନେଇ ହେକ୍ସିକୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଥିଲା। ସାଇକଲ ସଫା ନ କରିବା ସହିତ ଫାଇନ୍‍ ନ ଦେବା ଭଳି ଚୁକ୍ତିର ୪ ନିୟମ ଖିଲାପ କରିଛି। ତେଣୁ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ହେକ୍ସି ସହିତ ଚୁକ୍ତି ବାତିଲ୍‍ କରାଯିବା ସହିତ ତାକୁ କଳାତାଲିକାଭୁକ୍ତ କରିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ସୂଚନା ଥାଉ କି ପ୍ରତି ସାଇକଲ୍‍କୁ ସରକାର ୨୫ ହଜାର ଟଙ୍କା ଦେଇ ୨ ହଜାର ସାଇକଲ୍‍କୁ ମୋଟ୍‍ ୫ କୋଟି ଟଙ୍କାରେ ୩ ଟି କମ୍ପାନୀଠାରୁ କ୍ରୟ କରିଥିବା ବେଳେ ରକ୍ଷଣାବେକ୍ଷଣ ବାବଦକୁ ସାଇକଲ୍‍ ପିଛା ବାର୍ଷିକ ୫ ହଜାର ଟଙ୍କା ଦିଆଯାଉଛି।

ଆହୁରି ପଢ଼ନ୍ତୁ: ଓଏମପି ସ୍ଥିତ ଷଷ୍ଠ ବାଟାଲିୟନ ପରିସରରେ ପୋଲିସକୁ ଧାରୁଆ ଅସ୍ତ୍ରରେ ଆକ୍ରମଣ, ୩ କର୍ମଚାରୀ ଆହତ

ଦୁଇ ସପ୍ତାହରେ ଆସିବ ‘ମୋ ସାଇକଲ’ ଆପ୍‍

ହେକ୍ସିକୁ କଳା ତାଲିକାଭୁକ୍ତ କରିବା ପରେ ବିଏମ୍‍ସି ମୋ ସାଇକଲ ଗତି ବଢ଼ାଇବା ଲକ୍ଷ୍ୟରେ ରହିଛି। ଏଥିପାଇଁ ଆସନ୍ତା ୨ ସପ୍ତାହ ମଧ୍ୟରେ ମୋ ସାଇକଲ୍‍ ଆପ୍‍ କାର୍ଯ୍ୟକାରୀ କରାଯିବ ବୋଲି ଜଣାପଡ଼ିଛି। ପୂର୍ବରୁ ତିନୋଟି ସାଇକଲ୍‍ କମ୍ପାନୀ ନିଜ ନିଜ ଆପ୍‍ ରଖିଥିଲେ। କିନ୍ତୁ ବାରମ୍ବାର ହେକ୍ସି ଆପ୍‍ରେ ସମସ୍ୟା ସୃଷ୍ଟି ହେଉଥିବା ଅଭିଯୋଗ ହେଉଥିଲା। ଯାହା ପରେ ବିଏମ୍‍ସି ଏହି ସମସ୍ତ ସାଇକଲ୍‍କୁ ଗୋଟିଏ ଆପ୍‍ରେ ରଖିବା ପାଇଁ ଯୋଜନା କରିଛି। ଅନ୍ୟପଟେ ମୋ ସାଇକଲ ଷ୍ଟାଣ୍ଡଗୁଡ଼ିକର ବର୍ତ୍ତମାନ ପୁନରୁଦ୍ଧାର କରାଯାଉଛି। କିପରି ଲୋକମାନେ ମୋ ସାଇକଲ୍‍ ବ୍ୟବହାର କରିବା ପ୍ରତି ଆଗ୍ରହ ପ୍ରକାଶ କରିବେ ସେଥିପ୍ରତି ବିଶେଷ ଧ୍ୟାନ ଦେବାକୁ ବିଏମ୍‍ସି ଲକ୍ଷ୍ୟ ରଖିଛି।

19 Mar 2021 By The Sakala

‘ମୋ ସାଇକଲ’ ରୁ ‘ହେକ୍ସି’ ଆଉଟ୍‍

ଭୁବନେଶ୍ୱର : ‘ମୋ ସାଇକଲ୍‍’ରୁ ‘ହେକ୍ସି’ କୁ ବିଦା କରିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। କମ୍ପାନୀ କର୍ତ୍ତୃପକ୍ଷଙ୍କ ମନମୁଖି କାର୍ଯ୍ୟ ଯୋଗୁଁ ବିଏମ୍‍ସି ଏହି କାର୍ଯ୍ୟାନୁଷ୍ଠାନ ନେଇଛି ବୋଲି ବିଭାଗୀୟ ଅଧିକାରୀ କହିଛନ୍ତି। ସହରରେ ୟାନା, ୟୁଲୁ ଓ ହେକ୍ସି ୩ କମ୍ପାନୀଟି କମ୍ପାନୀର ୨ ହଜାର ସାଇକଲ୍‍ ଚାଲିଛି। କିନ୍ତୁ ହେକ୍ସି କର୍ତ୍ତୃପକ୍ଷଙ୍କ କାର୍ଯ୍ୟରେ ଅବହେଳା ଯୋଗୁଁ ‘ମୋ ସାଇକଲ୍‍’ ବାରମ୍ବାର ସମାଲୋଚିତ ହେଉଥିବା ଅଭିଯୋଗ ହୋଇ ଆସୁଥିଲା। କାରଣ ହେକ୍ସିର ସର୍ବାଧିକ ୧ ହଜାର ସାଇକଲ୍‍ ଥିବା ବେଳେ ଚୁକ୍ତି ଅନୁଯାୟୀ କମ୍ପାନୀ ସାଇକଲ୍‍ଗୁଡ଼ିକର ଯତ୍ନ ନେଉ ନ ଥିଲା। ବିଶେଷକରି କରୋନା ପରେ କମ୍ପାନୀ କର୍ତ୍ତୃପକ୍ଷଙ୍କୁ ନିଜ ସାଇକଲ୍‍ ମରାମତି ସହିତ ଅନ୍ୟାନ୍ୟ ଆନୁଷଙ୍ଗିକ ବ୍ୟବସ୍ଥା ଠିକ୍‍ କରିବା ପାଇଁ ମୋ ସାଇକଲ୍‍ ପରିଚାଳନା ସଂସ୍ଥା ବିଏମ୍‍ସି ପକ୍ଷରୁ କୁହାଯାଇଥିଲା। କିନ୍ତୁ କମ୍ପାନୀ କର୍ତ୍ତୃପକ୍ଷ ଏଥିପ୍ରତି ଗୁରୁତ୍ୱ ଦେଇ ନ ଥିଲେ। ଫଳରେ ଚୁକ୍ତି ଖିଲାପ ହୋଇଥିବା ଦର୍ଶାଯାଇ ବିଏମ୍‍ସି ପକ୍ଷରୁ କମ୍ପାନୀକୁ କାରଣ ଦର୍ଶାଅ ନୋଟିସ୍‍ କରାଯାଇଥିଲା। ଏଥିରେ ସେମାନେ କୌଣସି ଉତ୍ତର ଦେଇ ନାହାନ୍ତି। ଫଳରେ ବିଏମ୍‍ସି ଏହି କମ୍ପାନି ସହିତ ଚୁକ୍ତି ବାତିଲ୍‍ କରିବା ସହ କମ୍ପାନୀକୁ କଳାତାଲିକା ଭୁକ୍ତ କରିବା ପାଇଁ ପ୍ରକ୍ରିୟା ଆରମ୍ଭ କରିଛି।

ବିଏମ୍‍ସିର ଜଣେ ବରିଷ୍ଠ ଅଧିକାରୀଙ୍କ କହିବା ଅନୁଯାୟୀ ଯେତେବେଳେ ମୋ ସାଇକଲ୍‍ ପରିଚାଳନା ଭାର କ୍ରୁଟ୍‍ ଉପରେ ଥିଲା, ସେହି ସମୟରେ ହେକ୍ସିର ଅବହେଳା ଓ ମନମୁଖି କାର୍ଯ୍ୟପାଇଁ କ୍ରୁଟ୍‍ ଉକ୍ତ ସଂସ୍ଥାକୁ ବାରମ୍ବାର ତାଗିଦ କରୁଥିଲା। ଏହା ପରେ ବି କମ୍ପାନୀ କର୍ତ୍ତୃପକ୍ଷେ ଏଥିପ୍ରତି ଧ୍ୟାନ ଦେଇ ନ ଥିବାରୁ ହେକ୍ସିକୁ ୯୫ ଲକ୍ଷ ଟଙ୍କା ଜରିମାନା କରାଯାଇଥିଲା। ଇତି ମଧ୍ୟରେ ‘ମୋ ସାଇକଲ୍‍’ର ପରିଚାଳନା ଭାର କ୍ରୁଟ୍‍ ଠାରୁ ବିଏମ୍‍ସି ହାତକୁ ଆସିଛି। ତେବେ ଏହି ଜରିମାନା ଅର୍ଥ ଆଦାୟ କରିବା ପାଇଁ ବିଏମ୍‍ସି ପ୍ରକ୍ରିୟା ଆରମ୍ଭ କରିବା ପରେ ହେକ୍ସି ମନମୁଖି କାର୍ଯ୍ୟ ଆରମ୍ଭ କରଥିଲା। ଜରିମାନା ଅର୍ଥ ନ ଦେବା ପାଇଁ କମ୍ପାନୀ ଚାହୁଁଥିବା ବେଳେ ନିଜର ଚୁକ୍ତି ମଧ୍ୟ ଅନୁପାଳନ କରୁନାହିଁ।

ଯାହାକୁ ନେଇ ହେକ୍ସିକୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଥିଲା। ସାଇକଲ ସଫା ନ କରିବା ସହିତ ଫାଇନ୍‍ ନ ଦେବା ଭଳି ଚୁକ୍ତିର ୪ ନିୟମ ଖିଲାପ କରିଛି। ତେଣୁ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ହେକ୍ସି ସହିତ ଚୁକ୍ତି ବାତିଲ୍‍ କରାଯିବା ସହିତ ତାକୁ କଳାତାଲିକାଭୁକ୍ତ କରିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ସୂଚନା ଥାଉ କି ପ୍ରତି ସାଇକଲ୍‍କୁ ସରକାର ୨୫ ହଜାର ଟଙ୍କା ଦେଇ ୨ ହଜାର ସାଇକଲ୍‍କୁ ମୋଟ୍‍ ୫ କୋଟି ଟଙ୍କାରେ ୩ ଟି କମ୍ପାନୀଠାରୁ କ୍ରୟ କରିଥିବା ବେଳେ ରକ୍ଷଣାବେକ୍ଷଣ ବାବଦକୁ ସାଇକଲ୍‍ ପିଛା ବାର୍ଷିକ ୫ ହଜାର ଟଙ୍କା ଦିଆଯାଉଛି।

ଦୁଇ ସପ୍ତାହରେ ଆସିବ ‘ମୋ ସାଇକଲ’ ଆପ୍‍

ହେକ୍ସିକୁ କଳା ତାଲିକାଭୁକ୍ତ କରିବା ପରେ ବିଏମ୍‍ସି ମୋ ସାଇକଲ ଗତି ବଢ଼ାଇବା ଲକ୍ଷ୍ୟରେ ରହିଛି। ଏଥିପାଇଁ ଆସନ୍ତା ୨ ସପ୍ତାହ ମଧ୍ୟରେ ମୋ ସାଇକଲ୍‍ ଆପ୍‍ କାର୍ଯ୍ୟକାରୀ କରାଯିବ ବୋଲି ଜଣାପଡ଼ିଛି। ପୂର୍ବରୁ ତିନୋଟି ସାଇକଲ୍‍ କମ୍ପାନୀ ନିଜ ନିଜ ଆପ୍‍ ରଖିଥିଲେ। କିନ୍ତୁ ବାରମ୍ବାର ହେକ୍ସି ଆପ୍‍ରେ ସମସ୍ୟା ସୃଷ୍ଟି ହେଉଥିବା ଅଭିଯୋଗ ହେଉଥିଲା। ଯାହା ପରେ ବିଏମ୍‍ସି ଏହି ସମସ୍ତ ସାଇକଲ୍‍କୁ ଗୋଟିଏ ଆପ୍‍ରେ ରଖିବା ପାଇଁ ଯୋଜନା କରିଛି। ଅନ୍ୟପଟେ ମୋ ସାଇକଲ ଷ୍ଟାଣ୍ଡଗୁଡ଼ିକର ବର୍ତ୍ତମାନ ପୁନରୁଦ୍ଧାର କରାଯାଉଛି। କିପରି ଲୋକମାନେ ମୋ ସାଇକଲ୍‍ ବ୍ୟବହାର କରିବା ପ୍ରତି ଆଗ୍ରହ ପ୍ରକାଶ କରିବେ ସେଥିପ୍ରତି ବିଶେଷ ଧ୍ୟାନ ଦେବାକୁ ବିଏମ୍‍ସି ଲକ୍ଷ୍ୟ ରଖିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର