କୋଭିଡର କେବେ ବି ଅନ୍ତ ହେବ ନାହିଁ, ଗୋଟିଏ ପରେ ଗୋଟିଏ ଭାରିଆଣ୍ଟ ଆସିବ : ବିଜୟ ମହାପାତ୍ର

The Sakala Picture
Published On

ଭୁବନେଶ୍ବର : ରାଜ୍ୟରେ ସଂକ୍ରମଣ ହାର କିଛିଟା କମିଛି । ପୂର୍ବରୁ ୧୦ ହଜାର ଉପରେ ରହୁଥିବା ସଂକ୍ରମଣ ହ୍ରାର ଏବେ କମି ୭ ହଜାରରେ ରହିଛି। ଗତକାଲିଠୁ କିନ୍ତୁ ଆସି ଦୈନିକ ସଂକ୍ରମଣ ବୃଦ୍ଧି ପାଇଛି । ଗତକାଲି ରାଜ୍ୟରେ  ୫ ହଜାର ୮୯୧ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଆଜି ୭ ହଜାର ୪୨୬ କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ଏପରି ଉପର ତଳ ହେଉଛି କରୋନା ଗ୍ରାଫ। ରାଜ୍ୟରେ ଏପରି କରୋନା […]

ଭୁବନେଶ୍ବର : ରାଜ୍ୟରେ ସଂକ୍ରମଣ ହାର କିଛିଟା କମିଛି । ପୂର୍ବରୁ ୧୦ ହଜାର ଉପରେ ରହୁଥିବା ସଂକ୍ରମଣ ହ୍ରାର ଏବେ କମି ୭ ହଜାରରେ ରହିଛି। ଗତକାଲିଠୁ କିନ୍ତୁ ଆସି ଦୈନିକ ସଂକ୍ରମଣ ବୃଦ୍ଧି ପାଇଛି । ଗତକାଲି ରାଜ୍ୟରେ  ୫ ହଜାର ୮୯୧ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଆଜି ୭ ହଜାର ୪୨୬ କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ଏପରି ଉପର ତଳ ହେଉଛି କରୋନା ଗ୍ରାଫ।

ଆହୁରି ପଢ଼ନ୍ତୁ: ଉତ୍ତର ଆଣ୍ଡାମାନରେ ପଶିଲା ଘୂର୍ଣ୍ଣିବଳୟ; ଆଜି ସନ୍ଧ୍ୟା ସୁଦ୍ଧା ଲଘୁଚାପ ସମ୍ଭାବନା, ୨୨ରୁ ରାଜ୍ୟରେ ବଢ଼ିବ ବର୍ଷାର ପରିମାଣ

ରାଜ୍ୟରେ ଏପରି କରୋନା ସଂକ୍ରମଣ ସ୍ଥିତି ନେଇ ପ୍ରତିକ୍ରିୟା ରଖିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର । ବିଜୟ ମହାପାତ୍ର କହିଛନ୍ତି କି କୋଭିଡ-୧୯ର କେବେ ବି ଅନ୍ତ ହେବ ନାହିଁ । ଭାଇରସର ଗୋଟିଏ ପରେ ଗୋଟିଏ ଭାରିଆଣ୍ଟ ଆସିବ । କାରଣ ଭାଇରସ ତା’ର ରୂପ ବଦଳାଇ ଥାଏ । ଆଲଫା ପରେ ଡେଲଟା ଓ ତା’ର ସବ-ଭାରିଆଣ୍ଟ ଆସିଲା । ଏହା ପରେ ଏବେ ଓମିକ୍ରନ ଏବଂ ତା’ର ସବ ଭାରିଆଣ୍ଟ ଆସିଛି । ଏମିତି ବି ଏବେ ହୋଇଥିବ ଅନେକ ନୂଆ ଭାରିଆଣ୍ଟ ଆସିଥିବ ଆମେ ଜାଣି ନଥିବା ।

ଆହୁରି ପଢ଼ନ୍ତୁ: କାଲିଠୁ ବିଧାନସଭାର ମୌସୁମୀ ଅଧିବେଶନ: ବିଭିନ୍ନ ପ୍ରସଙ୍ଗରେ ପ୍ରବଳ ବିରୋଧର ସମ୍ମୁଖୀନ ହୋଇପାରନ୍ତି ରାଜ୍ୟ ସରକାର

ଓମିକ୍ରନର ପ୍ରଭାବ କମିଗଲେ ହୁଏତ ନୂଆ ଭାରିଆଣ୍ଟ ଆସିପାରେ । ବର୍ତ୍ତମାନ ବି କୋଭିଡ ଉପରେ ଗବେଷଣା ଚାଲିଛି । ଯେବେ ପାଣ୍ଡେମିକ ବା କୌଣସି ଭାରିଆଣ୍ଟ ଖସେ ତାହା ତଳ ଉପର ହୋଇଥାଏ । ରାଜ୍ୟରେ ବର୍ତ୍ତମାନ ସଂକ୍ରମଣ ତଳ ଉପର ହେବାରେ ଲାଗିଛି । ମାତ୍ର ଏଥିପାଇଁ ଆତଙ୍କିତ ହେବାର ଆବଶ୍ୟକତା ନାହିଁ ବୋଲି କହିଛନ୍ତି ବିଜୟ ମହାପାତ୍ର ।

ଆହୁରି ପଢ଼ନ୍ତୁ: ବାଲେଶ୍ୱରରୁ ଉଦ୍ଧାର ୫ ଓରାଙ୍ଗଓଟାନ ଛୁଆଙ୍କ ସ୍ୱାସ୍ଥ୍ୟବସ୍ଥାରେ ସୁଧାର, ନନ୍ଦନକାନନରେ ଚାଲିଛି ଚିକିତ୍ସା

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର