ଭଙ୍ଗା ଘରେ ଚାଲିଛି ସ୍ବାସ୍ଥ୍ୟସେବା

The Sakala Picture
Published On

ଭୁବନେଶ୍ୱର: ରାଜଧାନୀ ଉପକଣ୍ଠ ପାହାଳ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରର ନୂତନ ଗୃହ ନିର୍ମାଣକୁ ଇତିମଧ୍ୟରେ ବର୍ଷେ ବିତି ଯାଇଥିଲେ ଏପର୍ଯ୍ୟନ୍ତ ତାହା ଉଦ୍‌ଘାଟନ ହୋଇପାରି ନାହିଁ। ପ୍ରାୟ ୩୦ବର୍ଷ ପୂର୍ବରୁ ଏଠାରେ ସ୍ଥାନୀୟ ଲୋକଙ୍କ ସହାୟତାରେ ସ୍ବାସ୍ଥ୍ୟକେନ୍ଦ୍ର ପାଇଁ ଏକ ଆଜବେଷ୍ଟସ୍ ଘର ନିର୍ମାଣ କରାଯାଇଥିଲା। ସେବେଠାରୁ ହଂସପାଳ, ରୁଦ୍ରପୁର, ହରିଦାସପୁର, ବଙ୍ଗୁଆରି, ପାହାଳ, ଯୋହଳ, ଜୟପୁର ଆଦି ଅଞ୍ଚଳର ପ୍ରାୟ ୭ ହଜାର ଲୋକ ଏହି ଡାକ୍ତରଖାନା ଉପରେ ନିର୍ଭର କରି ଆସୁଛନ୍ତି। କିନ୍ତୁ ସ୍ବାସ୍ଥ୍ୟକେନ୍ଦ୍ରଟି ବହୁପୁରୁଣା […]

ଭୁବନେଶ୍ୱର: ରାଜଧାନୀ ଉପକଣ୍ଠ ପାହାଳ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରର ନୂତନ ଗୃହ ନିର୍ମାଣକୁ ଇତିମଧ୍ୟରେ ବର୍ଷେ ବିତି ଯାଇଥିଲେ ଏପର୍ଯ୍ୟନ୍ତ ତାହା ଉଦ୍‌ଘାଟନ ହୋଇପାରି ନାହିଁ। ପ୍ରାୟ ୩୦ବର୍ଷ ପୂର୍ବରୁ ଏଠାରେ ସ୍ଥାନୀୟ ଲୋକଙ୍କ ସହାୟତାରେ ସ୍ବାସ୍ଥ୍ୟକେନ୍ଦ୍ର ପାଇଁ ଏକ ଆଜବେଷ୍ଟସ୍ ଘର ନିର୍ମାଣ କରାଯାଇଥିଲା। ସେବେଠାରୁ ହଂସପାଳ, ରୁଦ୍ରପୁର, ହରିଦାସପୁର, ବଙ୍ଗୁଆରି, ପାହାଳ, ଯୋହଳ, ଜୟପୁର ଆଦି ଅଞ୍ଚଳର ପ୍ରାୟ ୭ ହଜାର ଲୋକ ଏହି ଡାକ୍ତରଖାନା ଉପରେ ନିର୍ଭର କରି ଆସୁଛନ୍ତି। କିନ୍ତୁ ସ୍ବାସ୍ଥ୍ୟକେନ୍ଦ୍ରଟି ବହୁପୁରୁଣା ଘରେ ଚାଲୁଥିବା ବେଳେ ଫନୀ ବାତ୍ୟାରେ ଏହା ଅଧିକ ଭାଙ୍ଗିରୁଜି ଯାଇ ଜରାଜୀର୍ଣ୍ଣ ଅବସ୍ଥାକୁ ଚାଲି ଆସିଛି । ଫଳରେ ପୁରୁଣା ଡାକ୍ତରଖାନା ପରିସରରେ ପୂର୍ତ୍ତ ବିଭାଗ ପକ୍ଷରୁ ନୂତନ ଗୃହ ନିର୍ମାଣ କରାଯାଇଥିଲା । କାର୍ଯ୍ୟାରମ୍ଭର ୨ବର୍ଷ ମଧ୍ୟରେ ଗୃହ ନିର୍ମାଣ ଶେଷ ହୋଇଥିଲେ ବି ପରିଚାଳନାଗତ ତ୍ରୁଟି ଓ ପ୍ରଶାସନିକ ଇଚ୍ଛାଶକ୍ତିର ଅଭାବ ଯୋଗୁ ପ୍ରାୟ ବର୍ଷେ ହେଲା ଏହା ଉଦ୍‌ଘାଟନ ହୋଇ ନାହିଁ ।

ଆହୁରି ପଢ଼ନ୍ତୁ: ନଭେମ୍ବର ପହିଲାରୁ ଖୋଲିବ ଶିମିଳିପାଳ: ଦୈନିକ ୬୦ଟି ଗାଡ଼ିକୁ ପ୍ରବେଶ ଅନୁମତି

ଫଳରେ ସେଇ ପୁରୁଣା ଭଙ୍ଗା ଆଜବେଷ୍ଟସ୍ ଘରେ ଚାଲିଛି ସ୍ବାସ୍ଥ୍ୟସେବା। ୧୬ ନମ୍ବର ଜାତୀୟ ରାଜପଥ କଡ଼ରେ ପାହାଳ ବଜାର ନିକଟରେ ରହିଛି ପାହାଳ ସହରାଞ୍ଚଳ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର । ପୂର୍ବରୁ ପାହାଳ ପଞ୍ଚାୟତ ଅଧୀନରେ ଥିବା ସମୟରେ ପଞ୍ଚାୟତବାସିନ୍ଦାଙ୍କ ଅର୍ଥରେ ପାହାଳ ଡାକ୍ତରଖାନା ପ୍ରତିଷ୍ଠା କରାଯାଇଥିଲା। ଏଥିପାଇଁ ସରକାର କେବଳ ଡାକ୍ତରଙ୍କୁ ନିଯୁକ୍ତ କରିଥିଲେ । ଡାକ୍ତରଖାନା ପରିସରରେ ୨୦୧୭ ମସିହାରେ ତତ୍କାଳୀନ ସ୍ଵାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନାଙ୍କ ଦ୍ବାରା ନୂତନ ଗୃହର ଶିଳାନ୍ୟାସ କରାଯାଇଥିଲା। ଏଥିରେ ରୋଗୀମାନଙ୍କ ଉନ୍ନତ ଚିକିତ୍ସା ପାଇଁ ସମସ୍ତ ଉପକରଣ ସହ କନଫରେନ୍ସ ହଲ୍ ଆଉଟ୍‌ଡୋର, ଔଷଧ ବିତରଣ କେନ୍ଦ୍ର ସମେତ ୩ଟି ଚିକିତ୍ସା ଗୃହ ନିର୍ମାଣ କରାଯାଇଛି। ୬୭ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ଏହି ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରର ସମସ୍ତ କାର୍ଯ୍ୟ ଶେଷ ହୋଇଛି। ଗୃହ ନିର୍ମାଣ କାର୍ଯ୍ୟ କରୁଥିବା ଘରୋଇ ସଂସ୍ଥା ଆର୍ ଆଣ୍ଡ ବି (ରୋଡ ଆଣ୍ଡ ବିଲଡିଂ) ଡିଭଜନ୍ ୪କୁ ହନ୍ତାନ୍ତର ମଧ୍ୟ କରିସାରିଛି । ହେଲେ ଏପର୍ଯ୍ୟନ୍ତ ନୂତନ ସ୍ବାସ୍ଥ୍ୟ କେନ୍ଦ୍ରର ଉଦ୍‌ଘାଟନ ହୋଇ ନ ଥିବାରୁ ତାହା କାର୍ଯ୍ୟକ୍ଷମ ହୋଇ ପାରିନାହିଁ। ଏହି ନୂତନ ଗୃହର କାର୍ଯ୍ୟକ୍ଷମ ହୋଇ ନ ପାରିବାର କାରଣ ଏପର୍ଯ୍ୟନ୍ତ ଅସ୍ପଷ୍ଟ ।

ଆହୁରି ପଢ଼ନ୍ତୁ: ସମ୍ବଲପୁରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଡିଭାଇଡରରେ ପିଟି ହେଲା ସ୍କର୍ପିଓ, ଶାଶୂ ଓ ଜ୍ୱାଇଁଙ୍କ ମୃତ୍ୟୁ

ସେହିପରି ଡାକ୍ତରଖାନା ପରିସରରେ ପୂର୍ବରୁ ଷ୍ଟାଫ୍ ନର୍ସ କ୍ୱାର୍ଟର୍ସ, ଡାକ୍ତରଙ୍କ ରହଣି ପାଇଁ କ୍ୱାର୍ଟର୍ସ ନିର୍ମାଣ ହୋଇଥିଲେ ମଧ୍ୟ ତାହା ବର୍ଷବର୍ଷ ଧରି ଫାଙ୍କା ପଡ଼ିଛି। ଏନେଇ ସ୍ଥାନୀୟ ପୂର୍ବତନ କର୍ପୋରେଟର ଗାୟତ୍ରୀ ଲେଙ୍କା କହିଛନ୍ତି ଯେ, ଜାତୀୟ ରାଜପଥରେ ପ୍ରତିଦିନ ଦୁର୍ଘଟଣାକୁ ଦୃଷ୍ଟିରେ ରଖ୍ ଏହି ନୂତନ ହସ୍ପିଟାଲ ଗୃହ ନିର୍ମାଣ ହୋଇଥିଲା। ଖୁବ୍‌ଶୀଘ୍ର ଏହାକୁ କାର୍ଯ୍ୟକ୍ଷମ କରାଯିବା ପାଇଁ ବ୍ୟବସ୍ଥା କରାଯାଉଛି। ଏହି ନୂତନ ସ୍ବାସ୍ଥ୍ୟକେନ୍ଦ୍ର ଶୀଘ୍ର କାର୍ଯ୍ୟକ୍ଷମ ହେଲେ ସ୍ଥାନୀୟ କି ବାସିନ୍ଦାଙ୍କ ସମେତ ଯାତ୍ରୀମାନେ ମଧ୍ୟ ଉପକୃତ । ହୋଇପାରିବେ ବୋଲି ଶ୍ରୀମତୀ ଲେଙ୍କା କହିଛନ୍ତି।

ଆହୁରି ପଢ଼ନ୍ତୁ: ଜଙ୍ଗଲରୁ ନିଖୋଜ ନାବାଳିକାଙ୍କ ଗଳିତ ମୃତଦେହ ଉଦ୍ଧାର, ଗଣଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର