ହବିଷ୍ୟାଳୀ ଯୋଜନା, ୩ରୁ ଆରମ୍ଭ ହେବ ଅନ୍‌‌ଲାଇନରେ ନାମ ପଞ୍ଜୀକରଣ

The Sakala Picture
Published On

ପୁରୀ: ଶ୍ରୀକ୍ଷେତ୍ର ପୁରୀରେ ପ୍ରତିବର୍ଷ ଧର୍ମମାସ କାର୍ତ୍ତିକରେ ‘ରାଇଦାମୋଦର ବ୍ରତ’ ପାଳନ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ହବିଷ୍ୟାଳୀ ଯୋଜନା କାର୍ଯ୍ୟକାରୀ କରାଯାଉଛି। କୋଭିଡ଼ ମହାମାରୀ ପାଇଁ ୨୦୨୦ ଓ ୨୦୨୧ରେ ଏହି ଯୋଜନା ବନ୍ଦ ରହିଥିଲା ବେଳେ ପୁନର୍ବାର ଗତବର୍ଷଠାରୁ ଏହା ଆରମ୍ଭ ହୋଇଛି। ୨୦୨୨ରେ ପ୍ରାୟ ୩ ହଜାର ହବିଷ୍ୟାଳୀ ମା’ମାନେ ଶ୍ରୀକ୍ଷେତ୍ରରେ ରହି ଖୁସିର ସହ କାର୍ତ୍ତିକ ବ୍ରତ ଶେଷ କରି ଫେରିଥିଲେ। ଏ ବର୍ଷ ପାଇଁ ସରକାରଙ୍କ ପକ୍ଷରୁ ଆରମ୍ଭ […]

ପୁରୀ: ଶ୍ରୀକ୍ଷେତ୍ର ପୁରୀରେ ପ୍ରତିବର୍ଷ ଧର୍ମମାସ କାର୍ତ୍ତିକରେ ‘ରାଇଦାମୋଦର ବ୍ରତ’ ପାଳନ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ହବିଷ୍ୟାଳୀ ଯୋଜନା କାର୍ଯ୍ୟକାରୀ କରାଯାଉଛି। କୋଭିଡ଼ ମହାମାରୀ ପାଇଁ ୨୦୨୦ ଓ ୨୦୨୧ରେ ଏହି ଯୋଜନା ବନ୍ଦ ରହିଥିଲା ବେଳେ ପୁନର୍ବାର ଗତବର୍ଷଠାରୁ ଏହା ଆରମ୍ଭ ହୋଇଛି। ୨୦୨୨ରେ ପ୍ରାୟ ୩ ହଜାର ହବିଷ୍ୟାଳୀ ମା’ମାନେ ଶ୍ରୀକ୍ଷେତ୍ରରେ ରହି ଖୁସିର ସହ କାର୍ତ୍ତିକ ବ୍ରତ ଶେଷ କରି ଫେରିଥିଲେ। ଏ ବର୍ଷ ପାଇଁ ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି ପର୍ବ। ମୁଖ୍ୟତଃ ହବିଷ୍ୟାଳୀ ମା’ମାନଙ୍କ ରହଣି, ଶ୍ରୀଜଗନ୍ନାଥ ଦର୍ଶନ, ମହାପ୍ରସାଦ ସେବନ, ଭଜନ କୀର୍ତ୍ତନ ଶ୍ରବଣ ସାଙ୍ଗକୁ ଅନ୍ୟାନ୍ୟ ସମସ୍ତ ଆନୁଷଙ୍ଗିକ ବ୍ୟବସ୍ଥା ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ କରାଯାଇଛି। ଯେଉଁମାନେ ଏହି ଯୋଜନାରେ ଆସିବେ ସେମାନଙ୍କୁ ପ୍ରଥମେ ନାମ ପଞ୍ଜୀକରଣ କରିବାକୁ ପଡ଼ିବ। ତେଣୁ ହବିଷ୍ୟାଳୀ ବ୍ରତ ପାଳନ ପାଇଁ ଆଗ୍ରହୀ ମା’ମାନେ ଅକ୍ଟୋବର ୩ରୁ ୨୦ ତାରିଖ ମଧ୍ୟରେ ଅନ୍‌‌ଲାଇନ ଲିଙ୍କ୍‌‌ https://edistrict.odisha.gov.in ମାଧ୍ୟମରେ ନିଜର ନାମ ପଞ୍ଜୀକରଣ କରିପାରିବେ। ନଚେତ୍‌‌ ନିଜ ଜିଲ୍ଲାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ମାଧ୍ୟମରେ ମଧ୍ୟ ଆବେଦନ କରିପାରିବେ। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଯଦି କେହି ଅଫ୍‌‌ଲାଇନରେ ଆବେଦନ ଦିଅନ୍ତି ତେବେ କାର୍ଯ୍ୟାଳୟ ପକ୍ଷରୁ ଏହାକୁ ଅନ୍‌‌ଲାଇନରେ ଆବେଦନ ବ୍ୟବସ୍ଥା କରାଯିବ। ତେବେ ଏହି ଯୋଜନା ସମ୍ପର୍କରେ ଅଧିକ କୌଣସି ସୂଚନା ପାଇଁ ପୁରୀ ଜିଲ୍ଲା ସଂସ୍କୃତି ଅଧିକାରୀ (୯୬୯୨୭୨୦୫୯୪), ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ (୯୪୩୭୩୦୨୬୧୮), ଜିଲ୍ଲା କ୍ରୀଡ଼ା ଅଧିକାରୀ (୭୭୩୫୫୧୭୪୮୨) ନମ୍ବରକୁ ଯୋଗାଯୋଗ କରିପାରିବେ।

ଆହୁରି ପଢ଼ନ୍ତୁ: ନିଜ ବନ୍ଧୁକରେ ନିଜକୁ ଗୁଳି କରି ଆତ୍ମହତ୍ୟା କଲେ ପୋଲିସ କନେଷ୍ଟବଳ !

ଚଳିତବର୍ଷ ପ୍ରାୟ ୩,୦୦୦ରୁ ଅଧିକ ହବିଷ୍ୟାଳୀ ମା’ମାନେ ରହଣୀ ବ୍ୟବସ୍ଥା ହେଉଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରାକ୍‌‌ ପ୍ରସ୍ତୁତି ବୈଠକ ଶେଷ ହୋଇଛି। ସେହିପରି ହବିଷ୍ୟାଳୀ ମା’ମାନଙ୍କ ରହଣୀସ୍ଥଳ ବୃନ୍ଦାବତୀ ନିବାସ, ଅକ୍ଷୟପାତ୍ର ଫାଉଣ୍ଡେଶନ, ବଗଲା ଧର୍ମଶାଳା, ବାଗେଡ଼ିଆ ଧର୍ମଶାଳା ଓ ମୋଚିସାହି କଲ୍ୟାଣ ମଣ୍ଡପର ସ୍ଥିତି ଅନୁଧ୍ୟାନ କରିବା ସହ ଆନୁଷଙ୍ଗିକ ସୁବିଧା ସୁଯୋଗ ବ୍ୟବସ୍ଥା କରିବା, ସ୍ୱାସ୍ଥ୍ୟ ସେବା ପାଇଁ ସ୍ୱତନ୍ତ୍ର ଚିକିତ୍ସା ବ୍ୟବସ୍ଥା ଗ୍ରହଣ କରିବା, ଅନ୍ତେବାସୀ ମା’ମାନଙ୍କୁ ପରିଚୟପତ୍ର ପ୍ରଦାନ, ସହାୟକ ସ୍ୱଛାସେବୀ ବ୍ୟବସ୍ଥା, ସୁରକ୍ଷା ବ୍ୟବସ୍ଥା, ଅଗ୍ନିନିର୍ବାପକ, ସ୍ନାନ ସମୟରେ ସୁରକ୍ଷା ବ୍ୟବସ୍ଥା, ପରିବହନ, ପାନୀୟ ଜଳ, ବିଦ୍ୟୁତ୍‌‌, ମହାପ୍ରସାଦ ବ୍ୟବସ୍ଥା, ନିୟନ୍ତ୍ରଣ କକ୍ଷ ଇତ୍ୟାଦି ସମ୍ପର୍କରେ ଆଲୋଚନା କରାଯାଇଛି। ଗତବର୍ଷର ଅଭିଜ୍ଞତା ଆଧାରରେ ଏବର୍ଷ ମଧ୍ୟ ଆହୁରି ଭଲ ଭାବେ ଏହାକୁ ପରିଚାଳନା କରିବା ଲାଗି ଜିଲ୍ଲାପାଳ ସମର୍ଥ ବର୍ମା ସବୁ ବିଭାଗର ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ଅତିରିକ୍ତ ତହସିଲଦାରଙ୍କୁ ଅଶ୍ଳୀଳ ଇଙ୍ଗିତ ଅଭିଯୋଗ; ଥାନାରେ ଅଭିଯୋଗ ପରେ ବିଷ ପିଇ ପିଇଦେଲେ PEO

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp