ଗଜପତି ଜିଲ୍ଲା ପ୍ରଶାସନର ମହାନତା : ଆଈ ପାଖକୁ ଗଲେ ମା’ ସହ ଜେଲ୍‌ରେ ଥିବା ୨ ଶିଶୁ

The Sakala Picture
Published On

ପାରଳାଖେମୁଣ୍ଡି: ଗଞ୍ଜେଇ ଚୋରା ଚାଲାଣ ଅଭିଯୋଗରେ ଗଜପତି ମୋହନା ପୁଲିସ ଜଣେ ବିହାରୀ ମହିଳାଙ୍କୁ ଗିରଫ କରିଥିଲା। ଏହି ସମୟରେ ତାଙ୍କର ଦୁଇ ନାବାଳିକା ଝିଅକୁ ମଧ୍ୟ ପୁଲିସ ଧରି ଆଣିଥିଲା। ପରେ ସମ୍ପୃକ୍ତ ମହିଳାଙ୍କୁ କୋର୍ଟ ଚାଲାଣ କରିଥିଲା ପୁଲିସ। ବର୍ତ୍ତମାନ ସମ୍ପୃକ୍ତ ମହିଳା ପାରଳାଖେମୁଣ୍ଡି ସ୍ଥିତ ସବ୍‌ଜେଲ୍‌ରେ ବିଚାରଧୀନ ବନ୍ଦୀ ଭାବେ ରହୁଛନ୍ତି। ତାଙ୍କ ନିକଟରେ ତାଙ୍କର ଦୁଇ ଝିଅ (୫ବର୍ଷର ଓ ଅନ୍ୟଜଣେ ୭ବର୍ଷ) ମଧ୍ୟ ରହୁ୍ଥିଲେ । ତେବେ ଜିଲ୍ଲାର ବରିଷ୍ଠ […]

ପାରଳାଖେମୁଣ୍ଡି: ଗଞ୍ଜେଇ ଚୋରା ଚାଲାଣ ଅଭିଯୋଗରେ ଗଜପତି ମୋହନା ପୁଲିସ ଜଣେ ବିହାରୀ ମହିଳାଙ୍କୁ ଗିରଫ କରିଥିଲା। ଏହି ସମୟରେ ତାଙ୍କର ଦୁଇ ନାବାଳିକା ଝିଅକୁ ମଧ୍ୟ ପୁଲିସ ଧରି ଆଣିଥିଲା। ପରେ ସମ୍ପୃକ୍ତ ମହିଳାଙ୍କୁ କୋର୍ଟ ଚାଲାଣ କରିଥିଲା ପୁଲିସ। ବର୍ତ୍ତମାନ ସମ୍ପୃକ୍ତ ମହିଳା ପାରଳାଖେମୁଣ୍ଡି ସ୍ଥିତ ସବ୍‌ଜେଲ୍‌ରେ ବିଚାରଧୀନ ବନ୍ଦୀ ଭାବେ ରହୁଛନ୍ତି। ତାଙ୍କ ନିକଟରେ ତାଙ୍କର ଦୁଇ ଝିଅ (୫ବର୍ଷର ଓ ଅନ୍ୟଜଣେ ୭ବର୍ଷ) ମଧ୍ୟ ରହୁ୍ଥିଲେ । ତେବେ ଜିଲ୍ଲାର ବରିଷ୍ଠ ଅଧିକାରୀଙ୍କ ଜେଲ୍ ପରିଦର୍ଶନ ସମୟରେ ଉପରୋକ୍ତ ଦୁଇ ଛୁଆ ଜେଲ୍‌ରେ ଥିବା ଦେଖିଥିଲେ। ଏହା ଫଳରେ ସେମାନଙ୍କ ଅଧିକାର ଏବଂ ଯତ୍ନ ଉପରେ ବାଧା ସୃଷ୍ଟି ହେଉଥିବା ଜାଣିବାକୁ ପାଇଥିଲେ।

ଆହୁରି ପଢ଼ନ୍ତୁ: ନୟାଗଡ଼ର ରୁଖି ପାହାଡ଼ରେ ଫସିଗଲେ କଲେଜ ଛାତ୍ର, ୨ ଘଣ୍ଟାର ଅକ୍ଳାନ୍ତ ପରିଶ୍ରମ ପରେ ସୁରକ୍ଷିତ ଉଦ୍ଧାର

ଏହାପରେ ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡାଙ୍କ ନିର୍ଦ୍ଦେଶ ଏବଂ ଆରକ୍ଷୀ ଅଧିକ୍ଷକ ଜୟରାମ ଶତପଥୀଙ୍କ ସହଯୋଗ ଓ ଶିଶୁଙ୍କ ମା’ ପ୍ରାର୍ଥନା କ୍ରମେ ଶିଶୁଙ୍କୁ ବିହାର ରାଜ୍ୟର ପାଟନା ଜିଲ୍ଲାରେ ରହୁଥିବା ସେମାନଙ୍କ ଆଇଙ୍କ ପାଖକୁ ପଠାବା ପାଇଁ ନିଷ୍ପତ୍ତି ହୋଇଥିଲା। ପରବର୍ତ୍ତି ସମୟରେ ଶିଶୁଙ୍କ ଆଇଙ୍କ ଚରିତ୍ର ଏବଂ ଘରୋଇ ବିବରଣୀ ପ୍ରଦାନ କରିବା ପାଇଁ ପାଟନା ଜିଲ୍ଲାର ଶିଶୁ ସୁରକ୍ଷା ଅଧିକାରୀଙ୍କୁ ପତ୍ର ମାଧ୍ୟମରେ ଅନୁରୋଧ କରାଯାଇଥିଲା। ସେମାନଙ୍କ ଠାରୁ ସବୁଜ ସଙ୍କେତ ପାଇଲା ପରେ ଗଜପତି ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ଏବଂ ଜିଲ୍ଲା ପୁଲିସ ସହୟତାରେ ସାନାନ୍ତିରିତ କରିବା ପାଇଁ ପଦକ୍ଷେପ ଗ୍ରହଣ କରାଯାଇଥିଲା। ଏହା ଭିତରେ ଜିଲ୍ଲା ଶିଶୁ ମଙ୍ଗଳ ସମିତି ଗଜପତି ନିକଟରେ ପିଲାଙ୍କୁ ଉପସ୍ଥାପନ କରାଯାଇ ଆବଶ୍ୟକ ନିର୍ଦ୍ଦେଶ ଗ୍ରହଣ କରାଯାଇଥିଲା। ଏହାପରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ଗଜପତିର ସାମାଜିକ କର୍ମୀ ନରେଶ କୁମାର ନାୟକଙ୍କ ନେତୃତ୍ୱରେ ଦୁଇଜଣୀୟା ମହିଳା କନେଷ୍ଟବଳଙ୍କ ସହାୟତାରେ ଶିଶୁଙ୍କୁ ଆଜି ପାଟନାର ଶିଶୁ ମଙ୍ଗଳ ସମିତି ଆଗରେ ଉପସ୍ଥାପନ କରାଯାଇଥିଲା। ଏଥିରେ ସବ୍ଜେଲ୍, ପାରଳାଖେମୁଣ୍ଡି ସୁପରିଟେଣ୍ଡାଣ୍ଟ ହନୁମନ୍ତ ସେଠୀ ପ୍ରମୁଖ ସହଯୋଗ କରିଥିଲେ।

ଆହୁରି ପଢ଼ନ୍ତୁ: ପୋଖରୀରେ ବୁଡ଼ିଯାଉଥିଲେ ୨ ଛୋଟ ଝିଅ, ବଞ୍ଚାଇବାକୁ ଯାଇ ନିଜ ଜୀବନ ହାରିଲେ ସସ୍ମିତା

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର