ଡାଲି ଚାଷକୁ ରାଜ୍ୟ ସରକାରଙ୍କ ଗୁରୁତ୍ୱ : ୫୦ ପ୍ରତିଶତ ରିହାତିରେ କୀଟନାଶକ ଯୋଗାଇ ଦେଉଛନ୍ତି ସରକାର

The Sakala Picture
Published On

ଭୁବନେଶ୍ବର: ରାଜ୍ୟରେ ଡାଲି ଜାତୀୟ ଚାଷକୁ ସରକାର ଅଧିକ ଗୁରୁତ୍ବ ଦେଉଛନ୍ତି। ୨୦୨୩ – ୨୪ ବର୍ଷରେ ୪ ଲକ୍ଷ ହେକ୍ଟର ଜମିରେ ଡାଲି ଜାତୀୟ ଚାଷ ପାଇଁ ଯୋଜନା କରାଯାଇଛି। ଏଥିପାଇଁ ଆବଶ୍ୟକ ଯୋଜନା ପ୍ରସ୍ତୁତ କରାଯାଇଥିବା ବେଳେ ୩୦ ଜିଲ୍ଲାକୁ ଏଥିରେ ସାମିଲ କରାଯିବ। ଯେଉଁଠି ଡାଲି ଜାତୀୟ ଚାଷର ଭଲ ଉତ୍ପାଦନ ହେଉଛି, ସେହି ସ୍ଥାନକୁ ପ୍ରାଥମିକତା ଦିଆଯିବ ବୋଲି କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସିଂହ ବିଧାନସଭାରେ କହିଛନ୍ତି। ଦିନ ଥିଲା […]

ଭୁବନେଶ୍ବର: ରାଜ୍ୟରେ ଡାଲି ଜାତୀୟ ଚାଷକୁ ସରକାର ଅଧିକ ଗୁରୁତ୍ବ ଦେଉଛନ୍ତି। ୨୦୨୩ – ୨୪ ବର୍ଷରେ ୪ ଲକ୍ଷ ହେକ୍ଟର ଜମିରେ ଡାଲି ଜାତୀୟ ଚାଷ ପାଇଁ ଯୋଜନା କରାଯାଇଛି। ଏଥିପାଇଁ ଆବଶ୍ୟକ ଯୋଜନା ପ୍ରସ୍ତୁତ କରାଯାଇଥିବା ବେଳେ ୩୦ ଜିଲ୍ଲାକୁ ଏଥିରେ ସାମିଲ କରାଯିବ। ଯେଉଁଠି ଡାଲି ଜାତୀୟ ଚାଷର ଭଲ ଉତ୍ପାଦନ ହେଉଛି, ସେହି ସ୍ଥାନକୁ ପ୍ରାଥମିକତା ଦିଆଯିବ ବୋଲି କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସିଂହ ବିଧାନସଭାରେ କହିଛନ୍ତି।

ଆହୁରି ପଢ଼ନ୍ତୁ: ଗୃହକୁ ନ ଆସିବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଅନୁରୋଧ କରିଥିଲି: ବଡ଼ ଖୁଲାସା କଲେ ବାଚସ୍ପତି ଓମ୍ ବିର୍ଲା

ଦିନ ଥିଲା ଓଡ଼ିଶା ଖାଦ୍ୟ ପାଇଁ ଅନ୍ୟ ରାଜ୍ୟ ଉପରେ ନିର୍ଭର କରୁଥିଲା। ହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶାସନକୁ ଆସିବା ପରେ ସ୍ଥିତି ବଦଳିଛି। ଓଡ଼ିଶା ଚଳିତବର୍ଷ ରେକର୍ଡ ଚାଉଳ ଉତ୍ପାଦନ କରିଛି। ହେଲେ ବଳକା ଚାଉଳ ଉଠାଇବାକୁ କେନ୍ଦ୍ର ରାଜି ହେଉନାହିଁ। ଯେଉଁଥିପାଇଁ ଚାଷ ବିବିଧକରଣ ଜରିଆରେ ଡାଲି ପରି ଚାଷ ଉପରେ ଗୁରୁତ୍ୱ ଦେଉଛନ୍ତି ରାଜ୍ୟ ସରକାର। ଏଥିପାଇଁ ୩୦ ଜିଲ୍ଲାରେ ଡାଲି ଚାଷୀମାନଙ୍କୁ ଅଧିକ ପ୍ରୋତ୍ସାହନ ଦିଆଯାଉଛି। ଡାଲି ଚାଷ ପାଇଁ ୫୦ ପ୍ରତିଶତ ରିହାତିରେ କୀଟନାଶକ ଦିଆଯାଉଛି। ନୂତନ ବିହନ ଓ ପିଡିଆ ବି ଦିଆଯାଉଛି ବୋଲି ମନ୍ତ୍ରୀ କହିଛନ୍ତି।

ଆହୁରି ପଢ଼ନ୍ତୁ: ୩୨ ଘଣ୍ଟା ପରେ ମୁମ୍ବାଇ-ପୁଣେ ଏକ୍ସପ୍ରେସୱେରେ ସ୍ୱାଭାବିକ ହେଲା ଯାତାୟାତ; ତଦନ୍ତ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

ସେହିପରି ଆଜି ବିଧାନସଭାରେ ରାଜ୍ୟରେ କୃଷି ଯନ୍ତ୍ରପାତି କେତେ ଚାଷୀଙ୍କୁ ଯୋଗାଇଦିଆଯାଇଛି, ଏବଂ କେତେ ରିହାତି ମିଳିଛି ତାହାକୁ ନେଇ ମଧ୍ୟ ଉତ୍ତର ରଖିଛନ୍ତି କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସିଂହ । ମନ୍ତ୍ରୀ କହିଛନ୍ତି ରାଜ୍ୟରେ କୃଷି ଯନ୍ତ୍ରପାତି ମେଳା ପ୍ରଥମ ଥର ପାଇଁ 2022-23 ରେ ହୋଇଥିଲା। ଏହା ୨୬ ଜିଲ୍ଲା ଓ ୪ ଆଞ୍ଚଳିକ କ୍ଷେତ୍ର ଯଥା ବ୍ରହ୍ମପୁର, କୋରାପୁଟ, ବାରିପଦା ଓ ସମ୍ବଲପୁରରେ ଜାନୁଆରୀ ୨୦୨୩-ମାର୍ଚ୍ଚ ୨୦୨୩ ଯାଏ ହୋଇଥିଲା। ଯେଉଁଥିରେ୨୩୦୦୮ ଚାଷୀ ୨୫୫୬୯ ଯନ୍ତ୍ରପାତି କ୍ରୟ କରିଥିଲେ। ଯେଉଁଥିରେ ରିହାତି ମିଳିଥିଲା। ସେହିପରି ୧୩୨ କୋଟି ଓ ୫୫୦୪ SHG ୬୭୩୬ ଯନ୍ତ୍ରପାତି କ୍ରୟ ହୋଇଥିଲା। ଏଥିରେ ୫୩.୯ କୋଟି ଟଙ୍କା ରିହାତି ମିଳିଥିଲା।

ଆହୁରି ପଢ଼ନ୍ତୁ: ରାଉରକେଲାରେ ଲଜ୍ଜ୍ୟା, ନାବାଳିକାକୁ ଗଣଦୁଷ୍କର୍ମ ପରେ ବିଷ ଦେଇ ହତ୍ୟା ଅଭିଯୋଗ

ସେହିପରି ୨୦୨୩ ସେପ୍ଟେମ୍ବର ୨୨ ଯାଏ 21764 ଚାଷୀ 23712 ଯନ୍ତ୍ରପାତି କ୍ରୟ କରିଛନ୍ତି। ଏହି ସମୟ ମଧ୍ୟରେ 134.34 କୋଟି ରିହାତି DBT ମାଧ୍ୟମରେ ମିଳିଛି। ସେହିପରି 3448 ମହିଳା SHG 4556 ଯନ୍ତ୍ରପାତି କ୍ରୟ କରି 34.79 କୋଟି ରିହାତି ପାଇଛନ୍ତି। 2022-23ରେ 49022 ଚାଷୀ 73674 ଯନ୍ତ୍ରପାତି କ୍ରୟ କରିଛନ୍ତି। ଯେଉଁଥିରେ 22 କୋଟିରୁ ଅଧିକ ରିହାତି DBT ମାଧ୍ୟମରେ ମିଳିଛି। ଯନ୍ତ୍ରପାତି କିଣା ପାଇଁ ସାଧାରଣ ବର୍ଗ ଚାଷୀଙ୍କ ପାଇଁ 40-50%, ମହିଳା ଓ ସଂରକ୍ଷିତ ବର୍ଗଙ୍କ ପାଇଁ 50-60% ଓ ମହିଳା SHG ପାଇଁ 75% ସବସିଡି ପ୍ରଦାନ କରୁଛନ୍ତି ରାଜ୍ୟ ସରକାର।

ଅନ୍ୟପଟେ ଚଳିତ ବର୍ଷ ବର୍ଷାଭାବ ଯୋଗୁଁ କେଉଁ କେଉଁ ଜିଲ୍ଲାରେ କେତେ ପରିମାଣରେ ଚାଷ କାର୍ଯ୍ୟ ପ୍ରଭାବିତ ହୋଇଛି? ଏହି ପ୍ରଶ୍ନର ଉତ୍ତରରେ କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସିଂ କହିଛନ୍ତି ରାଜ୍ୟରେ ଚଳିତବର୍ଷ ବର୍ଷାର ପରିମାଣ ସ୍ଵାଭାବିକ ଥିବାରୁ କୌଣସି ଜିଲ୍ଲାରେ ଚାଷ କାର୍ଯ୍ୟ ପ୍ରଭାବିତ ହୋଇନାହିଁ । ସର୍ବମୋଟ ବର୍ଷାର ପରିମାଣ ସାଧାରଣ ବର୍ଷାଠାରୁ ଜୁଲାଇ ମାସରେ ୬.୬% କମ୍, ଅଗଷ୍ଟ ମାସରେ ୧୫.୬% କମ୍ ଏବଂ ସେପ୍ଟେମ୍ବର ମାସରେ ୬୧ ୩% ଅଧିକ ହୋଇଅଛି । ବର୍ଷା ଋତୁରେ ଜୁନ ମାସଠାରୁ ଅଦ୍ୟାବଧୂ ୪.୭ % କମ୍ ବର୍ଷା ହୋଇଛି, ଯାହାକି ସ୍ବାଭାବିକ ବର୍ଷା ଅଟେ । ଚଳିତ ୨୦୨୩ ଖରିଫ ଋତୁରେ ସେପ୍ଟେମ୍ବର ମାସ ୧୮ ତାରିଖ ସୁଦ୍ଧା ରାଜ୍ୟରେ ହାରାହାରି ବୃଷ୍ଟିପାତ ସ୍ଵାଭାବିକ ରହିଅଛି । ସେପ୍ଟେମ୍ବର ମାସ ୧୫ ତାରିଖ ସୁଦ୍ଧା ଶତକଡ଼ା ୯୫ ଭାଗ ଚାଷ କାର୍ଯ୍ୟ ହୋଇଅଛି ଓ ମୁଗ, ବିରି, ରାଶି ଇତ୍ୟାଦି ବୁଣା ଚାଲିଛି ଏବଂ ଫସଲ ଅବସ୍ଥା ସ୍ବାଭାବିକ ଅଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp