ଅପାର ଶ୍ରୀଜଗନ୍ନାଥଙ୍କ ମହିମା: ଶୁଣିଲେ ଭକ୍ତର ଡାକ, ସୁସ୍ଥ ହେଉଛି କୋମାରେ ଥିବା ପୁଅ..

Deviprasad Mohanty Picture
Published On

ପୁରୀ: ଅପାର ଶ୍ରୀଜଗନ୍ନାଥଙ୍କ ମହିମା। ଶୁଣିଲେ ରାଜସ୍ଥାନର ଭକ୍ତଙ୍କ ଡାକ। ସୁସ୍ଥ ହେଲା ଅସୁସ୍ଥ ପିଲା। କୃତଜ୍ଞତା ଜଣାଇବାକୁ ରାଜସ୍ଥାନରୁ ଶ୍ରୀକ୍ଷେତ୍ର ଧାଇଁ ଆସିଛନ୍ତି ପରିବାର। ସାଙ୍ଗରେ ଆଣିଛନ୍ତି କୁନି ପିଲାକୁ । ରାଜସ୍ଥାନ ପାସୱାଡ଼ାର ଏହି ଭକ୍ତ ନିଜ ଶିଶୁକୁ ବଞ୍ଚାଇବାକୁ ମହାପ୍ରଭୁଙ୍କୁ ପ୍ରାର୍ଥନା କରିଥିଲେ ।

ଆହୁରି ପଢ଼ନ୍ତୁ: ଭିତରକନିକା ଜାତୀୟ ଉଦ୍ୟାନରେ ତିନି ଦିନିଆ ପକ୍ଷୀ ଗଣନା ଆରମ୍ଭ

ଡାକ୍ତରଙ୍କ ପାଖରୁ ନିରାଶ ହେବା ପରେ ଜଗତର ନାଥ ଜଗନ୍ନାଥଙ୍କୁ ପ୍ରାର୍ଥନା କରିଥିଲେ। ହେ ମହାବାହୁ ମୋ ପୁଅକୁ ଭଲ କରି ଦିଅ। ମୁଁ ତୁମ ସିଂହଦ୍ୱାର ସାମ୍ନାରେ ବସିଛି।  ଗତ ୮ ତାରିଖରେ ରାଜସ୍ଥାନରୁ କୋମା ଅବସ୍ଥାରେ ଛୁଆକୁ ବାପା ପ୍ରକାଶ ଭୋଇ ଶ୍ରୀମନ୍ଦିର ଆଣିଥିଲେ। ସେଠାରେ ବାଇଶି ପାହାଚ ପାଖେ ପୁଅ ନିଖିଲକୁ ଗଡାଇ ଦେଇଥିଲେ। ମହାପ୍ରଭୁଙ୍କ ଠାରେ ଶରଣ ପଶିବା ପରେ ଏବେ କୁନିପୁଅଟି ଧିରେ ସୁସ୍ଥ ହୋଇଛି।

ଆହୁରି ପଢ଼ନ୍ତୁ: ବାଲେଶ୍ୱରରେ ପୋଲିସ ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ଲୋକେଶ ଆହତ

ପୁଅର ନୂଆ ଜୀବନ ପାଇଁ ସିଂହ ଦୁଆରେ ହାତ ପତେଇଥିଲା ବାପା। ଆଉ କୋମାରେ ଥିବା ପୁଅକୁ ଚଳପ୍ରଚଳ ହେବା ପାଇଁ ତା’ ଦେହରେ ଶକ୍ତି ଭରି ଦେଇଛି କାଳିଆ। ଡାକ୍ତରମାନେ ସବୁ ନିରାଶ କରିଦେଇଥିଲେ। ହେଲେ, କଥାରେ ଅଛି ନା, ଯୋଉଠି ଡାକ୍ତରୀ ପାଠ ହାରିଯାଏ ସେଇଠି ସାହା ହୁଏ ଜଗତର ଠାକୁର ଜଗନ୍ନାଥ। ତା’ ପାଖରେ ଶରଣ ପଶିଲେ କୋଉ ଭକ୍ତ ବି ନିରାଶ ହୋଇ ଫେରେନି। ଆଉ ଆଜି ବି ନିରାଶ ହୋଇନି ଏ ବାପା । କାଳିଆ ସାଆନ୍ତ ଆଉ ପୁରୀ ଠାକୁରଙ୍କ ମହିମା ଉପରେ ଭରସା କରି ରାଜସ୍ଥାନରୁ ଧାଇଁ ଆସିଥିଲେ । କିଛି ଦିନ ତଳେ ସିଂହଦ୍ୱାର ସାମ୍ନାରେ ବସି ଭୋ ଭୋ ହୋଇ କାନ୍ଦୁଥିଲେ। ଆଉ ୮ ବର୍ଷର ପୁଅକୁ ଭଲ କରି ଦେବା ପାଇଁ ଗୁହାରି କରିଥିଲେ। କେଇଟା ଦିନ ଭିତରେ କାଳିଆ ବଡ଼ ଚମତ୍କାର ଦେଖାଇଦେଇଛନ୍ତି ।

ଆହୁରି ପଢ଼ନ୍ତୁ: ଦିଲ୍ଲୀ କୋଠା ଭୁଶୁଡ଼ିବା ଘଟଣା ପରେ ତତ୍ପର ରାଜ୍ୟ ସରକାର: ୧୫ ଦିନ ଭିତରେ ଅସୁରକ୍ଷିତ କୋଠା ଚିହ୍ନଟ ପାଇଁ ନିର୍ଦ୍ଦେଶ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର