ମନୋରଞ୍ଜନ
ରାଜଧାନୀରୁ ନାବାଳିକା ଅପହରଣ ଅଭିଯୋଗ; ଘଟଣାକୁ ବିତିଲାଣି ୧୨ ଦିନ, ଚୁପ ବସିଛି କମିଶନରେଟ ପୁଲିସ...

ଭୁବନେଶ୍ବର: ରାଜଧାନୀରୁ ନାବାଳିକା ଅପହରଣ । ନବମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ ନେଇ ପରିବାର ଲୋକଙ୍କ ଅଭିଯୋଗ। ଦଶହରା ଭଶାଣି ଦେଖିବାକୁ ଆସି ଅପହରଣର ଶିକା । ମଞ୍ଚେଶ୍ଵର ଥାନା ଗାଡ଼କଣ ଅଞ୍ଚଳରୁ ନିଖୋଜ ହୋଇଯାଇଛି ନାବାଳିକା । ମାମଲା ରୁଜୁ କରି ପୁଲିସ ଚୁପ ବସିଥିବା ଅଭିଯୋଗ । ଗତ ୩ ତାରିଖରୁ ଛାତ୍ରୀଙ୍କୁ ଅପହରଣ କରିଥିବା ନେଇ ପରିବାର ଲୋକ ଅଭିଯୋଗ କରିଛନ୍ତି। ଅଭିଯୋଗ ପାଇବା ପରେ ମଞ୍ଚେଶ୍ୱର ଥାନାରେ କେଶ୍ ନମ୍ବର 636/25 ରେ BNS 137(2) ଅନୁସାରେ ମାମଲା ରୁଜୁ କରିଛି ପୁଲିସ । ହେଲେ ଘଟଣାକୁ ୧୨ ଦିନ ବିତିବା ପରେ ମଧ୍ୟ ଅପହରଣର ଶିକାର ନାବାଳିକାଙ୍କୁ ଉଦ୍ଧାର କରିବାରେ ବିଫଳ କମିଶନରେଟ ପୁଲିସ ।