କରୋନା କାଳର ଦୁଇ କରୁଣ କାହାଣୀ , ପୁଅ ଜନ୍ମର ସପ୍ତାହକରେ ବାପା ମୃତ , ପୁଅ ଜନ୍ମର ୨ ଦିନ ପରେ ମା’ଙ୍କ ମୃତ୍ୟୁ

The Sakala Picture
Published On

ବ୍ରହ୍ମପୁର : ବ୍ରହ୍ମପୁର ସହରରେ କରୋନା ପରିସ୍ଥିତି ସଙ୍ଗିନ୍‍ ହେଉଥିବା ବେଳେ ଅନେକ ହୃଦୟବିଦାରକ ଘଟଣା ମଧ୍ୟ ଦେଖିବାକୁ ମିଳିଛି। ବ୍ରହ୍ମପୁର ସହରର ଦୁଇଟି ଘଟଣା ଆଜି ସହର ତଥା ଅଞ୍ଚଳବାସୀଙ୍କୁ ବିଚଳିତ କରିଦେଇଛି। ଗୋଟିଏ ଘଟଣାରେ ପୁଅ ଜନ୍ମ ହେବାର ସପ୍ତାହ ମଧ୍ୟରେ ବାପା ଗୌତମ୍‍ ମହାରଣାଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଏକ ଘଟଣାରେ ପୁଅ ଜନ୍ମର ଦୁଇଦିନ ପରେ ମା’ର ମୃତ୍ୟୁ ଘଟିଛି। ଉଭୟଙ୍କ ପରିବାର ଲୋକ ଏବଂ ଅଞ୍ଚଳବାସୀ ଶୋକରେ ବୁଡ଼ି […]

ବ୍ରହ୍ମପୁର : ବ୍ରହ୍ମପୁର ସହରରେ କରୋନା ପରିସ୍ଥିତି ସଙ୍ଗିନ୍‍ ହେଉଥିବା ବେଳେ ଅନେକ ହୃଦୟବିଦାରକ ଘଟଣା ମଧ୍ୟ ଦେଖିବାକୁ ମିଳିଛି। ବ୍ରହ୍ମପୁର ସହରର ଦୁଇଟି ଘଟଣା ଆଜି ସହର ତଥା ଅଞ୍ଚଳବାସୀଙ୍କୁ ବିଚଳିତ କରିଦେଇଛି। ଗୋଟିଏ ଘଟଣାରେ ପୁଅ ଜନ୍ମ ହେବାର ସପ୍ତାହ ମଧ୍ୟରେ ବାପା ଗୌତମ୍‍ ମହାରଣାଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଏକ ଘଟଣାରେ ପୁଅ ଜନ୍ମର ଦୁଇଦିନ ପରେ ମା’ର ମୃତ୍ୟୁ ଘଟିଛି। ଉଭୟଙ୍କ ପରିବାର ଲୋକ ଏବଂ ଅଞ୍ଚଳବାସୀ ଶୋକରେ ବୁଡ଼ି ରହିଛନ୍ତିି।
ଗୋସାଣୀନୂଆଗାଁ ଶାସ୍ତ୍ରୀନଗର ଅଞ୍ଚଳରେ ରହୁଥିବା ଗୌତମ ମହାରଣା ମୁଖ୍ୟ ରାସ୍ତାରେ ଏକ ହାର୍ଡୱେର ଦୋକାନ କରି ପରିବାର ଚଳାଉଥିଲେ। ସେ ପରିବାରର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି ଥିଲେ। ୪ ବର୍ଷ ପୂର୍ବେ ସେ ବିବାହ କରିଥିଲେ। ସପ୍ତାହକ ପୂର୍ବେ ତାଙ୍କର ଏକ ପୁତ୍ରସନ୍ତାନ ଜନ୍ମ ହୋଇଥିଲା। ପୁଅ ଜନ୍ମ ହେବା ପରେ ସେ କୌଣସି ପରିସ୍ଥିତିରେ କରୋନା ପଜିଟିଭ ହୋଇଥିଲେ। ଘରେ ରହି ଚିକିତ୍ସିତ ହେଉଥିଲେ। ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାଙ୍କୁ ସ୍ଥାନୀୟ ଏମକେସିଜିରେ ଭର୍ତ୍ତି କରାଯାଇଥିଲା। ଆଜି ଭୋର ସମୟରେ ତାଙ୍କ ମୃତ୍ୟୁ ଘଟିଛି। ଏହି ଖବର ପ୍ରଚାରିତ ହେବା ପରେ ତାଙ୍କ ବିଧବା ମା’ ଅମୂଲ୍ୟ ମହାରଣା ଦୁଃଖରେ ଭାଙ୍ଗିପଡ଼ିବା ସହ ବାରମ୍ବାର ବେହୋସ ହୋଇପଡ଼ୁଛନ୍ତି। ଗୌତମ ଜଣେ ଭଦ୍ର ଏବଂ ଭଲ ବ୍ୟବସାୟୀ ଭାବେ ଉକ୍ତ ଅଞ୍ଚଳରେ ପରିଚିତ ଥିଲେ।
ସେହିପରି ଆଜି ପାତ୍ରପୁର ଅଞ୍ଚଳର ଜଣେ ମହିଳା ସସ୍ମିତା ମହାପାତ୍ରଙ୍କ ମଧ୍ୟ ବ୍ରହ୍ମପୁର ଏମକେସିଜିରେ ମୃତ୍ୟୁ ଘଟିଛି। ଦୁଇଦିନ ପୂର୍ବେ ସେ ସ୍ଥାନୀୟ ଜେନାନା ହସ୍ପିଟାଲରେ ଏକ ପୁତ୍ରସନ୍ତାନ୍ତ ଜନ୍ମ ଦେଇଥିଲେ। ଏ ନେଇ ତାଙ୍କ ପରିବାର ଏବଂ ସ୍ୱାମୀ ଖୁସିରେ ଥିବା ବେଳେ ହଠାତ୍‍ ଦୁଇଦିନ ପୂର୍ବେ ସସ୍ମିତାଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହୋଇଥିଲା। ତୁରନ୍ତ ତାଙ୍କ କୋଭିଡ୍‍ ପରୀକ୍ଷା କରାଯିବା ପରେ ରିପୋର୍ଟ ପଜିଟିଭ ଆସିଥିଲା। ସଙ୍ଗେ ସଙ୍ଗେ ତାଙ୍କୁ ଏମକେସିଜି ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଆଜି ତାଙ୍କ ମୃତ୍ୟୁ ହୋଇଛି। ସସ୍ମିତାଙ୍କ ଘର ପାତ୍ରପୁର ଅଞ୍ଚଳରେ ହୋଇଥିବା ବେଳେ ସେ ଏକ ବର୍ଷ ହେଲା ବ୍ରହ୍ମପୁର ସହରରେ ବିବାହ କରିଥିଲେ। ଏହି ଦୁଇ ଦୁଃଖଦ ଖବର ଆଜି ପ୍ରଚାରିତ ହେବା ପରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

26 Apr 2021 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର