ଘର ଖୋଜୁଛି ବାଇ ଚଢ଼େଇ

The Sakala Picture
Published On

ଗଞ୍ଜାମ: ବାଇ ଚଢେଇ ଦେଖିବାକୁ ଯେପରି ସୁନ୍ଦର ତା’ଠାରୁ ଅଧିକ ସୁନ୍ଦର ତା’ର ବସା। କିନ୍ତୁ ଏହା ଧୀରେ ଧୀରେ ଲୋପ ହେବାକୁ ଲାଗିଲାଣି। କାରଣ ପ୍ରକୃତି, ପରିବେଶ, ପ୍ରବୃତ୍ତି ଓ ପ୍ରାକୃତିକ ବିପର୍ଯ୍ୟୟ ସେମାନଙ୍କ ପାଇଁ ଦାଉ ସାଜିଛି। ଏହି ସବୁ ପ୍ରାକୃତିକ ବିପର୍ଯ୍ୟୟକୁ ମନୁଷ୍ୟ ତଥା ପୃଥିବୀରେ ଥିବା ସମସ୍ତ ଜୀବଜନ୍ତୁ ଓ ପଶୁପକ୍ଷୀ ମଧ୍ୟ ସମ୍ନା କରି ଆସିଛନ୍ତି। ସେମାନଙ୍କ ମଧ୍ୟରୁ ବାଇ ଚଢେଇ ଅନ୍ୟତମ। ଏହି ପ୍ରାକୃତିକ ବିପର୍ଯ୍ୟୟରେ ବଡ଼ ବଡ଼ […]

ଗଞ୍ଜାମ: ବାଇ ଚଢେଇ ଦେଖିବାକୁ ଯେପରି ସୁନ୍ଦର ତା’ଠାରୁ ଅଧିକ ସୁନ୍ଦର ତା’ର ବସା। କିନ୍ତୁ ଏହା ଧୀରେ ଧୀରେ ଲୋପ ହେବାକୁ ଲାଗିଲାଣି। କାରଣ ପ୍ରକୃତି, ପରିବେଶ, ପ୍ରବୃତ୍ତି ଓ ପ୍ରାକୃତିକ ବିପର୍ଯ୍ୟୟ ସେମାନଙ୍କ ପାଇଁ ଦାଉ ସାଜିଛି। ଏହି ସବୁ ପ୍ରାକୃତିକ ବିପର୍ଯ୍ୟୟକୁ ମନୁଷ୍ୟ ତଥା ପୃଥିବୀରେ ଥିବା ସମସ୍ତ ଜୀବଜନ୍ତୁ ଓ ପଶୁପକ୍ଷୀ ମଧ୍ୟ ସମ୍ନା କରି ଆସିଛନ୍ତି। ସେମାନଙ୍କ ମଧ୍ୟରୁ ବାଇ ଚଢେଇ ଅନ୍ୟତମ। ଏହି ପ୍ରାକୃତିକ ବିପର୍ଯ୍ୟୟରେ ବଡ଼ ବଡ଼ ଗଛ ଧରାଶାୟୀ ହୋଇଥିବା ବେଳେ ଅନେକ ପଶୁପକ୍ଷୀଙ୍କ ବାସସ୍ଥାନ ଉଜୁଡି ଯାଇଛି। ଖଜୁରୀ ଗଛ, ତାଳ ଗଛ, ନଡ଼ିଆ ଗଛ, ବାବୁଲି କଣ୍ଟା ଜାତୀୟ ଗଛ, ବର ଗଛ ଏବଂ ଓସ୍ତ ଗଛ ଅତ୍ୟଧିକ ମାତ୍ରାରେ ନଷ୍ଟ ହୋଇଯାଇଛି। ଏହା ସହିତ ଗାଁଗୁଡିକ ଛୋଟ ଛୋଟ ସହରରେ ପରିଣତ ହେବାରେ ଲାଗିଛି। ଗାଁ ଚାରି ପାଖରେ ପୂର୍ବରୁ ଥିବା ପ୍ରାକୃତିକ ଗଛଗୁଡ଼ିକ ଗ୍ରାମାଞ୍ଚଳର ଜନ ବସତି ବୃଦ୍ଧି ଯୋଗୁଁ କାଟି ନଷ୍ଟ କରି ଦିଆଯାଉଛି। ପୁଣି ଗଛ ଲଗାଇବା ନାଁରେ ଯେଉଁ ସବୁ ନୂଆ କିସମର ଗଛ ଲାଗୁଛି ସେସବୁ ବାଇ ଚଢେଇମାନଙ୍କ ପାଇଁ ଅଚିହ୍ନା। ତେଣୁ ସେମାନେ କେଉଁ ଭରସାରେ ବାସା ବାନ୍ଧିବେ। ଏବେ ସବୁ ଚାଷ ଜମି ଗୁଡିକରେ ସିଞ୍ଚନ ହେଉଥିବା ବିଭିନ୍ନ ସାର, ରାସାୟନିକ ଔଷଧ ଓ ନାନା ପ୍ରକାରର ପୋକମରା ଔଷଧ ଯୋଗୁଁ ମାଟିରେ ହେଉଥିବା ଶସ୍ୟ ଦାନାରେ ବିଷାକ୍ତ ଭରି ରହିଥାଏ। ଯାହାଫଳରେ ଏହାକୁ ପକ୍ଷୀମାନେ ଖାଦ୍ୟ ଭାବେ ଗ୍ରହଣ କରିଲେ ସେମାନଙ୍କ ଜୀବନ ଚାଲିଯାଉଛି।ଗାଡି ମଟର ଧୂଆଁ, କଳକାରଖାନାର ଧୂଆଁ, ମୋବାଇଲ ଫୋନ ଓ ଟାୱାରର ମାଇକ୍ରୋ ୱେଭ ତରଙ୍ଗ ମଧ୍ୟ ନୀରବରେ ସେମାନଙ୍କୁ ମାରି ଚାଲିଛି।

ଆହୁରି ପଢ଼ନ୍ତୁ: ସ୍କୁଲ ଗେଟ୍ ନିକଟରେ ଶିକ୍ଷକଙ୍କୁ କାଠ ଫାଳିଆରେ ଆକ୍ରମଣ, ପୋଲିସର ତଦନ୍ତ ଜାରି

ଓଡ଼ିଶାର ପରିବେଶ ସହିତ କାମ କରୁଥିବା ଗଞ୍ଜାମ ଜିଲ୍ଲା ପୁରୁଣାବନ୍ଧ ଗ୍ରାମର ଯୁବ ପରିବେଶବିତ୍ ରବୀନ୍ଦ୍ରନାଥ ସାହୁ ଏବଂ ମାଗତା ବେହେରା ଗତ ୨୦୦୭ ମସିହା ଠାରୁ ବାଇ ଚଢେଇ ମାନଙ୍କ ସୁରକ୍ଷା କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ। ବର୍ତ୍ତମାନ ଏହି କାର୍ଯ୍ୟକ୍ରମ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ କାର୍ଯ୍ୟକାରୀ ହେଉଛି। ସାଧାରଣତଃ ବାଇ ଚଢେଇମାନେ ଗାଁମାନଙ୍କ ଠାରୁ ଦୂରେଇଯାଇ ଜଳାଶୟ ନିକଟସ୍ଥ ଖଜୁରୀ, ନଡିଆ, ବାବୁଲି ଜାତୀୟ କଣ୍ଟା ଗଛ, ବର ଓ ଓସ୍ତ ଗଛରେ ବସା ବାନ୍ଧୁଛନ୍ତି। ସେହି ଜଳାଶୟରେ ଥିବା ଚିକିଟା ମାଟିକୁ ବସାର ଭିତର ପାଶ୍ୱର୍ରେ ଲେପନ କରନ୍ତି। ଜଳାଶୟର ଚାରି ପାଖରେ ଥିବା ଗୁଳ୍ମ ଜାତୀୟ ଗଛ ଏବଂ କଣ୍ଟା ବୁଦା, ଲତାରୁ କୀଟ ପତଙ୍ଗ ସଂଗ୍ରହ କରି ସେମାନଙ୍କ ନୂଆ ଶାବକ ତଥା ନିଜେ ମଧ୍ୟ ଖାଦ୍ୟ ଭାବରେ ଗ୍ରହଣ କରନ୍ତି। ଧାନ, ମାଣ୍ଡିଆ ଓ ମଞ୍ଜି ଜାତୀୟ ଖାଦ୍ୟ ଓ କୀଟପତଙ୍ଗ ଏମାନଙ୍କ ପ୍ରିୟ ଖାଦ୍ୟ। ଏହି ପକ୍ଷୀମାନେ ସର୍ବଦା ସାମୁହିକ ଭାବେ ରହିବାକୁ ଇଛା ପ୍ରକାଶ କରିଥାନ୍ତି। ଗୋଟିଏ ଗଛରେ ପ୍ରାୟ ୫୦ ରୁ ୬୦ ପର୍ଯ୍ୟନ୍ତ ବସା ତିଆରି କରିଥାନ୍ତି। ଦିନ ଥିଲା ବଡ ବଡ ଖଜୁରୀ ଗଛ, ତାଳ ଗଛ, ନଡ଼ିଆ ଗଛ ଏବଂ କଣ୍ଟା ଜାତୀୟ ଗଛ ଗୁଡିକରେ ବାଇ ଚଢେଇ ବସା ଦେଖିବାକୁ ମିଳୁଥିଲା।

ଖଜୁରି, ନଡିଆ ଓ ତାଳ ଗଛର ପତ୍ରରୁ ଛୋଟ ଛୋଟ କେରା ବାହାର କରି ବସା ତିଆରି କରନ୍ତି। ପୁରୁଷ ବାଇ ଚଢେଇ ପ୍ରଥମେ ବସା ତିଆରି କରେ। ମାଈ ଚଢେଇ ଉକ୍ତ ବସାକୁ ଦେଖି ଆକୃଷ୍ଟ ହେବା ପରେ ଦୁଇ ଜଣ ମିଶି ଆଉ ଏକ ବସା ତିଆରି କରନ୍ତି। ମାଈ ଚଢେଇ ବସା ଅଣ୍ଡିରା ବାଇ ଚଢେଇର ବସା ଶୈଳୀ ଠାରୁ ଟିକେ ଭିନ୍ନ। ମାଈ ଚଢେଇ ତା ବସାରେ ଗୋଟିଏ ପାଶ୍ୱର୍ରେ ଆସିବା ରାସ୍ତା ଏବଂ ଅନ୍ୟ ଏକ ପାଶ୍ୱର୍ରେ ଅଣ୍ଡା ଦେବା ପାଇଁ ପ୍ରକୋଷ୍ଠ କରିଥାଏ। ସେମାନେ ପ୍ରତି ବର୍ଷ ଖରାଦିନରେ ବସା ତିଆରି କରିଥାନ୍ତି। ସେହି ବସାରେ ଅଣ୍ଡା ଦେଇ ଥାନ୍ତି। ଏପ୍ରିଲରୁ ବସା ତିଆରି କରି ମଇ ମାସରେ ଅଣ୍ଡା ଦେଇ ଥାଆନ୍ତି। ଗୋଟିଏ ମାଈ ଚଢ଼େଇ ଦୁଇରୁ ଚାରି ପର୍ଯ୍ୟନ୍ତ ଅଣ୍ଡା ଦେଇଥାନ୍ତି।

ଗଂଜାମ ଜିଲ୍ଲାରେ ପୂର୍ବରୁ ଯେତିକି ମାତ୍ରାରେ ତାଳ ଓ ଖଜୁରୀ ଗଛ ଥିଲା ଏବେ ଆଉ ସେତେ ମାତ୍ରାରେ ନାହିଁ। ତେଣୁ ଜିଲ୍ଲାରେ ବାଇ ଚଢେଇ ବଂଶ ଏବେ ସଂକଟରେ । କିନ୍ତୁ ପୂର୍ବ ବର୍ଷ ତୁଳନାରେ ଚଳିତ ବର୍ଷ ଜିଲ୍ଲାର ବିଭିନ୍ନ ସ୍ଥାନରେ ଏହି ଚଢ଼େଇ ଦେଖିବାକୁ ମିଳୁଛି। ତାଳ, ଖଜୁରୀ, ନଡିଆ, ବାବୁଲି ଆଦି ଗଛ ରହିଲେ ବାଇ ଚଢେଇ ବସା କରିବା ପାଇଁ ରାହା ପାଇବେ ବୋଲି ରବୀନ୍ଦ୍ରନାଥ ସାହୁ ଓ ମାଗତା ବେହେରା କହିଛନ୍ତି। ବର୍ତ୍ତମାନ ସୁଧା ଗଞ୍ଜାମ, ଛତ୍ରପୁର, ପୁରୁଷୋତ୍ତମପୁର, ଖଲ୍ଲିକୋଟ, କବିସୂର୍ଯ୍ୟନଗର, ବେଗୁନିଆପଡ଼ା, ରଙ୍ଗେଇଲୁଣ୍ଡା ବ୍ଲକ ଅଞ୍ଚଳରେ ସର୍ଭେ କରାଯାଇ ପ୍ରାୟ ଦୁଇ ହଜାରରୁ ଉର୍ଦ୍ଧ ବସା ଚିହ୍ନଟ କରାଯାଇଛି। ଗଞ୍ଜାମ ବ୍ଲକରେ ମଧ୍ୟ ସର୍ବାଧିକ ବାଇ ଚଢେଇ ବସା ଦେଖିବାକୁ ମିଳିଛି। ଗଞ୍ଜାମ ସହର ରେଳଷ୍ଟେସନ, ଦାମୋଦରପୁର, ବରପଲ୍ଲୀ ଅଞ୍ଚଳରେ କିଛି ଗଛରେ ୧୫୦ରୁ ଊଦ୍ଧ୍ୱର୍ ବସା ଦେଖିବାକୁ ମିଳିଛି। ପାଳିବନ୍ଧ ପଞ୍ଚାୟତରେ ଖଟିଆ କୁଦା, କଣ୍ଟିଆଗଡ଼଼ ପାଲୁରୁ କେନାଲ ନିକଟରେ ୨୦୦ରୁ ଊଦ୍ଧ୍ୱର୍ ବସା ଚିହ୍ନଟ କରାଯାଇଛି। ସୁବଳୟା ପଞ୍ଚାୟତରେ ଚାଷ ଜମିରେ ଥିବା ତାଳ ଗଛରେ ୭୫ରୁ ଊଦ୍ଧ୍ୱର୍ ବସା ଗୋଟିଏ ଗଛରେ ଚିହ୍ନଟ ହୋଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର