୧୦୮ ଆମ୍ବୁଲାନ୍ସ ଅବ୍ୟବସ୍ଥା ଯୋଗୁଁ ଯୁବକଙ୍କ ମୃତ୍ୟୁ ଘଟଣା, ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ସରକାରଙ୍କ ଅପରାଧିକ ଅବହେଳା: ବିଜେଡି

The Sakala Picture
Published On

ଭୁବନେଶ୍ୱର : ୧୦୮ ଆମ୍ବୁଲାନ୍ସ ସେବା କ୍ଷେତ୍ରରେ ଚରମ ଅବ୍ୟବସ୍ଥା ଲାଗି ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ ଆଇତପୁର ଗ୍ରାମର ଶଙ୍କର ମହାରଣା ନାମକ ଏକ ଯୁବକର ମୃତ୍ୟୁ ଘଟଣାରେ ବିଜୁ ଜନତା ଦଳର ଏକ ପ୍ରତିନିଧି ମଣ୍ଡଳୀ ସରକାରଙ୍କ ଚରମ ଅପରାଧିକ ଅବହେଳାକୁ ନେଇ ଉଦ୍‌ବେଗ ପ୍ରକାଶ କରିବା ସହ ମୃତକଙ୍କ ପରିବାରକୁ ଭେଟି ଆଶ୍ୱାସନା ଦେଇଥିଲେ। ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଗତ ଗୁରୁବାର ଦିନ କ୍ରିକେଟ ଖେଳିବା ସମୟରେ ଛାତିରେ ବଲ୍‌ ବାଜିବାରୁ […]

ଭୁବନେଶ୍ୱର : ୧୦୮ ଆମ୍ବୁଲାନ୍ସ ସେବା କ୍ଷେତ୍ରରେ ଚରମ ଅବ୍ୟବସ୍ଥା ଲାଗି ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ ଆଇତପୁର ଗ୍ରାମର ଶଙ୍କର ମହାରଣା ନାମକ ଏକ ଯୁବକର ମୃତ୍ୟୁ ଘଟଣାରେ ବିଜୁ ଜନତା ଦଳର ଏକ ପ୍ରତିନିଧି ମଣ୍ଡଳୀ ସରକାରଙ୍କ ଚରମ ଅପରାଧିକ ଅବହେଳାକୁ ନେଇ ଉଦ୍‌ବେଗ ପ୍ରକାଶ କରିବା ସହ ମୃତକଙ୍କ ପରିବାରକୁ ଭେଟି ଆଶ୍ୱାସନା ଦେଇଥିଲେ।

ଆହୁରି ପଢ଼ନ୍ତୁ: ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଖସାପଡ଼ା ଲାଗି ନୀତି, ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଗତ ଗୁରୁବାର ଦିନ କ୍ରିକେଟ ଖେଳିବା ସମୟରେ ଛାତିରେ ବଲ୍‌ ବାଜିବାରୁ ଶଙ୍କର ଯନ୍ତ୍ରଣାରେ ଛଟପଟ ହେଉଥିଲେ। ପରିବାର ଲୋକେ ଆମ୍ବୁଲାନ୍ସକୁ ଖବର କରିଥିଲେ ସୁଦ୍ଧା ଆମ୍ବୁଲାନ୍ସ ନ ପହଞ୍ଚିବାରୁ ତାଙ୍କୁ ନିଜ ଉଦ୍ୟମରେ ବାଲୁଗାଁ ମେଡ଼ିକାଲକୁ ନେଇଥିଲେ। ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ବାଲୁଗାଁ ମେଡ଼ିକାଲ କର୍ତ୍ତୃପକ୍ଷ ବ୍ରହ୍ମପୁର ଏମକେସିଜି ମେଡ଼ିକାଲକୁ ପଠାଇଥିଲେ। ବ୍ରହ୍ମପୁର ମେଡିକାଲକୁ ଯିବାବେଳେ ଖଲ୍ଲିକୋଟ ନିକଟରେ ୧୦୮ ଆମ୍ବୁଲାନ୍ସ ଖରାପ ହେବା ଯୋଗୁଁ ଶଙ୍କରଙ୍କ ପରିବାର ଲୋକେ ଅନ୍ୟ ଏକ ଆମ୍ବୁଲାନ୍ସ ଓ ପୋଲିସ୍‌କୁ ସହାୟତା ନିମନ୍ତେ ବାରମ୍ବାର ଯୋଗାଯୋଗ କରିଥିଲେ ମଧ୍ୟ କୌଣସି ସାହାଯ୍ୟ ମିଳିନଥିଲା। ଖଲ୍ଲିକୋଟ ଜାତୀୟ ରାଜପଥରେ ସହାୟତା ଅପେକ୍ଷାରେ ଶଙ୍କର ଯନ୍ତ୍ରଣାରେ ଛଟପଟ ହେବା ଅବସ୍ଥାରେ ୩ ଘଣ୍ଟା ବିଳମ୍ବରେ ଅନ୍ୟ ଏକ ଆମ୍ବୁଲାନ୍ସକୁ ଦେଖି ସେଥିରେ ବ୍ରହ୍ମପୁର ଏମକେସିଜି ମେଡ଼ିକାଲକୁ ନେଇଥିଲେ। ମେଡ଼ିକାଲରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିବା ସହ ଯଦି ଶୀଘ୍ର ରୋଗୀଙ୍କୁ ମେଡ଼ିକାଲରେ ପହଞ୍ଚା ଯାଇଥାନ୍ତା, ତାହେଲେ ଜୀବନ ବଞ୍ଚିଯାଇଥାନ୍ତା ବୋଲି କହିଥିଲେ।

ଆହୁରି ପଢ଼ନ୍ତୁ: କାଶୀପୁରରେ ଛତୁ ଚାଷ ଜରିଆରେ ଗ୍ରାମୀଣ ମହିଳାମାନଙ୍କୁ ସଶକ୍ତ କରୁଛି ବେଦାନ୍ତ ଆଲୁମିନିୟମ

ରାଜ୍ୟ ସରକାରଙ୍କ ଅପରାଧିକ ଅବହେଳା ଯୋଗୁଁ ଆଜି ଏକ ଅମୂଲ୍ୟ ଜୀବନ ଚାଲିଗଲା ବୋଲି ଆଜି ଆଇତପୁର ଗ୍ରାମରେ ମୃତ ଶଙ୍କରଙ୍କ ପରିବାର ଓ ଗ୍ରାମବାସୀ ବିଜେଡି ପ୍ରତିନିଧି ଦଳ ନିକଟରେ ଅଭିଯୋଗ କରିଥିଲେ। ନବୀନ ପଟ୍ଟନାୟକଙ୍କ ସରକାର ସମୟରେ ଖବର ପହଞ୍ଚିବାର ୨୦ ମିନିଟ୍‌ ମଧ୍ୟରେ ୧୦୮ ଆମ୍ବୁଲାନ୍ସ ପହଞ୍ଚି ରୋଗୀଙ୍କୁ ହସ୍ପିଟାଲକୁ ନେଉଥିଲା। ହେଲେ ବିଜେପି ସରକାରରେ ଖବର ଦେବାର ୩ ଘଣ୍ଟା ପରେ ବି ଆମ୍ବୁଲାନ୍ସ ପହଞ୍ଚି ପାରିଲା ନାହିଁ। ଫଳତଃ ଏକ ଅମୂଲ୍ୟ ଜୀବନ ହରାଇବାକୁ ପଡ଼ିଲା। ମୃତ ଶରୀରକୁ ଏମକେସିଜି ମେଡ଼ିକାଲରୁ ନିଜ ଗ୍ରାମକୁ ନେବା ପାଇଁ ପରିବାରବର୍ଗ ସରକାରୀ ସହାୟତା ମାଗିଥିଲେ ମଧ୍ୟ କେହି ଶୁଣିନଥିଲେ ଏବଂ ନିଜ ହାତରୁ ୫ ହଜାର ଟଙ୍କା ଖର୍ଚ୍ଚ କରି ପରିବାର ଲୋକେ ମୃତଦେହକୁ ଘରକୁ ନେଇଥିଲେ। ଘଟଣାକୁ ୩ ଦିନ ବିତିଯାଇଥିଲେ ମଧ୍ୟ ଗତକାଲି ସୁଦ୍ଧା କୌଣସି ସରକାରୀ ଅଧିକାରୀ ପରିବାର ନିକଟରେ ପହଞ୍ଚି ନଥିଲେ। ବିଜେଡି ପ୍ରତିନିଧି ମଣ୍ଡଳୀ ଯିବାର ଖବର ମିଳିବା ପରେ, ଗତକାଲି ରାତି ୧୧ଟା ସମୟରେ ସରକାର ୪ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଘୋଷଣା କରିଛନ୍ତି। ମୃତ ଶଙ୍କର ମହାରଣାଙ୍କ ପରିବାର ଅତ୍ୟନ୍ତ ଗରିବ ହୋଇଥିବାରୁ ସରକାର ତାଙ୍କ ଭାଇଙ୍କୁ ତୁରନ୍ତ ଏକ ସରକାରୀ ଚାକିରି ଯୋଗାଇ ଦିଅନ୍ତୁ ବୋଲି ବିଜୁ ଜନତା ଦଳର ପ୍ରତିନିଧି ମଣ୍ଡଳୀ ଦାବି କରିଛନ୍ତି।

ଆହୁରି ପଢ଼ନ୍ତୁ: ଫାଇଲିନ ଘରେ ଚାଲିଛି ମଦ ଦୋକାନ: କୃଷ୍ଣପ୍ରସାଦ ତହସିଲଦାରଙ୍କୁ ଘେରିଲେ ମହିଳା ସଂଘ

ପୂର୍ବତନ ମନ୍ତ୍ରୀ  ଚନ୍ଦ୍ରଶେଖର ସାହୁଙ୍କ ନେତୃତ୍ୱରେ ଯାଇଥିବା ବିଜେଡି ପ୍ରତିନିଧି ମଣ୍ଡଳୀରେ ପୂର୍ବତନ ବିଧାୟକ ସର୍ବଶ୍ରୀ ଡ଼ ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ,  ବିକ୍ରମ ପଣ୍ଡା, ସୁବାସ ବେହେରା,  ମଞ୍ଜୁଳା ସ୍ୱାଇଁ, ସୂର୍ଯ୍ୟମଣୀ ବୈଦ୍ୟ,  ରଞ୍ଜିତା ସାହୁ, ବ୍ରହ୍ମପୁର ମେୟର  ସଂଘମିତ୍ରା ଦଳେଇ,  ସୁବାସ ମହାରଣା, ପୂର୍ବତନ ଜିଲ୍ଲାପରିଷଦ ଅଧ୍ୟକ୍ଷା  ସୋନମ ପଲେଇ, ପୂର୍ବତନ ଏନଏସି ଅଧ୍ୟକ୍ଷ  ରାମମୋହନ ପଣ୍ଡା, ଭବାନୀକାନ୍ତ ସାହୁ,  ପ୍ରଫୁଲ୍ଲ ସାହୁ,  ରତ୍ନାକର ସାହୁ, ଦୟାନିଧି ସାହୁ, ସ୍ଥାନୀୟ ସରପଞ୍ଚ ଶ୍ରୀମତୀ ଟ୍ୱିଙ୍କିଲ୍‌ ତରାଇ ପ୍ରମୁଖ ସାମିଲ୍‌ ଥିଲେ।

06 Jul 2025 By The Sakala

୧୦୮ ଆମ୍ବୁଲାନ୍ସ ଅବ୍ୟବସ୍ଥା ଯୋଗୁଁ ଯୁବକଙ୍କ ମୃତ୍ୟୁ ଘଟଣା, ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ସରକାରଙ୍କ ଅପରାଧିକ ଅବହେଳା: ବିଜେଡି

ଭୁବନେଶ୍ୱର : ୧୦୮ ଆମ୍ବୁଲାନ୍ସ ସେବା କ୍ଷେତ୍ରରେ ଚରମ ଅବ୍ୟବସ୍ଥା ଲାଗି ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ ଆଇତପୁର ଗ୍ରାମର ଶଙ୍କର ମହାରଣା ନାମକ ଏକ ଯୁବକର ମୃତ୍ୟୁ ଘଟଣାରେ ବିଜୁ ଜନତା ଦଳର ଏକ ପ୍ରତିନିଧି ମଣ୍ଡଳୀ ସରକାରଙ୍କ ଚରମ ଅପରାଧିକ ଅବହେଳାକୁ ନେଇ ଉଦ୍‌ବେଗ ପ୍ରକାଶ କରିବା ସହ ମୃତକଙ୍କ ପରିବାରକୁ ଭେଟି ଆଶ୍ୱାସନା ଦେଇଥିଲେ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଗତ ଗୁରୁବାର ଦିନ କ୍ରିକେଟ ଖେଳିବା ସମୟରେ ଛାତିରେ ବଲ୍‌ ବାଜିବାରୁ ଶଙ୍କର ଯନ୍ତ୍ରଣାରେ ଛଟପଟ ହେଉଥିଲେ। ପରିବାର ଲୋକେ ଆମ୍ବୁଲାନ୍ସକୁ ଖବର କରିଥିଲେ ସୁଦ୍ଧା ଆମ୍ବୁଲାନ୍ସ ନ ପହଞ୍ଚିବାରୁ ତାଙ୍କୁ ନିଜ ଉଦ୍ୟମରେ ବାଲୁଗାଁ ମେଡ଼ିକାଲକୁ ନେଇଥିଲେ। ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ବାଲୁଗାଁ ମେଡ଼ିକାଲ କର୍ତ୍ତୃପକ୍ଷ ବ୍ରହ୍ମପୁର ଏମକେସିଜି ମେଡ଼ିକାଲକୁ ପଠାଇଥିଲେ। ବ୍ରହ୍ମପୁର ମେଡିକାଲକୁ ଯିବାବେଳେ ଖଲ୍ଲିକୋଟ ନିକଟରେ ୧୦୮ ଆମ୍ବୁଲାନ୍ସ ଖରାପ ହେବା ଯୋଗୁଁ ଶଙ୍କରଙ୍କ ପରିବାର ଲୋକେ ଅନ୍ୟ ଏକ ଆମ୍ବୁଲାନ୍ସ ଓ ପୋଲିସ୍‌କୁ ସହାୟତା ନିମନ୍ତେ ବାରମ୍ବାର ଯୋଗାଯୋଗ କରିଥିଲେ ମଧ୍ୟ କୌଣସି ସାହାଯ୍ୟ ମିଳିନଥିଲା। ଖଲ୍ଲିକୋଟ ଜାତୀୟ ରାଜପଥରେ ସହାୟତା ଅପେକ୍ଷାରେ ଶଙ୍କର ଯନ୍ତ୍ରଣାରେ ଛଟପଟ ହେବା ଅବସ୍ଥାରେ ୩ ଘଣ୍ଟା ବିଳମ୍ବରେ ଅନ୍ୟ ଏକ ଆମ୍ବୁଲାନ୍ସକୁ ଦେଖି ସେଥିରେ ବ୍ରହ୍ମପୁର ଏମକେସିଜି ମେଡ଼ିକାଲକୁ ନେଇଥିଲେ। ମେଡ଼ିକାଲରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିବା ସହ ଯଦି ଶୀଘ୍ର ରୋଗୀଙ୍କୁ ମେଡ଼ିକାଲରେ ପହଞ୍ଚା ଯାଇଥାନ୍ତା, ତାହେଲେ ଜୀବନ ବଞ୍ଚିଯାଇଥାନ୍ତା ବୋଲି କହିଥିଲେ।

ରାଜ୍ୟ ସରକାରଙ୍କ ଅପରାଧିକ ଅବହେଳା ଯୋଗୁଁ ଆଜି ଏକ ଅମୂଲ୍ୟ ଜୀବନ ଚାଲିଗଲା ବୋଲି ଆଜି ଆଇତପୁର ଗ୍ରାମରେ ମୃତ ଶଙ୍କରଙ୍କ ପରିବାର ଓ ଗ୍ରାମବାସୀ ବିଜେଡି ପ୍ରତିନିଧି ଦଳ ନିକଟରେ ଅଭିଯୋଗ କରିଥିଲେ। ନବୀନ ପଟ୍ଟନାୟକଙ୍କ ସରକାର ସମୟରେ ଖବର ପହଞ୍ଚିବାର ୨୦ ମିନିଟ୍‌ ମଧ୍ୟରେ ୧୦୮ ଆମ୍ବୁଲାନ୍ସ ପହଞ୍ଚି ରୋଗୀଙ୍କୁ ହସ୍ପିଟାଲକୁ ନେଉଥିଲା। ହେଲେ ବିଜେପି ସରକାରରେ ଖବର ଦେବାର ୩ ଘଣ୍ଟା ପରେ ବି ଆମ୍ବୁଲାନ୍ସ ପହଞ୍ଚି ପାରିଲା ନାହିଁ। ଫଳତଃ ଏକ ଅମୂଲ୍ୟ ଜୀବନ ହରାଇବାକୁ ପଡ଼ିଲା। ମୃତ ଶରୀରକୁ ଏମକେସିଜି ମେଡ଼ିକାଲରୁ ନିଜ ଗ୍ରାମକୁ ନେବା ପାଇଁ ପରିବାରବର୍ଗ ସରକାରୀ ସହାୟତା ମାଗିଥିଲେ ମଧ୍ୟ କେହି ଶୁଣିନଥିଲେ ଏବଂ ନିଜ ହାତରୁ ୫ ହଜାର ଟଙ୍କା ଖର୍ଚ୍ଚ କରି ପରିବାର ଲୋକେ ମୃତଦେହକୁ ଘରକୁ ନେଇଥିଲେ। ଘଟଣାକୁ ୩ ଦିନ ବିତିଯାଇଥିଲେ ମଧ୍ୟ ଗତକାଲି ସୁଦ୍ଧା କୌଣସି ସରକାରୀ ଅଧିକାରୀ ପରିବାର ନିକଟରେ ପହଞ୍ଚି ନଥିଲେ। ବିଜେଡି ପ୍ରତିନିଧି ମଣ୍ଡଳୀ ଯିବାର ଖବର ମିଳିବା ପରେ, ଗତକାଲି ରାତି ୧୧ଟା ସମୟରେ ସରକାର ୪ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଘୋଷଣା କରିଛନ୍ତି। ମୃତ ଶଙ୍କର ମହାରଣାଙ୍କ ପରିବାର ଅତ୍ୟନ୍ତ ଗରିବ ହୋଇଥିବାରୁ ସରକାର ତାଙ୍କ ଭାଇଙ୍କୁ ତୁରନ୍ତ ଏକ ସରକାରୀ ଚାକିରି ଯୋଗାଇ ଦିଅନ୍ତୁ ବୋଲି ବିଜୁ ଜନତା ଦଳର ପ୍ରତିନିଧି ମଣ୍ଡଳୀ ଦାବି କରିଛନ୍ତି।

ପୂର୍ବତନ ମନ୍ତ୍ରୀ  ଚନ୍ଦ୍ରଶେଖର ସାହୁଙ୍କ ନେତୃତ୍ୱରେ ଯାଇଥିବା ବିଜେଡି ପ୍ରତିନିଧି ମଣ୍ଡଳୀରେ ପୂର୍ବତନ ବିଧାୟକ ସର୍ବଶ୍ରୀ ଡ଼ ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ,  ବିକ୍ରମ ପଣ୍ଡା, ସୁବାସ ବେହେରା,  ମଞ୍ଜୁଳା ସ୍ୱାଇଁ, ସୂର୍ଯ୍ୟମଣୀ ବୈଦ୍ୟ,  ରଞ୍ଜିତା ସାହୁ, ବ୍ରହ୍ମପୁର ମେୟର  ସଂଘମିତ୍ରା ଦଳେଇ,  ସୁବାସ ମହାରଣା, ପୂର୍ବତନ ଜିଲ୍ଲାପରିଷଦ ଅଧ୍ୟକ୍ଷା  ସୋନମ ପଲେଇ, ପୂର୍ବତନ ଏନଏସି ଅଧ୍ୟକ୍ଷ  ରାମମୋହନ ପଣ୍ଡା, ଭବାନୀକାନ୍ତ ସାହୁ,  ପ୍ରଫୁଲ୍ଲ ସାହୁ,  ରତ୍ନାକର ସାହୁ, ଦୟାନିଧି ସାହୁ, ସ୍ଥାନୀୟ ସରପଞ୍ଚ ଶ୍ରୀମତୀ ଟ୍ୱିଙ୍କିଲ୍‌ ତରାଇ ପ୍ରମୁଖ ସାମିଲ୍‌ ଥିଲେ।

https://www.thesakala.in/latest-odisha-news/ganjam/governments-criminal-negligence-in-healthcare-sector-bjd/article-41491
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର