ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବରେ ପ୍ରଶଂସା ସାଉଁଟିଲା ‘ଦେବଦୂତ’

The Sakala Picture
Published On

ବ୍ରହ୍ମପୁର: ଈଶା ଭିଜନ ବ୍ୟାନେରରେ ପ୍ରସ୍ତୁତ କ୍ଷୁଦ୍ର ଚଳଚ୍ଚିତ୍ର ଦେବଦୂତ ପୁଣି ଏକ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବରେ ପ୍ରଶଂସା ସାଉଁଟିଛି। ମହାରାଷ୍ଟ୍ରର ଔରଙ୍ଗାବାଦ ସହରରେ ଅନୁଷ୍ଠିତ ରୋଷନି ଇଣ୍ଟରନେସନଲ ଫିଲ୍ମ ଫେଷ୍ଟିବଲରେ ପାଞ୍ଚୋଟି ବିଶେଷ ବିଭାଗରେ ଆଠରୁ ଅଧିକା ପୁରସ୍କାର ହାତେଇଛି। ଏହି ଚଳଚ୍ଚିତ୍ର ମହୋତ୍ସବ ଅଷ୍ଟ୍ରେଇଲିଆର ୱାଏସ୍‍ଏ ସ୍କ୍ରିନ ମିଡିଆ ଏବଂ ଜିଭିକେଏମ୍‍ ପିକ୍ସ୍‍ଚରସର ମିଳିତ ସହଭାଗିତାରେ ଅନୁଷ୍ଠିତ ହୋଇଥିବା ବେଳେ ଭାରତର ପ୍ରାୟ ୧୨୦୦ ଏବଂ ବିଦେଶରୁ ୮୦୦ରୁ ଅଧିକା ଚଳଚିତ୍ର ଅଂଶଗ୍ରହଣ କରିଥିଲେ। […]

ବ୍ରହ୍ମପୁର: ଈଶା ଭିଜନ ବ୍ୟାନେରରେ ପ୍ରସ୍ତୁତ କ୍ଷୁଦ୍ର ଚଳଚ୍ଚିତ୍ର ଦେବଦୂତ ପୁଣି ଏକ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବରେ ପ୍ରଶଂସା ସାଉଁଟିଛି। ମହାରାଷ୍ଟ୍ରର ଔରଙ୍ଗାବାଦ ସହରରେ ଅନୁଷ୍ଠିତ ରୋଷନି ଇଣ୍ଟରନେସନଲ ଫିଲ୍ମ ଫେଷ୍ଟିବଲରେ ପାଞ୍ଚୋଟି ବିଶେଷ ବିଭାଗରେ ଆଠରୁ ଅଧିକା ପୁରସ୍କାର ହାତେଇଛି। ଏହି ଚଳଚ୍ଚିତ୍ର ମହୋତ୍ସବ ଅଷ୍ଟ୍ରେଇଲିଆର ୱାଏସ୍‍ଏ ସ୍କ୍ରିନ ମିଡିଆ ଏବଂ ଜିଭିକେଏମ୍‍ ପିକ୍ସ୍‍ଚରସର ମିଳିତ ସହଭାଗିତାରେ ଅନୁଷ୍ଠିତ ହୋଇଥିବା ବେଳେ ଭାରତର ପ୍ରାୟ ୧୨୦୦ ଏବଂ ବିଦେଶରୁ ୮୦୦ରୁ ଅଧିକା ଚଳଚିତ୍ର ଅଂଶଗ୍ରହଣ କରିଥିଲେ। ତେବେ ସମସ୍ତ ବିଭାଗରୁ ସର୍ବଶ୍ରେଷ୍ଠ କ୍ଷୁଦ୍ର ଚଳଚିତ୍ରରେ ତୃତୀୟ ସ୍ଥାନ ପ୍ରାପ୍ତ କରିଥିବା ବେଳେ ସର୍ବଶ୍ରେଷ୍ଟ ପ୍ରଯୋଜନା ବିଭାଗରେ ଚତୁର୍ଥ ସ୍ଥାନ ହାସଲ କରିଛି ଦେବଦୂତ। ମିଳିଥିବା ସୂଚନା ମୁତାବକ ସନ୍ୟାସୀ ମହାରଣାଙ୍କ ନିର୍ଦ୍ଦେଶୀତ ପ୍ରଯୋଜିତ ଦେବଦୂତ ଶ୍ରେଷ୍ଠ କାହାଣୀ ସଂଳାପ ପାଇଁ ଯୁବକବି ରତ୍ନାକର ଶୀୟ, ଶ୍ରେଷ୍ଠ ଚିତ୍ରୋତ୍ତୋଲନ ପାଇଁ ଟୁଟୁ ପ୍ରଧାନ ଏବଂ ସର୍ବଶ୍ରେଷ୍ଟ ପୋଷ୍ଟର ପାଇଁ ସ୍ମାର୍ଟ ଡିଜିଟାଲର ଟିକିରି ବେହେରା ବିଶେଷ ବିଚାରକ ସମ୍ମାନିତ ହୋଇଛନ୍ତି। ଭିନ୍ନ ଏକ କାହାଣୀ ଏବଂ ପରିକଳ୍ପନା ନେଇ ପ୍ରସ୍ତୁତ ଏହି ସଂକଳନ ପୂର୍ବରୁ ମଧ୍ୟ ଦୁଇଟି ଜାତୀୟ ସ୍ତରର ପ୍ରତିଯୋଗିତାରେ ଶ୍ରେଷ୍ଠ ବିବେଚିତ ହୋଇଥିଲା ଦେବଦୂତ। କିନ୍ନର ମାନଙ୍କର ସଂଘର୍ଷ ଏବଂ ସମର୍ପଣର କାହାଣୀକୁ ନେଇ ଯୁବ ସିନେ ନିର୍ଦ୍ଦେଶକ ସନ୍ୟାସୀ ମହାରଣାଙ୍କ ଦ୍ୱାରା ପ୍ରସ୍ତୁତ ଏହି ଚଳଚିତ୍ର ଚଳିତବର୍ଷ ଚିତ୍ର ଭାରତୀ ସମ୍ମାନ ପାଇଁ ବି ମନୋନୟନ ପ୍ରକ୍ରିୟାରେ ରହିଥିବା ଦେବଦୂତ ଟିମ୍‍ ପକ୍ଷରୁ ସୂଚନା ମିଳିଛି।

ଆହୁରି ପଢ଼ନ୍ତୁ: ବ୍ୟାଙ୍କ୍‌କୁ ଜମା ପାଇଁ ଗଲା ବେଳେ ୨ଟି ବାଇକ୍‌ରେ ଆସି ୨ ଲକ୍ଷ ଝାମ୍ପିନେଲେ ଲୁଟେରା

21 Jul 2021 By The Sakala

https://www.thesakala.in/latest-odisha-news/ganjam/devaduta-movie-international-film-festival/article-3978
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର