ଋଣ ଭାର ଓ ସ୍ତ୍ରୀ-ଛୁଆଙ୍କ ବୋଝ ଛାଡି ସୁନ୍ଦରୀ ସହ ସଂସାର ଗଢିବାକୁ ନିଜ ମୃତ୍ୟୁର ନାଟକ ରଚିଲେ ଯୁବକ

The Sakala Picture
Published On

ମୋହନା : ଭିନ୍ନ ମୋଡ଼ ନେଲା ଦାଦନ ଶ୍ରମିକ ମୃତ୍ୟୁ ଘଟଣା । ଚଳିତ ମାସ ୬ ତାରିଖରେ ଅଡବା ଥାନା କଟମା ପଞ୍ଚାୟତ ଅନ୍ତର୍ଗତ ବାରିଆଗାଁର ତାମିଲନାଡୁରେ କାର୍ଯ୍ୟରତ ଦାଦନ ଶ୍ରମିକ ଶରତ ପରିଛାଙ୍କୁ ହତ୍ୟା କରାଯାଇଥିବା ନେଇ ଅଡବା ଥାନାରେ ଲିଖିତ ଅଭିଯୋଗ କରିଥିଲେ ଶରତଙ୍କ ପରିବାରବର୍ଗ । ଅଭିଯୋଗ ପରେ ପୁଲିସ ପକ୍ଷରୁ ତଦନ୍ତ ଜୋରଜାର କରାଯାଇଥିଲା । ଘଟଣାର ୧୦ ଦିନ ପରେ ନବୀ ମୁମ୍ୱାଇରୁ ଶରତକୁ ସୁରକ୍ଷିତ ଏବଂ ଜୀବିତ […]

ମୋହନା : ଭିନ୍ନ ମୋଡ଼ ନେଲା ଦାଦନ ଶ୍ରମିକ ମୃତ୍ୟୁ ଘଟଣା । ଚଳିତ ମାସ ୬ ତାରିଖରେ ଅଡବା ଥାନା କଟମା ପଞ୍ଚାୟତ ଅନ୍ତର୍ଗତ ବାରିଆଗାଁର ତାମିଲନାଡୁରେ କାର୍ଯ୍ୟରତ ଦାଦନ ଶ୍ରମିକ ଶରତ ପରିଛାଙ୍କୁ ହତ୍ୟା କରାଯାଇଥିବା ନେଇ ଅଡବା ଥାନାରେ ଲିଖିତ ଅଭିଯୋଗ କରିଥିଲେ ଶରତଙ୍କ ପରିବାରବର୍ଗ । ଅଭିଯୋଗ ପରେ ପୁଲିସ ପକ୍ଷରୁ ତଦନ୍ତ ଜୋରଜାର କରାଯାଇଥିଲା । ଘଟଣାର ୧୦ ଦିନ ପରେ ନବୀ ମୁମ୍ୱାଇରୁ ଶରତକୁ ସୁରକ୍ଷିତ ଏବଂ ଜୀବିତ ଉଦ୍ଧାର କରାଯାଇଥିବା ଗଜପତି ଏସପି ଏସ୍‌. ସ୍ୱାତୀ କୁମାର ସୂଚନା ଦେଇଛନ୍ତି ।

ମିଳିଥିବା ସୂଚନା ମୁତାବକ ତାମିଲନାଡୁରେ କାର୍ଯ୍ୟରତ ଶରତ ପରିଛା ଲୋକଙ୍କ ଠାରୁ ନେଇଥିବା ଋଣ ବୋଝରୁ ମୁକ୍ତି ସହ ପାରିବାରିକ ସମସ୍ୟାରୁ ମୁକ୍ତି ପାଇଁ ଫିଲ୍ମ ଷ୍ଟାଇଲରେ ନାଟକ ରଚନା କରିଥିଲା। ନିଜ ନକଲି ମୃତ୍ୟୁର ଭିଡିଓ ସୁଟିଙ୍ଗ କରି ଦେଢଶାଶୂଙ୍କ ପାଖକୁ ପଠାଇଥିଲା । ଯାହାପରେ ଚଳିତ ମାସ ୬ ତାରିଖରେ ଶରତଙ୍କୁ ହତ୍ୟା କରାଯାଇଥିବା ନେଇ ଅଡବା ଥାନାରେ ଲିଖିତ ଅଭିଯୋଗ କରିଥିଲେ ତାଙ୍କ ପରିବାର ଲୋକ।ଘଟଣା ପରେ ମୃତଦେହ ଉଦ୍ଧାର ପାଇଁ ଗଜପତି ଆରକ୍ଷୀ ଅଧିକ୍ଷକଙ୍କ ନିର୍ଦ୍ଦେଶ କ୍ରମେ ଅଡବା ଥାନାଧିକାରୀ ଶୁଭ୍ରାନ୍ତ କୁମାର ପଣ୍ଡା ଏକ ଚାରି ଜଣିଆ ଟିମ ଗଠନ କରିଥିଲେ। କଲ ଆସିଥିବା ନମ୍ବରକୁ ଟ୍ରାକ କରିବା ପରେ ତା ଲୋକେସନ ନଭି ମୁମ୍ବାଇ ଦେଖାଇଥିଲା।

ଏହାପରେ ସବ-ଇନ୍ସପେକଟର ଲକ୍ଷ୍ମଣ ବେସ୍ରାଙ୍କ ନେତୃତ୍ବରେ ଏକ ୪ଜଣିଆ ଟିମ ଯାଇ ଶରତକୁ ମୁମ୍ବାଇର ମାଛ ମାର୍କେଟରୁ ଠାବ କରିଥିଲେ । ଆଜି ଅଭିଯୁକ୍ତ ନିଜ ଦୋଷ ସ୍ବୀକାର କରିବା ସହ ପତ୍ନୀ ଠାରୁ ମୁକ୍ତି ଏବଂ ଋଣ ବୋଝରୁ ବର୍ତ୍ତିବା ପାଇଁ ଏଭଳି ନାଟକ କରିଥିବା ସ୍ବୀକାର କରିଥିବା କଥା ରା ଉଦୟଗିରି ଏସଡିପିଓ ଦିଲୀପ କୁମାର ନାୟକ ସୂଚନା ଦେଇଛନ୍ତି।

ଶରତ ଋଣ ଭାରରେ ବୁଡି ରହିଥିବା ବେଳେ ସ୍ଥାନୀୟ ଲୋକଙ୍କ ଠାରୁ ଅଧିକ ଟଙ୍କା ଧାର କରି ବକେୟା ରହିଥିଲା । ଏହାସହ ନିଜ ସ୍ତ୍ରୀ ସହ ଶରତର ସର୍ବଦା କଳହ ଲାଗି ରହୁଥିଲା । ଅନ୍ୟ ପକ୍ଷରେ ଅଡବା ଅଞ୍ଚଳର ମୁମ୍ୱାଇରେ ରହୁଥିବା ଜଣେ ଯୁବତୀକୁ ଏକ ତରଫା ପ୍ରେମ କରୁଥିଲା । ଏହି ସମସ୍ତ ସମସ୍ୟାରୁ ମୁକୁଳିବା ପାଇଁ ସେ ନିଜ ମୃତ୍ୟୁ ରଚନା ନିଜେ ରଚିଥିବା ପୁଲିସ ସମ୍ମୁଖରେ ସ୍ୱୀକାର କରିଛି ଅଭିଯୁକ୍ତ ଶରତ । ଶରତକୁ ଗିରଫ କରି କୋର୍ଟ ଚାଲାଣ କରାଯିବା ସହ ଜାମିନ ନାମଞ୍ଜୁର ହେବାରୁ ତାକୁ ଆର. ଉଦୟଗିରି ସବ୍‌ ଜେଲ୍‌ କୁ ପଠାଇଦିଆଯାଇଥିବା ଏସଡିପିଓ ଦିଲ୍ଲୀପ କୁମାର ନାୟକ ସୂଚନା ଦେଇଛନ୍ତି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର