ଆସନ୍ତା ବର୍ଷରୁ ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ବାଣିଜ୍ୟ ପାଠପଢ଼ା

The Sakala Picture
Published On

ଭୁବନେଶ୍ୱର,୩୦।୧(ସମିସ): ଆସନ୍ତା ଶିକ୍ଷା ବର୍ଷରୁ ରାଜ୍ୟର ଆଦର୍ଶ ବିଦ୍ୟାଳୟ ଗୁଡ଼ିକରେ ବାଣିଜ୍ୟ ବିଭାଗ ଖୋଲିବ। ଏଣିକି ଆଦର୍ଶ ବିଦ୍ୟାଳୟରେ ମଧ୍ୟ ରାଜ୍ୟର ଛାତ୍ରଛାତ୍ରୀ ବାଣିଜ୍ୟରେ +୨ ଅଧ୍ୟୟନ କରିବେ। ୨୦୨୨-୨୩ ଶିକ୍ଷା ବର୍ଷରୁ ପ୍ରାଥମିକ ଭାବେ ରାଜ୍ୟର ୩୦ଟି ଆଦର୍ଶ ବିଦ୍ୟାଳୟରେ ବାଣିଜ୍ୟ ବିଭାଗ ଖୋଲିବା ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପ୍ରସ୍ତୁତି ଆରମ୍ଭ କରିଛି। ତେବେ ୩୦ଟି ଆଦର୍ଶ ବିଦ୍ୟାଳୟରେ ୮୦ ଜଣ ଲେଖାଏଁ ଛାତ୍ରଛାତ୍ରୀ ପଢ଼଼ିବେ। ପ୍ରତି ବିଦ୍ୟାଳୟରେ ଦୁଇଟି ଲେଖାଏଁ ସେକସନ୍‍ […]

ଭୁବନେଶ୍ୱର,୩୦।୧(ସମିସ): ଆସନ୍ତା ଶିକ୍ଷା ବର୍ଷରୁ ରାଜ୍ୟର ଆଦର୍ଶ ବିଦ୍ୟାଳୟ ଗୁଡ଼ିକରେ ବାଣିଜ୍ୟ ବିଭାଗ ଖୋଲିବ। ଏଣିକି ଆଦର୍ଶ ବିଦ୍ୟାଳୟରେ ମଧ୍ୟ ରାଜ୍ୟର ଛାତ୍ରଛାତ୍ରୀ ବାଣିଜ୍ୟରେ +୨ ଅଧ୍ୟୟନ କରିବେ। ୨୦୨୨-୨୩ ଶିକ୍ଷା ବର୍ଷରୁ ପ୍ରାଥମିକ ଭାବେ ରାଜ୍ୟର ୩୦ଟି ଆଦର୍ଶ ବିଦ୍ୟାଳୟରେ ବାଣିଜ୍ୟ ବିଭାଗ ଖୋଲିବା ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପ୍ରସ୍ତୁତି ଆରମ୍ଭ କରିଛି। ତେବେ ୩୦ଟି ଆଦର୍ଶ ବିଦ୍ୟାଳୟରେ ୮୦ ଜଣ ଲେଖାଏଁ ଛାତ୍ରଛାତ୍ରୀ ପଢ଼଼ିବେ। ପ୍ରତି ବିଦ୍ୟାଳୟରେ ଦୁଇଟି ଲେଖାଏଁ ସେକସନ୍‍ ରହିବ। ପ୍ରାଥମିକ ସ୍ତରରେ ରାଜ୍ୟର ୩୦ ଆଦର୍ଶ ବିଦ୍ୟାଳୟରେ ମୋଟ ୨୪ଶହ ଛାତ୍ରଛାତ୍ରୀ ବାଣିଜ୍ୟ ବିଭାଗରେ ଅଧ୍ୟୟନ କରିବେ। ସ୍କୁଲଗୁଡ଼ିକରେ ଶିକ୍ଷାଦାନ ପାଇଁ ଶିକ୍ଷକ ନିଯୁକ୍ତି ପାଇଁ ଆବେଦନ ପ୍ରକ୍ରିୟା ଜାରି ରହିଥିବାବେଳେ ଖୁବ୍‍ ଶିଘ୍ର ପ୍ରକ୍ରିୟା ଶେଷ ହେବ। ସୂଚନାଯୋଗ୍ୟ ବର୍ତ୍ତମାନ ରାଜ୍ୟର ୬୦ ଆଦର୍ଶ ବିଦ୍ୟାଳୟରେ ଛାତ୍ରଛାତ୍ରୀ ବିଜ୍ଞାନ ବିଭାଗରେ ଦ୍ୱାଦଶ ଅଧ୍ୟୟନ କରୁଛନ୍ତି। ଆଗାମି ବର୍ଷରୁ ୩୦ଟି ବିଦ୍ୟାଳୟରେ ୨୪ଶହ ଛାତ୍ରଛାତ୍ରୀ ବାଣିଜ୍ୟ ବିଭାଗରେ +୨ ଅଧ୍ୟୟନ କରିବେ। ଏଥି ସହିତ ବିଜ୍ଞାନ ବିଭାଗର +୨ ସିଟ୍‍ ମଧ୍ୟ ବୃଦ୍ଧି କରାଯାଇଛି।

ଆହୁରି ପଢ଼ନ୍ତୁ: ମା' ସମଲେଶ୍ୱରୀଙ୍କ ନିକଟରେ ନବାନ୍ନ ଲାଗିବା ପାଇଁ ବାହାରିଲା ଲଗ୍ନ, ସେପ୍ଟମ୍ବର ୧୫ରେ ନୂଆଁଖାଇ

 

ଆହୁରି ପଢ଼ନ୍ତୁ: ଦୁଗ୍ଧ ଚାଷୀଙ୍କୁ ଲିଟର ପିଛା ୨ ଟଙ୍କା ଅଧିକ ଦେବାକୁ ଓମ୍‌ଫେଡ୍ ପକ୍ଷରୁ ନିଷ୍ପତ୍ତି, ସେପ୍ଟେମ୍ବର ୧୧ରୁ ଲାଗୁ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର