ମାଗଣା ବିଜୁଳି, ନବୀନଙ୍କ ଗ୍ୟାରେଣ୍ଟି : ବିଜେଡି ବିଜୟ ପାଇଁ ମୁଖ୍ୟ ଅସ୍ତ୍ର

The Sakala Picture
Published On

ରାଜ୍ୟରେ ନିର୍ବାଚନ ପାଇଁ ରାଜନୈତିକ ବାତାବରଣ ଉଷ୍ମ ରହିଛି। ପ୍ରଥମ ପର୍ଯ୍ୟାୟ ଭୋଟ ସରିଥିବା ବେଳେ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଭୋଟ ଗ୍ରହଣ ଚାଲିଛି। ଆଉ ଦୁଇଟି ପର୍ଯ୍ୟାୟର ନିର୍ବାଚନ ବାକି ରହିଛି। ତେବେ ଏହାରି ମଧ୍ୟରେ ସାରା ରାଜ୍ୟରେ ନବୀନଙ୍କ ଗ୍ୟାରେଣ୍ଟିକୁ ନେଇ ଚର୍ଚ୍ଚା ଲାଗିରହିଛି। କାରଣ ଚଳିତ ନିର୍ବାଚନରେ ସବୁ ଦଳ ଗ୍ୟାରେଣ୍ଟି ଗ୍ୟାରେଣ୍ଟି କହୁଥିବା ବେଳେ ଲୋକ କିନ୍ତୁ ନବୀନ ଗ୍ୟାରେଣ୍ଟି ଉପରେ ଭରସା କରୁଛନ୍ତି। କାରଣ ଓଡ଼ିଶାବାସୀ ନବୀନଙ୍କ ଗ୍ୟାରେଣ୍ଟି […]

ରାଜ୍ୟରେ ନିର୍ବାଚନ ପାଇଁ ରାଜନୈତିକ ବାତାବରଣ ଉଷ୍ମ ରହିଛି। ପ୍ରଥମ ପର୍ଯ୍ୟାୟ ଭୋଟ ସରିଥିବା ବେଳେ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଭୋଟ ଗ୍ରହଣ ଚାଲିଛି। ଆଉ ଦୁଇଟି ପର୍ଯ୍ୟାୟର ନିର୍ବାଚନ ବାକି ରହିଛି। ତେବେ ଏହାରି ମଧ୍ୟରେ ସାରା ରାଜ୍ୟରେ ନବୀନଙ୍କ ଗ୍ୟାରେଣ୍ଟିକୁ ନେଇ ଚର୍ଚ୍ଚା ଲାଗିରହିଛି। କାରଣ ଚଳିତ ନିର୍ବାଚନରେ ସବୁ ଦଳ ଗ୍ୟାରେଣ୍ଟି ଗ୍ୟାରେଣ୍ଟି କହୁଥିବା ବେଳେ ଲୋକ କିନ୍ତୁ ନବୀନ ଗ୍ୟାରେଣ୍ଟି ଉପରେ ଭରସା କରୁଛନ୍ତି। କାରଣ ଓଡ଼ିଶାବାସୀ ନବୀନଙ୍କ ଗ୍ୟାରେଣ୍ଟି ସହ ପରିଚିତ ଅଛନ୍ତି। ନବୀନ ପଟ୍ଟନାୟକ ଯାହା କୁହନ୍ତି ତାହା କରିକି ଦେଖାନ୍ତି।

ଆହୁରି ପଢ଼ନ୍ତୁ: ଢେଙ୍କାନାଳରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ପୋଖରୀକୁ ଖସିଲା ବରଯାତ୍ରୀ ଗାଡ଼ି, ୫ ମୃତ

ବିଜେଡି ସରକାରଙ୍କ ଜନହିତକର କାର୍ଯ୍ୟକୁ ନେଇ ଏବେ ଚାରିଆଡେ ଚର୍ଚ୍ଚା ହେଉଛି । ସେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ହେଉ କି କାଳିଆ ଯୋଜନା ଅବା ମିଶନ ଶକ୍ତି। ସବୁ ନବୀନଙ୍କ ଗୋଟିଏ ଗୋଟିଏ ଯୁଗାନ୍ତକାରୀ ଯୋଜନା। ତେବେ ଚଳିତ ନିର୍ବାଚନ ନବୀନଙ୍କ ମାଗଣା ବିଜୁଳି ଗ୍ୟାରେଣ୍ଟି ବିରୋଧୀଙ୍କ ନିଦ ହଜାଇ ଦେଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମାଗଣା ବିଜୁଳି ଦେବା କଥା ଗ୍ୟାରେଣ୍ଟି ଦେଇ ମାଷ୍ଟର ଷ୍ଟ୍ରୋକ୍ ମାରିଥିବା ବେଳେ ଏହା ଚଳିତ ନିର୍ବାଚନରେ ବିଜେଡିର ବିଜୟ ପାଇଁ ମୁଖ୍ୟ ଅସ୍ତ୍ର ହେବ ବୋଲି କୁହାଯାଉଛି। ସେପଟେ ମାଗଣାରେ ବିଜୁଳି ପାଇବା ଘଟଣା ପ୍ରକୃତରେ ବିଜୁଳି ବେଗରେ ରାଜ୍ୟବାସୀ ଛାଇ ହୋଇଯାଇଛି ।

ଆହୁରି ପଢ଼ନ୍ତୁ: ଶିକ୍ଷାମନ୍ତ୍ରୀଙ୍କ ଇସ୍ତଫା ଦାବିରେ ଛାତ୍ର ଓ ଯୁବ ବିଜେଡିର ବିକ୍ଷୋଭ

ଭୋଟରଙ୍କ ମନକୁ ମାଗଣା ବିଜୁଳି କଥାଟି ବେଶ୍ ସ୍ପର୍ଷ କରିଥିବା ଜଣାପଡିଛି । ସାଧାରଣତଃ ବିଦ୍ୟୁତ୍ ଏବେ ଏକ ପ୍ରକାର ଅତ୍ୟାବଶ୍ୟକ ସାମଗ୍ରୀ ଭାବରେ ପରିଣତ ହେଲାଣି । ବିନା ବିଦ୍ୟୁତ୍‌ରେ ଚଳିବା ଲୋକଙ୍କ ପାଖରେ ଅତ୍ୟନ୍ତ କଷ୍ଟକର । ଅତି ଗରିବରୁ ଗରିବ ଲୋକର ବି ବିଦ୍ୟୁତ୍‌ର ଜରୁରୀ ଆବଶ୍ୟକତା ରହିଛି । ସମସ୍ତେ ବିଦ୍ୟୁତ୍ ଉପରେ ନିର୍ଭର କରିବାରେ ଲାଗିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ୍ ସବୁ ସଭାରେ ବିଦ୍ୟୁତ୍ ମାଗଣାରେ ଦେବା କଥାକୁ ଲୋକଙ୍କ ପାଖରେ ରଖୁଥିବା ଦେଖାଯାଉଛି । ଭୋଟରଙ୍କ ମନରେ ବିଶ୍ୱାସ ଦେବା ପାଇଁ ଜୋର୍ ଦାର୍ ଉଦ୍ୟମ କରାଯାଉଛି । ଏପରିକି ଲୋକଙ୍କ ପାଖରେ ଅଧିକ ବିଶ୍ୱାସ ଜନ୍ମାଇବା ପାଇଁ କେବେ ଠାରୁ ଏହି ମାଗଣା ବିଦ୍ୟୁତ୍ ଦିଆଯିବ ତାହାର ମଧ୍ୟ ନିର୍ଭର ପ୍ରତିଶୃତି ଦେବାକୁ ମୁଖ୍ୟମନ୍ତ୍ରୀ ଭୁଲୁ ନାହାଁନ୍ତି । ଜୁନ୍ ୯ ତାରିଖରେ ନବୀନ ପଟ୍ଟନାୟକ ଷଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ । ସେହିଦିନ ହିଁ କ୍ୟାବିନେଟ୍‌ରେ ବିଦ୍ୟୁତ୍ ଛାଡ଼ ନେଇ ମୁଖ୍ୟମନ୍ତ୍ରୀ ପ୍ରଥମ ଦସ୍ତଖତ କରିବେ। ନବୀନ ନିର୍ବାଚନ ଇସ୍ତହାରରେ ଦେଇଥିବା ପ୍ରତିଶ୍ରୁତି ସରକାର ଗଠନର ପ୍ରଥମ ଦିନ ହିଁ ପୂରଣ କରିବେ।

ଆହୁରି ପଢ଼ନ୍ତୁ: ଅନୁଗୋଳ ଗଣଦୁଷ୍କର୍ମ ମାମଲା: ୪ ଅଭିଯୁକ୍ତଙ୍କୁ ୨୦ ବର୍ଷର ସଶ୍ରମ କାରାଦଣ୍ଡ ଶୁଣାଇଲେ ସ୍ୱତନ୍ତ୍ର କୋର୍ଟ

20 May 2024 By The Sakala

ମାଗଣା ବିଜୁଳି, ନବୀନଙ୍କ ଗ୍ୟାରେଣ୍ଟି : ବିଜେଡି ବିଜୟ ପାଇଁ ମୁଖ୍ୟ ଅସ୍ତ୍ର

ରାଜ୍ୟରେ ନିର୍ବାଚନ ପାଇଁ ରାଜନୈତିକ ବାତାବରଣ ଉଷ୍ମ ରହିଛି। ପ୍ରଥମ ପର୍ଯ୍ୟାୟ ଭୋଟ ସରିଥିବା ବେଳେ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଭୋଟ ଗ୍ରହଣ ଚାଲିଛି। ଆଉ ଦୁଇଟି ପର୍ଯ୍ୟାୟର ନିର୍ବାଚନ ବାକି ରହିଛି। ତେବେ ଏହାରି ମଧ୍ୟରେ ସାରା ରାଜ୍ୟରେ ନବୀନଙ୍କ ଗ୍ୟାରେଣ୍ଟିକୁ ନେଇ ଚର୍ଚ୍ଚା ଲାଗିରହିଛି। କାରଣ ଚଳିତ ନିର୍ବାଚନରେ ସବୁ ଦଳ ଗ୍ୟାରେଣ୍ଟି ଗ୍ୟାରେଣ୍ଟି କହୁଥିବା ବେଳେ ଲୋକ କିନ୍ତୁ ନବୀନ ଗ୍ୟାରେଣ୍ଟି ଉପରେ ଭରସା କରୁଛନ୍ତି। କାରଣ ଓଡ଼ିଶାବାସୀ ନବୀନଙ୍କ ଗ୍ୟାରେଣ୍ଟି ସହ ପରିଚିତ ଅଛନ୍ତି। ନବୀନ ପଟ୍ଟନାୟକ ଯାହା କୁହନ୍ତି ତାହା କରିକି ଦେଖାନ୍ତି।

ବିଜେଡି ସରକାରଙ୍କ ଜନହିତକର କାର୍ଯ୍ୟକୁ ନେଇ ଏବେ ଚାରିଆଡେ ଚର୍ଚ୍ଚା ହେଉଛି । ସେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ହେଉ କି କାଳିଆ ଯୋଜନା ଅବା ମିଶନ ଶକ୍ତି। ସବୁ ନବୀନଙ୍କ ଗୋଟିଏ ଗୋଟିଏ ଯୁଗାନ୍ତକାରୀ ଯୋଜନା। ତେବେ ଚଳିତ ନିର୍ବାଚନ ନବୀନଙ୍କ ମାଗଣା ବିଜୁଳି ଗ୍ୟାରେଣ୍ଟି ବିରୋଧୀଙ୍କ ନିଦ ହଜାଇ ଦେଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମାଗଣା ବିଜୁଳି ଦେବା କଥା ଗ୍ୟାରେଣ୍ଟି ଦେଇ ମାଷ୍ଟର ଷ୍ଟ୍ରୋକ୍ ମାରିଥିବା ବେଳେ ଏହା ଚଳିତ ନିର୍ବାଚନରେ ବିଜେଡିର ବିଜୟ ପାଇଁ ମୁଖ୍ୟ ଅସ୍ତ୍ର ହେବ ବୋଲି କୁହାଯାଉଛି। ସେପଟେ ମାଗଣାରେ ବିଜୁଳି ପାଇବା ଘଟଣା ପ୍ରକୃତରେ ବିଜୁଳି ବେଗରେ ରାଜ୍ୟବାସୀ ଛାଇ ହୋଇଯାଇଛି ।

ଭୋଟରଙ୍କ ମନକୁ ମାଗଣା ବିଜୁଳି କଥାଟି ବେଶ୍ ସ୍ପର୍ଷ କରିଥିବା ଜଣାପଡିଛି । ସାଧାରଣତଃ ବିଦ୍ୟୁତ୍ ଏବେ ଏକ ପ୍ରକାର ଅତ୍ୟାବଶ୍ୟକ ସାମଗ୍ରୀ ଭାବରେ ପରିଣତ ହେଲାଣି । ବିନା ବିଦ୍ୟୁତ୍‌ରେ ଚଳିବା ଲୋକଙ୍କ ପାଖରେ ଅତ୍ୟନ୍ତ କଷ୍ଟକର । ଅତି ଗରିବରୁ ଗରିବ ଲୋକର ବି ବିଦ୍ୟୁତ୍‌ର ଜରୁରୀ ଆବଶ୍ୟକତା ରହିଛି । ସମସ୍ତେ ବିଦ୍ୟୁତ୍ ଉପରେ ନିର୍ଭର କରିବାରେ ଲାଗିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ୍ ସବୁ ସଭାରେ ବିଦ୍ୟୁତ୍ ମାଗଣାରେ ଦେବା କଥାକୁ ଲୋକଙ୍କ ପାଖରେ ରଖୁଥିବା ଦେଖାଯାଉଛି । ଭୋଟରଙ୍କ ମନରେ ବିଶ୍ୱାସ ଦେବା ପାଇଁ ଜୋର୍ ଦାର୍ ଉଦ୍ୟମ କରାଯାଉଛି । ଏପରିକି ଲୋକଙ୍କ ପାଖରେ ଅଧିକ ବିଶ୍ୱାସ ଜନ୍ମାଇବା ପାଇଁ କେବେ ଠାରୁ ଏହି ମାଗଣା ବିଦ୍ୟୁତ୍ ଦିଆଯିବ ତାହାର ମଧ୍ୟ ନିର୍ଭର ପ୍ରତିଶୃତି ଦେବାକୁ ମୁଖ୍ୟମନ୍ତ୍ରୀ ଭୁଲୁ ନାହାଁନ୍ତି । ଜୁନ୍ ୯ ତାରିଖରେ ନବୀନ ପଟ୍ଟନାୟକ ଷଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ । ସେହିଦିନ ହିଁ କ୍ୟାବିନେଟ୍‌ରେ ବିଦ୍ୟୁତ୍ ଛାଡ଼ ନେଇ ମୁଖ୍ୟମନ୍ତ୍ରୀ ପ୍ରଥମ ଦସ୍ତଖତ କରିବେ। ନବୀନ ନିର୍ବାଚନ ଇସ୍ତହାରରେ ଦେଇଥିବା ପ୍ରତିଶ୍ରୁତି ସରକାର ଗଠନର ପ୍ରଥମ ଦିନ ହିଁ ପୂରଣ କରିବେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର