୧୦୦ ଟଙ୍କା ପାଇଁ ସମ୍ବଲପୁର ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତିଙ୍କୁ ଟାଙ୍ଗିଆରେ ହାଣି ହତ୍ୟା

The Sakala Picture
Published On

ମାତ୍ର ୧୦୦ଟଙ୍କା ପାଇଁ ଜଣେ ଜଣଙ୍କ ଜୀବନ ନେଇଯିବା ପରି ଚାଂଚଲ୍ୟକର ଖବର ଆସିଛି ଝାରସୁଗୁଡ଼ାରୁ । ସମ୍ବଲପୁର ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ଡକ୍ଟର ଧୃବରାଜ ନାଏକଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରାଯାଇଛି । ଝାରସୁଗୁଡା ଜିଲ୍ଲା ଲଇକେରା ଥାନା ଅଞ୍ଚଳରେ କେହି ଦୃବୁର୍ତ୍ତ ତାଙ୍କୁ ହତ୍ୟା କରିଛି । ମାତ୍ର ୧୦୦ ଟଙ୍କା ପାଇଁ ଅଭିଯୁକ୍ତ ତାଙ୍କ ଜୀବନ ନେଇଯାଇଥିବା ସୂଚନା ମିଳିଛି । ମୃତକଙ୍କ ଭାଇ ଦେଇଥିବା ସୂଚନା ମୁତାବକ, ଆଜି ଦିନ ପ୍ରାୟ […]

ମାତ୍ର ୧୦୦ଟଙ୍କା ପାଇଁ ଜଣେ ଜଣଙ୍କ ଜୀବନ ନେଇଯିବା ପରି ଚାଂଚଲ୍ୟକର ଖବର ଆସିଛି ଝାରସୁଗୁଡ଼ାରୁ । ସମ୍ବଲପୁର ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ଡକ୍ଟର ଧୃବରାଜ ନାଏକଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରାଯାଇଛି । ଝାରସୁଗୁଡା ଜିଲ୍ଲା ଲଇକେରା ଥାନା ଅଞ୍ଚଳରେ କେହି ଦୃବୁର୍ତ୍ତ ତାଙ୍କୁ ହତ୍ୟା କରିଛି । ମାତ୍ର ୧୦୦ ଟଙ୍କା ପାଇଁ ଅଭିଯୁକ୍ତ ତାଙ୍କ ଜୀବନ ନେଇଯାଇଥିବା ସୂଚନା ମିଳିଛି ।

ଆହୁରି ପଢ଼ନ୍ତୁ: ବିବାହ ବେଦୀରେ ବସିବା ପରେ ବଦଳିଗଲା ବରର ମନ, କନିଆଁକୁ ଛାଡ଼ି ପଳାଇ ଆସିଲା ପୁଅ

ମୃତକଙ୍କ ଭାଇ ଦେଇଥିବା ସୂଚନା ମୁତାବକ, ଆଜି ଦିନ ପ୍ରାୟ ସାଢ଼େ ୧୧ଟା ବେଳେ ଜଣେ ବ୍ୟକ୍ତି ଧୃବରାଜଙ୍କ ଘର ଭିତରକୁ ପଶି ଆସିଥିଲା। ଘରେ ପଶି ଧୃବରାଜଙ୍କୁ ଉକ୍ତ ଦୁର୍ବୁତ୍ତ ମଦ ପିଇବାକୁ ଶହେ ଟଙ୍କା ମାଗିଥିଲା । ତେବେ ସେ ତାଙ୍କୁ ଟଙ୍କା ନ ଦେଇଥିବାରୁ ବ୍ୟକ୍ତି ଜଣକ ରାଗିଯାଇଥିଲେ ଏବଂ ମଦ ନିଶାରେ ଧୃବରାଜଙ୍କ ଉପରେ ଆକ୍ରମଣ କରିଥିଲେ। ଏହି ବ୍ୟକ୍ତି ଜଣକ ବର୍ତ୍ତମାନ ଫେରାର ହୋଇଯାଇଛି ।

ଆହୁରି ପଢ଼ନ୍ତୁ: ପାରିବାରିକ କଳହ: ଶାଶୁ ଓ ଶ୍ୱଶୁରଙ୍କ ଉପରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେଲା ଜ୍ୱାଇଁ

ଗୁରୁତର ଅବସ୍ଥାରେ ଡକ୍ଟର ଧୃବରାଜ ନାଏକଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କର ମୃତ୍ୟୁ ହୋଇଛି । ଲଇକେରା ଥାନା ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

ଆହୁରି ପଢ଼ନ୍ତୁ: ସବୁ ରାତିରେ ଜଳୁଛି ବିଦ୍ୟୁତ୍‌ ଖୁଣ୍ଟ, ଘର ଭିତରେ ପଡୁଛି ନିଆଁ ଝୁଲ; ଭୟରେ କଲୋନୀ ବାସିନ୍ଦା

27 Jun 2021 By The Sakala

୧୦୦ ଟଙ୍କା ପାଇଁ ସମ୍ବଲପୁର ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତିଙ୍କୁ ଟାଙ୍ଗିଆରେ ହାଣି ହତ୍ୟା

ମାତ୍ର ୧୦୦ଟଙ୍କା ପାଇଁ ଜଣେ ଜଣଙ୍କ ଜୀବନ ନେଇଯିବା ପରି ଚାଂଚଲ୍ୟକର ଖବର ଆସିଛି ଝାରସୁଗୁଡ଼ାରୁ । ସମ୍ବଲପୁର ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ଡକ୍ଟର ଧୃବରାଜ ନାଏକଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରାଯାଇଛି । ଝାରସୁଗୁଡା ଜିଲ୍ଲା ଲଇକେରା ଥାନା ଅଞ୍ଚଳରେ କେହି ଦୃବୁର୍ତ୍ତ ତାଙ୍କୁ ହତ୍ୟା କରିଛି । ମାତ୍ର ୧୦୦ ଟଙ୍କା ପାଇଁ ଅଭିଯୁକ୍ତ ତାଙ୍କ ଜୀବନ ନେଇଯାଇଥିବା ସୂଚନା ମିଳିଛି ।

ମୃତକଙ୍କ ଭାଇ ଦେଇଥିବା ସୂଚନା ମୁତାବକ, ଆଜି ଦିନ ପ୍ରାୟ ସାଢ଼େ ୧୧ଟା ବେଳେ ଜଣେ ବ୍ୟକ୍ତି ଧୃବରାଜଙ୍କ ଘର ଭିତରକୁ ପଶି ଆସିଥିଲା। ଘରେ ପଶି ଧୃବରାଜଙ୍କୁ ଉକ୍ତ ଦୁର୍ବୁତ୍ତ ମଦ ପିଇବାକୁ ଶହେ ଟଙ୍କା ମାଗିଥିଲା । ତେବେ ସେ ତାଙ୍କୁ ଟଙ୍କା ନ ଦେଇଥିବାରୁ ବ୍ୟକ୍ତି ଜଣକ ରାଗିଯାଇଥିଲେ ଏବଂ ମଦ ନିଶାରେ ଧୃବରାଜଙ୍କ ଉପରେ ଆକ୍ରମଣ କରିଥିଲେ। ଏହି ବ୍ୟକ୍ତି ଜଣକ ବର୍ତ୍ତମାନ ଫେରାର ହୋଇଯାଇଛି ।

ଗୁରୁତର ଅବସ୍ଥାରେ ଡକ୍ଟର ଧୃବରାଜ ନାଏକଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କର ମୃତ୍ୟୁ ହୋଇଛି । ଲଇକେରା ଥାନା ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର