ସମୁଦ୍ର ଭିତରେ ବନବିଭାଗ ପାଟ୍ରୋଲିଂ ଟିମ ଉପରେ ମାଛ ମାଫିଆଙ୍କ ଆକ୍ରମଣ : ଭାଙ୍ଗିଲା ପାଟ୍ରୋଲିଂ ଟ୍ରଲର,୩ ବନ କର୍ମଚାରୀ ଆହତ
ରାଜନଗର : କଇଁଛ ସୁରକ୍ଷାରେ ନିୟୋଜିତ ବନବିଭାଗ ପାଟ୍ରୋଲିଂ ଟିମ ଉପରେ ଟ୍ରଲର ମାଫିଆ ଆକ୍ରମଣ କରିଛନ୍ତି । ବନବିଭାଗର ପାଟ୍ରୋଲିଂ ଟ୍ରଲରକୁ ସମୁଦ୍ର ଭିତରେ ବୁଡାଇ ଦେବାକୁ ବାରମ୍ବାର ଧକ୍କା ମାରିଛନ୍ତି । ନିଷିଦ୍ଧାଂଚଳରେ ବେଆଇନ ଭାବେ ମାଛ ମାରୁଥିବା ଟ୍ରଲରକୁ ବନବିଭାଗ କର୍ମଚାରୀ ଧରିବାକୁ ଯିବା ବେଳେ ଏଭଳି ଆକ୍ରମଣ ହୋଇଛି । ଟ୍ରଲର ଆକ୍ରମଣରେ ପାଟ୍ରୋଲିଂ ଟ୍ରଲରର କିଛି ଅଂଶ ଭାଙ୍ଗି ଯାଇଛି ଓ ଟ୍ରଲରରେ ପାଣି ମଧ୍ୟ ପଶିଛି । ୩ […]
ରାଜନଗର : କଇଁଛ ସୁରକ୍ଷାରେ ନିୟୋଜିତ ବନବିଭାଗ ପାଟ୍ରୋଲିଂ ଟିମ ଉପରେ ଟ୍ରଲର ମାଫିଆ ଆକ୍ରମଣ କରିଛନ୍ତି । ବନବିଭାଗର ପାଟ୍ରୋଲିଂ ଟ୍ରଲରକୁ ସମୁଦ୍ର ଭିତରେ ବୁଡାଇ ଦେବାକୁ ବାରମ୍ବାର ଧକ୍କା ମାରିଛନ୍ତି । ନିଷିଦ୍ଧାଂଚଳରେ ବେଆଇନ ଭାବେ ମାଛ ମାରୁଥିବା ଟ୍ରଲରକୁ ବନବିଭାଗ କର୍ମଚାରୀ ଧରିବାକୁ ଯିବା ବେଳେ ଏଭଳି ଆକ୍ରମଣ ହୋଇଛି । ଟ୍ରଲର ଆକ୍ରମଣରେ ପାଟ୍ରୋଲିଂ ଟ୍ରଲରର କିଛି ଅଂଶ ଭାଙ୍ଗି ଯାଇଛି ଓ ଟ୍ରଲରରେ ପାଣି ମଧ୍ୟ ପଶିଛି । ୩ ବନ କର୍ମଚାରୀଙ୍କୁ ମାରି ଦେବା ପାଇଁ ଉଦ୍ୟମ କରିଥିଲେ । ସେମାନଙ୍କ ଆକ୍ରମଣରେ ୩ ବନ କର୍ମଚାରୀ ଆହତ ହୋଇଛନ୍ତି । ବନବିଭାଗ ପାଟ୍ରୋଲିଂ ଟିମ ଜୀବନକୁ ବାଜି ଲଗାଇ ଆକ୍ରମଣ କରିଥିବା ଟ୍ରଲରକୁ ଜବତ କରିବାରେ ସଫଳ ହୋଇଛନ୍ତି । ବନବିଭାଗ ପକ୍ଷରୁ ଧାମରା ସାମୁଦ୍ରିକ ଥାନାରେ ଏ ନେଇ ଲିଖିତ ଅଭିଯୋଗ କରାଯାଇଛି । ଟ୍ରଲରରେ ଥିବା ୯ଜଣ ମତ୍ସ୍ୟଜିବୀଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି ।
ବିରଳ ଅଲିଭରିଡଲେ କଇଁଛଙ୍କ ପ୍ରଜନନ ଋତୁ ନଭେମ୍ବର ୧ ରୁ ଆରମ୍ଭ ହୋଇଛି । ବର୍ଷା ତମାମ କଟକଣା ଥିବା ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ସମେତ ଦେବୀ ମୁହାଁଣ ଠାରୁ ଧାମରା ମୁହାଁଣ ଯାଏଁ କୂଳ ଠାରୁ ୨୦ କିମି ଯାଏଁ ମାଛଧରା ଓ ଟ୍ରଲର ଚଳାଚଳ ଉପରେ କଟକଣା ଜାରି କରାଯାଇଛି । ନିଷିଦ୍ଧାଂଚଳରେ ଯେପରି କୌଣସି ଟ୍ରଲର ବା ବୋଟ ପଶି ମାଛ ନମାରନ୍ତି ଏବଂ ଟ୍ରଲର ଚଳାଚଳ ଯୋଗୁଁ କଇଁଛଙ୍କ ଉପରେ କୌଣସି ବାଧା ନପହଁଚେ ସେଥିପାଇଁ ପାଟ୍ରୋଲିଂକୁ କଡାକଡି କରାଯାଉଛି । ୨୫ ତାରିଖ ରାତି ପ୍ରାୟ ୧୧ ଘଟିକା ସମୟରେ ବନବିଭାଗ ଟିମ ଗଭୀର ସମୁଦ୍ରରେ ପାଟ୍ରୋଲିଂ କରୁଥିଲେ । ବାବୁବାଲି ଠାରୁ ୧୬ କିଲୋମିଟର ଦୂରରେ ବନବିଭାଗ ପାଟ୍ରୋଲିଂ ଟିମ ପଇଁତରା ମାରୁଥିବା ବେଳେ ମନ୍ମୟ ନାମକ ଟ୍ରଲର ବେଆଇନ ଭାବେ ମାଛ ମାରୁଥିବା ଦେଖିଥିଲେ । ମନ୍ମୟ ଟ୍ରଲରକୁ ପାଟ୍ରୋଲିଂ ଟିମ ଧରିବା ପାଇଁ ପାଟ୍ରୋଲିଂ ଟିମ ପାଖରେ ପହଁଚିବା ପରେ ୩ ବନ କର୍ମଚାରୀ ବେଆଇନ ମାଛ ମାରୁଥିବା ମନ୍ମୟ ଟ୍ରଲର ମଧ୍ୟକୁ ଡେଇଁ ପଡିଥିଲେ । ୩ଜଣ ବନ କର୍ମଚାରୀ ମନ୍ମୟ ଟ୍ରଲରକୁ ଚଢିଯିବା ପରେ ବେଆଇନ ଭାବେ ମାଛ ମାରୁଥିବା ଟ୍ରଲର ସେଠାରେ ରହିବା ବଦଳରେ ବନବିଭାଗ ପାଟ୍ରୋଲିଂ ଟଲ୍ରରକୁ ଆକ୍ରମଣ କରିଥିଲା ।
ଏମଭି ଲକ୍ଷ୍ମୀ ପ୍ରାଟ୍ରୋଲିଂ ଟ୍ରଲରକୁ ଆଗ ପଟେ ବାରମ୍ବାର ଧକ୍କା ଦେବା ସହ ଟ୍ରଲରକୁ ବୁଡାଇ ଦେବାକୁ ଉଦ୍ୟମ କରିଥିଲା । ଏମଭି ଲକ୍ଷ୍ମୀ ପାଟ୍ରୋଲିଂ ଟ୍ରଲରର ଆଗପଟେ କିଛି ଅଂଶ ଭାଙ୍ଗିଯାଇଛି । ଏହାପରେ ବେଆଇନ ମାଛ ମାରୁଥିବା ଟ୍ରଲର ତାଙ୍କ ଟ୍ରଲରକୁ ପଶିଥିବା ୩ ବନ କର୍ମଚାରୀଙ୍କୁ ଆକ୍ରମଣ କରିଥିଲେ । ବାଡି ଓ ଛୁରୀ ସାହାର୍ଯ୍ୟରେ ଜୀବନରୁ ମାରିଦେବାକୁ ଉଦ୍ୟମ କରିଥିଲେ । ନିର୍ମମ ମାଡ ମାରିବା ଯୋଗୁଁ ଦୀପକ ମଣ୍ଡଳ, ଅଜିତ ଜର୍ଦ୍ଧାର, ମଧୁସୂଦନ ବେହେରା ପ୍ରମୁଖ ୩ ବନକର୍ମଚାରୀ ଗୁରୁତର ଆହତ ହୋଇଛନ୍ତି । ଜୀବନକୁ ବାଜି ଲଗାଇ ଟ୍ରଲର କ୍ଷତିଗ୍ରସ୍ତ ହେବା ପରେବି ରାଜନଗର ଓ ଭଦ୍ରକର ବନବିଭାଗ ପାଟ୍ରୋଲିଂ ଟିମ ଏହି ମନ୍ମୟ ଟ୍ରଲରକୁ ଗଭୀର ସମୁଦ୍ରରେ ଧରିବାରେ ସକ୍ଷମ ହୋଇଛନ୍ତି । ଏହି ଟ୍ରଲର ଜବତ କରାଯିବା ସହ ଏହି ଟ୍ରଲରରେ ଥିବା ମନୋରଂଜନ ମାଇତି, ଗୌରାଙ୍ଗ ମଣ୍ଡଳ, ସୁଶାନ୍ତ ଗିରି, ବିଶ୍ୱନାଥ ମଣ୍ଡଳ, ମିଥୁନ ମଣ୍ଡଳ, ଅନନ୍ତ ମଣ୍ଡଳ, ଗୌରାଙ୍ଗ ମାଇତି, କାଶିନାଥ ମାଝି, କୈଳାସ ମଲିକ ପ୍ରମୁଖ ୯ଜଣଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି । ଜବତ ଟ୍ରଲରରୁ ୩୬ କୁଇଂଟାଲ ମାଛ ଜବତ କରାଯାଇଛି । ଭଦ୍ରକ ରେଂଜ ଅଫିସର ରଂଜିତ ମହାନ୍ତି ଏ ନେଇ ଧାମରା ସାମୁଦ୍ରିକ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।
27 Nov 2021
By The Sakala

⊕ https://www.thesakala.in/latest-odisha-news/fish-mafia-attack-on-forest-patrol-team-in-the-sea/article-7190