‘ଓଡ଼ିଆ ଭାଷାକୁ ଆହୁରି ଆଗକୁ ନେବାକୁ ହେଲେ ପ୍ରଥମେ ନିଜ ଘରେ ୮୦ ପ୍ରତିଶତ ଓଡ଼ିଆ କହିବାକୁ ପଡିବ’

The Sakala Picture
Published On

ଭୁବନେଶ୍ବର: ଓଡ଼ିଆ ଭାଷାକୁ ଆହୁରି ଆଗକୁ ନେବାକୁ ହେଲେ ପ୍ରଥମେ ନିଜ ଘରେ ୮୦ ପ୍ରତିଶତ ଓଡ଼ିଆ କହିବାକୁ ପଡିବ। କର୍ମକ୍ଷେତ୍ରରେ ଅତି କମରେ ୭୦ ପ୍ରତିଶତ ଓଡ଼ିଆ ଭାଷା କହିଲେ, ଓଡ଼ିଆ ଭାଷା ସମୃଦ୍ଧ ହେବ। ତେଣୁ ପ୍ରଥମେ ଘର ଏବଂ କର୍ମକ୍ଷେତ୍ରକୁ ଜଗିଲେ ଆମ ଭାଷା ଆଗେଇବ। ଏକ ଗବେଷଣାରୁ ଜଣାପଡିଛି ଯେଉଁ ଭାଷା ଅଧିକ ସମୃଦ୍ଧ ହୋଇଛି, ସେହି ଜାତିର ଲୋକମାନେ ଅଧିକ ମାତୃଭାଷା ବ୍ୟବହାର କରନ୍ତି ବୋଲି ବିଶ୍ବ ଓଡ଼ିଆ ଭାଷା […]

ଭୁବନେଶ୍ବର: ଓଡ଼ିଆ ଭାଷାକୁ ଆହୁରି ଆଗକୁ ନେବାକୁ ହେଲେ ପ୍ରଥମେ ନିଜ ଘରେ ୮୦ ପ୍ରତିଶତ ଓଡ଼ିଆ କହିବାକୁ ପଡିବ। କର୍ମକ୍ଷେତ୍ରରେ ଅତି କମରେ ୭୦ ପ୍ରତିଶତ ଓଡ଼ିଆ ଭାଷା କହିଲେ, ଓଡ଼ିଆ ଭାଷା ସମୃଦ୍ଧ ହେବ। ତେଣୁ ପ୍ରଥମେ ଘର ଏବଂ କର୍ମକ୍ଷେତ୍ରକୁ ଜଗିଲେ ଆମ ଭାଷା ଆଗେଇବ। ଏକ ଗବେଷଣାରୁ ଜଣାପଡିଛି ଯେଉଁ ଭାଷା ଅଧିକ ସମୃଦ୍ଧ ହୋଇଛି, ସେହି ଜାତିର ଲୋକମାନେ ଅଧିକ ମାତୃଭାଷା ବ୍ୟବହାର କରନ୍ତି ବୋଲି ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀରେ ଛାତ୍ରଛାତ୍ରୀଙ୍କୁ କହିଛନ୍ତି 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ୍।

ଆହୁରି ପଢ଼ନ୍ତୁ: ଆଜି ଶ୍ରୀମନ୍ଦିରରେ ରାହୁରେଖା ଲାଗି ହେବେ ମହାପ୍ରଭୁ, ସାଢେ଼ ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ

ରାଜ୍ୟସ୍ତରୀୟ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରିବା ଅବସରରେ ପାଣ୍ଡିଆନ୍ କହିଛନ୍ତି ଯେ, ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀର ଥିମ୍ ଭାଷା ହିଁ ଭବିଷ୍ୟତ। ତେଣୁ ଭବିଷ୍ୟତ ପିଢି ଏଥିରେ ଭାଗନେବାର ଆବଶ୍ୟକତା ରହିଛି । ଓଡ଼ିଶାର ଭାଷା ଯେଉଭଳି ଭାବରେ ଆଗକୁ ଯାଇଥିଲା ବିଶ୍ବ ଭାଷା ସମ୍ମିଳନୀ ପରେ ଏହାର ପ୍ରଚାର ପ୍ରସାର କରି ଆହୁରି ଆଗକୁ ନେବା। ଏହାସହ ଛାତ୍ରଛାତ୍ରୀମାନେ ବଖାଣିଥିବା ନିଜର ଅନୁଭୂତିକୁ ପ୍ରଶଂସା କରିଥିଲେ ପାଣ୍ଡିଆନ୍। ପିଲାମାନେ ୨୦/୨୫ ବର୍ଷ ନୁହେଁ ବରଂ ୫୦/୬୦ ବର୍ଷର ଅଭିଜ୍ଞ ଲୋକ ଭଳି ଅନୁଭୂତି କହିଛନ୍ତି ବୋଲି ପାଣ୍ଡିଆନ୍ କହିଥିଲେ।

ଆହୁରି ପଢ଼ନ୍ତୁ: ଆକାଶଛୁଆଁ ପିଆଜ ଦର: ଖୁଚୁରା ବଜାରରେ କିଲୋ ପିଛା ୭୦ ଟଙ୍କା ଛୁଇଁଲା ଦାମ୍

ଏହି ଅବସରରେ ବିଶ୍ବ ଭାଷା ସମ୍ମିଳନୀ ଉପଲକ୍ଷେ କରାଯାଇଥିବା ଓଡ଼ିଆ ପ୍ରବନ୍ଧ, ବକ୍ତୃତା, ଓଡ଼ିଆ ହସ୍ତାକ୍ଷର, ଡ୍ରାମା, ଜଗନ୍ନାଥ ଭଜନ ଏବଂ କୁଇଜ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା। ଟ୍ରଫି, ମାନପତ୍ର ସହ ଆର୍ଥିକ ପୁରସ୍କାର ପ୍ରଦାନ କରାଯାଇଛି। ପ୍ରବନ୍ଧ ପ୍ରତିଯୋଗିତାରେ ଫକୀରମୋହନ ବିଶ୍ବବିଦ୍ୟାଳୟର ଶୁଭଶ୍ରୀ ଦାସ ପ୍ରଥମ ସ୍ଥାନ ଅଧିକାର କରିଥିବାବେଳେ, ଜଗନ୍ନାଥ ସଂସ୍କୃତିକୁ ନେଇ ଡ୍ରାମା ପରିବେଷଣ କରିଥିବା ଶ୍ରୀ ଜଗନ୍ନାଥ ସଂସ୍କୃତି ବିଶ୍ବବିଦ୍ୟାଳୟ ଛାତ୍ରୀ ରଶ୍ମି ପାତ୍ର ଏବଂ ତାଙ୍କ ଟିମ୍ ପ୍ରଥମ ପୁରସ୍କାର ହାତେଇଛନ୍ତି । ଏଭଳି ପ୍ଲାଟଫର୍ମ ଯୋଗାଇ ଦେଇ ଛାତ୍ରଛାତ୍ରୀଙ୍କ ପ୍ରତିଭାକୁ ସାମ୍ନାକୁ ଆଣି ପୁରସ୍କୃତ କରିଥିବାରୁ ରାଜ୍ୟ ସରକାର, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କୁ ଧନ୍ୟବାଦ ଜଣାଇଛନ୍ତି ଛାତ୍ରଛାତ୍ରୀ।

ଆହୁରି ପଢ଼ନ୍ତୁ: ୩୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଜାଲରେ ପିପିଲି ତହସିଲର ଦୁଇ ରାଜସ୍ୱ ଅଧିକାରୀ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର