ଦୀପାବଳିରେ ବାଣଫୁଟା ମାର୍ଗଦର୍ଶିକା ଜାରି; ଜଗିବ କିଏ ? ମାପିବ କିଏ ?....

-ସନ୍ଧ୍ୟା ୭ଟାରୁ ୯ଟା ପର୍ଯ୍ୟନ୍ତ ଫୁଟାଯିବ ବାଣ

Deviprasad Mohanty Picture
Published On

-୧୨୫ ଡେସିବେଲରୁ ଅଧିକ ହେବନି ଶବ୍ଦ -ନିୟମ ନ ମାନିଲେ କାର୍ଯ୍ୟାନୁଷ୍ଠାନ ଚେତାବନୀ

ଭୁବନେଶ୍ୱର: ଏଥର ଦୀପାବଳିରେ ମାତ୍ର ୨ ଘଣ୍ଟା ବାଣ ଫୁଟାଯାଇ ପାରିବ, ତାହା ପୁଣି ସବୁଜ ବାଣ। ଏଥିପାଇଁ ପୁଣି ସର୍ତ୍ତ ରହିଛି ଯେ ଏହି ବାଣର ଶବ୍ଦ ୧୨୫ ଡେ଼ସିବେଲରୁ ଅଧିକ ହେବ ନାହିଁ। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଅନୁରୂପ ମାର୍ଗଦର୍ଶିକା ଜାରି କରିଛି ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ। ଏହା ସହ ଯେଉଁମାନେ ଏହି ନିୟମ ନ ମାନିବେ, ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ମଧ୍ୟ ଚେତାବନୀ ଦିଆଯାଇଛି। ମାତ୍ର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଜାରି କରିଥିବା ଏହି ନିର୍ଦ୍ଦେଶକୁ ନେଇ ମଧ୍ୟ ସ୍ୱାଭାବିକ ପ୍ରଶ୍ନ ଉଠିଛି। ଧାର୍ଯ୍ୟ ସମୟ ମଧ୍ୟରେ ବାଣ ଫୁଟାଯିବା ବେଳେ ଏହାର ଡେସିବେଲ କିଏ ମାପିବ ଏବଂ ୭ଟା ପୂର୍ବରୁ ଓ ୯ଟା ପରେ ବାଣଫୁଟାକୁ କିଏ ଜଗିବ ବୋଲି ପ୍ରଶ୍ନ ଉଠିଛି। 

ଆହୁରି ପଢ଼ନ୍ତୁ: ଦିଲ୍ଲୀରେ ପୁଲିସର ଦମନଲୀଳା: ବିଜୟଚୌକରେ ବିଜେଡିର ପ୍ରତିବାଦ

ବିଭାଗ ପକ୍ଷରୁ ଜାରି ନିର୍ଦ୍ଦେଶନାମାରେ କୁହାଯାଇଛି ଯେ ସବୁଜ ବାଣ ବ୍ୟତୀତ ଅନ୍ୟ ସବୁ ବାଣ ଉପରେ କଟକଣା ରହିଛି। ଯଦି କେହି ବାଣ ଫୁଟାଉଛନ୍ତି ତେବେ ୧୨୫ ଡେସିବେଲ ଅର୍ଥାତ୍‌ କମ୍‌ ଶବ୍ଦ ସୃଷ୍ଟିକାରୀ ବାଣ ଫୁଟାଇ ପାରିବେ ପୁଣି ପାର୍କ, ହସ୍ପିଟାଲ୍‌, ଶିକ୍ଷାନୁଷ୍ଠାନ, କୋର୍ଟ, ଧାର୍ମିକ ସ୍ଥାନର ୧୦୦ ମିଟର ପରିଧି ମଧ୍ୟରେ ବାଣ ଫୁଟାଯାଇପାରିବ ନାହିଁ । ପୁନଶ୍ଚ ବାଣରେ ବୋରିଅମ ଓ ଅନ୍ୟ ନିଷିଦ୍ଧ ରାସାୟନିକ ବ୍ୟବହାର ଉପରେ କଟକଣା ଲଗାଯାଇଛି। ଏସବୁ ନିୟମ ପାଳନ ନ କଲେ ଓଡ଼ିଶା ବାଣ ଓ ଲାଉଡ୍‌ସ୍ପିକର ନିୟନ୍ତ୍ରଣ ଆଇନ ଅନୁସାରେ ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ । ତେଣୁ ଦୀପାବଳୀରେ ବାଣ ଫୁଟାଇବା ପରିବର୍ତ୍ତେ କେବଳ ଦୀପ ଜାଳିବାକୁ ପ୍ରଦୂଷଣ ନିୟନ୍ତ୍ରଣ ବୋଡର଼୍ ଅନୁରୋଧ କରିଛି।

ଆହୁରି ପଢ଼ନ୍ତୁ: ଆତଙ୍କିତ ହେବାର ଆବଶ୍ୟକତା ନାହିଁ, କୋଭିଡ୍ ବର୍ତ୍ତମାନ ସାଧାରଣ ଫ୍ଲୁ ଭଳି: ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ସାଧାରଣତଃ ଭୁବନେଶ୍ୱର, କଟକ, ବାଲେଶ୍ୱର, ରାଉରକେଲା, କଳିଙ୍ଗନଗର ଓ ତାଳଚେର ପରି ସହରରେ ସବୁ ସମୟରେ ପ୍ରଦୂଷଣର ମାତ୍ରା ଅଧିକ ରହିଥାଏ। ଗତବର୍ଷ ଦୀପାବଳି ପୂର୍ବ ଦିନ ଏଠାରେ ବାୟୁର ଗୁଣବତ୍ତା ମାନ (ଏକ୍ୟୁଆର୍‌) ୧୦୦ ଥିଲା ବେଳେ ଦୀପାବଳି ସନ୍ଧ୍ୟାରେ ବାଣ ଫୁଟାରୁ ଏହା ବଢ଼ି ୨୩୦ ରୁ ୩୪୦ ଏକ୍ୟୁଆର୍‌ରେ ପହଞ୍ଚିଥିଲା।  ଦୀପାବଳିରେ ବାଣଫୁଟା ପରେ ପ୍ରଦୂଷଣକୁ ନେଇ ଅନେକ ସମସ୍ୟା ସୃଷ୍ଟି ହେଉଥିବାରୁ ସାରା ଦେଶରେ କିପରି ପ୍ରଦୂଷଣକୁ ରୋକାଯାଇପାରିବ ସେନେଇ ପରିବେଶବିତ୍‌ମାନେ ଚିନ୍ତା ପ୍ରକଟ କରିଛନ୍ତି। ବାଣରୁ ନିର୍ଗତ ଧୂଆଁ ଓ ଶିଳ୍ପ ବର୍ଯ୍ୟବସ୍ତୁ ବାୟୁମଣ୍ଡଳକୁ ପ୍ରବେଶ କରୁଛି। ଯେଉଁଥିରେ ଅଙ୍ଗାରକାମ୍ଳ, ଗନ୍ଧକାମ୍ଳ, ଜବଖାରକାମ୍ଳ ଓ ମିଥେନ ପରି ବିଷାକ୍ତ ଗ୍ୟାସ୍‌ ରହିଛି। ତେଣୁ ଦେଶର ବିଭିନ୍ନ ରାଜ୍ୟରେ ବାଣଫୁଟା ଉପରେ କଡ଼ାକଡ଼ି କଟକଣା ଲଗାଯାଇଛି। ଅନ୍ୟପକ୍ଷରେ  ବାଣ ଫୁଟାଇବା ସମୟରେ ପାଖରେ ପାଣି ବା ବାଲି ରଖିବାକୁ ପରାମର୍ଶ ଦିଆଯାଇଛି। ବାଣକୁ ହାତରେ ଧରି ଫୁଟାଇବାକୁ ବାରଣ କରାଯାଇଛି। ବାଣ ଫୁଟାଇବା ସମୟରେ ନିଜକୁ ଦୂରରେ ରଖିବା ଓ ଫୁଟି ଯାଇଥିବା ବାଣକୁ ଆଉଥରେ ଫୁଟାଇବାକୁ ଚେଷ୍ଟା ନକରିବା, ବାଣ ଫୁଟାଇବା ସମୟରେ ଆଖିର ଯତ୍ନ ନେବାକୁ ସ୍ୱଚ୍ଛ ଚଷମା ବ୍ୟବହାର କରିବା ଆଦି ବିଷୟରେ ସତର୍କତା ଜାରି କରାଯାଇଛି। ବାଣ ଫୁଟାଇବା ସମୟରେ ସୁରକ୍ଷା ପ୍ରତି ଧ୍ୟାନ ଦେଇ ସୂତା ପୋଷାକ ପିନ୍ଧିବା ପାଇଁ ପରାମର୍ଶ ଦିଆଯାଇଛି।

ଆହୁରି ପଢ଼ନ୍ତୁ: ତିଖିରି ସରପଞ୍ଚ ଚାମେଲି ଓଝାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ: ଜୁଲାଇ ୨୭ରେ ହେବ ଭୋଟିଂ

15 Oct 2025 By Deviprasad Mohanty

ଦୀପାବଳିରେ ବାଣଫୁଟା ମାର୍ଗଦର୍ଶିକା ଜାରି; ଜଗିବ କିଏ ? ମାପିବ କିଏ ?....

-ସନ୍ଧ୍ୟା ୭ଟାରୁ ୯ଟା ପର୍ଯ୍ୟନ୍ତ ଫୁଟାଯିବ ବାଣ

ଭୁବନେଶ୍ୱର: ଏଥର ଦୀପାବଳିରେ ମାତ୍ର ୨ ଘଣ୍ଟା ବାଣ ଫୁଟାଯାଇ ପାରିବ, ତାହା ପୁଣି ସବୁଜ ବାଣ। ଏଥିପାଇଁ ପୁଣି ସର୍ତ୍ତ ରହିଛି ଯେ ଏହି ବାଣର ଶବ୍ଦ ୧୨୫ ଡେ଼ସିବେଲରୁ ଅଧିକ ହେବ ନାହିଁ। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଅନୁରୂପ ମାର୍ଗଦର୍ଶିକା ଜାରି କରିଛି ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ। ଏହା ସହ ଯେଉଁମାନେ ଏହି ନିୟମ ନ ମାନିବେ, ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ମଧ୍ୟ ଚେତାବନୀ ଦିଆଯାଇଛି। ମାତ୍ର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଜାରି କରିଥିବା ଏହି ନିର୍ଦ୍ଦେଶକୁ ନେଇ ମଧ୍ୟ ସ୍ୱାଭାବିକ ପ୍ରଶ୍ନ ଉଠିଛି। ଧାର୍ଯ୍ୟ ସମୟ ମଧ୍ୟରେ ବାଣ ଫୁଟାଯିବା ବେଳେ ଏହାର ଡେସିବେଲ କିଏ ମାପିବ ଏବଂ ୭ଟା ପୂର୍ବରୁ ଓ ୯ଟା ପରେ ବାଣଫୁଟାକୁ କିଏ ଜଗିବ ବୋଲି ପ୍ରଶ୍ନ ଉଠିଛି। 

ବିଭାଗ ପକ୍ଷରୁ ଜାରି ନିର୍ଦ୍ଦେଶନାମାରେ କୁହାଯାଇଛି ଯେ ସବୁଜ ବାଣ ବ୍ୟତୀତ ଅନ୍ୟ ସବୁ ବାଣ ଉପରେ କଟକଣା ରହିଛି। ଯଦି କେହି ବାଣ ଫୁଟାଉଛନ୍ତି ତେବେ ୧୨୫ ଡେସିବେଲ ଅର୍ଥାତ୍‌ କମ୍‌ ଶବ୍ଦ ସୃଷ୍ଟିକାରୀ ବାଣ ଫୁଟାଇ ପାରିବେ ପୁଣି ପାର୍କ, ହସ୍ପିଟାଲ୍‌, ଶିକ୍ଷାନୁଷ୍ଠାନ, କୋର୍ଟ, ଧାର୍ମିକ ସ୍ଥାନର ୧୦୦ ମିଟର ପରିଧି ମଧ୍ୟରେ ବାଣ ଫୁଟାଯାଇପାରିବ ନାହିଁ । ପୁନଶ୍ଚ ବାଣରେ ବୋରିଅମ ଓ ଅନ୍ୟ ନିଷିଦ୍ଧ ରାସାୟନିକ ବ୍ୟବହାର ଉପରେ କଟକଣା ଲଗାଯାଇଛି। ଏସବୁ ନିୟମ ପାଳନ ନ କଲେ ଓଡ଼ିଶା ବାଣ ଓ ଲାଉଡ୍‌ସ୍ପିକର ନିୟନ୍ତ୍ରଣ ଆଇନ ଅନୁସାରେ ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ । ତେଣୁ ଦୀପାବଳୀରେ ବାଣ ଫୁଟାଇବା ପରିବର୍ତ୍ତେ କେବଳ ଦୀପ ଜାଳିବାକୁ ପ୍ରଦୂଷଣ ନିୟନ୍ତ୍ରଣ ବୋଡର଼୍ ଅନୁରୋଧ କରିଛି।

ସାଧାରଣତଃ ଭୁବନେଶ୍ୱର, କଟକ, ବାଲେଶ୍ୱର, ରାଉରକେଲା, କଳିଙ୍ଗନଗର ଓ ତାଳଚେର ପରି ସହରରେ ସବୁ ସମୟରେ ପ୍ରଦୂଷଣର ମାତ୍ରା ଅଧିକ ରହିଥାଏ। ଗତବର୍ଷ ଦୀପାବଳି ପୂର୍ବ ଦିନ ଏଠାରେ ବାୟୁର ଗୁଣବତ୍ତା ମାନ (ଏକ୍ୟୁଆର୍‌) ୧୦୦ ଥିଲା ବେଳେ ଦୀପାବଳି ସନ୍ଧ୍ୟାରେ ବାଣ ଫୁଟାରୁ ଏହା ବଢ଼ି ୨୩୦ ରୁ ୩୪୦ ଏକ୍ୟୁଆର୍‌ରେ ପହଞ୍ଚିଥିଲା।  ଦୀପାବଳିରେ ବାଣଫୁଟା ପରେ ପ୍ରଦୂଷଣକୁ ନେଇ ଅନେକ ସମସ୍ୟା ସୃଷ୍ଟି ହେଉଥିବାରୁ ସାରା ଦେଶରେ କିପରି ପ୍ରଦୂଷଣକୁ ରୋକାଯାଇପାରିବ ସେନେଇ ପରିବେଶବିତ୍‌ମାନେ ଚିନ୍ତା ପ୍ରକଟ କରିଛନ୍ତି। ବାଣରୁ ନିର୍ଗତ ଧୂଆଁ ଓ ଶିଳ୍ପ ବର୍ଯ୍ୟବସ୍ତୁ ବାୟୁମଣ୍ଡଳକୁ ପ୍ରବେଶ କରୁଛି। ଯେଉଁଥିରେ ଅଙ୍ଗାରକାମ୍ଳ, ଗନ୍ଧକାମ୍ଳ, ଜବଖାରକାମ୍ଳ ଓ ମିଥେନ ପରି ବିଷାକ୍ତ ଗ୍ୟାସ୍‌ ରହିଛି। ତେଣୁ ଦେଶର ବିଭିନ୍ନ ରାଜ୍ୟରେ ବାଣଫୁଟା ଉପରେ କଡ଼ାକଡ଼ି କଟକଣା ଲଗାଯାଇଛି। ଅନ୍ୟପକ୍ଷରେ  ବାଣ ଫୁଟାଇବା ସମୟରେ ପାଖରେ ପାଣି ବା ବାଲି ରଖିବାକୁ ପରାମର୍ଶ ଦିଆଯାଇଛି। ବାଣକୁ ହାତରେ ଧରି ଫୁଟାଇବାକୁ ବାରଣ କରାଯାଇଛି। ବାଣ ଫୁଟାଇବା ସମୟରେ ନିଜକୁ ଦୂରରେ ରଖିବା ଓ ଫୁଟି ଯାଇଥିବା ବାଣକୁ ଆଉଥରେ ଫୁଟାଇବାକୁ ଚେଷ୍ଟା ନକରିବା, ବାଣ ଫୁଟାଇବା ସମୟରେ ଆଖିର ଯତ୍ନ ନେବାକୁ ସ୍ୱଚ୍ଛ ଚଷମା ବ୍ୟବହାର କରିବା ଆଦି ବିଷୟରେ ସତର୍କତା ଜାରି କରାଯାଇଛି। ବାଣ ଫୁଟାଇବା ସମୟରେ ସୁରକ୍ଷା ପ୍ରତି ଧ୍ୟାନ ଦେଇ ସୂତା ପୋଷାକ ପିନ୍ଧିବା ପାଇଁ ପରାମର୍ଶ ଦିଆଯାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର