ଓଡ଼ିଶାବାସୀଙ୍କ ଅଧିକାର ପାଇଁ ଲଢେଇ ଜାରି ରହିବ: ନବୀନ

ଜୟଙ୍କୁ ଅଭିନନ୍ଦନ, ନୂଆପଡ଼ାବାସୀଙ୍କୁ ଦେଲେ ଧନ୍ୟବାଦ

Deviprasad Mohanty Picture
Published On

 ଭୁବନେଶ୍ୱର: ନୂଆପଡ଼ା ଉପ-ନିର୍ବାଚନରେ ଏକଜୁଟ ଭାବରେ ଉତ୍ସର୍ଗୀକୃତ ଭାବରେ ବିଜେଡି ପାଇଁ ଅକ୍ଲାନ୍ତ ପରିଶ୍ରମ କରିଥିବା ବିଜେଡିର ପ୍ରତ୍ୟେକ ନେତା, କର୍ମୀ ଓ ସମର୍ଥକଙ୍କୁ  ହୃଦୟରୁ କୃତଜ୍ଞତା ଜଣାଇଛନ୍ତି ଦଳର ସଭାପତି ନବୀନ ପଟ୍ଟନାୟକ। ନୂଆପଡ଼ା ଉପନିର୍ବାଚନ ଫଳ ପ୍ରକାଶ ପରେ ନବୀନ  ‘ଏକ୍ସ’ରେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆଙ୍କୁ ଶୁଭେଚ୍ଛା ସହ ବିଜେଡିର ନେତା ଓ କର୍ମୀଙ୍କ ପରିଶ୍ରମ ପାଇଁ ଧନ୍ୟବାଦ ଜଣାଇଛନ୍ତି। ନବୀନ କହିଛନ୍ତି ଯେ ବିଜେଡିର ପ୍ରତ୍ୟେକ ନେତା, କର୍ମୀ, ସମର୍ଥକଙ୍କ ପ୍ରତିବଦ୍ଧତା ଓ ଉତ୍ସାହ ହିଁ ବିଜେଡିର ପ୍ରକୃତ ଶକ୍ତି।  ନିର୍ବାଚନ ଆସେ ଏବଂ ଯାଏ; କିନ୍ତୁ  ମୂଲ୍ୟବୋଧ ଓ ଲୋକଙ୍କ ବିଶ୍ୱାସ ପ୍ରତି ସର୍ବଦା ସମ୍ମାନ ରହିବା ଆବଶ୍ୟକ। ମୁକ୍ତ ଏବଂ ନିରପେକ୍ଷ ନିର୍ବାଚନ ପରିଚାଳନା କରିବା ଓ ଲୋକଙ୍କ ଗଣତାନ୍ତ୍ରିକ ଅଧିକାରକୁ ବଜାୟ ରଖିବା ଆମ ଅନୁଷ୍ଠାନଗୁଡ଼ିକର ଦାୟିତ୍ୱ। ବିଜେଡି ଅନେକ ଉତ୍ଥାନ-ପତନ ଦେଇ ଗତି କରିଛି। ତଥାପି ଲୋକଙ୍କ ପାଇଁ ଲଢ଼ିବା ପାଇଁ ଅ।।ମର ସଂକଳ୍ପ ଅତୁଟ ରହିଛି, ଭବିଷ୍ୟତରେ ମଧ୍ୟ ଏହା ଜାରି ରହିବ। ଆମ ଦଳ ଲଢ଼ୁଆ ବିଜୁ ବାବୁଙ୍କ ଦ୍ୱାରା ଅନୁପ୍ରାଣିତ। ଓଡ଼ିଶା ଲୋକଙ୍କ ଅଧିକାର ପାଇଁ ଆମର ଲଢେ଼ଇ ଜାରି ରହିବ ବୋଲି ନବୀନ ଦୃଢୋକ୍ତି ପ୍ରକାଶ କରିଛନ୍ତି। ସେ ପୁନର୍ବାର  ବିଜେଡିକୁ ସମର୍ଥନ ଜଣାଇଥିବା  ନୂଆପଡ଼ାବାସୀଙ୍କୁ ଧନ୍ୟବାଦ ଦେବା ସହ ଏହି ଉପନିର୍ବାଚନ ପାଇଁ କଠିନ ପରିଶ୍ରମ କରିଥିବା ଦଳର ସମସ୍ତ କର୍ମୀଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି।  ନୂଆପଡ଼ାରେ ଅର୍ଥପୂର୍ଣ୍ଣ ବିକାଶ ଆଣି ଏହି ଜନାଦେଶକୁ ଜୟ ସମ୍ମାନ ଦେବେ ବୋଲି ନବୀନ ଆଶାପ୍ରକଟ କରିଛନ୍ତି।
ଓଡ଼ିଶାବାସୀଙ୍କ ଅଧିକାର...

ଆହୁରି ପଢ଼ନ୍ତୁ: ଓଡ଼ିଶାରୁ ଚାଉଳ ଉଠାଉ ନାହିଁ ଏଫସିଆଇ: ସମସ୍ୟାର ସମାଧାନ ନହେଲେ ରାଜରାସ୍ତାକୁ ଓହ୍ଲାଇବ ବିଜେଡି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର