ପ୍ରଖ୍ୟାତ କୃଷି ବୈଜ୍ଞାନିକ ଡକ୍ଟର ଏମ୍. ଏସ ସ୍ୱାମୀନାଥନଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ ପ୍ରକାଶ

The Sakala Picture
Published On

ଭୁବନେଶ୍ୱର: ପ୍ରଖ୍ୟାତ କୃଷି ବୈଜ୍ଞାନିକ ତଥା ସବୁଜ ବିପ୍ଲବର ଜନକ ଡକ୍ଟର ଏମ୍. ଏସ ସ୍ୱାମୀନାଥନଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଭାରତରେ ସବୁଜ ବିପ୍ଲବର ଜନକ ଥିଲେ ସ୍ୱାମୀନାଥନ । ଦେଶରେ କୃଷିକ୍ଷେତ୍ରର ବିକାଶରେ ସେ ନେଇଥିଲେ ପ୍ରମୁଖ ଭୂମିକା, ଯାହା କି କୃଷକମାନଙ୍କ ଅବସ୍ଥାରେ ସୁଧାର ଆଣିଥିଲା । କୃଷକଙ୍କ ଉନ୍ନତି ପାଇଁ ସାରା ଜୀବନ ପ୍ରଚେଷ୍ଟାରତ ଥିଲେ । କୃଷିକ୍ଷେତ୍ରରେ ଟେକ୍ନୋଲୋଜିର ପ୍ରୟୋଗ ସହ କୃଷକମାନଙ୍କ ସଶକ୍ତିକରଣ ପାଇଁ […]

ଭୁବନେଶ୍ୱର: ପ୍ରଖ୍ୟାତ କୃଷି ବୈଜ୍ଞାନିକ ତଥା ସବୁଜ ବିପ୍ଲବର ଜନକ ଡକ୍ଟର ଏମ୍. ଏସ ସ୍ୱାମୀନାଥନଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଭାରତରେ ସବୁଜ ବିପ୍ଲବର ଜନକ ଥିଲେ ସ୍ୱାମୀନାଥନ । ଦେଶରେ କୃଷିକ୍ଷେତ୍ରର ବିକାଶରେ ସେ ନେଇଥିଲେ ପ୍ରମୁଖ ଭୂମିକା, ଯାହା କି କୃଷକମାନଙ୍କ ଅବସ୍ଥାରେ ସୁଧାର ଆଣିଥିଲା । କୃଷକଙ୍କ ଉନ୍ନତି ପାଇଁ ସାରା ଜୀବନ ପ୍ରଚେଷ୍ଟାରତ ଥିଲେ । କୃଷିକ୍ଷେତ୍ରରେ ଟେକ୍ନୋଲୋଜିର ପ୍ରୟୋଗ ସହ କୃଷକମାନଙ୍କ ସଶକ୍ତିକରଣ ପାଇଁ ଉପଯୁକ୍ତ ସରକାରୀ ନୀତି ପ୍ରଣୟନ ଉପରେ ସ୍ୱାମୀନାଥନ ସର୍ବଦା ଜୋର୍ ଦେଉଥିଲେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ଆହୁରି ପଢ଼ନ୍ତୁ: ବନ୍ୟା ସହାୟତା ପ୍ରଦାନରେ ସରକାରଙ୍କ ପାତରଅନ୍ତର, ବିରୋଧୀ ପ୍ରତିନିଧିତ୍ୱ କରୁଥିବା ଅଞ୍ଚଳକୁ ଅଣଦେଖା କରୁଛନ୍ତି ରାଜ୍ୟ ସରକାର: ବିଜେଡି

ଓଡ଼ିଶା ସହ ସ୍ୱାମୀନାଥନଙ୍କ ସମ୍ପର୍କ ବିଷୟ ମନେ ପକାଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ସେ ପ୍ରାରମ୍ଭିକ ଗବେଷଣା ଓଡ଼ିଶାରେ ଆରମ୍ଭ କରିଥିଲେ । ସ୍ବାମୀନାଥନଙ୍କ ଗବେଷଣାଗାର ଓଡିଶାର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ଚାଷୀଙ୍କ ବିକାଶ ଲାଗି ଉତ୍ସର୍ଗୀକୃତ ଥିଲା । ରାଜ୍ୟର କୃଷକମାନଙ୍କୁ ଯଥା ସମ୍ଭବ ସାହାଯ୍ୟ ପାଇଁ ସେ ସର୍ବଦା ପ୍ରସ୍ତୁତ ଥିଲେ । ସ୍ୱାମୀନାଥନଙ୍କ ନିଧନ କୃଷି ବିଜ୍ଞାନରେ ଏକ ଅପୂରଣୀୟ କ୍ଷତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର