‘ନ୍ୟୁଜ୍‌‌ ଲଣ୍ଡ୍ରୀ’ରେ ମହିଳା ଖୋଲିଲେ ବିଜେପି ମୁଖା…

The Sakala Picture
Published On

ନୂଆଦିଲ୍ଲୀ: କେନ୍ଦ୍ରର ବିଜେପି ସରକାର ଆବାସ ଯୋଜନା ଅଧୀନରେ ଘର ଯୋଗାଇ ଦେଇଥିବା ଡ଼ିଣ୍ଡିମ ପିଟୁଛନ୍ତି। ଲକ୍ଷଲକ୍ଷ ଲୋକଙ୍କୁ ଘର ଯୋଗାଇ ଦେଇଥିବା ନେଇ ସମ୍ବାଦପତ୍ରଗୁଡ଼ିକରେ ବଡ଼ବଡ଼ ବିଜ୍ଞାପନ ଦେଉଛନ୍ତି। ମାତ୍ର ଏକ ଖବରକାଗଜରେ ଦିଆଯାଇଥିବା ଏକ ବିଜ୍ଞାପନ ‘ଆବାସ’ ଯୋଜନାର ବାସ୍ତବିକତାକୁ ସ୍ପଷ୍ଟ କରି ଦେଇଛି। ଉକ୍ତ ବିଜ୍ଞାପନରେ ଜଣେ ମହିଳାଙ୍କୁ ହିତାଧିକାରୀ ଭାବେ ଦର୍ଶାଯାଇ ତାଙ୍କ ଫଟୋ ଛପାଯାଇଛି ଓ ସମ୍ପୃକ୍ତ ମହିଳାଙ୍କ ପରି ୨୪ ଲକ୍ଷ ମହିଳା ଉପକୃତ ହୋଇଥିବା ଏଥିରେ ଉଲ୍ଲେଖ […]

ନୂଆଦିଲ୍ଲୀ: କେନ୍ଦ୍ରର ବିଜେପି ସରକାର ଆବାସ ଯୋଜନା ଅଧୀନରେ ଘର ଯୋଗାଇ ଦେଇଥିବା ଡ଼ିଣ୍ଡିମ ପିଟୁଛନ୍ତି। ଲକ୍ଷଲକ୍ଷ ଲୋକଙ୍କୁ ଘର ଯୋଗାଇ ଦେଇଥିବା ନେଇ ସମ୍ବାଦପତ୍ରଗୁଡ଼ିକରେ ବଡ଼ବଡ଼ ବିଜ୍ଞାପନ ଦେଉଛନ୍ତି। ମାତ୍ର ଏକ ଖବରକାଗଜରେ ଦିଆଯାଇଥିବା ଏକ ବିଜ୍ଞାପନ ‘ଆବାସ’ ଯୋଜନାର ବାସ୍ତବିକତାକୁ ସ୍ପଷ୍ଟ କରି ଦେଇଛି। ଉକ୍ତ ବିଜ୍ଞାପନରେ ଜଣେ ମହିଳାଙ୍କୁ ହିତାଧିକାରୀ ଭାବେ ଦର୍ଶାଯାଇ ତାଙ୍କ ଫଟୋ ଛପାଯାଇଛି ଓ ସମ୍ପୃକ୍ତ ମହିଳାଙ୍କ ପରି ୨୪ ଲକ୍ଷ ମହିଳା ଉପକୃତ ହୋଇଥିବା ଏଥିରେ ଉଲ୍ଲେଖ ରହିଛି। ମାତ୍ର ଅନୁସନ୍ଧାନରୁ ଜଣପଡ଼ିଛି ଯେ ଯେଉଁ ଘରଟିକୁ ‘ଆବାସ’ ବୋଲି ବିଜ୍ଞାପନରେ ଉଲ୍ଲେଖ କରାଯାଇଛି, ତାହା ସମ୍ପୃକ୍ତ ମହିଳାଙ୍କ ଘର ନୁହେଁ ଓ ସେ ସେଠାରେ ମାସକୁ ୫୦୦ ଟଙ୍କା ଭଡ଼ାରେ ରହିଛନ୍ତି। ‘ନିୟୁଜ୍‌‌ ଲଣ୍ଡ୍ରୀ’ ନାମକ ଏକ ୱେବ୍‌‌ସାଇଟ୍‌‌ ବିଜେପିର ମିଛ ପ୍ରଚାରକୁ ପଦାରେ ପକାଇଛି। ଏହି ଭିଡିଓ ଏପିସୋଡ୍‌‌ ଏବେ ସୋସିଆଲ ମିଡ଼ିଆରେ ଖୁବ୍‌‌ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓକୁ ନେଇ ସୋସିଆଲ ମିଡିଆ ୟୁଜର୍ସ ଏବେ ବିଜେପିକୁ ଟ୍ରୋଲ କରିବାରେ ଲାଗିଛନ୍ତି।

ଆହୁରି ପଢ଼ନ୍ତୁ: ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ରାଜଧାନୀରେ ବିଭତ୍ସ ହତ୍ୟାକାଣ୍ଡ, ଜଣେ ଗିରଫ

ଛପାଯାଇଥିବା ବିଜ୍ଞାପନରେ ଆବାସ ଯୋଜନାରେ ଘର ପାଇ ମହିଳା ଜଣଙ୍କ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଧନ୍ୟବାଦ ଦେଇଛନ୍ତି। ତାଙ୍କ ମୁଣ୍ଡରେ ଏକୁଟିଆ ଛାତ ଆସିନାହିଁ ବରଂ ଏହି ଯୋଜନା ୨୪ ଲକ୍ଷ ଲୋକଙ୍କ ପାଇଁ ଛାତର ସୁବିଧା କରିଛି। ଯାହାଫଳରେ ଆମେ ସବୁ ଆତ୍ମନିର୍ଭର ହୋଇଯାଇଛୁ ବୋଲି ମହିଳା ଜଣକ କହୁଥିବା ବିଜ୍ଞାପନରେ ଲେଖା ଯାଇଥିଲା। ଏହା ଉପରେ ‘ନିୟୁଜ୍‌‌ ଲଣ୍ଡ୍ରୀ’ ଖୋଳତାଡ କରିବା ଆରମ୍ଭ କରିଥିଲା। ମହିଳାଙ୍କ ଘରକୁ ଯାଇ ତାଙ୍କୁ ଭେଟିଥିଲା। ମହିଳା ଜଣଙ୍କ ବିଜ୍ଞାପନରେ ନିଜକୁ ଚିହ୍ନଟ କରିଥିଲେ। ସେ ନିଜକୁ ଜଣେ ଦିନ ମଜୁରିଆ ବୋଲି ପରିଚୟ ଦେଇଥିଲେ। ସେ କହିଥିଲେ ଯେ ମୁଁ ଏକ ଘର କାମ କରୁଥିଲା ବେଳେ ମୋ ଅଜାଣତରେ ମୋ ଫଟୋ ନିଆଯାଇଛି। ମୁଁ କୌଣସି ‘ଆବାସ’ ଘର ପାଇନାହିଁ। ଦୀର୍ଘ ୫୦ବର୍ଷ ଧରି ମୁଁ ବସ୍ତିରେ ଭଡାରେ ରହୁଛି। ଏବେ ଯେଉଁ ଘର ଦେଖୁଛନ୍ତି, ତାହାର ଭଡା ୫୦୦ ଟଙ୍କା। ଅଚାନକ ଦିନେ ଅନେକ ମୋର ଫଟୋ ଖବରକାଗଜରେ ବାହାରିଥିବା କହିଲେ। ଏହା ପରେ ମୁଁ ମୋ ଫଟୋ ଖବରକାଗଜରେ ଛପା ଯାଇଥିବା ଦେଖିଲି। ଯାହା ମୋତେ ବହୁତ ବ୍ୟଥିତ କରୁଛି। ମୋତେ ଘର ମିଳିବା ପରିବର୍ତ୍ତେ ଏପରି ବିଜ୍ଞାପନ ଛପାଇ ମୋତେ ବଦନାମ୍‌‌ କରାଯାଉଛି। ବିଜେପି ଏମରି ମିଥ୍ୟା ବିଜ୍ଞାପନ ଜରିଆରେ ଲୋକଙ୍କୁ କି ବାର୍ତ୍ତା ଦେବାକୁ ଚାହୁଁଛନ୍ତି ବୋଲି ମହିଳାଜଣଙ୍କ ପ୍ରଶ୍ନ କରିଛନ୍ତି। ସମ୍ପୃକ୍ତ ମହିଳା ଜଣଙ୍କ ଘର ବିହାର ଛପରା ଜିଲ୍ଲାରେ ହୋଇଥିଲା ବେଳେ ସେ ପଶ୍ଚିମବଙ୍ଗରେ ରହୁଛନ୍ତି।

ଆହୁରି ପଢ଼ନ୍ତୁ: ମାଲକାନଗିରି ଜଙ୍ଗଲରୁ ବିପୁଳ ମାଓ ସାମଗ୍ରୀ ଜବତ, ସର୍ଚ୍ଚ ଅପରେସନ ଜୋରଦାର

24 May 2024 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର