ଏସଏଚଜିଙ୍କ ପାଇଁ ପ୍ରତି ଜିଲ୍ଲାରେ ହେବ ଶିଳ୍ପ ପାର୍କ, ୩ ବର୍ଷରେ ୫୦ହଜାର ଏସଏଚଜିକୁ ଏସଏମଇ କରିବା ଲକ୍ଷ୍ୟ

The Sakala Picture
Published On

ଭୁବନେଶ୍ବର : ଏସଏଚଜି ହେବ ଏସଏମଇ । ଆଗାମୀ ୩ବର୍ଷରେ ୫୦ହଜାର ଏସଏଚଜିକୁ ଏସଏମଇରେ ପରିଣତ କରାଯିବ ବୋଲି ମିଶନ ଶକ୍ତି ସଚିବ ସୁଜାତା ଆର. କାର୍ତ୍ତିକେୟନ ସୂଚନା ଦେଇଛନ୍ତି। ଜିଲ୍ଲାପାଳ ସମ୍ମିଳନୀରେ ଆସନ୍ତା ଦୁଇ ତିନି ବର୍ଷରେ ମିଶନ ଶକ୍ତିର ଭିଜନ ନେଇ ଆଲୋଚନା ହୋଇଛି। ଏବେସୁଦ୍ଧା ୭୦ଲକ୍ଷ ମହିଳାଙ୍କ ଦ୍ବାରା ୬ଲକ୍ଷ ଗ୍ରୁପ୍ ହୋଇସାରିଛି। ଆସନ୍ତା ୩ବର୍ଷ ଭିତରେ ପ୍ରତି ଜିଲ୍ଲାରେ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀଙ୍କ ପାଇଁ ଶିଳ୍ପ ପାର୍କ ହେବ। ଚଳିତ […]

ଭୁବନେଶ୍ବର : ଏସଏଚଜି ହେବ ଏସଏମଇ ଆଗାମୀ ୩ବର୍ଷରେ ୫୦ହଜାର ଏସଏଚଜିକୁ ଏସଏମଇରେ ପରିଣତ କରାଯିବ ବୋଲି ମିଶନ ଶକ୍ତି ସଚିବ ସୁଜାତା ଆର. କାର୍ତ୍ତିକେୟନ ସୂଚନା ଦେଇଛନ୍ତି। ଜିଲ୍ଲାପାଳ ସମ୍ମିଳନୀରେ ଆସନ୍ତା ଦୁଇ ତିନି ବର୍ଷରେ ମିଶନ ଶକ୍ତିର ଭିଜନ ନେଇ ଆଲୋଚନା ହୋଇଛି। ଏବେସୁଦ୍ଧା ୭୦ଲକ୍ଷ ମହିଳାଙ୍କ ଦ୍ବାରା ୬ଲକ୍ଷ ଗ୍ରୁପ୍ ହୋଇସାରିଛି। ଆସନ୍ତା ୩ବର୍ଷ ଭିତରେ ପ୍ରତି ଜିଲ୍ଲାରେ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀଙ୍କ ପାଇଁ ଶିଳ୍ପ ପାର୍କ ହେବ। ଚଳିତ ଆର୍ଥିକ ବର୍ଷରେ ଗୋଟିଏ ଦୁଇଟି ଜିଲ୍ଲାରେ ଇଣ୍ଡଷ୍ଟ୍ରିଆଲ୍ ପାର୍କ ପାଇଁ ଜମି ଚିହ୍ନଟ କରାଯିବ। ରାଜ୍ୟସ୍ତରରେ ମହିଳାଙ୍କୁ ନେଇ ଇଣ୍ଡଷ୍ଟ୍ରିଆଲ୍ ପାର୍କ କରିଥିବା ଟେକ୍ନିକାଲ ପାର୍ଟନରଙ୍କୁ ଏଥିରେ ନିୟୋଜିତ କରାଯିବ। ଫ୍ଲାଏ ଆସ ଇଟା ପ୍ରସ୍ତୁତ କରୁଥିବା କୋରାପୁଟ ବୋରିଗୁମ୍ମାର ଏସଏଚଜିକୁ ପ୍ରଶଂସା କରିଛନ୍ତି ମିଶନ ଶକ୍ତି ସଚିବ

ଆହୁରି ପଢ଼ନ୍ତୁ: ଯାତ୍ରା ମଞ୍ଚରେ ଉତ୍ତେଜନା: ଅଭିନେତ୍ରୀ ନିଶା ମହାରଣାଙ୍କ ଉପରକୁ ଚେୟାର ଓ ପାଣି ବୋତଲ ମାଡ଼

ଗ୍ରୁପର ଟର୍ଣ୍ଣ ଓଭର ୫କୋଟିରୁ ଅଧିକ ହୋଇଛି। ସେଠାରେ ଇଣ୍ଡଷ୍ଟ୍ରିଆଲ୍ ପାର୍କ ହୋଇସାରିଛି। ସବୁ ଫାଇଭ୍ଟି ସ୍କୁଲର ତଦାରଖ, ରକ୍ଷଣାବେକ୍ଷଣ ଦାୟିତ୍ବ ଏସଏଚଜିକୁ ହସ୍ତାନ୍ତର କରାଯାଉଛି। ଜଙ୍ଗଲ ବିଭାଗରେ ଏସଏଚଜିର ସହଭାଗିତାକୁ ଫୋକସ୍କ ରାଯାଉଛି। ବିଶେଷ କରି କୋରାପୁଟ, କେନ୍ଦ୍ରାପଡ଼ାରେ ବହୁତ ଭଲ କାମ ହୋଇଛି ୭୦ ଲକ୍ଷ ମହିଳା କେମିତି ପରିଚୟ ପାଇବେ ସେନେଇ ଗୁରୁତ୍ବ ଦିଆଯାଉଥିବା ମିଶନ ଶକ୍ତି ସଚିବ କହିଛନ୍ତି।

ଆହୁରି ପଢ଼ନ୍ତୁ: ବଦଳିବ ଦଶମ ପାଠ୍ୟକ୍ରମ: ଦଶମ ଓ ଦ୍ବାଦଶ ଶ୍ରେଣୀ ପାଇଁ ହେବ ଗୋଟିଏ ବୋର୍ଡ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର