କରୋନା କାଳରେ ଏସଏଚଜି ଗ୍ରୁପର ନିରନ୍ତର ପ୍ରୟାସ, ନିଜେ ସ୍ବାବଲମ୍ବୀ ହେବା ସହ ଅନ୍ୟକୁ ସୁରକ୍ଷା ଦେବା

The Sakala Picture
Published On

ଭୁବନେଶ୍ୱର : ସାରା ବିଶ୍ଵ ଏବେ କରୋନା କବଳିତ । ଏହି ସମୟରେ କିଏ ରୋଜଗାର ହରାଇଛନ୍ତି ତ ଆଉ କାହାର ରୋଜଗାରର ବାଟ ବନ୍ଦ ହୋଇଯାଇଛି । ମାତ୍ର ମହିଳା ସ୍ଵୟଂ ସହାୟକ ଗୋଷ୍ଠୀଙ୍କ ହାତ ଅଟକିଯାଇନାହିଁ । ମହାମାରୀ ସମୟରେ ରାଜ୍ୟ ସରକାରଙ୍କ କରୋନା ପରିଚାଳନାରେ ସେମାନଙ୍କର ସହଭାଗିତା ଜାରି ରଖିଛି । କେତେବେଳେ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀଙ୍କ ହାତରେ ଖାଦ୍ୟ ନିରାପରାର ଦାୟିତ୍ବ ନ୍ୟସ୍ତ କରାଯାଉଛି ତ ଆଉ କେଉଁଠି ଘରେ […]

ଭୁବନେଶ୍ୱର : ସାରା ବିଶ୍ଵ ଏବେ କରୋନା କବଳିତ । ଏହି ସମୟରେ କିଏ ରୋଜଗାର ହରାଇଛନ୍ତି ତ ଆଉ କାହାର ରୋଜଗାରର ବାଟ ବନ୍ଦ ହୋଇଯାଇଛି । ମାତ୍ର ମହିଳା ସ୍ଵୟଂ ସହାୟକ ଗୋଷ୍ଠୀଙ୍କ ହାତ ଅଟକିଯାଇନାହିଁ । ମହାମାରୀ ସମୟରେ ରାଜ୍ୟ ସରକାରଙ୍କ କରୋନା ପରିଚାଳନାରେ ସେମାନଙ୍କର ସହଭାଗିତା ଜାରି ରଖିଛି । କେତେବେଳେ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀଙ୍କ ହାତରେ ଖାଦ୍ୟ ନିରାପରାର ଦାୟିତ୍ବ ନ୍ୟସ୍ତ କରାଯାଉଛି ତ ଆଉ କେଉଁଠି ଘରେ ହୋମ ଆଇସୋଲେସନ୍‌ରେ ଥିବା ଆକ୍ରାନ୍ତଙ୍କ ପାଇଁ କିଟ୍ ବ୍ୟାଗ୍ ପ୍ରସ୍ତୁତ କରୁଛନ୍ତି । କୋଭିଡ -୧୯ ସମୟରେ ମିଶନ ଶକ୍ତି ସେମାନଙ୍କୁ ରୋଜଗାରର ବାଟ ଦେଖାଇବା ସହ ସାବଲମ୍ବୀ ମଧ୍ୟ କରିଛି। ଆଉ ଘରୁ ଗୋଡ କାଢି ପାରୁନଥିବା ମହିଳାମାନଙ୍କ ପାଇଁ ମିଶନଶକ୍ତି ଏବେ କରୋନା ମହାମାରୀ ସମୟରେ ସାମର୍ଥ୍ୟ ଆଣିଦେଇଛି ।

ଆହୁରି ପଢ଼ନ୍ତୁ: ଢେଙ୍କାନାଳରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ପୋଖରୀକୁ ଖସିଲା ବରଯାତ୍ରୀ ଗାଡ଼ି, ୫ ମୃତ

ମହାମାରୀର ଆରମ୍ଭରୁ ମା’ମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ କରୋନାର ସୁରକ୍ଷା କବଚ ‘ମାସ୍କ’ ତିଆରି କରି ବିକ୍ରି କରିବା ସହ ବାଣ୍ଟିବାରେ ସିଦ୍ଧହସ୍ତ ହୋଇପାରିଛନ୍ତି। କରୋନାର ପ୍ରଥମ ଲହରରୁ ୨ୟ ଲହର ପର୍ଯ୍ୟନ୍ତ ମିଶନ ଶକ୍ତିର ମହିଳା ସ୍ଵୟଂ ସହାୟକ ଗୋଷ୍ଠୀମାନେ ଏବେ ଜିଲ୍ଲା ପ୍ରଶାସନ ସାହାଯ୍ୟରେ କରୋନା ପରିଚାଳନାର ଦାୟିତ୍ୱ ଭାର ନେଇଛନ୍ତି । ଏମିତି କିଛି ସ୍ବୟଂ ସହାୟକ ଗୋଷ୍ଠୀଙ୍କ ମଧ୍ୟରୁ କଟକର ହାକି ଅଲ୍ଲୀ ଉତ୍ପାଦକ ଗୋଷ୍ଠୀ ଏବେ କରୋନା ପରିଚାଳନାର ମଙ୍ଗ ଧରିଛନ୍ତି । ମିଶନ ଶକ୍ତିର ଏସ୍ଏଚ୍‌ଡି କୋଭିଡ -୧୯ ମହାମାରୀ ବିରୋଧରେ ଲଢେଇ ଜାରି ରଖ୍ ସେମାନଙ୍କର ସେବା ପ୍ରଦାନ କରୁଛନ୍ତି। ୨୦୨୦ ମସିହାରୁ ଆରମ୍ଭ ହୋଇଛି ସେମାନଙ୍କର ଏହି ଅଭିଯାନ। ମହିଳାମାନେ ଏକାଠି ହୋଇ ଏବେ କନା ଆକ୍ରାନ୍ତ ହୋଇ ହୋମ୍ ଆଇସୋଲେସନ୍‌ରେ ଥିବା ଆକ୍ରାନ୍ତ ପାଇଁ ଜିଟ୍ ବ୍ୟାଗ୍ ପ୍ରସ୍ତୁତ କରୁଛନ୍ତି ।

ଆହୁରି ପଢ଼ନ୍ତୁ: ବାହୁଡ଼ା ଯାତ୍ରା ଓ ସୁନାବେଶ ପାଇଁ ପୁରୀ ପୋଲିସର ଟ୍ରାଫିକ ଆଡଭାଇଜରି ଜାରି, ଜାଣନ୍ତୁ କେଉଁଠି ରହିବ ଗାଡ଼ି...

ଗ୍ରୁପ୍‌ର ମହିଳାମାନେ ପ୍ରଥମ ପର୍ଯ୍ୟାୟରୁ ଏବେ ସୁଦ୍ଧା ୮ହଜାରରୁ ଉର୍ଦ୍ଧ୍ବ କିଟ୍ ବ୍ୟାଗ୍ ତିଆରି କରି କଟକ ଜିଲ୍ଲା ମୁଖ୍ୟଚିକିତ୍ସା ଅଧିକାରୀଙ୍କ କାର୍ଯ୍ୟାଳୟକୁ ପ୍ରଦାନ କରିଛନ୍ତି। ଏହି ବ୍ୟାଗରେ ସେମାନେ ସେମାନଙ୍କ ହାତ ତିଆରି ମାସ୍କ ଏବଂ ସାନିଟାଇଜର୍ ଭର୍ତ୍ତି କରି ଦେଉଛନ୍ତି। ହାଜି ଅଲ୍ଲୀ ଉତ୍ପାଦକ ଗୋଷ୍ଠୀର ୩୦ଜଣ ମହିଳା ଏବେ ଏହି ସେବା କାର୍ଯ୍ୟରେ ନିଜକୁ ନିୟୋଜିତ କରିଛନ୍ତି। ଏହାସହିତ ଢେଙ୍କାନାଳ ଜିଲ୍ଲାରେ ମଧ୍ୟ ୨ହଜାର ଆଇସୋଲେସନ୍ କିଟ୍ ବ୍ୟାଗରେ ମାସ୍କ ଏବଂ ସାନିଟାଇଜର୍‌ ଦେଇଛନ୍ତି। କେବଳ ସେତିକି ନୁହେଁ ଝୋଟିରୁ ମଧ୍ୟ ବ୍ୟାଗ୍ ପ୍ରସ୍ତୁତ କରି ସରକାରୀ ଅଫିସ୍‌ମାନଙ୍କୁ ପ୍ରଦାନ କରୁଛନ୍ତି। ବର୍ତ୍ତମାନ କୋଭିତର ଏହି ଘଡିସନ୍ଧି ମୁହୁର୍ତରେ ମା’ମାନେ ୧୦ହଜାର ଝୋଟ ବ୍ୟାଗ୍‌କୁ ରାଜ୍ୟ ପଛୁଆ ବର୍ଗ କମିଶନଙ୍କୁ ପ୍ରଦାନ କରିଛନ୍ତି। ମହାମାରୀ ଆରମ୍ଭରୁ ସେମାନେ କପଡ଼ା ମାସ୍କ ତିଆରି କରି ନିଜେ ରୋଜଗାରକ୍ଷମ ହେବା ସହ ସ୍ୱାବଲମ୍ବୀ ହୋଇପାରିଛନ୍ତି ।

ଆହୁରି ପଢ଼ନ୍ତୁ: ଶ୍ରୀମନ୍ଦିର ପ୍ରଶାସନର ବଡ଼ ପଦକ୍ଷେପ: 'ମହାପ୍ରସାଦ' ଓ 'ନୀଳଚକ୍ର' ସମେତ ୫ଟି ପବିତ୍ର ନାମକୁ ମିଳିଲା ଟ୍ରେଡମାର୍କ ଅନୁମୋଦନ

୨୦୧୩ ମସିହାରୁ କଟକ କେଶରପୁରର ମୁସଲମାନ ସମ୍ପ୍ରଦାୟରର ୩୦ଜଣ ମହିଳା ଏକତ୍ରିତ ହୋଇ ସ୍ଵୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ସିଲେଇ କରି ରୋଜଗାରକ୍ଷମ ହେବା ଆରମ୍ଭ କରିଥିଲେ ବୋଲି ଜୀବିକା ସହାୟକ ମଉସିନ୍ ମଲ୍ଲିକ୍ କହିଛନ୍ତି ।କିଛି ମହିଳା ଏବେ ଘରେ ରହି ସିଲେଇ କରୁଥିବାବେଳେ ଆଉ କିଛି ଜଣ ଗୋଷ୍ଠୀ କାର୍ଯ୍ୟାଳୟରେ ମାସ୍କ ଏବଂ ଆଇସୋଲେସନ କିଟ୍ ବ୍ୟାଗ୍ ପ୍ରସ୍ତୁତ କରିବାରେ ଲାଗିପଡ଼ିଛନ୍ତି ।

18 Jun 2021 By The Sakala

କରୋନା କାଳରେ ଏସଏଚଜି ଗ୍ରୁପର ନିରନ୍ତର ପ୍ରୟାସ, ନିଜେ ସ୍ବାବଲମ୍ବୀ ହେବା ସହ ଅନ୍ୟକୁ ସୁରକ୍ଷା ଦେବା

ଭୁବନେଶ୍ୱର : ସାରା ବିଶ୍ଵ ଏବେ କରୋନା କବଳିତ । ଏହି ସମୟରେ କିଏ ରୋଜଗାର ହରାଇଛନ୍ତି ତ ଆଉ କାହାର ରୋଜଗାରର ବାଟ ବନ୍ଦ ହୋଇଯାଇଛି । ମାତ୍ର ମହିଳା ସ୍ଵୟଂ ସହାୟକ ଗୋଷ୍ଠୀଙ୍କ ହାତ ଅଟକିଯାଇନାହିଁ । ମହାମାରୀ ସମୟରେ ରାଜ୍ୟ ସରକାରଙ୍କ କରୋନା ପରିଚାଳନାରେ ସେମାନଙ୍କର ସହଭାଗିତା ଜାରି ରଖିଛି । କେତେବେଳେ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀଙ୍କ ହାତରେ ଖାଦ୍ୟ ନିରାପରାର ଦାୟିତ୍ବ ନ୍ୟସ୍ତ କରାଯାଉଛି ତ ଆଉ କେଉଁଠି ଘରେ ହୋମ ଆଇସୋଲେସନ୍‌ରେ ଥିବା ଆକ୍ରାନ୍ତଙ୍କ ପାଇଁ କିଟ୍ ବ୍ୟାଗ୍ ପ୍ରସ୍ତୁତ କରୁଛନ୍ତି । କୋଭିଡ -୧୯ ସମୟରେ ମିଶନ ଶକ୍ତି ସେମାନଙ୍କୁ ରୋଜଗାରର ବାଟ ଦେଖାଇବା ସହ ସାବଲମ୍ବୀ ମଧ୍ୟ କରିଛି। ଆଉ ଘରୁ ଗୋଡ କାଢି ପାରୁନଥିବା ମହିଳାମାନଙ୍କ ପାଇଁ ମିଶନଶକ୍ତି ଏବେ କରୋନା ମହାମାରୀ ସମୟରେ ସାମର୍ଥ୍ୟ ଆଣିଦେଇଛି ।

ମହାମାରୀର ଆରମ୍ଭରୁ ମା’ମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ କରୋନାର ସୁରକ୍ଷା କବଚ ‘ମାସ୍କ’ ତିଆରି କରି ବିକ୍ରି କରିବା ସହ ବାଣ୍ଟିବାରେ ସିଦ୍ଧହସ୍ତ ହୋଇପାରିଛନ୍ତି। କରୋନାର ପ୍ରଥମ ଲହରରୁ ୨ୟ ଲହର ପର୍ଯ୍ୟନ୍ତ ମିଶନ ଶକ୍ତିର ମହିଳା ସ୍ଵୟଂ ସହାୟକ ଗୋଷ୍ଠୀମାନେ ଏବେ ଜିଲ୍ଲା ପ୍ରଶାସନ ସାହାଯ୍ୟରେ କରୋନା ପରିଚାଳନାର ଦାୟିତ୍ୱ ଭାର ନେଇଛନ୍ତି । ଏମିତି କିଛି ସ୍ବୟଂ ସହାୟକ ଗୋଷ୍ଠୀଙ୍କ ମଧ୍ୟରୁ କଟକର ହାକି ଅଲ୍ଲୀ ଉତ୍ପାଦକ ଗୋଷ୍ଠୀ ଏବେ କରୋନା ପରିଚାଳନାର ମଙ୍ଗ ଧରିଛନ୍ତି । ମିଶନ ଶକ୍ତିର ଏସ୍ଏଚ୍‌ଡି କୋଭିଡ -୧୯ ମହାମାରୀ ବିରୋଧରେ ଲଢେଇ ଜାରି ରଖ୍ ସେମାନଙ୍କର ସେବା ପ୍ରଦାନ କରୁଛନ୍ତି। ୨୦୨୦ ମସିହାରୁ ଆରମ୍ଭ ହୋଇଛି ସେମାନଙ୍କର ଏହି ଅଭିଯାନ। ମହିଳାମାନେ ଏକାଠି ହୋଇ ଏବେ କନା ଆକ୍ରାନ୍ତ ହୋଇ ହୋମ୍ ଆଇସୋଲେସନ୍‌ରେ ଥିବା ଆକ୍ରାନ୍ତ ପାଇଁ ଜିଟ୍ ବ୍ୟାଗ୍ ପ୍ରସ୍ତୁତ କରୁଛନ୍ତି ।

ଗ୍ରୁପ୍‌ର ମହିଳାମାନେ ପ୍ରଥମ ପର୍ଯ୍ୟାୟରୁ ଏବେ ସୁଦ୍ଧା ୮ହଜାରରୁ ଉର୍ଦ୍ଧ୍ବ କିଟ୍ ବ୍ୟାଗ୍ ତିଆରି କରି କଟକ ଜିଲ୍ଲା ମୁଖ୍ୟଚିକିତ୍ସା ଅଧିକାରୀଙ୍କ କାର୍ଯ୍ୟାଳୟକୁ ପ୍ରଦାନ କରିଛନ୍ତି। ଏହି ବ୍ୟାଗରେ ସେମାନେ ସେମାନଙ୍କ ହାତ ତିଆରି ମାସ୍କ ଏବଂ ସାନିଟାଇଜର୍ ଭର୍ତ୍ତି କରି ଦେଉଛନ୍ତି। ହାଜି ଅଲ୍ଲୀ ଉତ୍ପାଦକ ଗୋଷ୍ଠୀର ୩୦ଜଣ ମହିଳା ଏବେ ଏହି ସେବା କାର୍ଯ୍ୟରେ ନିଜକୁ ନିୟୋଜିତ କରିଛନ୍ତି। ଏହାସହିତ ଢେଙ୍କାନାଳ ଜିଲ୍ଲାରେ ମଧ୍ୟ ୨ହଜାର ଆଇସୋଲେସନ୍ କିଟ୍ ବ୍ୟାଗରେ ମାସ୍କ ଏବଂ ସାନିଟାଇଜର୍‌ ଦେଇଛନ୍ତି। କେବଳ ସେତିକି ନୁହେଁ ଝୋଟିରୁ ମଧ୍ୟ ବ୍ୟାଗ୍ ପ୍ରସ୍ତୁତ କରି ସରକାରୀ ଅଫିସ୍‌ମାନଙ୍କୁ ପ୍ରଦାନ କରୁଛନ୍ତି। ବର୍ତ୍ତମାନ କୋଭିତର ଏହି ଘଡିସନ୍ଧି ମୁହୁର୍ତରେ ମା’ମାନେ ୧୦ହଜାର ଝୋଟ ବ୍ୟାଗ୍‌କୁ ରାଜ୍ୟ ପଛୁଆ ବର୍ଗ କମିଶନଙ୍କୁ ପ୍ରଦାନ କରିଛନ୍ତି। ମହାମାରୀ ଆରମ୍ଭରୁ ସେମାନେ କପଡ଼ା ମାସ୍କ ତିଆରି କରି ନିଜେ ରୋଜଗାରକ୍ଷମ ହେବା ସହ ସ୍ୱାବଲମ୍ବୀ ହୋଇପାରିଛନ୍ତି ।

୨୦୧୩ ମସିହାରୁ କଟକ କେଶରପୁରର ମୁସଲମାନ ସମ୍ପ୍ରଦାୟରର ୩୦ଜଣ ମହିଳା ଏକତ୍ରିତ ହୋଇ ସ୍ଵୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ସିଲେଇ କରି ରୋଜଗାରକ୍ଷମ ହେବା ଆରମ୍ଭ କରିଥିଲେ ବୋଲି ଜୀବିକା ସହାୟକ ମଉସିନ୍ ମଲ୍ଲିକ୍ କହିଛନ୍ତି ।କିଛି ମହିଳା ଏବେ ଘରେ ରହି ସିଲେଇ କରୁଥିବାବେଳେ ଆଉ କିଛି ଜଣ ଗୋଷ୍ଠୀ କାର୍ଯ୍ୟାଳୟରେ ମାସ୍କ ଏବଂ ଆଇସୋଲେସନ କିଟ୍ ବ୍ୟାଗ୍ ପ୍ରସ୍ତୁତ କରିବାରେ ଲାଗିପଡ଼ିଛନ୍ତି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର