ଜିଲ୍ଲାପାଳଙ୍କ ଆଦେଶକୁ ଫୁ; ଅବାଧରେ ଚାଲିଛି ବାଲି ଗାଡ଼ି, ଗୋଟିଏକୁ ୫୦୦ ଟଙ୍କା

The Sakala Picture
Published On

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଜିଲ୍ଲାରେ ଭାରିଯାନ ଚଳାଚଳ ଉପରେ ନିଷେଧାଜ୍ଞ ଜାରି କରିଥିବା ବେଳେ ଏହି କିଛି ଦିନ ହେବ ସହର ଓ ଗ୍ରାମାଞ୍ଚଳରେ ଅବାଧରେ ବଢ଼ି ଚାଲିଛି ଚୋରା ବାଲିଚାଲାଣ। ଜିଲ୍ଲାରେ ଥିବା ସବୁ ଥାନା ଗୁଡ଼ିକରେ ହାଇୱା ଗାଡ଼ି ଗୁଡ଼ିକରୁ ଗାଡ଼ି ପିଛା ୫୦୦ ଟଙ୍କା ଧାର୍ଯ୍ୟ କରାଯାଇ ଦିନ ବେଳା ଗାଡ଼ି ଗୁଡ଼ିକ ଯାତାୟତ ପାଇଁ ଅନୁମତି ପ୍ରଦାନ କରାଯାଉଥିବାର ଦେଖାଯାଇଛି। ନାଉଗାଁ ଥାନା ଅଞ୍ଚଳରୁ ଉଠାଯାଉଥିବା ବାଲିକୁ […]

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଜିଲ୍ଲାରେ ଭାରିଯାନ ଚଳାଚଳ ଉପରେ ନିଷେଧାଜ୍ଞ ଜାରି କରିଥିବା ବେଳେ ଏହି କିଛି ଦିନ ହେବ ସହର ଓ ଗ୍ରାମାଞ୍ଚଳରେ ଅବାଧରେ ବଢ଼ି ଚାଲିଛି ଚୋରା ବାଲିଚାଲାଣ। ଜିଲ୍ଲାରେ ଥିବା ସବୁ ଥାନା ଗୁଡ଼ିକରେ ହାଇୱା ଗାଡ଼ି ଗୁଡ଼ିକରୁ ଗାଡ଼ି ପିଛା ୫୦୦ ଟଙ୍କା ଧାର୍ଯ୍ୟ କରାଯାଇ ଦିନ ବେଳା ଗାଡ଼ି ଗୁଡ଼ିକ ଯାତାୟତ ପାଇଁ ଅନୁମତି ପ୍ରଦାନ କରାଯାଉଥିବାର ଦେଖାଯାଇଛି। ନାଉଗାଁ ଥାନା ଅଞ୍ଚଳରୁ ଉଠାଯାଉଥିବା ବାଲିକୁ ବିଭିନ୍ନ ଗ୍ରାମାଞ୍ଚଳ ରାସ୍ତା ଭିତରେ ଭିତରେ ଅଣାଯାଇ ବିଶେଷ କରି ଓଡ଼ିଶୋ ନାଳ ବନ୍ଧ ଦେଇ କଲେଜ ଛକରେ ବାହାର କରି ସହରର ମୁଖ୍ୟ ରାସ୍ତାରେ ସ୍କୁଲ, କଲେଜ ଓ ଅଫିସ୍‍ ସମୟରେ ଶହ ଶହ ହାଇୱା ଟ୍ରକ ଗୁଡ଼ିକ ଯାତାୟତ କରୁଥିବାରୁ ସ୍କୁଲ ଓ କଲେଜ ଛାତ୍ରଛାତ୍ରୀମାନଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରୁଛି। ଯାହାକି ବହୁ ସ୍ଥାନରେ ଛୋଟ ବଡ଼ ଦୁର୍ଘଟଣାମାନ ଘଟୁଥିବା ବେଳେ ବହୁ ସ୍ଥାନରେ ଜୀବନ ମଧ୍ୟ ଚାଲିଯାଉଛି। ଏହି ସବୁକୁ ଆଖିଆଗରେ ରଖି ଜଗତସିଂହପୁର ଜିଲ୍ଲାପାଳ ଭାରିଯାନ ଚଳାଚଳ ଓ ଆଇରନ ଟ୍ରକ ଗୁଡ଼ିକ ଉପରେ ନିଷେଧାଜ୍ଞ ଜାରି କରିଥିଲେ। ତେବେ କେନ୍ଦ୍ରାପଡ଼ା ପଟୁ ଦୁହୁରିଆ ଦେଇ ଆଇରନ ଟ୍ରକ୍‍ ଗୁଡ଼ିକ ପଶୁଥିବା ବେଳେ ବାହାର ଜିଲ୍ଲାର ଟ୍ରକ୍‍ ଗୁଡ଼ିକ ବାମପାର୍ଶ୍ବରେ ଅଟକି ରହିଥିବା ବେଳେ ସ୍ଥାନୀୟ ଟ୍ରକ ଗୁଡ଼ିକ ନିୟମକୁ ବେଖାତିର କରି ଆଖିବୁଜି ଭୁଲ ରାସ୍ତାରେ ଗାଡ଼ି ଗୁଡ଼ିକ ନେବାରୁ ସାଧାରଣ ଲୋକମାନେ ନାନା ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି। ଏପରିକି ୫୦୦ରୁ ଊର୍ଦ୍ଧ୍ବ ଲୋକଙ୍କ ଜୀବନ ଦୀପ ଲିଭିଯାଇଥିବା ବେଳେ ଶତାଧିକ ଆହତ ଅବସ୍ଥାରେ ଏବେବି ଚିକିତ୍ସିତ ହେଉଛନ୍ତି। ତେଣୁ ଏଥିପ୍ରତି ଜିଲ୍ଲା ପ୍ରଶାସନ ଦୃଷ୍ଟି ନଦେଲେ ବହୁ ନିରୀହ ଜୀବନ ବଳି ପଡ଼ିବ ବୋଲି ସ୍ପଷ୍ଟ ହୋଇପଡ଼ୁଛି।

ଆହୁରି ପଢ଼ନ୍ତୁ: କାଠଯୋଡ଼ି ନଦୀରୁ ମେଡିକାଲ ଛାତ୍ରୀ ମୃତଦେହ ଉଦ୍ଧାର ଘଟଣା: ବାରଙ୍ଗ ଥାନାରେ ଯୁବତୀଙ୍କ ପୁରୁଷ ବନ୍ଧୁଙ୍କ ବିରୋଧରେ ଅଭିଯୋଗ

20 Mar 2021 By The Sakala

ଜିଲ୍ଲାପାଳଙ୍କ ଆଦେଶକୁ ଫୁ; ଅବାଧରେ ଚାଲିଛି ବାଲି ଗାଡ଼ି, ଗୋଟିଏକୁ ୫୦୦ ଟଙ୍କା

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଜିଲ୍ଲାରେ ଭାରିଯାନ ଚଳାଚଳ ଉପରେ ନିଷେଧାଜ୍ଞ ଜାରି କରିଥିବା ବେଳେ ଏହି କିଛି ଦିନ ହେବ ସହର ଓ ଗ୍ରାମାଞ୍ଚଳରେ ଅବାଧରେ ବଢ଼ି ଚାଲିଛି ଚୋରା ବାଲିଚାଲାଣ। ଜିଲ୍ଲାରେ ଥିବା ସବୁ ଥାନା ଗୁଡ଼ିକରେ ହାଇୱା ଗାଡ଼ି ଗୁଡ଼ିକରୁ ଗାଡ଼ି ପିଛା ୫୦୦ ଟଙ୍କା ଧାର୍ଯ୍ୟ କରାଯାଇ ଦିନ ବେଳା ଗାଡ଼ି ଗୁଡ଼ିକ ଯାତାୟତ ପାଇଁ ଅନୁମତି ପ୍ରଦାନ କରାଯାଉଥିବାର ଦେଖାଯାଇଛି। ନାଉଗାଁ ଥାନା ଅଞ୍ଚଳରୁ ଉଠାଯାଉଥିବା ବାଲିକୁ ବିଭିନ୍ନ ଗ୍ରାମାଞ୍ଚଳ ରାସ୍ତା ଭିତରେ ଭିତରେ ଅଣାଯାଇ ବିଶେଷ କରି ଓଡ଼ିଶୋ ନାଳ ବନ୍ଧ ଦେଇ କଲେଜ ଛକରେ ବାହାର କରି ସହରର ମୁଖ୍ୟ ରାସ୍ତାରେ ସ୍କୁଲ, କଲେଜ ଓ ଅଫିସ୍‍ ସମୟରେ ଶହ ଶହ ହାଇୱା ଟ୍ରକ ଗୁଡ଼ିକ ଯାତାୟତ କରୁଥିବାରୁ ସ୍କୁଲ ଓ କଲେଜ ଛାତ୍ରଛାତ୍ରୀମାନଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରୁଛି। ଯାହାକି ବହୁ ସ୍ଥାନରେ ଛୋଟ ବଡ଼ ଦୁର୍ଘଟଣାମାନ ଘଟୁଥିବା ବେଳେ ବହୁ ସ୍ଥାନରେ ଜୀବନ ମଧ୍ୟ ଚାଲିଯାଉଛି। ଏହି ସବୁକୁ ଆଖିଆଗରେ ରଖି ଜଗତସିଂହପୁର ଜିଲ୍ଲାପାଳ ଭାରିଯାନ ଚଳାଚଳ ଓ ଆଇରନ ଟ୍ରକ ଗୁଡ଼ିକ ଉପରେ ନିଷେଧାଜ୍ଞ ଜାରି କରିଥିଲେ। ତେବେ କେନ୍ଦ୍ରାପଡ଼ା ପଟୁ ଦୁହୁରିଆ ଦେଇ ଆଇରନ ଟ୍ରକ୍‍ ଗୁଡ଼ିକ ପଶୁଥିବା ବେଳେ ବାହାର ଜିଲ୍ଲାର ଟ୍ରକ୍‍ ଗୁଡ଼ିକ ବାମପାର୍ଶ୍ବରେ ଅଟକି ରହିଥିବା ବେଳେ ସ୍ଥାନୀୟ ଟ୍ରକ ଗୁଡ଼ିକ ନିୟମକୁ ବେଖାତିର କରି ଆଖିବୁଜି ଭୁଲ ରାସ୍ତାରେ ଗାଡ଼ି ଗୁଡ଼ିକ ନେବାରୁ ସାଧାରଣ ଲୋକମାନେ ନାନା ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି। ଏପରିକି ୫୦୦ରୁ ଊର୍ଦ୍ଧ୍ବ ଲୋକଙ୍କ ଜୀବନ ଦୀପ ଲିଭିଯାଇଥିବା ବେଳେ ଶତାଧିକ ଆହତ ଅବସ୍ଥାରେ ଏବେବି ଚିକିତ୍ସିତ ହେଉଛନ୍ତି। ତେଣୁ ଏଥିପ୍ରତି ଜିଲ୍ଲା ପ୍ରଶାସନ ଦୃଷ୍ଟି ନଦେଲେ ବହୁ ନିରୀହ ଜୀବନ ବଳି ପଡ଼ିବ ବୋଲି ସ୍ପଷ୍ଟ ହୋଇପଡ଼ୁଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର