କେନାଲରେ ବୁଡି ସ୍ୱାମୀ ମୃତ୍ୟୁ, ସ୍ତ୍ରୀ ନିଖୋଜ

The Sakala Picture
Published On

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ ପଞ୍ଚୁବଟି ଗ୍ରାମରେ ଅଭାବନୀୟ ଘଟଣା ଘଟିଯାଇଛି। ସ୍ଥାନୀୟ କେନାଲକୁ ଗାଧୋଇବାକୁ ଯାଇଥିବା ବେଳେ ସ୍ବାମୀଙ୍କ ମୃତ୍ୟୁ ଘଟିଛି। ସ୍ତ୍ରୀ ବର୍ତ୍ତମାନ ସୁଦ୍ଧା ନିଖୋଜ ଅଛନ୍ତି। ମୃତକଙ୍କ ନାଁ ଧୁଶାସନ ସାହୁ  (୭୦) ହୋଇଥିବା ବେଳେ ତାଙ୍କ ସ୍ତ୍ରୀଙ୍କ ନାଁ ପଦ୍ମାବତୀ ସାହୁ (୬୫) ବୋଲି ଜଣାପଡ଼ିଛି। ସୂଚନା ଅନୁଯାୟୀ, ଆଜି ଧୁଶାସନ ଓ ତାଙ୍କ ସ୍ତ୍ରୀ ପଦ୍ମାବତୀ ସ୍ଥାନୀୟ କେନାଲକୁ ଗାଧୋଇବାକୁ ଯାଇ ଆଉ ଫେରି ନ ଥିଲେ। […]

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ ପଞ୍ଚୁବଟି ଗ୍ରାମରେ ଅଭାବନୀୟ ଘଟଣା ଘଟିଯାଇଛି। ସ୍ଥାନୀୟ କେନାଲକୁ ଗାଧୋଇବାକୁ ଯାଇଥିବା ବେଳେ ସ୍ବାମୀଙ୍କ ମୃତ୍ୟୁ ଘଟିଛି। ସ୍ତ୍ରୀ ବର୍ତ୍ତମାନ ସୁଦ୍ଧା ନିଖୋଜ ଅଛନ୍ତି। ମୃତକଙ୍କ ନାଁ ଧୁଶାସନ ସାହୁ  (୭୦) ହୋଇଥିବା ବେଳେ ତାଙ୍କ ସ୍ତ୍ରୀଙ୍କ ନାଁ ପଦ୍ମାବତୀ ସାହୁ (୬୫) ବୋଲି ଜଣାପଡ଼ିଛି।

ସୂଚନା ଅନୁଯାୟୀ, ଆଜି ଧୁଶାସନ ଓ ତାଙ୍କ ସ୍ତ୍ରୀ ପଦ୍ମାବତୀ ସ୍ଥାନୀୟ କେନାଲକୁ ଗାଧୋଇବାକୁ ଯାଇ ଆଉ ଫେରି ନ ଥିଲେ। ପରିବାର ଲୋକେ ବହୁ ଖୋଜାଖୋଜି ପରେ ପଞ୍ଚୁବଟି କେନାଲରେ ଧୁଶାସନ ସାହୁଙ୍କ ଶରୀର ଭାସୁଥିବା ଦେଖି ଉଦ୍ଧାର କରିଥିଲେ। ପରେ ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ । ହେଲେ ସେଠାରେ ଡାକ୍ତର ଧୁଶାସନଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ଢେଙ୍କାନାଳ ଦମକଳ ବାହିନୀ ପହଞ୍ଚି  ପଞ୍ଚୁବଟି କେନାଲରେ ନିଖୋଜ ପଦ୍ମାବତୀଙ୍କୁ ଖୋଜାଖୋଜି କରୁଛନ୍ତି । କିନ୍ତୁ ବର୍ତ୍ତମାନ ସୁଦ୍ଧା ତାଙ୍କର କୌଣସି ପତ୍ତା ମିଳି ନ ଥିବାର ସୂଚନା ଦେଇଛନ୍ତି ଦମକଳ ବାହିନୀ ଅଧିକାରୀ।

ଖବର ଅନୁଯାୟୀ, ଧୁଶାସନ ସାହୁ ଜଣେ ଅବସର ପ୍ରାପ୍ତ ପୁଲିସ ହାବିଲଦାର ।

18 Oct 2023 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର