ମିଶନଶକ୍ତି ମାଧ୍ୟମରେ ଢେଙ୍କାନାଳ ଜିଲ୍ଲାର ୨ଲକ୍ଷ ୯୩୫ ମହିଳା ସ୍ୱାବଲମ୍ବୀ

The Sakala Picture
Published On

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲାରେ ମିଶନ ଶକ୍ତି ଜରିଆରେ ବିଭିନ୍ନ ଘରୋଇ ଉଦ୍ୟୋଗ କରି ୧୮ହଜାର ୬୨୩ ସ୍ୱୟଂସହାୟକ ଗୋଷ୍ଠୀ ଉପକୃତ ହେଉଛନ୍ତି। ଏହାଦ୍ୱାରା ଜିଲ୍ଲାର ୨ଲକ୍ଷ ୯୩୫ମହିଳା ନିଜେ ସ୍ୱାବଲମ୍ବୀ ହୋଇ ପାରିଛନ୍ତି। ଜିଲ୍ଲାର ୮ଟି ବ୍ଲକରେ ମିଶନଶକ୍ତି ନିଜର କାର୍ଯ୍ୟ କରିଆସୁଛି। ମିଶନଶକ୍ତି ଏକ ଅଭିଯାନ ହୋଇଥିବା ବେଳେ ଏହାର କୌଣସି ଲକ୍ଷ୍ୟ ପୂରଣ ପାଇଁ ମହିଳାମାନଙ୍କୁ ଟାର୍ଗେଟ ଦିଆଯାଇନାହିଁ। ଫଳରେ ପ୍ରଶାସନର ସହଯୋଗରେ ଜିଲ୍ଲାର କାମାକ୍ଷାନଗର ବ୍ଲକର କୁସୁମଯୋଗଡ଼ି ସଦର ବ୍ଲକର ଲମ୍ବୋଦରପୁର, ଗଁଦିଆ […]

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲାରେ ମିଶନ ଶକ୍ତି ଜରିଆରେ ବିଭିନ୍ନ ଘରୋଇ ଉଦ୍ୟୋଗ କରି ୧୮ହଜାର ୬୨୩ ସ୍ୱୟଂସହାୟକ ଗୋଷ୍ଠୀ ଉପକୃତ ହେଉଛନ୍ତି। ଏହାଦ୍ୱାରା ଜିଲ୍ଲାର ୨ଲକ୍ଷ ୯୩୫ମହିଳା ନିଜେ ସ୍ୱାବଲମ୍ବୀ ହୋଇ ପାରିଛନ୍ତି। ଜିଲ୍ଲାର ୮ଟି ବ୍ଲକରେ ମିଶନଶକ୍ତି ନିଜର କାର୍ଯ୍ୟ କରିଆସୁଛି। ମିଶନଶକ୍ତି ଏକ ଅଭିଯାନ ହୋଇଥିବା ବେଳେ ଏହାର କୌଣସି ଲକ୍ଷ୍ୟ ପୂରଣ ପାଇଁ ମହିଳାମାନଙ୍କୁ ଟାର୍ଗେଟ ଦିଆଯାଇନାହିଁ। ଫଳରେ ପ୍ରଶାସନର ସହଯୋଗରେ ଜିଲ୍ଲାର କାମାକ୍ଷାନଗର ବ୍ଲକର କୁସୁମଯୋଗଡ଼ି ସଦର ବ୍ଲକର ଲମ୍ବୋଦରପୁର, ଗଁଦିଆ ବ୍ଲକର ବିଭିନ୍ନ ପଞ୍ଚାୟତ ଓ କଙ୍କଡାହାଡ ଓଡାପଡ଼ା, ପରଜଙ୍ଗ, କାମାକ୍ଷାନଗର ଏବଂ ହିନ୍ଦୋଳ ବ୍ଲକରେ ମହିଳାମାନେ ଛତୁ ଚାଷ, ମାଛଚାଷ, ପନିପରିବା ଚାଷ, ଆମ୍ବ ଚାଷ କରି ସ୍ୱାବଲମ୍ବୀ ହୋଇ ପାରିଛନ୍ତି। ଜିଲ୍ଲାର ଭୁବନ ବ୍ଲକରେ ୧ହଜାର ୮୯୩ ସ୍ୱୟଂ ସହାୟକ ଗୋଷ୍ଠୀରେ ୨୧ହଜାର ୩୮୮ଜଣ ମହିଳା ବିଭିନ୍ନ ଘରୋଇ ଉଦ୍ୟୋଗ କରି ସ୍ୱାବଲମ୍ବୀ ହୋଇଛନ୍ତି।

ଆହୁରି ପଢ଼ନ୍ତୁ: ଡ୍ରପଆଉଟ୍‌ ପାଇଁ ଓଡ଼ିଶାରେ ବଢ଼ୁଛି ବାଲ୍ୟ ବିବାହ; ସାମାଜିକ ବିଧି ବ୍ୟବସ୍ଥା ଅନ୍ୟତମ ପ୍ରମୁଖ କାରଣ

ସେହିପରି ସଦର ବ୍ଲକରେ ୨ହଜାର ୭୯୨ ସ୍ୱୟଂସହାୟକ ଗୋଷ୍ଠୀ ରହିଥିବା ବେଳେ ୨୯ହଜାର ୭୦୬ଜଣ ମହିଳା ମିଶନ ଶକ୍ତିରେ ସାମିଲ ହୋଇଛନ୍ତି। ଗଁଦିଆ ବ୍ଲକରେ ୨ହଜାର ୨୯୮ ସ୍ୱୟଂ ସହାୟକ ଗୋଷ୍ଠୀରେ ୨୩ହଜାର ୬୪୯ଜଣ ମହିଳା ରହିଛନ୍ତି। ହିନ୍ଦୋଳ ବ୍ଲକରେ ୨ହଜାର ୯୧୪ ସ୍ୱୟଂ ସହାୟକ ଗୋଷ୍ଠୀ ରହିଥିବା ବେଳେ ୩୧ହଜାର ୧୩ଜଣ ମହିଳା ସାମିଲ ହୋଇଛନ୍ତି। କାମାକ୍ଷାନଗର ବ୍ଲକରେ ୨ହଜାର ୧୩୦ଟି ସ୍ୱୟଂ ସହାୟକ ଗୋଷ୍ଠୀ ରହିଥିବା ବେଳେ ୨୨ହଜାର ୯୯୫ଜଣ ମହିଳା ସାମିଲ ହୋଇଛନ୍ତି। କଙ୍କଡାହାଡ ବ୍ଲକରେ ୧ହଜାର ୬୩୫ଟି ସ୍ୱୟଂସହାୟକ ଗୋଷ୍ଠୀ ରହିଥିବା ବେଳେ ୧୮୩୬୦ଜଣ ମହିଳା ସାମିଲ ହୋଇଛନ୍ତି। ଓଡାପଡ଼ା ବ୍ଲକରେ ୨ହଜାର ୮୦୫ଟି ସ୍ୱୟଂ ସହାୟକ ଗୋଷ୍ଠୀ ରହିଥିବା ବେଳେ ୩୦ହଜାର ୭୧ଜଣ ମହିଳା ସାମିଲ ହୋଇଛନ୍ତି। ପରଜଙ୍ଗ ବ୍ଲକରେ ୨ହଜାର ୧୫୬ଟି ସ୍ୱୟଂସହାୟକ ଗୋଷ୍ଠୀ ରହିଥିବା ବେଳେ ୨୩ହଜାର ୭୫୩ ଜଣ ମହିଳା ମିଶନଶକ୍ତିରେ ସାମିଲ ହୋଇଛନ୍ତି। ଜିଲ୍ଲାରେ ବିଭିନ୍ନ କାର୍ଯ୍ୟରେ ସ୍ୱୟଂସହାୟକ ଗୋଷ୍ଠୀ ମହିଳାମାନେ ନିଜକୁ ସାମିଲ କରି ପାଣି ବିଲ୍‍ ଆଦାୟ, ପୌରପରିଷଦର ବିଭିନ୍ନ କାର୍ଯ୍ୟରେ ନିଜକୁ ସାମିଲ କରି ପରିବାର ଗୁଜୁରାଣ ମେଣ୍ଟାଉଥିବାବେଳେ ନିଜେ ସ୍ୱାବଲମ୍ବୀ ହୋଇ ପାରିଛନ୍ତି। ଏଥିପାଇଁ ରାଜ୍ୟ ମିଶନଶକ୍ତି ଓ ଜିଲ୍ଲା ପ୍ରଶାସନକୁ ସ୍ୱୟଂସହାୟକଗୋଷ୍ଠୀର ମହିଳାମାନେ କୃତଜ୍ଞତା ଜ୍ଞାପନ କରିଛନ୍ତି।

ଆହୁରି ପଢ଼ନ୍ତୁ: ବିରୂପା ନଦୀରୁ ଦୁଇ ଭାଇଙ୍କ ମୃତଦେହ ଉଦ୍ଧାର, ଦୁଇଦିନ ତଳୁ ନିଖୋଜ ଥିଲେ

09 Jun 2022 By The Sakala

ମିଶନଶକ୍ତି ମାଧ୍ୟମରେ ଢେଙ୍କାନାଳ ଜିଲ୍ଲାର ୨ଲକ୍ଷ ୯୩୫ ମହିଳା ସ୍ୱାବଲମ୍ବୀ

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲାରେ ମିଶନ ଶକ୍ତି ଜରିଆରେ ବିଭିନ୍ନ ଘରୋଇ ଉଦ୍ୟୋଗ କରି ୧୮ହଜାର ୬୨୩ ସ୍ୱୟଂସହାୟକ ଗୋଷ୍ଠୀ ଉପକୃତ ହେଉଛନ୍ତି। ଏହାଦ୍ୱାରା ଜିଲ୍ଲାର ୨ଲକ୍ଷ ୯୩୫ମହିଳା ନିଜେ ସ୍ୱାବଲମ୍ବୀ ହୋଇ ପାରିଛନ୍ତି। ଜିଲ୍ଲାର ୮ଟି ବ୍ଲକରେ ମିଶନଶକ୍ତି ନିଜର କାର୍ଯ୍ୟ କରିଆସୁଛି। ମିଶନଶକ୍ତି ଏକ ଅଭିଯାନ ହୋଇଥିବା ବେଳେ ଏହାର କୌଣସି ଲକ୍ଷ୍ୟ ପୂରଣ ପାଇଁ ମହିଳାମାନଙ୍କୁ ଟାର୍ଗେଟ ଦିଆଯାଇନାହିଁ। ଫଳରେ ପ୍ରଶାସନର ସହଯୋଗରେ ଜିଲ୍ଲାର କାମାକ୍ଷାନଗର ବ୍ଲକର କୁସୁମଯୋଗଡ଼ି ସଦର ବ୍ଲକର ଲମ୍ବୋଦରପୁର, ଗଁଦିଆ ବ୍ଲକର ବିଭିନ୍ନ ପଞ୍ଚାୟତ ଓ କଙ୍କଡାହାଡ ଓଡାପଡ଼ା, ପରଜଙ୍ଗ, କାମାକ୍ଷାନଗର ଏବଂ ହିନ୍ଦୋଳ ବ୍ଲକରେ ମହିଳାମାନେ ଛତୁ ଚାଷ, ମାଛଚାଷ, ପନିପରିବା ଚାଷ, ଆମ୍ବ ଚାଷ କରି ସ୍ୱାବଲମ୍ବୀ ହୋଇ ପାରିଛନ୍ତି। ଜିଲ୍ଲାର ଭୁବନ ବ୍ଲକରେ ୧ହଜାର ୮୯୩ ସ୍ୱୟଂ ସହାୟକ ଗୋଷ୍ଠୀରେ ୨୧ହଜାର ୩୮୮ଜଣ ମହିଳା ବିଭିନ୍ନ ଘରୋଇ ଉଦ୍ୟୋଗ କରି ସ୍ୱାବଲମ୍ବୀ ହୋଇଛନ୍ତି।

ସେହିପରି ସଦର ବ୍ଲକରେ ୨ହଜାର ୭୯୨ ସ୍ୱୟଂସହାୟକ ଗୋଷ୍ଠୀ ରହିଥିବା ବେଳେ ୨୯ହଜାର ୭୦୬ଜଣ ମହିଳା ମିଶନ ଶକ୍ତିରେ ସାମିଲ ହୋଇଛନ୍ତି। ଗଁଦିଆ ବ୍ଲକରେ ୨ହଜାର ୨୯୮ ସ୍ୱୟଂ ସହାୟକ ଗୋଷ୍ଠୀରେ ୨୩ହଜାର ୬୪୯ଜଣ ମହିଳା ରହିଛନ୍ତି। ହିନ୍ଦୋଳ ବ୍ଲକରେ ୨ହଜାର ୯୧୪ ସ୍ୱୟଂ ସହାୟକ ଗୋଷ୍ଠୀ ରହିଥିବା ବେଳେ ୩୧ହଜାର ୧୩ଜଣ ମହିଳା ସାମିଲ ହୋଇଛନ୍ତି। କାମାକ୍ଷାନଗର ବ୍ଲକରେ ୨ହଜାର ୧୩୦ଟି ସ୍ୱୟଂ ସହାୟକ ଗୋଷ୍ଠୀ ରହିଥିବା ବେଳେ ୨୨ହଜାର ୯୯୫ଜଣ ମହିଳା ସାମିଲ ହୋଇଛନ୍ତି। କଙ୍କଡାହାଡ ବ୍ଲକରେ ୧ହଜାର ୬୩୫ଟି ସ୍ୱୟଂସହାୟକ ଗୋଷ୍ଠୀ ରହିଥିବା ବେଳେ ୧୮୩୬୦ଜଣ ମହିଳା ସାମିଲ ହୋଇଛନ୍ତି। ଓଡାପଡ଼ା ବ୍ଲକରେ ୨ହଜାର ୮୦୫ଟି ସ୍ୱୟଂ ସହାୟକ ଗୋଷ୍ଠୀ ରହିଥିବା ବେଳେ ୩୦ହଜାର ୭୧ଜଣ ମହିଳା ସାମିଲ ହୋଇଛନ୍ତି। ପରଜଙ୍ଗ ବ୍ଲକରେ ୨ହଜାର ୧୫୬ଟି ସ୍ୱୟଂସହାୟକ ଗୋଷ୍ଠୀ ରହିଥିବା ବେଳେ ୨୩ହଜାର ୭୫୩ ଜଣ ମହିଳା ମିଶନଶକ୍ତିରେ ସାମିଲ ହୋଇଛନ୍ତି। ଜିଲ୍ଲାରେ ବିଭିନ୍ନ କାର୍ଯ୍ୟରେ ସ୍ୱୟଂସହାୟକ ଗୋଷ୍ଠୀ ମହିଳାମାନେ ନିଜକୁ ସାମିଲ କରି ପାଣି ବିଲ୍‍ ଆଦାୟ, ପୌରପରିଷଦର ବିଭିନ୍ନ କାର୍ଯ୍ୟରେ ନିଜକୁ ସାମିଲ କରି ପରିବାର ଗୁଜୁରାଣ ମେଣ୍ଟାଉଥିବାବେଳେ ନିଜେ ସ୍ୱାବଲମ୍ବୀ ହୋଇ ପାରିଛନ୍ତି। ଏଥିପାଇଁ ରାଜ୍ୟ ମିଶନଶକ୍ତି ଓ ଜିଲ୍ଲା ପ୍ରଶାସନକୁ ସ୍ୱୟଂସହାୟକଗୋଷ୍ଠୀର ମହିଳାମାନେ କୃତଜ୍ଞତା ଜ୍ଞାପନ କରିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର