'ଭୁବନେଶ୍ୱର ପାଲଟୁଛି ରେପ୍ ସିଟି' ! ଧଉଳି ଗଣଦୁଷ୍କର୍ମ ଘଟଣାରେ ସରକାରଙ୍କ ଉପରେ ବର୍ଷିଲା ବିଜେଡି...

Deviprasad Mohanty Picture
Published On

ଭୁବନେଶ୍ୱର: ରାଜଧାନୀ ଉପକଣ୍ଠ ଧଉଳିରେ ଘଟିଥିବା ଲୋମହର୍ଷଣକାରୀ ଗଣଦୁଷ୍କର୍ମ ଘଟଣାକୁ ନେଇ  ଆଜି ବିଜେଡିର ଏକ ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ଧଉଳି ଥାନାରେ ପହଞ୍ଚି ପୁଲିସ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି। ମହିଳା ବିଜେଡି ସଭାନେତ୍ରୀ ସ୍ନେହାଙ୍ଗିନୀ ଛୁରିଆଙ୍କ ନେତୃତ୍ୱରେ ଯାଇଥିବା ଏହି ଆଠ ଜଣିଆ ଟିମ୍‌ରେ ଭୁବନେଶ୍ୱର ମେୟର ସୁଲୋଚନା ଦାଶ, ପୂର୍ବତନ ମହିଳା କମିଶନ ଅଧ୍ୟକ୍ଷା ମିନତୀ ବେହେରା ଏବଂ ପାଞ୍ଚ ଜଣ ମହିଳା କର୍ପୋରେଟର ସାମିଲ ଥିଲେ। ଟିମ୍ ସଦସ୍ୟମାନେ ଥାନା ଆଇଆଇସିଙ୍କ ସହ ଘଟଣା ସମ୍ପର୍କରେ ବିସ୍ତୃତ ଆଲୋଚନା କରିଛନ୍ତି।

ଆହୁରି ପଢ଼ନ୍ତୁ: ଆକ୍ସନ ମୋଡ଼ରେ ଲିଙ୍ଗରାଜ ଥାନା ପୋଲିସ, ହତ୍ୟା ଅଭିଯୁକ୍ତର ଘରେ ଚାଲିଲା ବୁଲଡୋଜର

ଥାନାରେ ଆଲୋଚନା ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ସ୍ନେହାଙ୍ଗିନୀ ଛୁରିଆ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ, ଭୁବନେଶ୍ୱର ଏବେ ବିଶ୍ୱ ଦରବାରରେ 'ରେପ୍ ସିଟି' ଭାବେ ପରିଚିତ ହେବାକୁ ଯାଉଛି। ଗତ ତିନି-ଚାରି ମାସ ମଧ୍ୟରେ ରାଜଧାନୀରେ ପ୍ରାୟ ୨୮ଟି ଦୁଷ୍କର୍ମ ଓ ହତ୍ୟା ଭଳି ସଙ୍ଗୀନ ଘଟଣା ଘଟିଲାଣି। ପ୍ରତିଦିନ ପ୍ରାୟ ୧୫ ଜଣ ମହିଳା ବିଭିନ୍ନ ଅପରାଧର ଶିକାର ହେଉଛନ୍ତି। ରାଜଧାନୀର ହାର୍ଟ ତଥା ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ଧଉଳିରେ ଏଭଳି କାଣ୍ଡ ଘଟିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ସେ କହିଛନ୍ତି।

ଆହୁରି ପଢ଼ନ୍ତୁ: ଓଡ଼ିଶାରୁ ଚାଉଳ ଉଠାଉ ନାହିଁ ଏଫସିଆଇ: ସମସ୍ୟାର ସମାଧାନ ନହେଲେ ରାଜରାସ୍ତାକୁ ଓହ୍ଲାଇବ ବିଜେଡି

ବିଜେଡି ନେତ୍ରୀ ଅଭିଯୋଗ କରିଛନ୍ତି ଯେ, ଥାନାଗୁଡ଼ିକରେ ମହିଳା ଡେସ୍କ କାର୍ଯ୍ୟକ୍ଷମ ହେଉନାହିଁ ଏବଂ ମହିଳାଙ୍କ ଅଭିଯୋଗ ଶୁଣିବାକୁ କେହି ନାହାନ୍ତି। ଗୃହ ବିଭାଗ ଓ ପୁଲିସର କାର୍ଯ୍ୟଶୈଳୀ ଉପରେ ପ୍ରଶ୍ନ ଉଠାଇ ସେ କହିଛନ୍ତି ଯେ ବର୍ତ୍ତମାନର ସରକାର ଅସହାୟ ଏବଂ ମୁଖ୍ୟମନ୍ତ୍ରୀ ବିଫଳ। ଅଭିଯୁକ୍ତମାନଙ୍କୁ ଗିରଫ କରାଯାଉଥିଲେ ମଧ୍ୟ ଚାର୍ଜସିଟ୍ ଦାଖଲ ନ ହେବାରୁ ସେମାନେ ମୁକୁଳି ଯାଉଛନ୍ତି। ରାଜ୍ୟରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡ଼ିଥିବା ବେଳେ ଏୟାରପୋର୍ଟ ଗଣ୍ଡଗୋଳ ଘଟଣାକୁ ସେ ଲଜ୍ଜାଜନକ ବୋଲି ଅଭିହିତ କରିଛନ୍ତି। ଆଗାମୀ ଦିନରେ ମହିଳା ବିଜେଡି ଏହା ବିରୋଧରେ ଗାଁ ଗାଁରେ ଆନ୍ଦୋଳନ କରିବ ବୋଲି ଚେତାବନୀ ଦିଆଯାଇଛି।

ଆହୁରି ପଢ଼ନ୍ତୁ: ନକଲି ଡିଇଫ ରାକେଟ୍‌ ଠାବ; ୧୮୨ ବାଲ୍ଟି ନକଲି ଡିଇଫ ସହ ଗାଡ଼ି ଓ ଉତ୍ପାଦନ ଯନ୍ତ୍ରପାତି ଜବତ, ୪ ଗିରଫ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର