ସୃଷ୍ଟି ହେଲା ବାତ୍ୟା 'ସେନୟାର', ଓଡ଼ିଶାକୁ ନାହିଁ ବିପଦ....

Deviprasad Mohanty Picture
Published On

ଭୁବନେଶ୍ୱର: ସୃଷ୍ଟି ହେଲା ବାତ୍ୟା ସେନୟାର। ମାଲାକ୍କା ସମୁଦ୍ର ସନ୍ଧି ପାର୍ଶ୍ୱବର୍ତ୍ତୀ ଉତ୍ତର ପୂର୍ବରେ ବାତ୍ୟା ସେନୟାର ସୃଷ୍ଟି ହୋଇଛି । ଆଜି ଇଣ୍ଡୋନେସିଆ ଉପକୂଳକୁ ପୂର୍ବାହ୍ନରେ ଅତିକ୍ରମ କରିବା ସମ୍ଭାବନା ରହିଛି। ଏହି ବାତ୍ୟା ଇଣ୍ଡୋନେସିଆର କୁତ୍‌ ମକମୁର ଠାରୁ ପୂର୍ବରେ ୧୦୦ କିମି ଦୂରରେ ରହିଥିବା ବେଳେ ମାଲେସିଆ ଠାରୁ ୬୦୦ କିମି ଦୂରରେ ରହିଛି ।

ଆହୁରି ପଢ଼ନ୍ତୁ: ରାଜ୍ୟରେ ପୁଣି ବନ୍ୟା ସ୍ଥିତି: ବିପଦ ସଙ୍କେତ ଉପରେ ସୁବର୍ଣ୍ଣରେଖା ଓ ବୈତରଣୀ, ଅନେକ ଗାଁ ଜଳମଗ୍ନ

ଭାରତୀୟ ପାଣିପାଗ ବିଭାଗ ଅନୁଯାୟୀ, ମାଲେସିଆ ନିକଟବର୍ତ୍ତୀ ମଲାକ୍କା ପ୍ରଣାଳୀ ଏବଂ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଏକ ନିମ୍ନ-ଚାପ କ୍ଷେତ୍ର ମଙ୍ଗଳବାର ଦିନ ଘନୀଭୂତ ହୋଇ ଡିପ୍ରେସନରେ ପରିଣତ ହୋଇଛି। ବୁଧବାର ଅପରାହ୍ନ ସୁଦ୍ଧା ଘୂର୍ଣ୍ଣିଝଡ଼ରେ ପରିଣତ ହୋଇପାରେ, ତେଣୁ ତାମିଲନାଡୁ, ପୁଡୁଚେରୀ, ଆନ୍ଧ୍ରପ୍ରଦେଶ ଏବଂ କେରଳ ପାଇଁ ଝଡ଼ ଏବଂ ବର୍ଷା ସତର୍କତା ଜାରି କରାଯାଇଛି।

ଆହୁରି ପଢ଼ନ୍ତୁ: ରାଉରକେଲାରେ ଚାଞ୍ଚଲ୍ୟ: ଯୁବକଙ୍କ ମୁଣ୍ଡକୁ ଛେଚି ହତ୍ୟା ପରେ ଡ୍ରେନରେ ଫିଙ୍ଗିଦେଲେ ଦୁର୍ବୃତ୍ତ !

ଭାରତୀୟ ପାଣିପାଗ ବିଭାଗ କହିଛି ଯେ, ମଲାକ୍କା ପ୍ରଣାଳୀ ଉପରେ ସୃଷ୍ଟି ହୋଇଥିବା ଲଘୁଚାପ ବୁଧବାର ବଙ୍ଗୋପସାଗରରେ ଘୂର୍ଣ୍ଣିଝଡ଼ରେ ପରିଣତ ହୋଇଛି। ଘୂର୍ଣ୍ଣିଝଡ଼ ସେନ୍ୟାର ଆଜି ଅପରାହ୍ନରେ ଇଣ୍ଡୋନେସିଆ ଉପକୂଳରେ ସ୍ଥଳଭାଗ ଛୁଇଁପାରେ। ତେବେ ଏହି ବାତ୍ୟାର ସିଧାସଳଖ ପ୍ରଭାବ ଓଡ଼ିଶା ଉପରେ ରହିବ ନାହିଁ ବୋଲି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା ମନୋରମା ମହାନ୍ତି ସୂଚନା ଦେଇଛନ୍ତି। କିଛି ସ୍ଥାନରେ ପାଗ ମେଘୁଆ ରହିବ। ଶୀତର ପ୍ରଭାବ ସାମାନ୍ୟ ରହିବ। ବୁଧବାରଠାରୁ ୨ରୁ ୩ ଡିଗ୍ରୀ ତାପମାତ୍ରା କମିବ। ରାଜ୍ୟରେ ଶୀତ ଅନୁଭବ ହେବ। ଆସନ୍ତା ୭ ଦିନ ପର୍ଯ୍ୟନ୍ତ ରାଜ୍ୟକୁ ବର୍ଷା ଭୟ ନାହିଁ ବୋଲି ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା କହିଛନ୍ତି।

ଆହୁରି ପଢ଼ନ୍ତୁ: ଝାରସୁଗୁଡ଼ା-ଖଡ଼ଗପୁର ୪ ଲେନ୍‌ ରେଲୱେ ଟ୍ରାକ୍‌କୁ ଅର୍ଥନୈତିକ ବ୍ୟାପାର କ୍ୟାବିନେଟ୍‌ କମିଟିର ଅନୁମୋଦନ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର