ମନୋରଞ୍ଜନ
ଓଡ଼ିଶା
ଆସୁଛି ବାତ୍ୟା ‘ମୋନ୍ଥା’; ଭୟ କରନ୍ତୁ ନାହିଁ, ସତର୍କ ରହିବାକୁ ନବୀନଙ୍କ ପରାମର୍ଶ...
ବାତ୍ୟା ‘ମୋନ୍ଥା’କୁ ଭୟ କରନ୍ତୁ ନାହିଁ, ସତର୍କ ରୁହନ୍ତୁ : ନବୀନ
ଭୁବନେଶ୍ବର : ବାତ୍ୟା ‘ମୋନ୍ଥା’କୁ ନେଇ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଲୋକଙ୍କୁ ସତର୍କ ରହିବାକୁ କହିଛନ୍ତି। ସେ କହିଛନ୍ତି ଯେ, ଆପଣ ଜାଣନ୍ତି ବାତ୍ୟା ମୋନ୍ଥା ଆସୁଛ । ଆଗରୁ ଆମେ ଅନେକ ବାତ୍ୟାର ସଫଳ ମୁକାବିଲା କରିଛେ। ତେଣୁ ଭୟ କରନ୍ତୁ ନାହିଁ। ସତର୍କ ରୁହନ୍ତୁ। ପ୍ରଶାସନକୁ ପୂରା ସହଯୋଗ କରନ୍ତୁ ବୋଲି ଓଡ଼ିଶାବାସୀଙ୍କୁ ଅପିଲ କରିଛନ୍ତି। ବାତ୍ୟା ମୋନ୍ଥା ଆସୁଥିବାରୁ ନବୀନ ରାଜ୍ୟବାସୀଙ୍କୁ ଏହି ବାର୍ତ୍ତା ଦେଇଛନ୍ତି ।
ଆମର ବିଜେଡି କର୍ମୀ ଭାଇ ଭଉଣୀମାନଙ୍କୁ ମୋର ଅନୁରୋଧ ଏ ବିପଦ ସମୟରେ ଲୋକଙ୍କ ସହ ରୁହନ୍ତୁ । ଲୋକଙ୍କୁ ସହାୟତା ଯୋଗାଇ ଦିଅନ୍ତୁ । ଆମେ ସବୁବେଳେ ସମସ୍ତେ ଏକାଠି ମିଶି ବିଭିନ୍ନ ବିପର୍ଯ୍ୟୟର ମୁକାବିଲା କରି ଆସୁଛେ। ଏଥର ମଧ୍ୟ ଏକାଠି ହୋଇ ବାତ୍ୟାର ମୁକାବିଲା କରିବା ।






