ହବାଳିଖଟିରେ ଲ୍ୟାଣ୍ଡଫଲ କଲା ବାତ୍ୟା ‘ଦାନା’, ଭାଙ୍ଗିଲା ଘର ଉଡିଲା ଚାଳଛପର…

The Sakala Picture
Published On

ଭୁବନେଶ୍ବର: ମଧ୍ୟରାତ୍ରରେ ମାଡ ହେଲା ବାତ୍ୟା ଦାନା। ଭିତରକନିକା ହବାଳିଖଟି ନେଚରକ୍ୟାମ୍ପ ନିକଟରେ ବାତ୍ୟା ଦାନା ଅତିକ୍ରମ କଲା ସ୍ଥଳଭାଗ। ରାତି ୧୨ଟା ୫ରୁ ଆରମ୍ଭ ହୋଇଥିଲା ଲ୍ୟାଣ୍ଡଫଲ ପ୍ରକ୍ରିୟା। ରାତି ପ୍ରାୟ ସାଢ଼େ ଗୋଟାଏରୁ ସାଢ଼େ ୩ଟା ମଧ୍ୟରେ ବାତ୍ୟା ଦାନା ହବାଳିଖଟି ନେଚରକ୍ୟାମ୍ପ ନିକଟରେସ୍ଥଳଭାଗ ଅତିକ୍ରମ କରିଥିବା ନେଇ ସୂଚନା ଦେଇଛନ୍ତି ପାଣିପାଗ ବିଭାଗର ନିର୍ଦ୍ଦେଶିକା ମନୋରମା ମହାନ୍ତି। ଏହାର ପ୍ରଭାବରେ ଘଣ୍ଟା ପ୍ରତି ୧୦୦ରୁ ୧୨୦ କିମି ବେଗରେ ବହିଥିଲା ପବନ। ଫଳରେ […]

ଭୁବନେଶ୍ବର: ମଧ୍ୟରାତ୍ରରେ ମାଡ ହେଲା ବାତ୍ୟା ଦାନା। ଭିତରକନିକା ହବାଳିଖଟି ନେଚରକ୍ୟାମ୍ପ ନିକଟରେ ବାତ୍ୟା ଦାନା ଅତିକ୍ରମ କଲା ସ୍ଥଳଭାଗ। ରାତି ୧୨ଟା ୫ରୁ ଆରମ୍ଭ ହୋଇଥିଲା ଲ୍ୟାଣ୍ଡଫଲ ପ୍ରକ୍ରିୟା। ରାତି ପ୍ରାୟ ସାଢ଼େ ଗୋଟାଏରୁ ସାଢ଼େ ୩ଟା ମଧ୍ୟରେ ବାତ୍ୟା ଦାନା ହବାଳିଖଟି ନେଚରକ୍ୟାମ୍ପ ନିକଟରେସ୍ଥଳଭାଗ ଅତିକ୍ରମ କରିଥିବା ନେଇ ସୂଚନା ଦେଇଛନ୍ତି ପାଣିପାଗ ବିଭାଗର ନିର୍ଦ୍ଦେଶିକା ମନୋରମା ମହାନ୍ତି।

ଆହୁରି ପଢ଼ନ୍ତୁ: ଜଗା ଦର୍ଶନ ପାଇଁ ଆସୁଥିବା ବେଳେ ହେଲା ମର୍ମନ୍ତୁଦ ସଡକ ଦୁର୍ଘଟଣା, ୬ ଗୁରୁତର

ଏହାର ପ୍ରଭାବରେ ଘଣ୍ଟା ପ୍ରତି ୧୦୦ରୁ ୧୨୦ କିମି ବେଗରେ ବହିଥିଲା ପବନ। ଫଳରେ ଅନେକ ଗଛ ଟଳିପଡ଼ିଥିବାବେଳେ ଭାଙ୍ଗି ଯାଇଛି ଚାଳ ଛପର ଘର। ‘ଦାନା’ର ଲ୍ୟାଣ୍ଡଫଲ ପ୍ରକ୍ରିୟା ଶେଷ ହୋଇସାରିଥିବାବେଳେ ଏବେ ଏହା ଧାମରାଠାରୁ ଉତ୍ତରକୁ ୧୫ କିଲୋମିଟର ଦୂରରେ କେନ୍ଦ୍ରୀଭୂତ ରହିଛି। ଲ୍ୟାଣ୍ଡଫଲ୍‌ ପରେ ଏହା ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଗତି କରିବା ସହ ଭୀଷଣ ବାତ୍ୟାରୁ ବାତ୍ୟାର ରୂ ନେଇଥିବା ନେଇ ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି। ଆଜି ପୂର୍ବାହ୍ନରେ ଦୂର୍ବଳ ହେବ ଦାନା।

ଆହୁରି ପଢ଼ନ୍ତୁ: କାଠଯୋଡ଼ି ନଦୀରୁ ମେଡିକାଲ ଛାତ୍ରୀ ମୃତଦେହ ଉଦ୍ଧାର ଘଟଣା: ବାରଙ୍ଗ ଥାନାରେ ଯୁବତୀଙ୍କ ପୁରୁଷ ବନ୍ଧୁଙ୍କ ବିରୋଧରେ ଅଭିଯୋଗ

ବାତ୍ୟା ପ୍ରଭାବରେ ଭିତରକନିକା, ଧାମରା, କେନ୍ଦ୍ରାପଡାର ପେଣ୍ଠ ସମେତ ବିଭିନ୍ନ ଅଂଚଳରେ ଚାଳଛପର ଘର ସହ ଅନେକ ଆଜବେଷ୍ଟସ ଘର ନଷ୍ଟ ହୋଇଛି। ଆଉ କେଉଁଠି ରାସ୍ତା ଉପରେ ଟଳିପଡିଛି ଗଛ। ଏପରିକି ଝଡବର୍ଷା ବେଳେ ଅସ୍ତବ୍ୟସ୍ତ ହୋଇପଡିଥିଲେ ବନ୍ୟଜନ୍ତୁ। ଏବେ କେନ୍ଦ୍ରାପଡା, ଜଗତସିଂହପୁର, ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାରେ ଲାଗିରହିଛି ବର୍ଷା। ତା’ ସହ କୋହଲା ପବନ ବହୁଛି।

ଆହୁରି ପଢ଼ନ୍ତୁ: ଘରର କବାଟ ଭାଙ୍ଗି ମା’କୁ ଅଟକ ରଖିଲେ, ୧୫ ବର୍ଷର ନାବାଳିକା ଝିଅକୁ ଅପହରଣ କରିନେଲେ ଦୁର୍ବୃତ୍ତ

ଗଛ ପଡି ବିଭିନ୍ନ ସ୍ଥାନରେ ଅବରୋଧ ହୋଇଥିଲା ରାସ୍ତାଘାଟ। ତେବେ ସବୁଠି ତୁରନ୍ତ ପହଞ୍ଚି ରାତି ତମାମ ଗଛଗୁଡିକୁ କାଟି ରାସ୍ତା ଅବରୋଧ ହଟାଇଛି ଅଗ୍ନିଶମ ଟିମ୍‌। ୪ଟି ଜିଲ୍ଲା- ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡା ଏବଂ ଜଗତସିଂହପୁର ଜିଲ୍ଲାରେ ବାତ୍ୟା ଦାନା ତାଣ୍ଡବ ରଚିଥିବା ଜଣାପଡ଼ିଛି। ବାତ୍ୟା ଯୋଗୁ ପ୍ରାୟ ୬ ଲକ୍ଷ ଲୋକଙ୍କୁ ବାତ୍ୟା ଆଶ୍ରୟସ୍ଥଳ ଅବା ନିରାଦ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ମୁଖ୍ୟମନ୍ତ୍ରୀ ବିଳମ୍ବିତ ରାତିରେ ସମୀକ୍ଷା ବୈଠକ କରିଛନ୍ତି। ବାତ୍ୟା ଆଶୟସ୍ଥଳରେ ଥିବା ଲୋଙ୍କୁ ରନ୍ଧା ଓ ଶୁଖିଲା ଖାଦ୍ୟ ଯୋଗାଇଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ମୋହନ ମାଝି।

25 Oct 2024 By The Sakala

ହବାଳିଖଟିରେ ଲ୍ୟାଣ୍ଡଫଲ କଲା ବାତ୍ୟା ‘ଦାନା’, ଭାଙ୍ଗିଲା ଘର ଉଡିଲା ଚାଳଛପର…

ଭୁବନେଶ୍ବର: ମଧ୍ୟରାତ୍ରରେ ମାଡ ହେଲା ବାତ୍ୟା ଦାନା। ଭିତରକନିକା ହବାଳିଖଟି ନେଚରକ୍ୟାମ୍ପ ନିକଟରେ ବାତ୍ୟା ଦାନା ଅତିକ୍ରମ କଲା ସ୍ଥଳଭାଗ। ରାତି ୧୨ଟା ୫ରୁ ଆରମ୍ଭ ହୋଇଥିଲା ଲ୍ୟାଣ୍ଡଫଲ ପ୍ରକ୍ରିୟା। ରାତି ପ୍ରାୟ ସାଢ଼େ ଗୋଟାଏରୁ ସାଢ଼େ ୩ଟା ମଧ୍ୟରେ ବାତ୍ୟା ଦାନା ହବାଳିଖଟି ନେଚରକ୍ୟାମ୍ପ ନିକଟରେସ୍ଥଳଭାଗ ଅତିକ୍ରମ କରିଥିବା ନେଇ ସୂଚନା ଦେଇଛନ୍ତି ପାଣିପାଗ ବିଭାଗର ନିର୍ଦ୍ଦେଶିକା ମନୋରମା ମହାନ୍ତି।

ଏହାର ପ୍ରଭାବରେ ଘଣ୍ଟା ପ୍ରତି ୧୦୦ରୁ ୧୨୦ କିମି ବେଗରେ ବହିଥିଲା ପବନ। ଫଳରେ ଅନେକ ଗଛ ଟଳିପଡ଼ିଥିବାବେଳେ ଭାଙ୍ଗି ଯାଇଛି ଚାଳ ଛପର ଘର। ‘ଦାନା’ର ଲ୍ୟାଣ୍ଡଫଲ ପ୍ରକ୍ରିୟା ଶେଷ ହୋଇସାରିଥିବାବେଳେ ଏବେ ଏହା ଧାମରାଠାରୁ ଉତ୍ତରକୁ ୧୫ କିଲୋମିଟର ଦୂରରେ କେନ୍ଦ୍ରୀଭୂତ ରହିଛି। ଲ୍ୟାଣ୍ଡଫଲ୍‌ ପରେ ଏହା ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଗତି କରିବା ସହ ଭୀଷଣ ବାତ୍ୟାରୁ ବାତ୍ୟାର ରୂ ନେଇଥିବା ନେଇ ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି। ଆଜି ପୂର୍ବାହ୍ନରେ ଦୂର୍ବଳ ହେବ ଦାନା।

ବାତ୍ୟା ପ୍ରଭାବରେ ଭିତରକନିକା, ଧାମରା, କେନ୍ଦ୍ରାପଡାର ପେଣ୍ଠ ସମେତ ବିଭିନ୍ନ ଅଂଚଳରେ ଚାଳଛପର ଘର ସହ ଅନେକ ଆଜବେଷ୍ଟସ ଘର ନଷ୍ଟ ହୋଇଛି। ଆଉ କେଉଁଠି ରାସ୍ତା ଉପରେ ଟଳିପଡିଛି ଗଛ। ଏପରିକି ଝଡବର୍ଷା ବେଳେ ଅସ୍ତବ୍ୟସ୍ତ ହୋଇପଡିଥିଲେ ବନ୍ୟଜନ୍ତୁ। ଏବେ କେନ୍ଦ୍ରାପଡା, ଜଗତସିଂହପୁର, ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାରେ ଲାଗିରହିଛି ବର୍ଷା। ତା’ ସହ କୋହଲା ପବନ ବହୁଛି।

ଗଛ ପଡି ବିଭିନ୍ନ ସ୍ଥାନରେ ଅବରୋଧ ହୋଇଥିଲା ରାସ୍ତାଘାଟ। ତେବେ ସବୁଠି ତୁରନ୍ତ ପହଞ୍ଚି ରାତି ତମାମ ଗଛଗୁଡିକୁ କାଟି ରାସ୍ତା ଅବରୋଧ ହଟାଇଛି ଅଗ୍ନିଶମ ଟିମ୍‌। ୪ଟି ଜିଲ୍ଲା- ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡା ଏବଂ ଜଗତସିଂହପୁର ଜିଲ୍ଲାରେ ବାତ୍ୟା ଦାନା ତାଣ୍ଡବ ରଚିଥିବା ଜଣାପଡ଼ିଛି। ବାତ୍ୟା ଯୋଗୁ ପ୍ରାୟ ୬ ଲକ୍ଷ ଲୋକଙ୍କୁ ବାତ୍ୟା ଆଶ୍ରୟସ୍ଥଳ ଅବା ନିରାଦ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ମୁଖ୍ୟମନ୍ତ୍ରୀ ବିଳମ୍ବିତ ରାତିରେ ସମୀକ୍ଷା ବୈଠକ କରିଛନ୍ତି। ବାତ୍ୟା ଆଶୟସ୍ଥଳରେ ଥିବା ଲୋଙ୍କୁ ରନ୍ଧା ଓ ଶୁଖିଲା ଖାଦ୍ୟ ଯୋଗାଇଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ମୋହନ ମାଝି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର