ହାଇକୋର୍ଟରେ ଡେଣ୍ଟାଲ ସର୍ଜନ ନିଯୁକ୍ତି ବିବାଦ : ଓପିଏସସି ଓ ରାଜ୍ୟ ସରକାରଙ୍କୁ ସତ୍ୟପାଠ ଦେବାକୁ ନିର୍ଦ୍ଦେଶ

The Sakala Picture
Published On

କଟକ :ଡେଣ୍ଟାଲ ସର୍ଜନ ନିଯୁକ୍ତିକୁ ନେଇ ସୃଷ୍ଟି ହୋଇଥିବା ବିବାଦ ଏବେ ଅଦାଲତଙ୍କ କାଠଗଡାରେ ରହିଛି । ଏହି ମାମଲାରେ ଉଭୟ ଓଡ଼ିଶା ଲୋକସେବା ଆୟୋଗ(ଓପିଏସସି) ଓ ରାଜ୍ୟ ସରକାରଙ୍କୁ ସବିଶେଷ ସତ୍ୟପାଠ ଦାଖଲ ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ମୁଖ୍ୟ ବିଚାରପତି ଜଷ୍ଟିସ ଚକ୍ରଧାରୀ ଶରଣ ସିଂହ ଓ ଜଷ୍ଟିସ ସାବିତ୍ରୀ ରଥଙ୍କୁ ନେଇ ଗଠିତ ଖଣ୍ଡପୀଠ ଜଣିକିଆ ବିଚାରପତିଙ୍କ ରାୟ ବିରୋଧରେ ଓପିଏସସି ଦାୟର କରିଥିବା ରିଟ୍‌ ଅପିଲର ଶୁଣାଣି କରି ଏପରି […]

କଟକ :ଡେଣ୍ଟାଲ ସର୍ଜନ ନିଯୁକ୍ତିକୁ ନେଇ ସୃଷ୍ଟି ହୋଇଥିବା ବିବାଦ ଏବେ ଅଦାଲତଙ୍କ କାଠଗଡାରେ ରହିଛି । ଏହି ମାମଲାରେ ଉଭୟ ଓଡ଼ିଶା ଲୋକସେବା ଆୟୋଗ(ଓପିଏସସି) ଓ ରାଜ୍ୟ ସରକାରଙ୍କୁ ସବିଶେଷ ସତ୍ୟପାଠ ଦାଖଲ ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ମୁଖ୍ୟ ବିଚାରପତି ଜଷ୍ଟିସ ଚକ୍ରଧାରୀ ଶରଣ ସିଂହ ଓ ଜଷ୍ଟିସ ସାବିତ୍ରୀ ରଥଙ୍କୁ ନେଇ ଗଠିତ ଖଣ୍ଡପୀଠ ଜଣିକିଆ ବିଚାରପତିଙ୍କ ରାୟ ବିରୋଧରେ ଓପିଏସସି ଦାୟର କରିଥିବା ରିଟ୍‌ ଅପିଲର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି। ଡେଣ୍ଟାଲ ସର୍ଜନ ନିଯୁକ୍ତି ନିମନ୍ତେ ପ୍ରାର୍ଥୀଙ୍କ ନାମକୁ ଓପିଏସସି ପକ୍ଷରୁ ସରକାରଙ୍କୁ ସୁପାରିଶ କରାଯିବା ସତ୍ତେ୍ୱ କେତେଜଣ ଚାକିରିରେ ଯୋଗଦେଇନଥିଲେ ସେ ସମ୍ପର୍କରେ ରାଜ୍ୟ ସରକାର ସତ୍ୟପାଠ ଦେବେ ବୋଲି ଖଣ୍ଡପୀଠ କହିଛନ୍ତି। ପ୍ରଥମ ମେଧା ତାଲିକାରେ ସ୍ଥାନ ପାଇଥିବା ୮ଜଣ ପ୍ରାର୍ଥୀ ବିଶେଷଜ୍ଞ କମିଟି ରିପୋର୍ଟ ଆଧାରରେ ପ୍ରସ୍ତୁତ ସଂଶୋଧିତ ତାଲିକାରୁ ବାଦ ପଡ଼ିଥିଲେ।

ସେହିଭଳି ନିଯୁକ୍ତିରୁ ବାଦ ପଡ଼ିଥିବା କେତେକ ପ୍ରାର୍ଥୀଙ୍କ ମାର୍କ ଠାରୁ କମ୍‌ ମାର୍କ ରଖିଥିବା ପ୍ରାର୍ଥୀଙ୍କ ନାଁ ଓପିଏସସି ଅନୁମୋଦନ କରିଥିଲା ଓ ଏପରିକି ସେମାନେ ନିଯୁକ୍ତି ପାଇଥିବା ପ୍ରସଂଗରେ ଓପିଏସସିକୁ ମଧ୍ୟ ସବିଶେଷ ତଥ୍ୟ ସହ ରେକର୍ଡ ତଲବ କରିଛନ୍ତି ଅଦାଲତ।ବର୍ତମାନ କାର୍ଯ୍ୟ କରୁଥିବା ଶେଷ ପ୍ରାର୍ଥୀଙ୍କ ଠାରୁ ମାର୍କ ସଂଶୋଧନ ପରେ ଅଧିକ ମାର୍କ ହାସଲ କରିଥିବା ପ୍ରାର୍ଥୀଙ୍କ ତାଲିକା, ମାର୍କ ସଂଶୋଧନ ପୂର୍ବର ମେଧା ତାଲିକା, ବର୍ଗୱାରୀ ଓପିଏସସିର ଅନୁମୋଦନ ତାଲିକା ଆଦି ଦାଖଲ କରିବାକୁ ଓପିଏସସିକୁ ହାଇକୋର୍ଟ କହିଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ସୁଦ୍ଧା ଏ ସମ୍ପର୍କିତ ସତ୍ୟପାଠ ଦାଖଲ ହେବ । ଅଧିକ ମାର୍କ ରଖିଥିବା ପ୍ରାର୍ଥୀ ନିଯୁକ୍ତିରୁ ବଞ୍ଚିତ ହୋଇଥିବା ଅଭିଯୋଗ ପ୍ରସଂଗରେ ଆଜି ଓଡ଼ିଶା ଲୋକସେବା ଆୟୋଗ(ଓପିଏସସି) ସଚିବ ହାଇକୋର୍ଟରେ ବ୍ୟକ୍ତିଗତ ଭାବେ ହାଜର ହୋଇ ନିଜର ପକ୍ଷ ରଖିଥିଲେ । ତେବେ ସଚିବଙ୍କ ଠାରୁ ସନ୍ତୋଷଜନକ ଉତ୍ତର ମିଳିନଥିଲା। ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ୨୮ତାରିଖକୁ ଧାର୍ଯ୍ୟ କରାଯାଇଛି।

ମାମଲାରୁ ପ୍ରକାଶ ଯେ ୨୦୧୭-୧୮ରେ ଓପିଏସସି ପକ୍ଷରୁ ୧୯୮ଟି ଡେଣ୍ଟାଲ ସର୍ଜନ ପଦ ପୂରଣ ପାଇଁ ଏହି ବିଜ୍ଞପ୍ତି ପ୍ରକାଶ ପାଇଥିଲା। ପ୍ରକ୍ରିୟା ଶେଷ ହେବା ପରେ ନିଯୁକ୍ତି ପାଇଁ ୧୭୧ଜଣ ପ୍ରାର୍ଥୀଙ୍କ ନାଁ ୨୦୧୮, ଅଗଷ୍ଟ ୯ରେ ରାଜ୍ୟ ସରକାରଙ୍କୁ ଓପିଏସସି ସୁପାରିସ କରିଥିଲା । ଏହି ପ୍ରାର୍ଥୀଙ୍କୁ ରାଜ୍ୟ ସରକାରଙ୍କ ତରଫରୁ ନିଯୁକ୍ତି ପ୍ରଦାନ କରାଯାଇଥିଲା। ନିଯୁକ୍ତି ପରୀକ୍ଷାରେ ୧୨ଟି ପ୍ରଶ୍ନର ଦିଆଯାଇଥିବା ସମ୍ଭାବ୍ୟ ଉତ୍ତର ଭୁଲ ଥିବା ୨୦୧୮, ଅକ୍ଟୋବର ୫ର ବିଶେଷଜ୍ଞ କମିଟି ରିପୋର୍ଟରୁ ଜଣା ପଡ଼ିଥିଲା। ଏହାପରେ ଓପିଏସସି ପକ୍ଷରୁ ପ୍ରାର୍ଥୀଙ୍କ ଖାତାର ପୁନଃମୂଲ୍ୟାୟନ କରାଯାଇଥିଲା। ଓପିଏସସି ସୁପାରିଶ ଆଧାରରେ ନିଯୁକ୍ତି ପାଇଥିବା ପ୍ରାର୍ଥୀଙ୍କ ସହିତ ଅନ୍ୟ ପ୍ରାର୍ଥୀଙ୍କ ସଂଶୋଧିତ ମାର୍କ ପ୍ରକାଶ ପାଇଥିଲା। ନିଯୁକ୍ତିରୁ ବାଦ ପଡ଼ିଥିବା କେତେକ ପ୍ରାର୍ଥୀଙ୍କ ମାର୍କ ଠାରୁ କମ୍‌ ମାର୍କ ରଖିଥିବା ପ୍ରାର୍ଥୀଙ୍କ ନାଁ ଓପିଏସସି ଅନୁମୋଦନ କରିଥିବା ଜଣା ପଡ଼ିଥିଲା।

22 Aug 2024 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର