ଏସ୍‌ସିବିରେ ଡାକ୍ତରୀ ପାଠପଢ଼ା ବ୍ୟାଘାତ; ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟରୁ ତଦନ୍ତ ନିର୍ଦ୍ଦେଶ…

The Sakala Picture
Published On

କଟକ: ରାଜ୍ୟରେ ଡାକ୍ତରୀ ଶିକ୍ଷାର ଅନ୍ତୁଡ଼ିଶାଳ ହେଉଛି ଏସ୍‌ସିବି ମେଡିକାଲ କଲେଜ ଓ ହସ୍ପିଟାଲ। ରୋଗୀଙ୍କୁ ଉନ୍ନତ ଚିକିତ୍ସା ଯୋଗାଇବା ସହ ଖ୍ୟାତନାମା ଚିକିତ୍ସକ ସୃଷ୍ଟି କରିବାରେ ଏସ୍‌ସିବିର ସ୍ୱତନ୍ତ୍ର ପରିଚୟ ରହିଛି। ମାତ୍ର ଏଠାରେ ଆଗଭଳି ଆଉ ପାଠପଢ଼ା ହେଉନାହିଁ। ବରିଷ୍ଠ ଡାକ୍ତରମାନଙ୍କ ଅବହେଳା ଯୋଗୁଁ ପାଠପଢ଼ୁଆ ଡାକ୍ତରୀ ଛାତ୍ରଛାତ୍ରୀ ଉପଯୁକ୍ତ ଶିକ୍ଷା ହାସଲ କରିପାରୁନାହାନ୍ତି। ଏନେଇ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟରେ ଅଭିଯୋଗ ହେବା ପରେ ଏସ୍‌ସିବିରେ ହଟଚମଟ ସୃଷ୍ଟି ହୋଇଛି। ଘଟଣାର ତଦନ୍ତ ନିମନ୍ତେ ରାଷ୍ଟ୍ରପତିଙ୍କ […]

କଟକ: ରାଜ୍ୟରେ ଡାକ୍ତରୀ ଶିକ୍ଷାର ଅନ୍ତୁଡ଼ିଶାଳ ହେଉଛି ଏସ୍‌ସିବି ମେଡିକାଲ କଲେଜ ଓ ହସ୍ପିଟାଲ। ରୋଗୀଙ୍କୁ ଉନ୍ନତ ଚିକିତ୍ସା ଯୋଗାଇବା ସହ ଖ୍ୟାତନାମା ଚିକିତ୍ସକ ସୃଷ୍ଟି କରିବାରେ ଏସ୍‌ସିବିର ସ୍ୱତନ୍ତ୍ର ପରିଚୟ ରହିଛି। ମାତ୍ର ଏଠାରେ ଆଗଭଳି ଆଉ ପାଠପଢ଼ା ହେଉନାହିଁ। ବରିଷ୍ଠ ଡାକ୍ତରମାନଙ୍କ ଅବହେଳା ଯୋଗୁଁ ପାଠପଢ଼ୁଆ ଡାକ୍ତରୀ ଛାତ୍ରଛାତ୍ରୀ ଉପଯୁକ୍ତ ଶିକ୍ଷା ହାସଲ କରିପାରୁନାହାନ୍ତି। ଏନେଇ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟରେ ଅଭିଯୋଗ ହେବା ପରେ ଏସ୍‌ସିବିରେ ହଟଚମଟ ସୃଷ୍ଟି ହୋଇଛି। ଘଟଣାର ତଦନ୍ତ ନିମନ୍ତେ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟରୁ ନିର୍ଦ୍ଦେଶ ଆସିଛି। ଏହି ପରିପ୍ରେକ୍ଷୀରେ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଏସ୍‌ସିବି ମେଡିକାଲ କଲେଜ ଅଧ୍ୟକ୍ଷାଙ୍କୁ ଚିଠି (ନଂ-୧୮୫୫୩) ଜାରି କରିଛି। ଘଟଣାର ତଦନ୍ତ କରି ରିପୋର୍ଟ ଦେବାକୁ ସ୍ୱାସ୍ଥ୍ୟବିଭାଗ ନିର୍ଦ୍ଦେଶ ଦେଇଛି। ଏ ବାବଦରେ ମତାମତ ନିମନ୍ତେ ଅଧ୍ୟକ୍ଷା ପ୍ରଫେସର୍‌ ଡା. ଲୁସି ଦାସଙ୍କୁ ଫୋନ୍‌ କରାଯାଇଥିଲା। କିନ୍ତୁ ସେ ଫୋନ୍‌ ନ ଉଠାଇବାରୁ ମତାମତ ମିଳିପାରିନାହିଁ।

ଆହୁରି ପଢ଼ନ୍ତୁ: କୋଟି କୋଟି ଟଙ୍କା ଟିକସ ଫାଙ୍କିବା ଅଭିଯୋଗରେ ରାଜ୍ୟର ୬ ରେସ୍ତୋରାଁରେ IT ଚଢ଼ାଉ

ଡାକ୍ତରୀ ଶିକ୍ଷାଦାନ କ୍ଷେତ୍ରରେ ଏସ୍‌ସିବି ମେଡିକାଲ କଲେଜ ଏକ ଶତାୟୁ ଶିକ୍ଷାନୁଷ୍ଠାନ। ଅଷ୍ଟାଦଶ ଶତାବ୍ଦୀରେ କଟକରେ ଓଡ଼ିଶା ମେଡିକାଲ ସ୍କୁଲ ପ୍ରତିଷ୍ଠା ସହିତ ଡାକ୍ତରୀ ପାଠପଢ଼ାର ମୂଳଦୁଆ ପଡ଼ିଥିଲା। ସମୟକ୍ରମେ ଏହାର ନାମରେ ପରିବର୍ତ୍ତନ ଘଟିଛି। ଏସ୍‌ସିବି ଏକ ମହାଦ୍ରୁମରେ ପରିଣତ ହୋଇଛି। ମାତ୍ର ପ୍ରଶାସନିକ ଅବହେଳା ଯୋଗୁଁ ଏବେ ଡାକ୍ତରୀ ପଢ଼ାରେ ବ୍ୟାଘାତ ଘଟୁଥିବା ଅଭିଯୋଗ ଉଠିଛି।

ଆହୁରି ପଢ଼ନ୍ତୁ: ରାଜ୍ୟସଭା ପାଇଁ ନାମାଙ୍କନ ଭରିଲେ ବିଜେପି ପ୍ରାର୍ଥୀ ମନମୋହନ ଓ ସୁଜିତ କୁମାର, ସ୍ଵାଧୀନରେ ଲଢିବେ ଦିଲ୍ଲୀପ

ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟରେ କିଏ ଅଭିଯୋଗ କରିଛି, ତାହା ସ୍ପଷ୍ଟ ହୋଇ ନଥିଲେ ସୁଦ୍ଧା କିଛି ଡାକ୍ତରୀ ଛାତ୍ରଛାତ୍ରୀ ଅଭିଯୋଗପତ୍ର ପଠାଇଥିବା କୁହାଯାଉଛି। ମେଡିକାଲର ଜଣେ ବରିଷ୍ଠ ପଦାଧିକାରୀଙ୍କ କହିବା ମୁତାବକ, ଆସିଷ୍ଟାଷ୍ଟ ପ୍ରଫେସର୍‌ ହୁଅନ୍ତୁ କି ପ୍ରଫେସର୍‌, ପ୍ରାୟତଃ ଅନେକ ଠିକ୍‌ ଭାବେ ଶ୍ରେଣୀକୁ ଯାଉନାହାନ୍ତି। ଏମ୍‌ବିବିଏସ୍‌ରେ ଗୋଟିଏ ବର୍ଷରେ ୨୫୦ଛାତ୍ରଛାତ୍ରୀ। ମୋଟ ୪ ବର୍ଷରେ ଏମବିବିଏସ୍‌ ଛାତ୍ରଛାତ୍ରୀଙ୍କ ସଂଖ୍ୟା ଏକ ହଜାର। ସେହିପରି ପିଜିରେ ପ୍ରାୟ ୩୦୦ ଏବଂ ୨୫୦ ହାଉସସର୍ଜନ ରହିଛନ୍ତି। ୧୫୦୦ରୁ ଅଧିକ ଡାକ୍ତରୀ ଛାତ୍ରଛାତ୍ରୀ ଥିଲେ ମଧ୍ୟ ଶିକ୍ଷାଦାନ ବ୍ୟବସ୍ଥା ଦିନକୁ ଦିନ ଦୁର୍ବଳ ହେବାରେ ଲାଗିଲାଣି। ବରିଷ୍ଠ ଡାକ୍ତରମାନଙ୍କ ଅବହେଳା ଯୋଗୁଁ ଏସ୍‌ସିବିରେ ଡାକ୍ତରୀ ଶିକ୍ଷାର ଗୁଣବତ୍ତା ଗୌଣ ହେଉଛି। ବିଦ୍ୟାର୍ଥୀଙ୍କ ଅଭିଭାବକମାନେ ମଧ୍ୟ ପୂର୍ବରୁ ଏ ନେଇ ଅନେକଥର ଅଭିଯୋଗ କରିଛନ୍ତି। ହେଲେ ପ୍ରଶାସନିକ ଦୁର୍ବଳତା ଯୋଗୁଁ ପାଠପଢ଼ା ଠିକ୍‌ ଭାବେ ଚାଲୁନାହିଁ। ଏସ୍‌ସିବିରେ ଡାକ୍ତରୀ ଶିକ୍ଷା ସଙ୍କଟରେ ପଡିଲାଣି ବୋଲି ଅଧିକାରୀଜଣଙ୍କ ଆଲୋଚନା ପ୍ରସଙ୍ଗରେ କହିଛନ୍ତି।

ଆହୁରି ପଢ଼ନ୍ତୁ: ଆଜିଠୁ ୩ ଦିନ ପର୍ଯ୍ୟନ୍ତ ରାଜ୍ୟର ଅଧିକାଂଶ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା

05 Jul 2025 By The Sakala

ଏସ୍‌ସିବିରେ ଡାକ୍ତରୀ ପାଠପଢ଼ା ବ୍ୟାଘାତ; ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟରୁ ତଦନ୍ତ ନିର୍ଦ୍ଦେଶ…

କଟକ: ରାଜ୍ୟରେ ଡାକ୍ତରୀ ଶିକ୍ଷାର ଅନ୍ତୁଡ଼ିଶାଳ ହେଉଛି ଏସ୍‌ସିବି ମେଡିକାଲ କଲେଜ ଓ ହସ୍ପିଟାଲ। ରୋଗୀଙ୍କୁ ଉନ୍ନତ ଚିକିତ୍ସା ଯୋଗାଇବା ସହ ଖ୍ୟାତନାମା ଚିକିତ୍ସକ ସୃଷ୍ଟି କରିବାରେ ଏସ୍‌ସିବିର ସ୍ୱତନ୍ତ୍ର ପରିଚୟ ରହିଛି। ମାତ୍ର ଏଠାରେ ଆଗଭଳି ଆଉ ପାଠପଢ଼ା ହେଉନାହିଁ। ବରିଷ୍ଠ ଡାକ୍ତରମାନଙ୍କ ଅବହେଳା ଯୋଗୁଁ ପାଠପଢ଼ୁଆ ଡାକ୍ତରୀ ଛାତ୍ରଛାତ୍ରୀ ଉପଯୁକ୍ତ ଶିକ୍ଷା ହାସଲ କରିପାରୁନାହାନ୍ତି। ଏନେଇ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟରେ ଅଭିଯୋଗ ହେବା ପରେ ଏସ୍‌ସିବିରେ ହଟଚମଟ ସୃଷ୍ଟି ହୋଇଛି। ଘଟଣାର ତଦନ୍ତ ନିମନ୍ତେ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟରୁ ନିର୍ଦ୍ଦେଶ ଆସିଛି। ଏହି ପରିପ୍ରେକ୍ଷୀରେ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଏସ୍‌ସିବି ମେଡିକାଲ କଲେଜ ଅଧ୍ୟକ୍ଷାଙ୍କୁ ଚିଠି (ନଂ-୧୮୫୫୩) ଜାରି କରିଛି। ଘଟଣାର ତଦନ୍ତ କରି ରିପୋର୍ଟ ଦେବାକୁ ସ୍ୱାସ୍ଥ୍ୟବିଭାଗ ନିର୍ଦ୍ଦେଶ ଦେଇଛି। ଏ ବାବଦରେ ମତାମତ ନିମନ୍ତେ ଅଧ୍ୟକ୍ଷା ପ୍ରଫେସର୍‌ ଡା. ଲୁସି ଦାସଙ୍କୁ ଫୋନ୍‌ କରାଯାଇଥିଲା। କିନ୍ତୁ ସେ ଫୋନ୍‌ ନ ଉଠାଇବାରୁ ମତାମତ ମିଳିପାରିନାହିଁ।

ଡାକ୍ତରୀ ଶିକ୍ଷାଦାନ କ୍ଷେତ୍ରରେ ଏସ୍‌ସିବି ମେଡିକାଲ କଲେଜ ଏକ ଶତାୟୁ ଶିକ୍ଷାନୁଷ୍ଠାନ। ଅଷ୍ଟାଦଶ ଶତାବ୍ଦୀରେ କଟକରେ ଓଡ଼ିଶା ମେଡିକାଲ ସ୍କୁଲ ପ୍ରତିଷ୍ଠା ସହିତ ଡାକ୍ତରୀ ପାଠପଢ଼ାର ମୂଳଦୁଆ ପଡ଼ିଥିଲା। ସମୟକ୍ରମେ ଏହାର ନାମରେ ପରିବର୍ତ୍ତନ ଘଟିଛି। ଏସ୍‌ସିବି ଏକ ମହାଦ୍ରୁମରେ ପରିଣତ ହୋଇଛି। ମାତ୍ର ପ୍ରଶାସନିକ ଅବହେଳା ଯୋଗୁଁ ଏବେ ଡାକ୍ତରୀ ପଢ଼ାରେ ବ୍ୟାଘାତ ଘଟୁଥିବା ଅଭିଯୋଗ ଉଠିଛି।

ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟରେ କିଏ ଅଭିଯୋଗ କରିଛି, ତାହା ସ୍ପଷ୍ଟ ହୋଇ ନଥିଲେ ସୁଦ୍ଧା କିଛି ଡାକ୍ତରୀ ଛାତ୍ରଛାତ୍ରୀ ଅଭିଯୋଗପତ୍ର ପଠାଇଥିବା କୁହାଯାଉଛି। ମେଡିକାଲର ଜଣେ ବରିଷ୍ଠ ପଦାଧିକାରୀଙ୍କ କହିବା ମୁତାବକ, ଆସିଷ୍ଟାଷ୍ଟ ପ୍ରଫେସର୍‌ ହୁଅନ୍ତୁ କି ପ୍ରଫେସର୍‌, ପ୍ରାୟତଃ ଅନେକ ଠିକ୍‌ ଭାବେ ଶ୍ରେଣୀକୁ ଯାଉନାହାନ୍ତି। ଏମ୍‌ବିବିଏସ୍‌ରେ ଗୋଟିଏ ବର୍ଷରେ ୨୫୦ଛାତ୍ରଛାତ୍ରୀ। ମୋଟ ୪ ବର୍ଷରେ ଏମବିବିଏସ୍‌ ଛାତ୍ରଛାତ୍ରୀଙ୍କ ସଂଖ୍ୟା ଏକ ହଜାର। ସେହିପରି ପିଜିରେ ପ୍ରାୟ ୩୦୦ ଏବଂ ୨୫୦ ହାଉସସର୍ଜନ ରହିଛନ୍ତି। ୧୫୦୦ରୁ ଅଧିକ ଡାକ୍ତରୀ ଛାତ୍ରଛାତ୍ରୀ ଥିଲେ ମଧ୍ୟ ଶିକ୍ଷାଦାନ ବ୍ୟବସ୍ଥା ଦିନକୁ ଦିନ ଦୁର୍ବଳ ହେବାରେ ଲାଗିଲାଣି। ବରିଷ୍ଠ ଡାକ୍ତରମାନଙ୍କ ଅବହେଳା ଯୋଗୁଁ ଏସ୍‌ସିବିରେ ଡାକ୍ତରୀ ଶିକ୍ଷାର ଗୁଣବତ୍ତା ଗୌଣ ହେଉଛି। ବିଦ୍ୟାର୍ଥୀଙ୍କ ଅଭିଭାବକମାନେ ମଧ୍ୟ ପୂର୍ବରୁ ଏ ନେଇ ଅନେକଥର ଅଭିଯୋଗ କରିଛନ୍ତି। ହେଲେ ପ୍ରଶାସନିକ ଦୁର୍ବଳତା ଯୋଗୁଁ ପାଠପଢ଼ା ଠିକ୍‌ ଭାବେ ଚାଲୁନାହିଁ। ଏସ୍‌ସିବିରେ ଡାକ୍ତରୀ ଶିକ୍ଷା ସଙ୍କଟରେ ପଡିଲାଣି ବୋଲି ଅଧିକାରୀଜଣଙ୍କ ଆଲୋଚନା ପ୍ରସଙ୍ଗରେ କହିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର