ଓଡ଼ିଶା ବିଧାନସଭାକୁ ଆଉ ଏକ ସ୍ୱୀକୃତି: ବିଧାନସଭା ପ୍ରକଳ୍ପକୁ ସିଏସ୍‍ଆଇ ଏସ୍‍ଆଇଜି ଇ-ଗଭର୍ଣ୍ଣାନ୍ସ ଆୱାର୍ଡସ ୨୦୨୧

The Sakala Picture
Published On

ଭୁବନେଶ୍ୱର: ଓଡ଼ିଶା ବିଧାନସଭାକୁ ଜାତୀୟ ସ୍ତରରେ ଆଉ ଏକ ସ୍ୱୀକୃତି ମିଳିଛି। ଓଡ଼ିଶା ବିଧାନସଭା ଓ ରାଷ୍ଟ୍ରୀୟ ସୂଚନା ବିଜ୍ଞାନ କେନ୍ଦ୍ର, ଓଡ଼ିଶା ଶାଖା ଦ୍ୱାରା ପ୍ରସ୍ତୁତ ପ୍ରକଳ୍ପକୁ ସର୍ବଭାରତୀୟ ସ୍ତରରେ ସମ୍ମାନିତ କରାଯାଇଛି। ଶନିବାର ଉତ୍ତରପ୍ରଦେଶର ପ୍ରୟାଗରାଜଠାରେ ମୋତିଲାଲ ନେହେରୁ ନ୍ୟାସନାଲ ଇନ୍‍ଷ୍ଟିଚୁ୍‍ୟଟ୍‍ ଅଫ୍‍ ଟେକ୍ନୋଲୋଜିର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ସର୍ବଭାରତୀୟ କର୍ମଶାଳାରେ ଓଡ଼ିଶା ବିଧାନସଭାକୁ କମ୍ପ୍ୟୁଟର ସୋସାଇଟି ଅଫ୍‍ ଇଣ୍ଡିଆ ପକ୍ଷରୁ ୧୯ତମ ସିଏସ୍‍ଆଇ ଏସ୍‍ଆଇଜି ଇ-ଗଭର୍ଣ୍ଣାନ୍ସ ଆୱାର୍ଡସ ୨୦୨୧ ଉତ୍କର୍ଷ ସମ୍ମାନରେ ସମ୍ମାନିତ […]

ଭୁବନେଶ୍ୱର: ଓଡ଼ିଶା ବିଧାନସଭାକୁ ଜାତୀୟ ସ୍ତରରେ ଆଉ ଏକ ସ୍ୱୀକୃତି ମିଳିଛି। ଓଡ଼ିଶା ବିଧାନସଭା ଓ ରାଷ୍ଟ୍ରୀୟ ସୂଚନା ବିଜ୍ଞାନ କେନ୍ଦ୍ର, ଓଡ଼ିଶା ଶାଖା ଦ୍ୱାରା ପ୍ରସ୍ତୁତ ପ୍ରକଳ୍ପକୁ ସର୍ବଭାରତୀୟ ସ୍ତରରେ ସମ୍ମାନିତ କରାଯାଇଛି। ଶନିବାର ଉତ୍ତରପ୍ରଦେଶର ପ୍ରୟାଗରାଜଠାରେ ମୋତିଲାଲ ନେହେରୁ ନ୍ୟାସନାଲ ଇନ୍‍ଷ୍ଟିଚୁ୍‍ୟଟ୍‍ ଅଫ୍‍ ଟେକ୍ନୋଲୋଜିର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ସର୍ବଭାରତୀୟ କର୍ମଶାଳାରେ ଓଡ଼ିଶା ବିଧାନସଭାକୁ କମ୍ପ୍ୟୁଟର ସୋସାଇଟି ଅଫ୍‍ ଇଣ୍ଡିଆ ପକ୍ଷରୁ ୧୯ତମ ସିଏସ୍‍ଆଇ ଏସ୍‍ଆଇଜି ଇ-ଗଭର୍ଣ୍ଣାନ୍ସ ଆୱାର୍ଡସ ୨୦୨୧ ଉତ୍କର୍ଷ ସମ୍ମାନରେ ସମ୍ମାନିତ କରାଯାଇଛି। ଏହି ଏକଦିବସୀୟ କର୍ମଶାଳାରେ ଭାରତରୁ ବଛା ବଛା ଇ-ଗଭର୍ଣ୍ଣାନ୍ସ ପ୍ରକଳ୍ପଗୁଡ଼ିକୁ ମନୋନୀତ କରାଯାଇଥିଲା। ଏଥିରେ ଓଡ଼ିଶା ବିଧାନସଭାର ସଚିବ ଦାଶରଥୀ ଶତପଥୀ ଭାଗନେଇ ଓଡ଼ିଶା ବିଧାନସଭାର ପେପରଲେସ୍‍ ଅଫିସ୍‍ ଉପରେ ସବିଶେଷ ତଥ୍ୟ ଉପସ୍ଥାପନ କରି ଉଚ୍ଚ ପ୍ରଶଂସିତ ହୋଇଥିଲେ।

ଆହୁରି ପଢ଼ନ୍ତୁ: ପାରିବାରିକ କଳହ: ସମସ୍ତଙ୍କ ସାମ୍ନାରେ ସ୍ତ୍ରୀକୁ ଛୁରାମାଡ଼ କଲା ନୃଶଂସ ସ୍ୱାମୀ

ବିଧାନସଭା ସଚିବ ଶ୍ରୀ ଶତପଥୀ, ରାଜ୍ୟ ସୂଚନା ବିଜ୍ଞାନ ଅଧିକାରୀ କବିତା ରାୟ ଦାସ, ବରିଷ୍ଠ ବୈଷୟିକ ନିର୍ଦ୍ଦେଶିକା ସରିତା ସାହୁ, ବିଧାନସଭାର ଉପନିର୍ଦ୍ଦେଶିକା (ଗ୍ରନ୍ଥାଗାର) ଆରତୀ ମିଶ୍ର ପ୍ରମୁଖ କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ପ୍ରୟାଗରାଜ ଉଚ୍ଚ ନ୍ୟାୟାଳୟର ନ୍ୟାୟାଧିଶ ଅଜିତ ସିଂଙ୍କ ଦ୍ୱାରା ପୁରସ୍କୃତ ହୋଇଥିଲେ। ଓଡ଼ିଶାର ପ୍ରକଳ୍ପ ଆସେମ୍ବ୍ଲି ଜର୍ଣ୍ଣି ଟୁୱାର୍ଡସ୍‍ ଡିଜିଟାଲ୍‍ ଟ୍ରାନ୍ସଫର୍ମେସନ୍‍ (ପେପରଲେସ୍‍ ଆସେମ୍ବ୍ଲି)କୁ ପୁରସ୍କୃତ କରାଯାଇଥିଲା। ଏହି ଅବସରରେ ଓଡ଼ିଶା ବିଧାନସଭା ବାଚସ୍ପତିଙ୍କ ସୌଜନ୍ୟରୁ ମୁଖ୍ୟ ଅତିଥିଙ୍କୁ ଜଗନ୍ନାଥଙ୍କର ଏକ ପ୍ରତିମୂର୍ତ୍ତି ଦିଆଯାଇ ସମ୍ୱର୍ଦ୍ଧିତ କରାଯାଇଥିଲା। ଏନେଇ ବାଚସ୍ପତି ଡ. ପାତ୍ର ଅକ୍ଳାନ୍ତ ପରିଶ୍ରମ କରି ଓଡ଼ିଶା ବିଧାନସଭାର ସମସ୍ତ ବିବରଣୀ, ଦସ୍ତାବିଜ୍‍ ଓ ନଥିପତ୍ରକୁ ଡିଜିଟାଲାଇଜ୍‍ କରିବା ସହିତ ଏହି କଷ୍ଟଲବ୍ଧ ପ୍ରକଳ୍ପକୁ ପ୍ରସ୍ତୁତ କରିଥିବା କର୍ମଚାରୀମାନଙ୍କୁ ଅଭିନନ୍ଦନ ଜଣାଇବା ସହିତ ଆଗାମୀ ଦିନରେ ବିଧାନସଭାରେ ଆହୁରି ଅନେକ ନୂତନତ୍ୱ ଅଣାଯିବ ବୋଲି ମତବ୍ୟକ୍ତ କରିଛନ୍ତି। ବାଚସ୍ପତିଙ୍କ ବଳିଷ୍ଠ ନେତୃତ୍ୱ, ମାର୍ଗଦର୍ଶନ ଓ ସମସ୍ତଙ୍କ ମିଳିତ ଉଦ୍ୟମ ବଳରେ ଆଜି ଓଡ଼ିଶା ବିଧାନସଭାକୁ ସମ୍ପୂର୍ଣ୍ଣ ଡିଜିଟାଲାଇଜ୍‍ କରାଯିବା ସହ ସର୍ବଭାରତୀୟ ସ୍ୱୀକୃତି ମିଳିପାରିଛି ବୋଲି ସଚିବ ଶ୍ରୀ ଶତପଥୀ ପ୍ରକାଶ କରିଛନ୍ତି।

ଆହୁରି ପଢ଼ନ୍ତୁ: ଭିସୁଟରେ ପୁଣି ରାଗିଂ ଅଭିଯୋଗ, ଅଭିଯୁକ୍ତ ୪ ସିନିଅର ଛାତ୍ରଙ୍କୁ ଅର୍ଥଦଣ୍ଡରେ ଦଣ୍ଡିତ କଲା କର୍ତ୍ତୃପକ୍ଷ

24 Apr 2022 By The Sakala

ଓଡ଼ିଶା ବିଧାନସଭାକୁ ଆଉ ଏକ ସ୍ୱୀକୃତି: ବିଧାନସଭା ପ୍ରକଳ୍ପକୁ ସିଏସ୍‍ଆଇ ଏସ୍‍ଆଇଜି ଇ-ଗଭର୍ଣ୍ଣାନ୍ସ ଆୱାର୍ଡସ ୨୦୨୧

ଭୁବନେଶ୍ୱର: ଓଡ଼ିଶା ବିଧାନସଭାକୁ ଜାତୀୟ ସ୍ତରରେ ଆଉ ଏକ ସ୍ୱୀକୃତି ମିଳିଛି। ଓଡ଼ିଶା ବିଧାନସଭା ଓ ରାଷ୍ଟ୍ରୀୟ ସୂଚନା ବିଜ୍ଞାନ କେନ୍ଦ୍ର, ଓଡ଼ିଶା ଶାଖା ଦ୍ୱାରା ପ୍ରସ୍ତୁତ ପ୍ରକଳ୍ପକୁ ସର୍ବଭାରତୀୟ ସ୍ତରରେ ସମ୍ମାନିତ କରାଯାଇଛି। ଶନିବାର ଉତ୍ତରପ୍ରଦେଶର ପ୍ରୟାଗରାଜଠାରେ ମୋତିଲାଲ ନେହେରୁ ନ୍ୟାସନାଲ ଇନ୍‍ଷ୍ଟିଚୁ୍‍ୟଟ୍‍ ଅଫ୍‍ ଟେକ୍ନୋଲୋଜିର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ସର୍ବଭାରତୀୟ କର୍ମଶାଳାରେ ଓଡ଼ିଶା ବିଧାନସଭାକୁ କମ୍ପ୍ୟୁଟର ସୋସାଇଟି ଅଫ୍‍ ଇଣ୍ଡିଆ ପକ୍ଷରୁ ୧୯ତମ ସିଏସ୍‍ଆଇ ଏସ୍‍ଆଇଜି ଇ-ଗଭର୍ଣ୍ଣାନ୍ସ ଆୱାର୍ଡସ ୨୦୨୧ ଉତ୍କର୍ଷ ସମ୍ମାନରେ ସମ୍ମାନିତ କରାଯାଇଛି। ଏହି ଏକଦିବସୀୟ କର୍ମଶାଳାରେ ଭାରତରୁ ବଛା ବଛା ଇ-ଗଭର୍ଣ୍ଣାନ୍ସ ପ୍ରକଳ୍ପଗୁଡ଼ିକୁ ମନୋନୀତ କରାଯାଇଥିଲା। ଏଥିରେ ଓଡ଼ିଶା ବିଧାନସଭାର ସଚିବ ଦାଶରଥୀ ଶତପଥୀ ଭାଗନେଇ ଓଡ଼ିଶା ବିଧାନସଭାର ପେପରଲେସ୍‍ ଅଫିସ୍‍ ଉପରେ ସବିଶେଷ ତଥ୍ୟ ଉପସ୍ଥାପନ କରି ଉଚ୍ଚ ପ୍ରଶଂସିତ ହୋଇଥିଲେ।

ବିଧାନସଭା ସଚିବ ଶ୍ରୀ ଶତପଥୀ, ରାଜ୍ୟ ସୂଚନା ବିଜ୍ଞାନ ଅଧିକାରୀ କବିତା ରାୟ ଦାସ, ବରିଷ୍ଠ ବୈଷୟିକ ନିର୍ଦ୍ଦେଶିକା ସରିତା ସାହୁ, ବିଧାନସଭାର ଉପନିର୍ଦ୍ଦେଶିକା (ଗ୍ରନ୍ଥାଗାର) ଆରତୀ ମିଶ୍ର ପ୍ରମୁଖ କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ପ୍ରୟାଗରାଜ ଉଚ୍ଚ ନ୍ୟାୟାଳୟର ନ୍ୟାୟାଧିଶ ଅଜିତ ସିଂଙ୍କ ଦ୍ୱାରା ପୁରସ୍କୃତ ହୋଇଥିଲେ। ଓଡ଼ିଶାର ପ୍ରକଳ୍ପ ଆସେମ୍ବ୍ଲି ଜର୍ଣ୍ଣି ଟୁୱାର୍ଡସ୍‍ ଡିଜିଟାଲ୍‍ ଟ୍ରାନ୍ସଫର୍ମେସନ୍‍ (ପେପରଲେସ୍‍ ଆସେମ୍ବ୍ଲି)କୁ ପୁରସ୍କୃତ କରାଯାଇଥିଲା। ଏହି ଅବସରରେ ଓଡ଼ିଶା ବିଧାନସଭା ବାଚସ୍ପତିଙ୍କ ସୌଜନ୍ୟରୁ ମୁଖ୍ୟ ଅତିଥିଙ୍କୁ ଜଗନ୍ନାଥଙ୍କର ଏକ ପ୍ରତିମୂର୍ତ୍ତି ଦିଆଯାଇ ସମ୍ୱର୍ଦ୍ଧିତ କରାଯାଇଥିଲା। ଏନେଇ ବାଚସ୍ପତି ଡ. ପାତ୍ର ଅକ୍ଳାନ୍ତ ପରିଶ୍ରମ କରି ଓଡ଼ିଶା ବିଧାନସଭାର ସମସ୍ତ ବିବରଣୀ, ଦସ୍ତାବିଜ୍‍ ଓ ନଥିପତ୍ରକୁ ଡିଜିଟାଲାଇଜ୍‍ କରିବା ସହିତ ଏହି କଷ୍ଟଲବ୍ଧ ପ୍ରକଳ୍ପକୁ ପ୍ରସ୍ତୁତ କରିଥିବା କର୍ମଚାରୀମାନଙ୍କୁ ଅଭିନନ୍ଦନ ଜଣାଇବା ସହିତ ଆଗାମୀ ଦିନରେ ବିଧାନସଭାରେ ଆହୁରି ଅନେକ ନୂତନତ୍ୱ ଅଣାଯିବ ବୋଲି ମତବ୍ୟକ୍ତ କରିଛନ୍ତି। ବାଚସ୍ପତିଙ୍କ ବଳିଷ୍ଠ ନେତୃତ୍ୱ, ମାର୍ଗଦର୍ଶନ ଓ ସମସ୍ତଙ୍କ ମିଳିତ ଉଦ୍ୟମ ବଳରେ ଆଜି ଓଡ଼ିଶା ବିଧାନସଭାକୁ ସମ୍ପୂର୍ଣ୍ଣ ଡିଜିଟାଲାଇଜ୍‍ କରାଯିବା ସହ ସର୍ବଭାରତୀୟ ସ୍ୱୀକୃତି ମିଳିପାରିଛି ବୋଲି ସଚିବ ଶ୍ରୀ ଶତପଥୀ ପ୍ରକାଶ କରିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର