ବିବାଦୀୟ ଆଇଆଇସି ସ୍ନିଗ୍ଧାରାଣୀ ସୁନା ସସ୍‌ପେଣ୍ଡ, ଅଭିଯୁକ୍ତକୁ ଅପରାଧରେ ସହଯୋଗ କରିବା ଅଭିଯୋଗରେ ତାଙ୍କ ନାଁରେ ମାମଲା ରୁଜୁ

The Sakala Picture
Published On

ସୋନପୁର : ନିଲମ୍ବିତ ହେଲେ ବିବାଦୀୟ ଇନ୍‌ସିପେକ୍ଟର ସ୍ନିଗ୍ଧାରାଣୀ ସୁନା । ସୁନାଙ୍କ ନିଲମ୍ବନ ନେଇ ପୁଲିସ ମୁଖ୍ୟାଳୟ ପକ୍ଷରୁ ସୂଚନା । ସୁନାଙ୍କ ଗାଡ଼ି ଧକ୍କାରେ ୩ ଜଣଙ୍କ ମୃତ୍ୟୁକୁ ନେଇ ବିବାଦରେ ଥିଲେ । ସୁବର୍ଣ୍ଣପୁର ଜିଲ୍ଲା ତରଭା ଥାନା ଖାରୀ ନିକଟରେ କାର୍‌ ଧକ୍କାରେ ୩ ଜଣଙ୍କ ମୃତ୍ୟୁ ଘଟଣା ପରଠୁ ବିବାଦରେ ଥିବା ପୁଲିସ୍‌ ଇନ୍ସପେକ୍ଟର ସ୍ନିଗ୍ଧାରାଣୀ ସୁନାଙ୍କ ନାଁରେ ମାମଲା ରୁଜୁ କରିଛି ତରଭା ପୁଲିସ। ଅଭିଯୁକ୍ତକୁ ଅପରାଧରେ ସହଯୋଗ […]

ସୋନପୁର : ନିଲମ୍ବିତ ହେଲେ ବିବାଦୀୟ ଇନ୍‌ସିପେକ୍ଟର ସ୍ନିଗ୍ଧାରାଣୀ ସୁନା । ସୁନାଙ୍କ ନିଲମ୍ବନ ନେଇ ପୁଲିସ ମୁଖ୍ୟାଳୟ ପକ୍ଷରୁ ସୂଚନା । ସୁନାଙ୍କ ଗାଡ଼ି ଧକ୍କାରେ ୩ ଜଣଙ୍କ ମୃତ୍ୟୁକୁ ନେଇ ବିବାଦରେ ଥିଲେ । ସୁବର୍ଣ୍ଣପୁର ଜିଲ୍ଲା ତରଭା ଥାନା ଖାରୀ ନିକଟରେ କାର୍‌ ଧକ୍କାରେ ୩ ଜଣଙ୍କ ମୃତ୍ୟୁ ଘଟଣା ପରଠୁ ବିବାଦରେ ଥିବା ପୁଲିସ୍‌ ଇନ୍ସପେକ୍ଟର ସ୍ନିଗ୍ଧାରାଣୀ ସୁନାଙ୍କ ନାଁରେ ମାମଲା ରୁଜୁ କରିଛି ତରଭା ପୁଲିସ। ଅଭିଯୁକ୍ତକୁ ଅପରାଧରେ ସହଯୋଗ କରିବା ଅଭିଯୋଗରେ ତାଙ୍କ ନାଁରେ ମାମଲା ରୁଜୁ କରାଯାଇଛି। ସୁବର୍ଣ୍ଣପୁର ଆରକ୍ଷି ଅଧିକ୍ଷକ ଅମରେଶ ପଣ୍ଡା ଏନେଇ ସୂଚନା ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ଆବାସିକ ଦ୍ୟାଳୟରେ ରାଗିଂ: ଷଷ୍ଠ ଶ୍ରେଣୀ ଛାତ୍ରଙ୍କୁ ନିର୍ଧୁମ ମାଡ଼ ମାରିବା ସହ କାମ କରାଇଲେ ଦଶମ ଶ୍ରେଣୀ ଛାତ୍ର !

ଏହାସହ ସ୍ନିଗ୍ଧାରାଣୀ ସୁନାଙ୍କୁ ନୋଟିସ ଜାରି କରାଯାଇଥିବା ସେ କହିଛନ୍ତି । ଅନ୍ୟପକ୍ଷରେ ପୁଲିସ୍‌ ଇନ୍ସପେକ୍ଟର ସ୍ନିଗ୍ଧାରାଣୀ ସୁନାଙ୍କ କାର ଚଳାଉଥିବା ଡ୍ରାଇଭର ଅଜୟ ଜେଠୀଙ୍କୁ ଜାମିନ ମିଳିଛି । ଅଜୟଙ୍କୁ ତରଭା ଜେଏମ୍‌ଏଫ୍‌ସିରୁ ଜାମିନ ମିଳିଥିବା ତାଙ୍କ ଓକିଲ ଆଦିକନ୍ଦ ପାଣିଗ୍ରାହୀ ସୂଚନା ଦେଇଛନ୍ତି। ଏହି ଘଟଣାକୁ ନେଇ ଏବେ ସାରା ରାଜ୍ୟରେ ଚର୍ଚ୍ଚା ଜୋର ଧରିଛି ।

ଆହୁରି ପଢ଼ନ୍ତୁ: ଲଘୁଚାପ ପ୍ରଭାବରେ ଭିଜିବ ଓଡ଼ିଶା: ମୟୂରଭଞ୍ଜ ପାଇଁ ରେଡ୍ ଆଲର୍ଟ, ଶୁକ୍ରବାର ଯାଏଁ ପ୍ରବଳ ବର୍ଷା ସମ୍ଭାବନା

ସୂଚନାଯୋଗ୍ୟ, ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା ଡ୍ୟୁଟି ସାରି ଗତ ମଙ୍ଗଳବାର ସ୍ନିଗ୍ଧାରାଣୀ ସୁନା ଓ ତାଙ୍କ ଡ୍ରାଇଭର ଅଜୟ ଜେଠୀ କାର ଯୋଗେ ପୁରୀରୁ ସୁନ୍ଦରଗଡ଼ ଫେରୁଥିଲେ। ସୋନପୁର-ବଲାଙ୍ଗୀର ୫୭ ନମ୍ୱର ଜାତୀୟ ରାଜପଥର ବଡ଼ବାହାଲି ଛକରେ ଛିଡ଼ା ହୋଇଥିବା ପରିବା ଏକ ବୋଝେଇ ଅଟୋ ଓ ବାଇକ୍‌କୁ ସେମାନଙ୍କ କାର୍ ଧକ୍କା ଦେଇଥିଲା। ଫଳରେ ୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୬ ଜଣ ଗୁରୁତର ଆହତ ହୋଇଥିଲେ। ଦୁର୍ଘଟଣା ଘଟାଇବା ପରେ ଇନ୍ସପେକ୍ଟର ସ୍ନିଗ୍ଧାରାଣୀ ସୁନା ଓ ତାଙ୍କ କାର୍‌ ଡ୍ରାଇଭର ଲୋକଙ୍କ ଆକ୍ରୋଶରୁ ବର୍ତ୍ତିବା ପାଇଁ ଗାଡ଼ି ଛାଡ଼ି ଫେରାର ହୋଇଯାଇଥିଲେ। ପରେ ସେମାନେ ଧରାପଡ଼ିଥିଲେ।

ଆହୁରି ପଢ଼ନ୍ତୁ: ଖୁବଶୀଘ୍ର ଖୋଲିବ ଓରାଙ୍ଗଉଟାନ ରହସ୍ୟ: ଦୀଘା ହୋଟେଲ୍‌ରେ ଛାନ୍‌ଭିନ୍‌, ୩ ଜଣଙ୍କୁ ଉଠାଇଆଣିଲା ଏସ୍‌ଟିଏଫ୍‌

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର