ଏସ୍‌ଏଚ୍‌ଜିକୁ ରୁଗ୍‌ଣ କରିବାକୁ ଷଡ଼ଯନ୍ତ୍ର; ରାଜ୍ୟର ୭୦ ଲକ୍ଷ ମହିଳା ପ୍ରଭାବିତ

The Sakala Picture
Published On

ଭୁବନେଶ୍ୱର/ ଯାଜପୁର: କ୍ଷମତାକୁ ଆସୁଆସୁ ମିଶନଶକ୍ତି ମହିଳାଙ୍କ ଏସ୍‌ଏଚ୍‌ଜିକୁ ବନ୍ଦ କରିବା ନିମନ୍ତେ ଡ଼ବଲ ଇଞ୍ଜିନ୍‌ ସରକାର ଆରମ୍ଭ କରିଥିବା ଅଭିଯାନ ଆପାତତଃ ସଫଳ ହୋଇଛି । ମିଶନଶକ୍ତି, ଏହାର ସଦସ୍ୟ, ସହଯୋଗ କରୁଥିବା ନିର୍ବାହୀ ସମସ୍ତଙ୍କ ଉପରେ ସରକାର ଦାଉ ସାଧିଛନ୍ତି। ନିର୍ବାହୀମାନଙ୍କୁ ପାରିଶ୍ରମିକ ବନ୍ଦ କରି ସେମାନଙ୍କୁ ଛଟେଇ କରାଯାଉଛି । ଏସ୍‌ଏଚ୍‌ଜି ପୁନର୍ଗଠନ ପାଇଁ କାମ ଆରମ୍ଭ କରି ୭୦ ଲକ୍ଷ ମହିଳାଙ୍କ ଆର୍ଥିର୍କ ମେରୁଦଣ୍ଡ ଉପରେ ଆଘାତ ଦିଆଯାଇଛି। ଅନ୍ୟପକ୍ଷରେ ଏବେ […]

ଭୁବନେଶ୍ୱର/ ଯାଜପୁର: କ୍ଷମତାକୁ ଆସୁଆସୁ ମିଶନଶକ୍ତି ମହିଳାଙ୍କ ଏସ୍‌ଏଚ୍‌ଜିକୁ ବନ୍ଦ କରିବା ନିମନ୍ତେ ଡ଼ବଲ ଇଞ୍ଜିନ୍‌ ସରକାର ଆରମ୍ଭ କରିଥିବା ଅଭିଯାନ ଆପାତତଃ ସଫଳ ହୋଇଛି । ମିଶନଶକ୍ତି, ଏହାର ସଦସ୍ୟ, ସହଯୋଗ କରୁଥିବା ନିର୍ବାହୀ ସମସ୍ତଙ୍କ ଉପରେ ସରକାର ଦାଉ ସାଧିଛନ୍ତି। ନିର୍ବାହୀମାନଙ୍କୁ ପାରିଶ୍ରମିକ ବନ୍ଦ କରି ସେମାନଙ୍କୁ ଛଟେଇ କରାଯାଉଛି । ଏସ୍‌ଏଚ୍‌ଜି ପୁନର୍ଗଠନ ପାଇଁ କାମ ଆରମ୍ଭ କରି ୭୦ ଲକ୍ଷ ମହିଳାଙ୍କ ଆର୍ଥିର୍କ ମେରୁଦଣ୍ଡ ଉପରେ ଆଘାତ ଦିଆଯାଇଛି। ଅନ୍ୟପକ୍ଷରେ ଏବେ ସୁଧଫେରସ୍ତ ପ୍ରକ୍ରିୟା ବନ୍ଦ କରିବା ପରେ ଋଣ ଦେବାକୁ ବି ବ୍ୟାଙ୍କ ରାଜି ନୁହନ୍ତି। ସାରା ରାଜ୍ୟରେ ଏପରି ସମସ୍ୟା ମିଶନଶକ୍ତି ପାଇଁ ସମସ୍ୟା ସୃଷ୍ଟି କରିଛି । ବିଡ଼ମ୍ବନା ହେଉଛି ୭୦ଲକ୍ଷ ମହିଳାଙ୍କ ସହ ଜଡ଼ିତ ରାଜ୍ୟର ୭୦ ଲକ୍ଷ ପରିବାର ଏହାଦ୍ୱାରା ପ୍ରଭାବିତ ହୋଇଛନ୍ତି।

ଆହୁରି ପଢ଼ନ୍ତୁ: ବିଜେଡି ସାଂସଦଙ୍କ କଡ଼ା ସମାଲୋଚନା: ସୀମା ପୁନଃନିର୍ଦ୍ଧାରଣ ବିଲ୍‌ ପାରିତ କରିବାରେ କେନ୍ଦ୍ର ସରକାର ବିଫଳ

ମହିଳା ସଶକ୍ତିକରଣକୁ ଶୀର୍ଷରେ ପହଞ୍ଚାଇବା ପାଇ ନବୀନ ସରକାର ସୁଧ ଛାଡ଼ ଯୋଜନା କରିଥିଲେ। ବିଗତ ବର୍ଷରେ ରାଜ୍ୟର ୪୦ ଲକ୍ଷ ମହିଳା ଏହାଦ୍ୱାରା ଉପକୃତ ହୋଇଥିଲେ। ମହିଳାଙ୍କ ଆର୍ଥିକ ମେରୁଦଣ୍ଡ ସୁଦୃଢ଼ ହେବା ସହ ଗାଁ ଗଣ୍ଡାରେ ମହିଳା ସ୍ୱାବଲମ୍ବୀ ହୋଇ ପାରିଥିଲେ। ବିନା ସୁଧରେ ସ୍ୱୟଂ ସହାୟକ ଗୋଷ୍ଠୀ(ଏସ୍‌ଏଚ୍‌ଜି)ଙ୍କୁ ୫ ଲକ୍ଷଟଙ୍କା ପର୍ଯ୍ୟନ୍ତ ଋଣ ଲଗାଣ ପାଇଁ ବିଜେଡି ସରକାର ସୁଧ ଫେରସ୍ତ ଯୋଜନା ପ୍ରଣୟନ କରିଥିଲେ। ବ୍ୟାଙ୍କରୁ ଏସ୍‌ଏଚ୍‌ଜି ଋଣ ଉଠାଣ ପରେ କିସ୍ତିୱାରୀ ପରିଶୋଧ କରୁଥିଲେ ଓ ରାଜ୍ୟ ସରକାର ବ୍ୟାଙ୍କ ଋଣ ବାବଦର ସୁଧଅର୍ଥକୁ ପ୍ରତ୍ୟକ୍ଷ ଭାବେ ଏସ୍‌ଏଚ୍‌ଜିଙ୍କୁ ଫେରସ୍ତ କରୁଥିଲେ। ସରକାରଙ୍କ ଏଭଳି ପଦକ୍ଷେପ ଯୋଗୁ, ଏସ୍‌ଏଚ୍‌ଜିଙ୍କୁ ସରଳ ପ୍ରକ୍ରିୟାରେ ବ୍ୟାଙ୍କ ଋଣ ମିଳି ପାରୁଥିଲା ଓ ମହିଳାମାନେ ମଧ୍ୟ ସରକାରଙ୍କ ସୁଧ ଫେରସ୍ତ ଯୋଜନାରେ ଉପକୃତ ହୋଇ ସଠିକ୍‌ ସମୟରେ ବ୍ୟାଙ୍କ ଋଣ ଶୁଝି ପାରୁଥିଲେ।

ଆହୁରି ପଢ଼ନ୍ତୁ: ଲୋକ ଭବନରେ ୨ ଆଇଆର୍‌ଏସ୍‌ ଅଧିକାରୀଙ୍କ ଉପରେ ଦୁର୍ବ୍ୟବହାର ଘଟଣା, ନିନ୍ଦା କଲା ବିଜେଡି

ମାତ୍ର ଏହି ସୁଧ ଫେରସ୍ତ ପ୍ରକ୍ରିୟାକୁ ରାଜ୍ୟ ସରକାର ବନ୍ଦ କରି ଦେଇଛନ୍ତି । ଏସ୍‌ଏଚ୍‌ଜି ଋଣଭାର ବୁଡ଼ି ରହିପୂର୍ବ ବର୍ଷର ଋଣ ଅର୍ଥକୁ ବ୍ୟାଙ୍କରେ ପରିଶୋଧ କରି ପାରୁ ନାହାନ୍ତି। କେବଳ ଯାଜପୁର ଜିଲ୍ଲାର ୨୦ ହଜାରରୁ ଅଧିକ ଏସ୍‌ଏଚ୍‌ଜି ଚଳିତ ଆର୍ଥିକ ବର୍ଷରେ ଋଣ ନେଣଦେଣ ପ୍ରକ୍ରିୟା ଠାରୁ ଦୂରେଇ ଯାଇଛନ୍ତି। ୨୦୨୩-୨୪ ଆର୍ଥିକ ବର୍ଷରେ ଯାଜପୁର ଜିଲ୍ଲାର ୧୪ ହଜାର ୪୮୫ଟି ଏସ୍‌ଏଚ୍‌ଜି ୩ ଲକ୍ଷଟଙ୍କା ଲେଖାଏଁ ଋଣ ଉଠାଣ କରିବା ସହ ସମୂଳ ସୁଧ ଅର୍ଥ ବ୍ୟାଙ୍କକୁ ଫେରସ୍ତ କରିଥିଲେ। ଏହି ଋଣ ନେଣଦେଣ ବ୍ୟବସ୍ଥାରେ ଜିଲ୍ଲାର ଦେଢ଼ ଲକ୍ଷରୁ ଅଧିକ ମହିଳାଙ୍କୁ୧୩ କୋଟି ୨୬ ଲକ୍ଷଟଙ୍କାର ସୁଧଅର୍ଥ ଫେରସ୍ତ କରାଯାଇଥିଲଶ। ଚଳିତ ଆର୍ଥିକ ବର୍ଷ (୨୦୨୪-୨୫)ରେ ଯାଜପୁର ଜିଲ୍ଲାର ୧୯ ହଜାର ୫୦୦ ଏସ୍‌ଏଚ୍‌ଜିଙ୍କୁ ୧୦୫୬ କୋଟି ଟଙ୍କାର ଋଣ ଲଗାଣ ପାଇଁ ସରକାର ଲକ୍ଷ୍ୟ ରଖିଥିଲେ। ମାତ୍ର ଏଯାଏ ଗୋଟିଏ ବି ଏସ୍‌ଏଚ୍‌ଜିଙ୍କୁ ସୁଧଛାଡ଼ ଅର୍ଥ ଫେରସ୍ତ ମିଳି ନାହିଁ। ଏହା ମହିଳା ସଶକ୍ତିକରଣ ଅଭିଯାନ ପ୍ରଭାବିତ କରିଛି। ଏସ୍‌ଏଚ୍‌ଜିଙ୍କୁ ରାଜ୍ୟ ସରକାର ସୁଧ ଫେରସ୍ତ କରି ପାରୁ ନଥିବାରୁ ମହିଳାଙ୍କୁ ବ୍ୟାଙ୍କ ଋଣ ଦେବା ପାଇଁ ଧରାଛୁଆଁ ଦେଉ ନାହାନ୍ତି। କେନ୍ଦ୍ର ସରକାରଙ୍କ ଦ୍ୱାରା ନିୟନ୍ତ୍ରିତ ବ୍ୟାଙ୍କ ଓ ରାଜ୍ୟ ସରକାରଙ୍କ ଦ୍ୱାରା ସଂଚାଳିତ ମିଶନ ଶକ୍ତି କେହି ଏସ୍‌ଏଚ୍‌ଜିଙ୍କ ସାଥୀରେ ନାହାନ୍ତି। ଚଳିତ ଆର୍ଥିକ ବର୍ଷରେ ରାଜ୍ୟ ସରକାର ଯାଜପୁର ଜିଲ୍ଲାର ୧୯ ହଜାର ୫୦୦ ଏସ୍‌ଏଚ୍‌ଜିଙ୍କୁ ଋଣ ଲଗାଣ କରିବା ଲକ୍ଷ୍ୟରୁ ଅଧା ବି ପୂରଣ ହୋଇ ନାହିଁ। ନୈରାଶ୍ୟଜନକ ଋଣ ଲଗାଣ ବ୍ୟବସ୍ଥା ଜିଲ୍ଲାର ୨ ଲକ୍ଷରୁ ଅଧିକ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଭ୍ୟାଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗି ଦେଇଛି। କେବଳ ଯାଜପୁର ନୁହେଁ, ରାଜ୍ୟର ପ୍ରାୟ ସବୁ ଜିଲ୍ଲାରେ ସମାନ ଅବସ୍ଥା। ଏବେ ଯଦି ଏହି ବ୍ୟବସ୍ଥା ଜାରିରହେ, ତେବେ ୭୦ଲକ୍ଷ ସ୍ୱାବଲମ୍ବୀ ମହିଳାଙ୍କ ପରିବାର ଆର୍ଥିକ କ୍ଷତିଗ୍ରସ୍ତ ହେବା ଜଳଜଳ ଦିଶୁଛି ।

ଆହୁରି ପଢ଼ନ୍ତୁ: ତାତି ଓ ଦୁର୍ଘଟଣାକୁ ନେଇ ବଢ଼ିଲା ଚିନ୍ତା, ଜନଗଣନା କର୍ମଚାରୀଙ୍କ ସୁରକ୍ଷା ପାଇଁ ରାଜ୍ୟ ସରକାରଙ୍କ କଡ଼ା ନିର୍ଦ୍ଦେଶ

14 Feb 2025 By The Sakala

ଏସ୍‌ଏଚ୍‌ଜିକୁ ରୁଗ୍‌ଣ କରିବାକୁ ଷଡ଼ଯନ୍ତ୍ର; ରାଜ୍ୟର ୭୦ ଲକ୍ଷ ମହିଳା ପ୍ରଭାବିତ

ଭୁବନେଶ୍ୱର/ ଯାଜପୁର: କ୍ଷମତାକୁ ଆସୁଆସୁ ମିଶନଶକ୍ତି ମହିଳାଙ୍କ ଏସ୍‌ଏଚ୍‌ଜିକୁ ବନ୍ଦ କରିବା ନିମନ୍ତେ ଡ଼ବଲ ଇଞ୍ଜିନ୍‌ ସରକାର ଆରମ୍ଭ କରିଥିବା ଅଭିଯାନ ଆପାତତଃ ସଫଳ ହୋଇଛି । ମିଶନଶକ୍ତି, ଏହାର ସଦସ୍ୟ, ସହଯୋଗ କରୁଥିବା ନିର୍ବାହୀ ସମସ୍ତଙ୍କ ଉପରେ ସରକାର ଦାଉ ସାଧିଛନ୍ତି। ନିର୍ବାହୀମାନଙ୍କୁ ପାରିଶ୍ରମିକ ବନ୍ଦ କରି ସେମାନଙ୍କୁ ଛଟେଇ କରାଯାଉଛି । ଏସ୍‌ଏଚ୍‌ଜି ପୁନର୍ଗଠନ ପାଇଁ କାମ ଆରମ୍ଭ କରି ୭୦ ଲକ୍ଷ ମହିଳାଙ୍କ ଆର୍ଥିର୍କ ମେରୁଦଣ୍ଡ ଉପରେ ଆଘାତ ଦିଆଯାଇଛି। ଅନ୍ୟପକ୍ଷରେ ଏବେ ସୁଧଫେରସ୍ତ ପ୍ରକ୍ରିୟା ବନ୍ଦ କରିବା ପରେ ଋଣ ଦେବାକୁ ବି ବ୍ୟାଙ୍କ ରାଜି ନୁହନ୍ତି। ସାରା ରାଜ୍ୟରେ ଏପରି ସମସ୍ୟା ମିଶନଶକ୍ତି ପାଇଁ ସମସ୍ୟା ସୃଷ୍ଟି କରିଛି । ବିଡ଼ମ୍ବନା ହେଉଛି ୭୦ଲକ୍ଷ ମହିଳାଙ୍କ ସହ ଜଡ଼ିତ ରାଜ୍ୟର ୭୦ ଲକ୍ଷ ପରିବାର ଏହାଦ୍ୱାରା ପ୍ରଭାବିତ ହୋଇଛନ୍ତି।

ମହିଳା ସଶକ୍ତିକରଣକୁ ଶୀର୍ଷରେ ପହଞ୍ଚାଇବା ପାଇ ନବୀନ ସରକାର ସୁଧ ଛାଡ଼ ଯୋଜନା କରିଥିଲେ। ବିଗତ ବର୍ଷରେ ରାଜ୍ୟର ୪୦ ଲକ୍ଷ ମହିଳା ଏହାଦ୍ୱାରା ଉପକୃତ ହୋଇଥିଲେ। ମହିଳାଙ୍କ ଆର୍ଥିକ ମେରୁଦଣ୍ଡ ସୁଦୃଢ଼ ହେବା ସହ ଗାଁ ଗଣ୍ଡାରେ ମହିଳା ସ୍ୱାବଲମ୍ବୀ ହୋଇ ପାରିଥିଲେ। ବିନା ସୁଧରେ ସ୍ୱୟଂ ସହାୟକ ଗୋଷ୍ଠୀ(ଏସ୍‌ଏଚ୍‌ଜି)ଙ୍କୁ ୫ ଲକ୍ଷଟଙ୍କା ପର୍ଯ୍ୟନ୍ତ ଋଣ ଲଗାଣ ପାଇଁ ବିଜେଡି ସରକାର ସୁଧ ଫେରସ୍ତ ଯୋଜନା ପ୍ରଣୟନ କରିଥିଲେ। ବ୍ୟାଙ୍କରୁ ଏସ୍‌ଏଚ୍‌ଜି ଋଣ ଉଠାଣ ପରେ କିସ୍ତିୱାରୀ ପରିଶୋଧ କରୁଥିଲେ ଓ ରାଜ୍ୟ ସରକାର ବ୍ୟାଙ୍କ ଋଣ ବାବଦର ସୁଧଅର୍ଥକୁ ପ୍ରତ୍ୟକ୍ଷ ଭାବେ ଏସ୍‌ଏଚ୍‌ଜିଙ୍କୁ ଫେରସ୍ତ କରୁଥିଲେ। ସରକାରଙ୍କ ଏଭଳି ପଦକ୍ଷେପ ଯୋଗୁ, ଏସ୍‌ଏଚ୍‌ଜିଙ୍କୁ ସରଳ ପ୍ରକ୍ରିୟାରେ ବ୍ୟାଙ୍କ ଋଣ ମିଳି ପାରୁଥିଲା ଓ ମହିଳାମାନେ ମଧ୍ୟ ସରକାରଙ୍କ ସୁଧ ଫେରସ୍ତ ଯୋଜନାରେ ଉପକୃତ ହୋଇ ସଠିକ୍‌ ସମୟରେ ବ୍ୟାଙ୍କ ଋଣ ଶୁଝି ପାରୁଥିଲେ।

ମାତ୍ର ଏହି ସୁଧ ଫେରସ୍ତ ପ୍ରକ୍ରିୟାକୁ ରାଜ୍ୟ ସରକାର ବନ୍ଦ କରି ଦେଇଛନ୍ତି । ଏସ୍‌ଏଚ୍‌ଜି ଋଣଭାର ବୁଡ଼ି ରହିପୂର୍ବ ବର୍ଷର ଋଣ ଅର୍ଥକୁ ବ୍ୟାଙ୍କରେ ପରିଶୋଧ କରି ପାରୁ ନାହାନ୍ତି। କେବଳ ଯାଜପୁର ଜିଲ୍ଲାର ୨୦ ହଜାରରୁ ଅଧିକ ଏସ୍‌ଏଚ୍‌ଜି ଚଳିତ ଆର୍ଥିକ ବର୍ଷରେ ଋଣ ନେଣଦେଣ ପ୍ରକ୍ରିୟା ଠାରୁ ଦୂରେଇ ଯାଇଛନ୍ତି। ୨୦୨୩-୨୪ ଆର୍ଥିକ ବର୍ଷରେ ଯାଜପୁର ଜିଲ୍ଲାର ୧୪ ହଜାର ୪୮୫ଟି ଏସ୍‌ଏଚ୍‌ଜି ୩ ଲକ୍ଷଟଙ୍କା ଲେଖାଏଁ ଋଣ ଉଠାଣ କରିବା ସହ ସମୂଳ ସୁଧ ଅର୍ଥ ବ୍ୟାଙ୍କକୁ ଫେରସ୍ତ କରିଥିଲେ। ଏହି ଋଣ ନେଣଦେଣ ବ୍ୟବସ୍ଥାରେ ଜିଲ୍ଲାର ଦେଢ଼ ଲକ୍ଷରୁ ଅଧିକ ମହିଳାଙ୍କୁ୧୩ କୋଟି ୨୬ ଲକ୍ଷଟଙ୍କାର ସୁଧଅର୍ଥ ଫେରସ୍ତ କରାଯାଇଥିଲଶ। ଚଳିତ ଆର୍ଥିକ ବର୍ଷ (୨୦୨୪-୨୫)ରେ ଯାଜପୁର ଜିଲ୍ଲାର ୧୯ ହଜାର ୫୦୦ ଏସ୍‌ଏଚ୍‌ଜିଙ୍କୁ ୧୦୫୬ କୋଟି ଟଙ୍କାର ଋଣ ଲଗାଣ ପାଇଁ ସରକାର ଲକ୍ଷ୍ୟ ରଖିଥିଲେ। ମାତ୍ର ଏଯାଏ ଗୋଟିଏ ବି ଏସ୍‌ଏଚ୍‌ଜିଙ୍କୁ ସୁଧଛାଡ଼ ଅର୍ଥ ଫେରସ୍ତ ମିଳି ନାହିଁ। ଏହା ମହିଳା ସଶକ୍ତିକରଣ ଅଭିଯାନ ପ୍ରଭାବିତ କରିଛି। ଏସ୍‌ଏଚ୍‌ଜିଙ୍କୁ ରାଜ୍ୟ ସରକାର ସୁଧ ଫେରସ୍ତ କରି ପାରୁ ନଥିବାରୁ ମହିଳାଙ୍କୁ ବ୍ୟାଙ୍କ ଋଣ ଦେବା ପାଇଁ ଧରାଛୁଆଁ ଦେଉ ନାହାନ୍ତି। କେନ୍ଦ୍ର ସରକାରଙ୍କ ଦ୍ୱାରା ନିୟନ୍ତ୍ରିତ ବ୍ୟାଙ୍କ ଓ ରାଜ୍ୟ ସରକାରଙ୍କ ଦ୍ୱାରା ସଂଚାଳିତ ମିଶନ ଶକ୍ତି କେହି ଏସ୍‌ଏଚ୍‌ଜିଙ୍କ ସାଥୀରେ ନାହାନ୍ତି। ଚଳିତ ଆର୍ଥିକ ବର୍ଷରେ ରାଜ୍ୟ ସରକାର ଯାଜପୁର ଜିଲ୍ଲାର ୧୯ ହଜାର ୫୦୦ ଏସ୍‌ଏଚ୍‌ଜିଙ୍କୁ ଋଣ ଲଗାଣ କରିବା ଲକ୍ଷ୍ୟରୁ ଅଧା ବି ପୂରଣ ହୋଇ ନାହିଁ। ନୈରାଶ୍ୟଜନକ ଋଣ ଲଗାଣ ବ୍ୟବସ୍ଥା ଜିଲ୍ଲାର ୨ ଲକ୍ଷରୁ ଅଧିକ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଭ୍ୟାଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗି ଦେଇଛି। କେବଳ ଯାଜପୁର ନୁହେଁ, ରାଜ୍ୟର ପ୍ରାୟ ସବୁ ଜିଲ୍ଲାରେ ସମାନ ଅବସ୍ଥା। ଏବେ ଯଦି ଏହି ବ୍ୟବସ୍ଥା ଜାରିରହେ, ତେବେ ୭୦ଲକ୍ଷ ସ୍ୱାବଲମ୍ବୀ ମହିଳାଙ୍କ ପରିବାର ଆର୍ଥିକ କ୍ଷତିଗ୍ରସ୍ତ ହେବା ଜଳଜଳ ଦିଶୁଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର