ଜାଡ଼ରେ ଥରୁଛି ସାରା ଓଡ଼ିଶା

The Sakala Picture
Published On

ଭୁବନେଶ୍ୱର: ରାଜ୍ୟରେ ପ୍ରବଳ ଶୀତ ଜାରି ରହିଛି। ଏହି ସ୍ଥିତି ଆହୁରି ୫ ଦିନ ପର୍ଯ୍ୟନ୍ତ ଜାରି ରହିବ । ଫଳରେ ସାରା ଓଡ଼ିଶା ଶୀତରେ କଲବଲ ହେବ। ପାଣିପାଗ କେନ୍ଦ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଗତ ୨୪ ଘଣ୍ଟାରେ ୬.୫ ଡିଗ୍ରୀ ସହ ଦାରିଙ୍ଗବାଡ଼ି ଓଡ଼ିଶାର ସବୁଠୁ ଥଣ୍ଡା ସହରରେ ପରିଣତ ହୋଇଛି। ରାଜ୍ୟର ୬ ଟି ସହରରେ ତାପମାତ୍ରା ୧୦ ଡିଗ୍ରୀ ତଳକୁ ଖସିଛି। ସେହିପରି ଏହି ସମୟରେ ମଧ୍ୟରେ ୧୧ଡିଗ୍ରୀ ତଳେ ୮ […]

ଭୁବନେଶ୍ୱର: ରାଜ୍ୟରେ ପ୍ରବଳ ଶୀତ ଜାରି ରହିଛି। ଏହି ସ୍ଥିତି ଆହୁରି ୫ ଦିନ ପର୍ଯ୍ୟନ୍ତ ଜାରି ରହିବ । ଫଳରେ ସାରା ଓଡ଼ିଶା ଶୀତରେ କଲବଲ ହେବ। ପାଣିପାଗ କେନ୍ଦ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଗତ ୨୪ ଘଣ୍ଟାରେ ୬.୫ ଡିଗ୍ରୀ ସହ ଦାରିଙ୍ଗବାଡ଼ି ଓଡ଼ିଶାର ସବୁଠୁ ଥଣ୍ଡା ସହରରେ ପରିଣତ ହୋଇଛି। ରାଜ୍ୟର ୬ ଟି ସହରରେ ତାପମାତ୍ରା ୧୦ ଡିଗ୍ରୀ ତଳକୁ ଖସିଛି। ସେହିପରି ଏହି ସମୟରେ ମଧ୍ୟରେ ୧୧ଡିଗ୍ରୀ ତଳେ ୮ ଟି ସହର ରହିଥିବା ବେଳେ ଫୁଲବାଣୀ ୭୫, କୋରାପୁଟ ୯, ଟିଟଲାଗଡ଼ ୯୩, ଝାରସୁଗୁଡ଼ା ୯୬, କେନ୍ଦୁଝର ୯.୬ ଡିଗ୍ରୀ ରେକର୍ଡ କରାଯାଇଛି। ସୁନ୍ଦରଗଡ଼ ୧୦, ଭବାନୀପାଟଣା ୧୦ ଡିଗ୍ରୀ, ଭୁବନେଶ୍ବର ୧୨.୨ ଏବଂ କଟକ ୧୨ଡିଗ୍ରୀ ରାତ୍ରି ତାପମାତ୍ରା ରେକର୍ଡ କରାଯାଇଛି ବୋଲି ପାଣିପାଗ କେନ୍ଦ୍ର ସୂଚନା ଦେଇଛି।

ଆହୁରି ପଢ଼ନ୍ତୁ: ଇ-କମର୍ସ ପାର୍ସଲ ଜରିଆରେ କରୁଥିଲେ ଗଞ୍ଜେଇ କାରବାର, ଆନ୍ତଃରାଜ୍ୟ ଡ୍ରଗ୍ସ ରାକେଟ୍ ଠାବ

ପାଣିପାଗ କେନ୍ଦ୍ରର ବୈଜ୍ଞାନିକ ଉମାଶଙ୍କର ଦାସ କହିଛନ୍ତି ଯେ ରାଜ୍ୟର ଉପକୂଳ ଓଡ଼ିଶାରେ ଦୃଷ୍ଟାନ୍ତମୂଳକ ଭାବେ ତାପମାତ୍ରା ହ୍ରାସ ହୋଇଛି। ଏହି ସ୍ଥାନରେ ୧୫ ଡିଗ୍ରୀରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ତଳକୁ ଖସିଛି। ବର୍ତ୍ତମାନ ଚାନ୍ଦବାଲିରେ ସ୍ଵାଭାବିକଠାରୁ ତାପମାତ୍ରା ୩.୪ ଡିଗ୍ରୀ କମ୍ ଥିବା ବେଳେ ଟିଟଲାଗଡ଼ରେ ୩.୧, ଭୁବନେଶ୍ବରରେ ୩ ଓ ଅନ୍ୟ କିଛି ସ୍ଥାନରେ ତାପମାତ୍ରା ସ୍ବାଭାବିକଠାରୁ ୨ ଡିଗ୍ରୀ ତଳେ ରହିଛି। ଆସନ୍ତା ୫ ଦିନ ଯାଏ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବ ନାହଁ ଓ ଏହି ସମୟରେ ଅନେକ ସ୍ଥାନରେ ସ୍ବାଭାବିକଠାରୁ ତାପମାତ୍ରା ୩-୪ ଡିଗ୍ରୀ ତଳେ ରହିବ ବୋଲି ସେ କହିଛନ୍ତି।

ଆହୁରି ପଢ଼ନ୍ତୁ: ଓଡ଼ିଶାରୁ ଚାଉଳ ଉଠାଉ ନାହିଁ ଏଫସିଆଇ: ସମସ୍ୟାର ସମାଧାନ ନହେଲେ ରାଜରାସ୍ତାକୁ ଓହ୍ଲାଇବ ବିଜେଡି

ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି ଯେ ୧୮ ତାରିଖ ରାତିଠାରୁ ରାଜ୍ୟରେ ଶୀତ ଆହୁରି ବଢ଼ିବ। ୧୯ ଓ ୨୦ରେ ପ୍ରବଳ ଶୀତ ହେବ । ୨୨ରୁ ଥଣ୍ଡା କିଛି କମି ୨୪ ତାରିଖରୁ ପୁଣି ଶୀତ ବଢ଼ିବ। ଭୁବନେଶ୍ବର ସମେତ ଦକ୍ଷିଣ ଉପକୂଳ ଓଡ଼ିଶାରେ ରାତିର ତାପମାତ୍ରା ୨୦ ସୁଦ୍ଧା ୩ ଡିଗ୍ରୀ କମିବ | ୨୨ରୁ ପୁଣି ବଢ଼ି ୨୪ ସୁଦ୍ଧା ୩-୪ ଡିଗ୍ରୀ ବଢ଼ିପାରେ।

ଆହୁରି ପଢ଼ନ୍ତୁ: ରମାଦେବୀ ବିଶ୍ୱବିଦ୍ୟାଳୟରେ ବ୍ୟାପକ ଲାଞ୍ଚ କାରବାର: ୧୦୦ ଟଙ୍କା ନ ଦେଲେ ମିଳୁନି ସିଏଲ୍‌‌ସି !

ବର୍ତ୍ତମାନ ଚାଲୁଥିବା ଲା-ନିନା ଜାନୁଆରୀ ପର୍ଯ୍ୟନ୍ତ ଚାଲୁ ରହିବ। ବିଭିନ୍ନ ମଡେଲର ଆକଳନ ଅନୁଯାୟୀ ଜାନୁଆରୀରୁ ମାର୍ଜ ତିନି ମାସରେ ହାରାହାରି ତାପମାତ୍ରା ସ୍ବାଭାବିକଠାରୁ ଅଧିକ ରହିପାରେ। ତେଣୁ ଚଳିତ ଶୀତ ଋତୁ ଶୀଘ୍ର ଶେଷ ହେବ ବୋଲି ପ୍ରଫେସର ପଶୁପାଳକ କହିଛନ୍ତି। ସେହିପରି ସୋଆ ଜଳବାୟୁ କେନ୍ଦ୍ର ମଧ୍ୟ ବିଭିନ୍ନ ସ୍ଥାନରେ ଥଣ୍ଡାର ପ୍ରକୋପ ବୃଦ୍ଧି ପାଇବ ଏବଂ ଏକ ସପ୍ତାହ ଯାଏଁ ଏଭଳି ପରିସ୍ଥିତି ଜାରି ରହିବ ବୋଲି ସିଇସିର ନିର୍ଦ୍ଦେଶକ ଡ. ଶରତ ଚନ୍ଦ୍ର ସାହୁ କହିଛନ୍ତି। ଏହି ଶୀତର ପ୍ରକୋପ ଡିସେମ୍ବର ୧୯ ରୁ ୨୪ ପର୍ଯ୍ୟନ୍ତ ଅଧିକ ମାତ୍ରାରେ ବୃଦ୍ଧି ପାଇବ ଓ ବଡ଼ଦିନରୁ ପବନର ଗତିରେ ପରିବର୍ତ୍ତନ ଯୋଗୁଁ ଶୀତର ପ୍ରକୋପ କିଛିଟା କମିପାରେ ବୋଲି ଡ ସାହୁ କହିଛନ୍ତି।

ଶୀତର ପ୍ରକୋପ ବୃଦ୍ଧି ହେତୁ ଛୋଟପିଲାଙ୍କଠାରେ ଶୀତ ଜନିତ ରୋଗ ବୃଦ୍ଧି ହୋଇପାରେ ବୋଲି ପାଣିପାଗ କେନ୍ଦ୍ର ସତର୍କ କହିଛି । ସନ୍ଧ୍ୟାରୁ ତାତି ତଥା ପାହାନ୍ତିଆ ସମୟରେ ଯଥା ସମ୍ଭବ ଘରେ ରହିବା ସହ ଶୀତରୁ ରକ୍ଷା ପାଇବା ପାଇଁ ଶୀତ୍ର ବସ୍ତ୍ର ପରିଧାନ କରିବାକୁ ପରାମର୍ଶ ଦିଆଯାଇଛି। ଗୃହପାଳିତ ପଶୁମାନେ ଦୀର୍ଘ ସମୟ ଶୀତରେ ରହିଲେ ସେମାନଙ୍କ ଶରୀର ପ୍ରଭାବିତ ହେବ ତେଣୁ ସେମାନଙ୍କ ପାଇଁ ଆବଶ୍ୟକୀୟ ପଦକ୍ଷେପ ନେବାକୁ ପାଣିପାଗ କେନ୍ଦ୍ର ପରାମର୍ଶ ଜାରି କରିଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର