କାଲି ନୀତି ଆୟୋଗର ସପ୍ତମ ଗଭର୍ଣ୍ଣିଂ କାଉନସିଲ ବୈଠକରେ ଯୋଗଦେବେ ମୁଖ୍ୟମନ୍ତ୍ରୀ, ଉଠାଇବେ ରାଜ୍ୟ ସ୍ବାର୍ଥ ସମ୍ବଳିତ ପ୍ରସଙ୍ଗ

The Sakala Picture
Published On

ଭୁବନେଶ୍ୱର : ରାଜ୍ୟ ସ୍ୱାର୍ଥ ସମ୍ବଳିତ ବହୁ ପ୍ରସଙ୍ଗ କେନ୍ଦ୍ର ସରକାରଙ୍କ ନିକଟରେ ପଡ଼ି ରହିଛି। ରାଜ୍ୟ ସରକାର, ମୁଖ୍ୟମନ୍ତ୍ରୀ ଏହି ପ୍ରସଙ୍ଗଗୁଡ଼ିକ ସଂକ୍ରାନ୍ତରେ କେନ୍ଦ୍ର ସରକାରଙ୍କ ବିଭିନ୍ନ ମନ୍ତ୍ରଣାଳୟ, ବିଭିନ୍ନ ବିଭାଗର ମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀଙ୍କୁ ବାରମ୍ବାର ଚିଠି ଲେଖିଛନ୍ତି। ଏହା ସତ୍ତ୍ବେ ରାଜ୍ୟ ସ୍ୱାର୍ଥ ପ୍ରସଙ୍ଗରେ କେନ୍ଦ୍ର ସରକାର ସକାରାତ୍ମକ ମନୋଭାବ ପ୍ରଦର୍ଶନ କରିନାହାନ୍ତି; କିଛି କ୍ଷେତ୍ରରେ ନିର୍ଦ୍ଦିଷ୍ଟ ପ୍ରସଙ୍ଗରେ ଓଡ଼ିଶା କେନ୍ଦ୍ରୀୟ ଅବହେଳାର ଶିକାର ହୋଇଛି। ଏନେଇ ଆସନ୍ତାକାଲି ଅନୁଷ୍ଠିତ ହେଉଥିବା ନୀତି […]

ଭୁବନେଶ୍ୱର : ରାଜ୍ୟ ସ୍ୱାର୍ଥ ସମ୍ବଳିତ ବହୁ ପ୍ରସଙ୍ଗ କେନ୍ଦ୍ର ସରକାରଙ୍କ ନିକଟରେ ପଡ଼ି ରହିଛି। ରାଜ୍ୟ ସରକାର, ମୁଖ୍ୟମନ୍ତ୍ରୀ ଏହି ପ୍ରସଙ୍ଗଗୁଡ଼ିକ ସଂକ୍ରାନ୍ତରେ କେନ୍ଦ୍ର ସରକାରଙ୍କ ବିଭିନ୍ନ ମନ୍ତ୍ରଣାଳୟ, ବିଭିନ୍ନ ବିଭାଗର ମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀଙ୍କୁ ବାରମ୍ବାର ଚିଠି ଲେଖିଛନ୍ତି। ଏହା ସତ୍ତ୍ବେ ରାଜ୍ୟ ସ୍ୱାର୍ଥ ପ୍ରସଙ୍ଗରେ କେନ୍ଦ୍ର ସରକାର ସକାରାତ୍ମକ ମନୋଭାବ ପ୍ରଦର୍ଶନ କରିନାହାନ୍ତି; କିଛି କ୍ଷେତ୍ରରେ ନିର୍ଦ୍ଦିଷ୍ଟ ପ୍ରସଙ୍ଗରେ ଓଡ଼ିଶା କେନ୍ଦ୍ରୀୟ ଅବହେଳାର ଶିକାର ହୋଇଛି। ଏନେଇ ଆସନ୍ତାକାଲି ଅନୁଷ୍ଠିତ ହେଉଥିବା ନୀତି ଆୟୋଗର ସପ୍ତମ ଗଭର୍ଣ୍ଣିଂ କାଉନସିଲ ବୈଠକ ଯୋଗଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ସବୁ ପ୍ରସଙ୍ଗ ଉଠାଇବେ।

ଆହୁରି ପଢ଼ନ୍ତୁ: ଜୁଲାଇ ୫ତାରିଖକୁ ଘୁଞ୍ଚିଲା OTET ପରୀକ୍ଷା, ଜୁନ ୨୮ରେ ହେବାର ଥିଲା

ଆଜିଠୁ ତିନି ଦିନିଆ ଦିଲ୍ଲୀ ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ଶନିବାର ପହଞ୍ଚିବା ପରେ ଆଜାଦି କା ଅମୃତ ମହୋତ୍ସବ ବୈଠକରେ ଯୋଗ ଦେଇଥିଲ । ୭୫ତମ ସ୍ୱାଧିନତା ଅବସରରେ ଦେଶରେ ପାଳନ କରାଯାଉଛି ଆଜାଦି କା ଅମୃତ ମହୋତ୍ସବ । ଏହି ପ୍ରସଙ୍ଗରେ ରାଷ୍ଟ୍ରପତି ଭବନରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଅବସରରେ ସ୍ୱାଧୀନତାରେ ଓଡିଶାର ଭୁମିକା କଥା ଉଲ୍ଲେଖ କରିଥିଲେ । ଓଡିଆ ସ୍ୱାଧିନତା ସଂଗ୍ରାମୀଙ୍କ ବୀରତ୍ୱ ଓ ଅବଦାନ ସମ୍ପର୍କରେ କହିଥିଲେ । ଆଜାଦି କା ଅମୃତ ଉତ୍ସବ ପାଇଁ ଓଡିଶାର ଏକ ବ୍ଲୁ ପ୍ରିଣ୍ଟ ଦେଇଥିଲେ ମୁଖ୍ୟମନ୍ତ୍ରୀ । ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ସ୍ୱାଧିନତାରେ ଅବଦାନ କଥା ସମ୍ପର୍କରେ ମଧ୍ୟ ଆଲୋକପାତ କରିଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ବସିଥିଲା ଏହି ବୈଠକ । ବୈଠକ ପରେ ମୁଖ୍ୟମନ୍ତ୍ରୀ ଗଣମାଧ୍ୟମକୁ ଏ ସମ୍ପର୍କରେ ସୂଚନା ଦେଇଥିଲେ । ଏତିସହିତ ଅହିଁସାକୁ ସମ୍ବିଧାନର ମୁଖବନ୍ଧରେ ସ୍ଥାନ ଦେବା ପାଇଁ ପ୍ରାଧାନମନ୍ତ୍ରୀଙ୍କ ସହ କଥା ହେବେ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

ଆହୁରି ପଢ଼ନ୍ତୁ: ସମଗ୍ର ଓଡ଼ିଶାକୁ ଛୁଇଁଲା ମୌସୁମୀ, ବର୍ଷା ବଢିବା ସହ ଖସିବ ତାପମାତ୍ରା

ଅନ୍ୟପଟେ ଆସନ୍ତାକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ବସୁଥିବା ନୀତି ଆୟୋଗର ସପ୍ତମ ଗଭର୍ଣ୍ଣିଂ କାଉନସିଲ ବୈଠକରେ ଯୋଗଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଫୋକସ ଷ୍ଟେଟର ମାନ୍ୟତା, କୃଷି, ସ୍ବାସ୍ଥ୍ୟ ସହ ରାଜ୍ୟ ସ୍ବାର୍ଥ ସମ୍ବଳିତ ପ୍ରସଙ୍ଗ ଉଠାଇବେ । ସ୍ବତନ୍ତ୍ର ରାଜ୍ୟ ପାହ୍ୟା ବ୍ୟବସ୍ଥା ଉଚ୍ଛେଦ ହୋଇଛି । ତେଣୁ ଓଡ଼ିଶାକୁ ସ୍ବତନ୍ତ୍ର ଫୋକସ ଷ୍ଟେଟ ମାନ୍ୟତା ଦେବାକୁ ଦାବି କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦୀର୍ଘ ଦୁଇ ଦଶନ୍ଧି ଧରି କେନ୍ଦ୍ର ସରକାରଙ୍କ ପାଖରେ ଏହି ଦାବି କରିଆସୁଛି ଓଡ଼ିଶା। ହେଲେ କେନ୍ଦ୍ର ପ୍ରତିଶ୍ରୁତି ଦେଇ ଅଣଦେଖା କରିଚାଲିଛି ।

ଆହୁରି ପଢ଼ନ୍ତୁ: ବେଦାନ୍ତ ଆଲୁମିନିୟମର ଋତୁସ୍ରାବ ସ୍ୱାସ୍ଥ୍ୟ ସଚେତନତା ସହିତ ରଜ ପର୍ବ ପାଳନ

ନିୟମିତ ବ୍ୟବଧାନରେ ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖିନ ହୋଇଥିବା ଓଡ଼ିଶା ୧୭,୦୦୦ କୋଟି ଟଙ୍କାର କେନ୍ଦ୍ରୀୟ ଅନୁଦାନ ସହ ବିପର୍ଯ୍ୟୟ ନିରୋଧୀ ଭିତ୍ତିଭୂମି ପ୍ରତିଷ୍ଠା ପାଇଁ ଦାବି କରି ଆସୁଛି। ତନ୍ମଧ୍ୟରୁ ୧୦,୦୦୦ କୋଟି ଟଙ୍କା କେବଳ ବିପର୍ଯ୍ୟୟ ପ୍ରତିରୋଧୀ ଶକ୍ତି ଭିତ୍ତିଭୂମି ପ୍ରତିଷ୍ଠା ପାଇଁ ମଗାଯାଇଛି। ଏହି ଦୀର୍ଘମିଆଦୀ ଯୋଜନା ନେଇ କେନ୍ଦ୍ର ନିଜର ଆଭିମୁଖ୍ୟ ସ୍ପଷ୍ଟ କରିନାହିଁ।  ତେଣୁ କେନ୍ଦ୍ର ଏହି ଅନୁଦାନ ମଞ୍ଜୁର କରିବା ନେଇ ରାଜ୍ୟ ଦାବି ରଖିବ। ବିପର୍ଯ୍ୟୟ ରାଜ୍ୟର ନିରନ୍ତର ଅର୍ଥନୈତିକ ଗତିବିଧିକୁ ପ୍ରଭାବିତ କରିଛି। ତେଣୁ ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ମିଳୁ ବୋଲି ରାଜ୍ୟ ବାରମ୍ବାର ଦାବି କରି ଆସିଛି। ମାତ୍ର ଏହାକୁ କେନ୍ଦ୍ର ସରକାର କର୍ଣ୍ଣପାତ କରୁନାହାନ୍ତି। ଅନୁରୂପ ଭାବରେ ବିପର୍ଯ୍ୟୟ ହେଉଥିବା ବର୍ଷରୁ ପରବର୍ତ୍ତୀ ୩ ବର୍ଷ ଯାଏଁ ରାଜ୍ୟକୁ ସ୍ୱତନ୍ତ୍ର ଧ୍ୟାନକୈନ୍ଦ୍ରିକ ରାଜ୍ୟ ମାନ୍ୟତା ଦେବାକୁ ଓଡ଼ିଶା ବାରମ୍ବାର ଦାବି କରିଛି। ଏହି ବର୍ଷ ଗୁଡ଼ିକରେ କେନ୍ଦ୍ର ଓ ରାଜ୍ୟ ଅନୁଦାନ ଅନୁପାତ ୯୦:୧୦ ଉପରେ ଗୁରୁତ୍ୱ ଦେଇଛି। ମାତ୍ର ଏହି ପ୍ରସ୍ତାବ ମଧ୍ୟ କେନ୍ଦ୍ର ଗ୍ରହଣ କରିନାହିଁ। ନିକଟ ଅତୀତରେ ଜାତୀୟ ବିପର୍ଯ୍ୟୟ ପରିଚାଳନା ପାଣ୍ଠିରୁ ବିଭିନ୍ନ ରାଜ୍ୟକୁ ଘୋଷଣା କରାଯାଇଥିବା ଅର୍ଥ ପାଇବାରୁ ଓଡ଼ିଶା ବଞ୍ଚିତ ହୋଇଛି। ଏହି ସବୁ ଦାବି ନେଇ କେନ୍ଦ୍ରର ଦୃଷ୍ଟି ଆକର୍ଷଣ କରାଯିବ ବୋଲି ଜଣାପଡ଼ିଛି। ଆସନ୍ତା କାଲି ନୀତି ଆୟୋଗର ସପ୍ତମ ଗଭର୍ଣ୍ଣିଂ କାଉନସିଲ ବୈଠକ ଏହି ଦାବିକୁ ପୁଣି ଥରେ ଦୋହରାଇବେ ମୁଖ୍ୟମନ୍ତ୍ରୀ । କୃଷି , ସ୍ବାସ୍ଥ୍ୟ, ସହରାଞ୍ଚଳ ବିକାଶ କ୍ଷେତ୍ରରେ ଅଧିକ ଆର୍ଥିକ ସହାୟତା ଦେବା ପାଇଁ ବୈଠକରେ ରାଜ୍ୟ ଆୟୋଗଙ୍କ ଦୃଷ୍ଟି ଆକର୍ଷଣ କରିବେ ।

ଅନ୍ୟପଟେ ଓଡ଼ିଶାରେ ପ୍ରଚୁର ପରିମାଣରେ ଉଷୁନା ଚାଉଳ ପ୍ରସ୍ତୁତ କରିଥାଏ। ଏହାର ଏକ ଅଂଶ ଏଫସିଆଇ ମାଧ୍ୟମରେ କେନ୍ଦ୍ର ସରକାର କ୍ରୟ କରିଥାନ୍ତି। ମାତ୍ର କେନ୍ଦ୍ର ନିର୍ଦ୍ଦିଷ୍ଟ ପରିମାଣର କ୍ରୟ କରିବା ପରେ ରାଜ୍ୟରୁ ଚାଉଳ ଉଠାଉନାହିଁ। ଏହା ଦ୍ୱାରା ରାଜ୍ୟ ୧୦ ଲକ୍ଷରୁ ଊର୍ଦ୍ଧ୍ବ ଚାଷୀ ବହୁଳ ଭାବେ ପ୍ରଭାବିତ ହେଉଛନ୍ତି। ସେହିପରି ଧାନ କ୍ରୟ ବାବଦରେ ଏକ ଅଂଶ କେନ୍ଦ୍ରୀୟ ପାଣ୍ଠିରୁ ମିଳିଥାଏ, ମାତ୍ର ଏହା ନିୟମିତ ଭାବେ ଯୋଗାଣ ବିଭାଗ ପାଉନାହିଁ। ଚାଷୀଙ୍କ ଠାରୁ ଧାନ ସଂଗ୍ରହ କରିବା ପରେ ୪୮ ଘଣ୍ଟାରେ ସେମାନଙ୍କ ଆକାଉଣ୍ଟକୁ ସହାୟତା ରାଶି ପ୍ରଦାନ କରାଯାଉଛି। କେନ୍ଦ୍ର ଠିକ୍‍ ସମୟରେ ଅର୍ଥ ପ୍ରଦାନ ନ କରିବା ଦ୍ୱାରା ରାଜ୍ୟ ଉପରେ ଆର୍ଥିକ ଚାପ ବଢ଼ିବା ପରିସ୍ଥିତି ସୃଷ୍ଟି ହୋଇଛି। ଏହା ନିଗମକୁ ଋଣଗ୍ରସ୍ତ କରିଛି। ଅନ୍ୟପକ୍ଷରେ କେନ୍ଦ୍ର୍ର ସରକାର ସ୍ୱାମୀନାଥନ କମିଟି ସୁପାରିସ୍‍ ଆଧାରରେ ଏମଏସପି ବୃଦ୍ଧି କରିବା ଉପରେ ଗୁରୁତ୍ୱ ଦେଉନାହିଁ। ଯାହା ଫଳରେ ଚାଷୀମାନେ କ୍ଷତିଗ୍ରସ୍ତ ହେଉଛନ୍ତି। ଉଷୁନା ଚାଉଳ ଉଠାଣ ସହ ଧାନ କ୍ରୟ ସହାୟତା ରାଶି ଉଚିତ ସମୟରେ ପୈଠ ନେଇ ମଧ୍ୟ ବୈଠକରେ ଦୃଷ୍ଟି ଆକର୍ଷଣ କରାଯାଇପାରେ ବୋଲି ମଧ୍ୟ ସୂଚନା ମିଳିଛି।

06 Aug 2022 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର