ଆଜି ଦୁବାଇରେ ନିବେଶକ ସମ୍ମେଳନ: ପୁଞ୍ଜିନିବେଶ ପାଇଁ ନିବେଶକଙ୍କୁ ମୁଖ୍ୟମନ୍ତ୍ରୀ କରିବେ ଆମନ୍ତ୍ରଣ

The Sakala Picture
Published On

ଭୁବନେଶ୍ୱର: ଦୁବାଇରେ ଅନୁଷ୍ଠିତ ହେବ ବହୁ ପ୍ରତୀକ୍ଷିତ ନିବେଶକ ସମ୍ମେଳନ। ନିଜେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ସମ୍ମେଳନରେ ନିବେଶକଙ୍କ ସହ ଆଲୋଚନା କରିବେ। ପୁଞ୍ଜିନିବେଶ ନିମନ୍ତେ ଓଡ଼ିଶାର ଅନୁକୂଳ ପରିବେଶ ସମ୍ପର୍କରେ ବିଦେଶୀ ନିବେଶକଙ୍କୁ ଅବଗତ କରିବେ। ଓଡ଼ିଶାକୁ ବିପୁଳ ପରିମାଣରେ ପୁଞ୍ଜିନିବେଶ ଆଣିବା ଲକ୍ଷ୍ୟ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ନିବେଶକ ସମ୍ମେଳନର ପରିକଳ୍ପନା କରିଥିବା ବେଳେ ଏପରି ପ୍ରୟାସ ଆଗାମୀ ଦିନରେ ରାଜ୍ୟ ବିକାଶକୁ ଅଧିକ ଦୃତତର କରିବ ବୋଲି କୁହାଯାଉଛି। […]

ଭୁବନେଶ୍ୱର: ଦୁବାଇରେ ଅନୁଷ୍ଠିତ ହେବ ବହୁ ପ୍ରତୀକ୍ଷିତ ନିବେଶକ ସମ୍ମେଳନ। ନିଜେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ସମ୍ମେଳନରେ ନିବେଶକଙ୍କ ସହ ଆଲୋଚନା କରିବେ। ପୁଞ୍ଜିନିବେଶ ନିମନ୍ତେ ଓଡ଼ିଶାର ଅନୁକୂଳ ପରିବେଶ ସମ୍ପର୍କରେ ବିଦେଶୀ ନିବେଶକଙ୍କୁ ଅବଗତ କରିବେ। ଓଡ଼ିଶାକୁ ବିପୁଳ ପରିମାଣରେ ପୁଞ୍ଜିନିବେଶ ଆଣିବା ଲକ୍ଷ୍ୟ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ନିବେଶକ ସମ୍ମେଳନର ପରିକଳ୍ପନା କରିଥିବା ବେଳେ ଏପରି ପ୍ରୟାସ ଆଗାମୀ ଦିନରେ ରାଜ୍ୟ ବିକାଶକୁ ଅଧିକ ଦୃତତର କରିବ ବୋଲି କୁହାଯାଉଛି। ନିବେଶକ ସମ୍ମେଳନ ପରେ ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ମଧ୍ୟପ୍ରାଚ୍ୟରେ କାର୍ଯ୍ୟ କରୁଥିବା ଓଡ଼ିଆମାନଙ୍କ ସହ ଏକ ସମାବେଶକୁ ସମ୍ବୋଧନ କରିବେ। ମୁଖ୍ୟମନ୍ତ୍ରୀଙ୍କ ଏହି ଗସ୍ତ ମଧ୍ୟପ୍ରାଚ୍ୟ ଓ ଓଡ଼ିଶା ମଧ୍ୟରେ ଅର୍ଥନୀତିକ ଓ ସାମାଜିକ ସମ୍ପର୍କକୁ ଏକ ନୂଆ ଦିଗ ପ୍ରଦାନ କରିବା ନେଇ ଆଶା କରାଯାଉଛି। ବିଶେଷକରି ଏହି ନିବେଶକ ସମ୍ମେଳନରେ ୟୁଏଇ ସ୍ଥିତ ଫୁଡ ପ୍ରୋସେସିଂ, ପେଟ୍ରୋକେମିକାଲ, କେମିକାଲ ଏବଂ ପ୍ଲାଷ୍ଟିକ ମେଟାଲ୍ସ, ଇଲେକଟ୍ରୋନିକ୍ସ ବିନିର୍ମାଣ କମ୍ପାନୀମାନଙ୍କୁ ଓଡ଼ିଶାରେ ନିବେଶ କରିବା ପାଇଁ ମୁଖ୍ୟମନ୍ତ୍ରୀ ଆମନ୍ତ୍ରଣ କରିବେ। ପୂର୍ବ ଭାରତର ଏକମାତ୍ର ମୁଖ୍ୟମନ୍ତ୍ରୀ ଭାବେ ନବୀନ ୟୁଏଇ ଗସ୍ତ କରିବା ସହ ଏପରି ନିବେଶକ ସମ୍ମେଳନ ଆୟୋଜନ କରୁଥିବା ବେଳେ ଏହାକୁ ନେଇ ରାଜ୍ୟଠାରୁ ଜାତୀୟସ୍ତର ପର୍ଯ୍ୟନ୍ତ ବେଶ୍‍ ଉତ୍କଣ୍ଠା ପ୍ରକାଶ ପାଇଛି।

ଆହୁରି ପଢ଼ନ୍ତୁ: ଇବ୍ ନଦୀରେ ଭାସି ମହିଳା ନିଖୋଜ; ଦୁଇ ଦିନ ହେଲା ମିଳୁନି ପତ୍ତା, ଉଦ୍ଧାର କାର୍ଯ୍ୟ ଜାରି

ନିକଟ ଅତୀତରେ ରାଜ୍ୟରେ ଶିଳ୍ପ ଅନୁକୂଳ ବାତାବରଣ ପାଇଁ ରାଜ୍ୟ ସରକାର ବହୁ ପଦକ୍ଷେପ ଗ୍ରହଣ କରିଛନ୍ତି। ସ୍ୱଳ୍ପ ସମୟ ମଧ୍ୟରେ ପରିବେଶ ମଞ୍ଜୁରୀଠାରୁ ଆରମ୍ଭ କରି ଜମି ଅଧିଗ୍ରହଣରେ ସହଜ ନୀତି, ସିଙ୍ଗଲ ୱିଣ୍ଡୋ ବ୍ୟବସ୍ଥା ରାଜ୍ୟରେ ଶିଳ୍ପ ସ୍ଥାପନ ପାଇଁ ବାଟକୁ ଖୁବ୍‍ ସରଳ କରିଛି। ସେହିପରି ନିୟନ୍ତ୍ରିତ ଆଇନ ଶୃଙ୍ଖଳା ବ୍ୟବସ୍ଥା, କଞ୍ଚାମାଲର ଉପଲବ୍ଧତା, ସର୍ବୋପରି ରାଜ୍ୟ ସରକାରଙ୍କ ୫-ଟି ନୀତି ଅନୁଯାୟୀ ପ୍ରଶାସନିକ ସକ୍ରିୟତା ଏବେ ନିବେଶକଙ୍କୁ ଓଡ଼ିଶାକୁ ପୂର୍ବାପେକ୍ଷା ଅଧିକ ମାତ୍ରାରେ ଆକର୍ଷିତ କରିପାରିଛି। ୟୁଏଇରେ ଅନ୍ତର୍ଜାତୀୟସ୍ତରର ବହୁ ନାମୀଦାମୀ ଶିଳ୍ପସଂସ୍ଥାମାନଙ୍କର ମୁଖ୍ୟ କାର୍ଯ୍ୟାଳୟମାନ ରହିଛି। ଅତଏବ ମୁଖ୍ୟମନ୍ତ୍ରୀ ପ୍ରଥମ ଥର ପାଇଁ ବିଦେଶରେ ନିବେଶକ ସମ୍ମିଳନୀରେ ଭାଗ ନେଉଥିବା ବେଳେ ଉପରୋକ୍ତ କାରଣ ପାଇଁ ଦୁବାଇକୁ ବାଛିଥିବା କୁହାଯାଉଛି। ଅନ୍ୟପକ୍ଷରେ ୟୁଏଇରେ ଲକ୍ଷାଧିକ ଓଡ଼ିଆ ରହୁଥିବା ବେଳେ ସେମାନେ ବିଭିନ୍ନ କର୍ମକ୍ଷେତ୍ରରେ ସଫଳତାର ସହ କର୍ମନିର୍ବାହ କରୁଛନ୍ତି। ଅତଏବ, ୟୁଏଇରେ ରହୁଥିବା ପ୍ରବାସୀଙ୍କ ଅଭିଜ୍ଞତାକୁ କିପରି

ଆହୁରି ପଢ଼ନ୍ତୁ: ସମ୍ବଲପୁରରେ ୨୫ ଲକ୍ଷ ଟଙ୍କାର ସାଇବର ଠକେଇ: ଗିରଫ ହେଲେ ୩ ଭାଇଭଉଣୀ

ଓଡ଼ିଶାରେ ଲଗାଯାଇପାରିବ ସେନେଇ ମୁଖ୍ୟମନ୍ତ୍ରୀ ସହଯୋଗ କାମନା କରିବେ। ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପାଖରୁ ଶୁଣିବାକୁ ସେମାନେ ଅତ୍ୟନ୍ତ ଉତ୍ସାହିତ ଥିବା ନେଇ ପ୍ରବାସୀ ଓଡ଼ିଆମାନେ ମତବ୍ୟକ୍ତ କରିଛନ୍ତି। ସୂଚନାଯୋଗ୍ୟ ଯେ ଉପରୋକ୍ତ କାର୍ଯ୍ୟକ୍ରମ ଦ୍ୱୟ, ରାଜ୍ୟ ସରକାର, ଫିକି ଏବଂ ଭାରତୀୟ ଦୂତାବାସର ମିଳିତ ଉଦ୍ୟମରେ ଆୟୋଜିତ ହେଉଛି। ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମରେ ଯୋଗଦେବା ଲାଗି କଳାହାଣ୍ଡିର ଘୁମୁରା ଓ ବଜାଶାଲ୍‌ ଲୋକକଳା ଶିଳ୍ପୀ ଦୁବାଇ ଯାଇଥିବା ସୂଚନା ମିଳିଛି।

ଆହୁରି ପଢ଼ନ୍ତୁ: ସେପ୍ଟେମ୍ବର ୨୩ ଓ ୨୪ରେ ଓଡ଼ିଶାରେ ପ୍ରବଳ ବର୍ଷା : IMDର ସତର୍କ ସୂଚନା ଜାରି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର