ମନୋରଞ୍ଜନ
ନୂଆ ଲୋକସେବା ଭବନର ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ, ଖର୍ଚ୍ଚ ହେବ ୩୬୨୩ କୋଟି ଟଙ୍କା
ଭୁବନେଶ୍ୱର: ନୂଆ ଲୋକସେବା ଭବନ ନିର୍ମାଣ ପାଇଁ ପଡ଼ିଲା ଭିତ୍ତିପ୍ରସ୍ତର । ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ନୂଆକରି ତିଆରି ହେବ ବିଧାନସଭା ଓ ଲୋକସେବା ଭବନ । ଗୋଟିଏ ସ୍ଥାନରେ ରହିବ ଲୋକସେବା ଭବନ ଓ ନୂଆ ବିଧାନସଭା । ପ୍ରାୟ ୭୧.୧୩ ଏକର ଜମିରେ ନିର୍ମାଣ ହେବାକୁ ଥିବା ଏହି ଭବ୍ୟ ପ୍ରକଳ୍ପ ପାଇଁ ସରକାର ୩,୬୨୩ କୋଟି ଟଙ୍କା ବ୍ୟୟ ଅଟକଳ ରଖିଛନ୍ତି । ନୂଆ ଲୋକସେବା ଭବନରେ ହେବ ଭୂତଳ ପାର୍କିଂ । ଏନେଇ ମାଷ୍ଟରପ୍ଲାନ ଅନୁମୋଦନ ହୋଇଛି । ଆଜି ଲୋକସେବା ଭବନ କନଫରେନ୍ସ ହଲରେ ଜାତୀୟ ସଡ଼କ ସୁରକ୍ଷା କାର୍ଯ୍ୟକ୍ରମ ଅବସରରେ ଏହାର ଭିତ୍ତିପ୍ରସ୍ଥର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ।





